Posted inଜାତୀୟ

ମେଡିକାଲ ଛାତ୍ରୀ ଏବେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ

ଚଣ୍ଡିଗଡ଼,୭ ।୭: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଗୁରୁବାର ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି । ଏବେ ସମସ୍ତଙ୍କ ମନରେ ବଡ ଉତ୍ସାହ ଜାଣିବା ପାଇଁ ଯେ ମାନଙ୍କ ଦ୍ୱିତୀୟ ପତ୍ନୀ କିଏ, କ’ଣ କରନ୍ତି, କେଉଁଠି ରୁହନ୍ତି ଇତ୍ୟାଦି । ଗଭୱନ୍ତ ମାନଙ୍କର ଏହା ଦ୍ୱିତୀୟ ବିବାହ, ୬ ବର୍ଷ ପୂର୍ବରୁ ସେ ତାଙ୍କ ପ୍ରଥମ ପତ୍ନୀଙ୍କଠାରୁ ଅଲଗା ହୋଇ ସାରିଛନ୍ତି । ଏବେ ତାଙ୍କ ପ୍ରଥମ ପତ୍ନୀ ୨ ପିଲାଙ୍କ ସହ ଆମେରିକାରେ ରହୁଛନ୍ତି ।
ଏଥର ମାନ ନିରାଡମ୍ବର ଭାବେ ଖୁବ୍ କମ୍ ଅତଥିଙ୍କ ଉପସ୍ଥିତିରେ ବିବାହ କରିବାକୁ ଯାଉଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ ଏହି ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ନିବାସରେ ଏହି ବିବାହ ଅନୁଷ୍ଠିତ ହେବ ।
ମାନଙ୍କ ପତ୍ନୀ ହେବାକୁ ଯାଉଥିବା ଗୁରପ୍ରୀତ କୌର ତାଙ୍କ ପରିବାର ସହ ପୂର୍ବରୁ ପରିଚିତ । ମୁଖ୍ୟମନ୍ତ୍ରୀଙ୍କ ମାଆ ହିଁ ଏହି ବିବାହ ସ୍ଥିର କରିଥିବା କୁହାଯାଉଛି । ଏବେ ଭଗୱନ୍ତ ମାନଙ୍କୁ ୪୮ ବର୍ଷ ହୋଇଥିବା ବେଳେ ଗୁରପ୍ରୀତଙ୍କୁ ୩୨ ବର୍ଷ ବୟସ । କୁରୁକ୍ଷେତ୍ର ଜିଲା ପିହୋବାର ବାସିନ୍ଦା ହେଉଛନ୍ତି ଗୁରପ୍ରୀତ । ତାଙ୍କ ପିତା ଜଣେ କୃଷକ ହୋଇଥିବା ବେଳେ ମାଆ ଗୃହିଣୀ । ତାଙ୍କର ଗୋଟିଏ ଭଉଣୀ ଅଷ୍ଟ୍ରେଲିଆରେ ରହୁଥିବା ବେଳେ ଅନ୍ୟଜଣେ ଭଉଣୀ ଆମେରିକାରେ ରହୁଛନ୍ତି । ଗୁରପ୍ରୀତ ଘରେ ସବୁଠାରୁ ସାନ । ପାଠପଢାରେ ରୁଚିଥିବା ଗୁରପ୍ରୀତ ହରିୟାଣାର ମୌଲାନା ମେଡିକାଲ କଲେଜରୁ ପାସ ଆଉଟ । ଏବେ ଡା, ଗୁରପ୍ରୀତ କୌର ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ହେବାକୁ ଯାଉଛନ୍ତି । କୁହାଯାଏ ପଞ୍ଜାବ ବିଧାନସଭା ନିର୍ବାଚନରେ ଗୁରପ୍ରୀତ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ଖୁବ୍ ସାହାଯ୍ୟ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଅଧୀରଙ୍କ ଅଫିସ ଭଙ୍ଗାରୁଜା

ନୂଆଦିଲ୍ଲୀ,୪ା୩: ଲୋକ ସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ଦିଲ୍ଲୀ କାର୍ଯ୍ୟାଳୟରେ ମଙ୍ଗଳବାର ସନ୍ଧ୍ୟାରେ ୪ ଜଣ ଅଜଣା ବ୍ୟକ୍ତି ପ୍ରବେଶ କରି ଭଙ୍ଗାରୁଜା...

କର୍ନାଟକରେ ସରକାର ବଞ୍ଚାଇବାକୁ କସରତ: କ୍ୟାବିନେଟ୍‌ରୁ ସବୁ ମନ୍ତ୍ରୀଙ୍କ ଇସ୍ତଫା

ବେଙ୍ଗାଲୁରୁ,୯ା୭(ପି.ଟି.): କର୍ନାଟକ ବିଧାନସଭାରୁ କଂଗ୍ରେସ ଓ ଜେଡିଏସ୍‌ର ୧୪ ବିଧାୟକ ଇସ୍ତଫା ଦେବା ପରେ ଏଚ୍‌.ଡି. କୁମାରସ୍ବାମୀ ସରକାରରେ ଦେଖାଦେଇଥିବା ସଙ୍କଟ ଟାଳିବା ପାଇଁ ଦୁଇ...

ଏନ୍‌ଆର୍‌ଆଇଙ୍କୁ ମତଦାନ ଅଧିକାର: କେନ୍ଦ୍ରକୁ ରିପୋର୍ଟ ତଲବ

ନୂଆଦିଲ୍ଲୀ,୧୮ା୮: ବିଦେଶରେ ରହୁଥିବା ଭାରତୀୟ (ଏନ୍‌ଆର୍‌ଆଇ)ମାନଙ୍କୁ ଦେଶରେ ମତଦାନ ଅଧିକାର ଦେବା ପାଇଁ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଖଲ ହୋଇଛି। ସିଜେଆଇ ଏନ୍‌.ଭି....

ବିହାର ବିଧାନସଭା ନିର୍ବାଚନରେ ଭାଜପାର ୧୧ ସଂକଳ୍ପ: ମାଗଣା କରୋନା ଟିକା-୧୯ଲକ୍ଷଙ୍କୁ ନିଯୁକ୍ତି

ପାଟନା, ୨୨।୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ୧୧ ସଂକଳ୍ପ ଥିବା ଘୋଷଣା ପତ୍ର ଗୁରୁବାର ଜାରି କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ...

ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ବିବାଦ

ଅହମଦାବାଦ,୨୦ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ପୂର୍ବରୁ ବିବାଦ ଦେଖାଦେଇଛି। ଗୁଜରାଟର ଅହମଦାବାଦ ମ୍ୟୁନିସପାଲ କର୍ପୋରେଶନ ପକ୍ଷରୁ ଦେବ୍‌ ଶରନ୍‌ ବସ୍ତିରେ ରହୁଥିବା...

ଛିଙ୍କିବା-କାଶିବା ସମୟରେ ମୁହଁରେ ହାତ ନ ଦେଲେ ଜରିମାନା: ଜୁନ୍‌ ୧ରୁ ସରକାରୀ ନିୟମ ଲାଗୁ

ବେଜିଂ,୨୮।୪: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ଚାଇନା ସରକାର ଏକ ନୂଆ ନିୟମ ଲାଗୁ କରିବାକୁ...

୭ ହଜାର ଛାତ୍ରୀଛାତ୍ର କଲେ ମାନବ ତ୍ରିରଙ୍ଗା…

ଚଣ୍ଡିଗଡ଼, ୧୩।୮ : ଦେଶ ସ୍ବାଧୀନତାର ୭୫ ବର୍ଷ ପାଳନ କରୁଛି। ଏନେଇ ଚଣ୍ଡିଗଡ଼ରେ ୭ ହଜାର ଛାତ୍ରୀଛାତ୍ର ଏବ ବିଶାଳ ମାନବ ତ୍ରିରଙ୍ଗା କରି...

ଅଯୋଧ୍ୟା ହେବ ବିଶ୍ୱସ୍ତରୀୟ ସହର

ଅଯୋଧ୍ୟା,୧୦।୨: ଉତ୍ତରପ୍ରଦେଶର ରାମନଗରୀ ଅଯୋଧ୍ୟାକୁ ବିଶ୍ୱସ୍ତରୀୟ ସହର କରାଯିବା ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ ହୋଇଛି। ଏନେଇ କାନାଡ଼ାର...

Advertisement
Archives

Model This Week