ଆଫଗାନ୍‌ ଝିଅଙ୍କ ଚିଠି ଶେୟାର କଲେ

ଲସ୍‌ ଏଞ୍ଜେଲସ୍‌,୨୨।୮: ହଲିଉଡ୍‌ ଅଭିନେତ୍ରୀ ଆଞ୍ଜେଲିନା ଜୋଲି ସୋସିଆଲ ମିଡିଆ ପ୍ଲାଟଫର୍ମ ଇନ୍‌ଷ୍ଟାଗ୍ରାମରେ ଯୋଗଦେଇଛନ୍ତି। ନିଜର ପ୍ରଥମ ପୋଷ୍ଟରେ ସେ କହିଛନ୍ତି, ମୌଳିକ ମାନବାଧିକାର ପାଇଁ ଲଢ଼େଇ କରୁଥିବା ଲୋକଙ୍କ ସ୍ବର ଉଠାଇବା ଲାଗି ଏହାକୁ ସେ ବ୍ୟବହାର କରିବେ, ଯାହାଙ୍କ ମଧ୍ୟରେ ଆଫଗାନିସ୍ତାନରେ ତାଲିବାନ ବର୍ବରତାକୁ ନେଇ ଦେଶ ଛାଡ଼ୁଥିବା ନାଗରିକ ସାମିଲ ଅଛନ୍ତି। ପାଶ୍ଚାତ୍ୟର ୪୬ ବର୍ଷୀୟା ଓସ୍କାର ବିଜେତା ଏହି ଷ୍ଟାର ଉକ୍ତ ପୋଷ୍ଟରେ ଏକ ପତ୍ର ଶେୟାର କରିଛନ୍ତି। ଆଫଗାନିସ୍ତାନର ଜଣେ ଅଚିହ୍ନା ସ୍ବଳ୍ପବୟସ୍କା ଝିଅ ତାଙ୍କୁ ଏହି ଚିଠି ପଠାଇଥିଲେ। ସମ୍ପ୍ରତି ଆଫଗାନିସ୍ତାନରେ ତାଲିବାନ ଆତଙ୍କରେ ଜର୍ଜରିତ ଝିଅ ଜଣକ ଏଥିରେ ତାଙ୍କୁ ସହାୟତା ମାଗିଛନ୍ତି। ସୋସିଆଲ ମିଡିଆ ଉପରେ ତାଲିବାନ କଟକଣା ଜାରି କରିଥିବାରୁ ଲୋକେ ନିଜ ଦୁଃଖ ଦୁର୍ଦ୍ଦଶା ସମ୍ପର୍କରେ କୌଣସି ପ୍ଲାଟ୍‌ଫର୍ମରେ ପୋଷ୍ଟ କରି ବିଶ୍ୱର ଦୃଷ୍ଟି ଆକର୍ଷଣ କରିପାରୁ ନାହାନ୍ତି। ସେମାନେ ନିଜ ଅଭିବ୍ୟକ୍ତିର ପରିପ୍ରକାଶ କରିବା ପାଇଁ ମୁକ୍ତ ନୁହନ୍ତି। ତେଣୁ ଜୋଲି ଇନ୍‌ଷ୍ଟାଗ୍ରାମକୁ ଆସି ପୀଡ଼ିତଙ୍କ କାହାଣୀ ବୟାନ କରିବା ପାଇଁ ନିଷ୍ପତ୍ତି ନେଇଥିବା ଉଲ୍ଲେଖ କରିଛନ୍ତି। ୨୦୦୧ ସେପ୍ଟେମ୍ବର ୧୧ ନ୍ୟୁୟର୍କ ଆତଙ୍କବାଦୀ ଆକ୍ରମଣର ଦୁଇ ସପ୍ତାହ ପୂର୍ବରୁ ଜୋଲି ଆଫଗାନିସ୍ତାନ ସୀମାରେ ଥିବାବେଳର ସ୍ମୃତିକୁ ମନେପକାଇଛନ୍ତି। ସେତେବେଳେ ତାଲିବାନ ଭୟରେ ଦେଶ ଛାଡ଼ିଥିବା ଜଣେ ଆଫଗାନ ଶରଣାର୍ଥୀଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ଆଜି ମଧ୍ୟ ୨୦ ବର୍ଷ ତଳର ସେହି ଆତଙ୍କ ଲୋକଙ୍କ ମନରେ ଲାଗିରହିଥିବା ସେ କହିଛନ୍ତି। ଏହି ଅବସରରେ ଜୋଲି ଆଫଗାନ ଶରଣାର୍ଥୀଙ୍କ ପ୍ରତି କରାଯାଉଥିବା ବ୍ୟବହାରକୁ ନେଇ ବିଶ୍ୱନେତାଙ୍କୁ ସମାଲୋଚନା କରିଛନ୍ତି। କହିଛନ୍ତି, ସ୍କୁଲଗୁଡ଼ିକୁ ତାଲିବାନ କବ୍‌ଜା କରିବା ପରେ ସେଇ ଝିଅ ପାଠପଢ଼ାରୁ ବଞ୍ଚତ୍ତ ହୋଇଛନ୍ତି। ପୂର୍ବରୁ ନିଜ ଅଧିକାର ସୁରକ୍ଷା ପାଇଁ ଆଫଗାନମାନେ ମୁକ୍ତ ଥିଲେ। କିନ୍ତୁ ତାଲିବାନ ବର୍ବରତାରେ ଆତଙ୍କିତ ଦେଶବାସୀଙ୍କ ସ୍ବପ୍ନ ଏବେ ଧୂଳିସାତ୍‌ ହୋଇଯାଇଛି। ଜୋଲିଙ୍କ ଏହି ପ୍ରଥମ ପୋଷ୍ଟକୁ ୧.୩ ନିୟୁତ ଲାଇକ୍‌ ମିଳିଥିବାବେଳେ ଏହି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ତାଙ୍କୁ ୪.୨ ନିୟୁତ ୟୁଜର୍ସ ଫଲୋ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡୋନେସିଆରେ ଜ୍ୱାଳାମୁଖି ଦେଖିବା ଚାଇନା ମହିଳାଙ୍କୁ ପଡିଲା ମହଙ୍ଗା

ଜାକର୍ତ୍ତା,୨୪।୪: ଇଣ୍ଡୋନେସିଆର ଆଗ୍ନେୟଗିରି ଦେଖିବା ଚାଇନାର ଜଣେ ମହିଳାଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଥିଲା ଯେତେବେଳେ ସେ ଜ୍ୱଳନ୍ତ ଆଗ୍ନେୟଗିରି ନିକଟରେ ଫଟୋ ଉଠାଉଥିଲେ। ଏହି...

ପାକିସ୍ତାନ ମାଟିରୁ ଇସ୍ରାଏଲକୁ ଧମକ ଦେଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ୍‌,୨୪।୪: ପାକିସ୍ତାନ ଗସ୍ତରେ ଆସୁଥିବା ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଇସ୍ରାଏଲ ପାଇଁ ଏକ ବଡ଼ ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି ଇସ୍ରାଏଲ କୌଣସି...

ଏସିଆ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ

ଜେନେଭା, ୨୪।୪: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ସାରା ବିଶ୍ୱର ନଜର ରହିଛି। ତେବେ ଗତ କିଛି ବର୍ଷ ଧରି ଏହାର ସର୍ବାଧିକ ପ୍ରଭାବ ବିଭିନ୍ନ...

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ଦୁଇ ବିମାନ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

କ୍ୱାଲାଲାମ୍ପପୁର,୨୩।୪: ମାଲେସିଆରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ...

ଏଲନ ମସ୍କଙ୍କୁ ‘ଅହଂକାରୀ’ କହିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ସିଡନୀ,୨୩।୪: ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ମଙ୍ଗଳବାର ବିଲିୟନେୟାର ବ୍ୟବସାୟୀ ଏଲନ ମସ୍କଙ୍କୁ ‘ଅହଂକାରୀ’ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରକାଶ ଯେ, ଅଷ୍ଟ୍ରେଲିଆର ସିଡନୀରେ ଜଣେ...

ତାଇଓ୍ବାନ୍‌ରେ ବଡ଼ ଧରଣର ଭୂକମ୍ପ: ଭୁଶୁଡ଼ିଲା କୋଠା

ତାଇୱାନ,୨୩।୪: ତାଇୱାନରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ଘଟିଥିବା ଭୂକମ୍ପର ତୀବ୍ରତା ରିକ୍ଟର...

ଇସ୍ରାଏଲ ତିକ୍ତତା ମଧ୍ୟରେ ପାକିସ୍ତାନରେ ପହଞ୍ଚିଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ,୨୨ା୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ କଡ଼ା ସୁରକ୍ଷା ମଧ୍ୟରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ତିନି ଦିନିଆ ସରକାରୀ ଗସ୍ତରେ ସୋମବାର ପହଞ୍ଚିଛନ୍ତି। ଏନେଇ ବୈଦେଶିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri