ତାଲିବାନ୍‌ କବଳରୁ ୧୫୦ ଭାରତୀୟ ମୁକ୍ତ

କାବୁଲ/ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨।୮: ଆମେ କାହାକୁ କିଛି କରିବୁ ନାହିଁ। କେହି ଆତଙ୍କିତ ହେବା ଦରକାର ନାହିଁ ବୋଲି ଡିଣ୍ଡିମ ପିଟୁଥିବା ତାଲିବାନ୍‌ର ବର୍ବର ଚେହେରା ଶନିବାର ଆଫଗାନିସ୍ତାନ ରାଜଧାନୀ କାବୁଲରେ ଦେଖିବାକୁ ମିଳିଛି। ଆଫଗାନିସ୍ତାନରେ ବସବାସ କରୁଥିବା ହିନ୍ଦୁ ଓ ଶିଖ୍‌ ସମୁଦାୟର ପ୍ରାୟ ୧୫୦ ଜଣ ଭାରତ ଆସିବାକୁ କାବୁଲ ବିମାନବନ୍ଦର ଅଭିମୁଖେ ଯାଉଥିବାବେଳେ ତାଲିବାନ୍‌ ଫାଇଟରମାନେ ସେମାନଙ୍କୁ ଅପହରଣ କରି ନେଇଯାଇଥିଲେ। ପରେ ଏୟାରପୋର୍ଟ ନିକଟସ୍ଥ ଏକ ଅଜ୍ଞାତ ସ୍ଥାନରେ ଯାତ୍ରା ସମ୍ପର୍କିତ କାଗଜପତ୍ର ଯାଞ୍ଚ କରି ଆତଙ୍କବାଦୀମାନେ ସେମାନଙ୍କୁ ଛାଡ଼ି ଦେଇଥିଲେ। ତାଲିବାନ୍‌ ସେମାନଙ୍କର କିଛି କ୍ଷତି କରି ନ ଥିଲେ ହେଁ ଏହାକୁ ନେଇ ଭାରତରେ ଚିନ୍ତା ବଢ଼ିଯାଇଛି। କାରଣ ଏବେ ମଧ୍ୟ ପଡ଼ୋଶୀ ଦେଶରେ ଅନେକ ଭାରତୀୟ ଫସିରହିଛନ୍ତି।
ସ୍ଥାନୀୟ ଗଣମାଧ୍ୟମ କାବୁଲ ନ୍ୟୁଜ୍‌ ପୋର୍ଟାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ତାଲିବାନ୍‌ ଏହି ଭାରତୀୟମାନଙ୍କୁ ଅପହରଣ କରିନେଇଥିଲା। ସେମାନଙ୍କୁ ବିଭିନ୍ନ ପ୍ରଶ୍ନ କରିଥିଲା। ସାମ୍ପ୍ରତିକ ସ୍ଥିତିରେ ଏଭଳି ଆଚରଣ ଅସ୍ବାଭାବିକ ନୁହେଁ। ତେବେ ଅପହରଣ ଅଭିଯୋଗକୁ ଗୁଜବ କହି ତାଲିବାନ ଖଣ୍ଡନ କରିଛି। ଅନ୍ୟ ଏକ ଗଣମାଧ୍ୟମ ସଂସ୍ଥା ଏଇତଲାଲାତ୍ରୋଜ୍‌କୁ ସାକ୍ଷାତ୍‌କାର ଦେଇ ତାଲିବାନ୍‌ ମୁଖପାତ୍ର ଅହମଦୁଲ୍ଲା ଓ୍ବସେକ୍‌ କହିଛନ୍ତି, ଅପହରଣ ଖବର ସମ୍ପୂର୍ଣ୍ଣ ମିଥ୍ୟା। ଆମେ କାହାକୁ ଅପହରଣ କରିନାହୁଁ। ବିମାନବନ୍ଦରରେ ପହଞ୍ଚତ୍ବା ପାଇଁ ବିଦେଶୀ ନାଗରିକଙ୍କୁ ସୁରକ୍ଷା ଦେଉଛୁ। ସମସ୍ତ ବିଦେଶୀ କିପରି ନିଜ ନିଜ ଦେଶକୁ ସୁରକ୍ଷିତ ଭାବେ ଫେରିପାରିବେ ଆମେ ତାହା ସୁନିଶ୍ଚିତ କରୁଛୁ। ଏହି କ୍ରମରେ ୧୫୦ ଭାରତୀୟଙ୍କୁ ଏସ୍‌କର୍ଟ ଦେଇ ବିମାନବନ୍ଦରରେ ପହଞ୍ଚାଇଥିଲୁ। ଇତିମଧ୍ୟରେ ପ୍ରାୟ ୮୦ ଭାରତୀୟ କାବୁଲ ଛାଡ଼ି ଭାରତୀୟ ବାୟୁସେନାର ଏକ ସ୍ବତନ୍ତ୍ର ଏୟାରକ୍ରାଫ୍ଟରେ ସ୍ବଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଉକ୍ତ ବିମାନ ତାଜିକିସ୍ତାନର ଦୁଶନବେ ଦେଇ ଦିଲ୍ଲୀ ନିକଟସ୍ଥ ହିଣ୍ଡୋନ ଏୟାରବେସ୍‌ରେ ଶନିବାର ସନ୍ଧ୍ୟାରେ ଅବତରଣ କରିଛି। ଅଗଷ୍ଟ ୧୫ରେ ତାଲିବାନ କାବୁଲ ଦଖଲ କରିବା ପରଠାରୁ ଭାରତ ପକ୍ଷରୁ ଅଦ୍ୟାବଧି ମୋଟ ୨୦୦ ଜଣଙ୍କୁ ଦୁଇଟି ସି-୧୭ ବିମାନରେ ଦେଶକୁ ଫେରାଇ ଅଣାଯାଇଛି। ସେମାନଙ୍କ ମଧ୍ୟରେ କାବୁଲସ୍ଥିତ ଭାରତୀୟ ଦୂତାବାସ ଓ ଅନ୍ୟ ଅଧିକାରୀମାନେ ଅଛନ୍ତି। ସୋମବାର ୪୦ ଓ ମଙ୍ଗଳବାର ୧୫୦ ଜଣ ଭାରତୀୟ ଫେରିଥିଲେ। ପ୍ରକାଶ ଯେ, କାବୁଲ ଏୟାରପୋର୍ଟରେ ୫,୦୦୦ ଆମେରିକୀୟ ସୈନ୍ୟ ମୁତୟନ ଅଛନ୍ତି। ସେମାନେ ବିଭିନ୍ନ ଦେଶର ନାଗରିକଙ୍କୁ ଏୟାରଲିଫ୍ଟ କରି ପଠାଉଛନ୍ତି। ଏସବୁ ଭିତରେ ଗୁଳିମାଡ଼ ଓ ଦଳାଚକଟାରେ ୧୨ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ସିଇସି ଜ୍ଞାନେଶ ହଟାଅ ଦାବିରେ ସିଜେପିର ବିକ୍ଷୋଭ: ଦିଲ୍ଲୀରେ ୭ ହଜାରରୁ ଊର୍ଦ୍ଧ୍ୱ ଅଟକ

ନୂଆଦିଲ୍ଲୀ, ୧୧ା୧୦ (ପି.ଟି.): ମୁମ୍ୱାଇରୁ ବିମାନ ଯୋଗେ ଦିଲ୍ଲୀ ପହଞ୍ଚିବା ପରେ ସିଜେପି ପ୍ରତିଷ୍ଠାତା ଅଭିଜିତ୍‌ ଦୀପ୍‌କେ, ପ୍ରବକ୍ତା ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କୁ ଇନ୍ଦିରା…

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମହମ୍ମଦ ସାମି ଦେଲେ ଏମିତି ବୟାନ ସମସସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ, ମହମ୍ମଦ ସାମି…

CJP ବିକ୍ଷୋଭ ମଧ୍ୟରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ, ଭାଜପା କହିଲା…

ନୂଆଦିଲ୍ଲୀ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଏକ ବିକ୍ଷୋଭ ସମୟରେ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ଏବଂ ପି. ବିଜୟନଙ୍କ ସମେତ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?