ସହରରେ ବୁଲିଛନ୍ତି ଆକ୍ରାନ୍ତ ବ୍ୟାଙ୍କ କର୍ମଚାରୀ

ଢେଙ୍କାନାଳ ଅଫିସ,୨୯।୬:  କରୋନାରେ ଆକ୍ରାନ୍ତ ଜଣେ ବ୍ୟାଙ୍କ କର୍ମଚାରୀ ଗତ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଢେଙ୍କାନାଳ ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରିଥିବା ରବିବାର ଜଣାପଡିଛି। ଏହାକୁ ନେଇ ସହରବାସୀ ଆଶଙ୍କାରେ ଥିବାବେଳେ ଜିଲା ପ୍ରଶାସନ, ପୌରସଂସ୍ଥା ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି। ଏଥିସହ ସହରର ବିଭିନ୍ନ ସ୍ଥାନରେ ସାନିଟାଇଜେଶନ ଜାରି ରହିଛି।
ଘଟଣାରୁ ଜଣାପଡିଛି, ସହରସ୍ଥିତ ବାଜିଚୌକ ଅଞ୍ଚଳର ସମ୍ପୃକ୍ତ ବ୍ୟକ୍ତି କଟକ ଜିଲାର ଏକ ବ୍ୟାଙ୍କରେ କାର୍ଯ୍ୟ କରନ୍ତି। ଦେହ ଖରାପ ହେବାରୁ ଗତ ୨୬ ତାରିଖରେ ତାଙ୍କର କଟକରେ ସ୍ବାବ୍‌ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ଏହାପରେ ସେ ଢେଙ୍କାନାଳ ପଳାଇ ଆସିଥିଲେ। ଦୁଇଦିନ ଧରି ଢେଙ୍କାନାଳ ସହରର ଭାଗିରଥୀ ବିହାର, କୁଞ୍ଜକାନ୍ତ, ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କ କ୍ଲିନିକ୍‌, ବିଭିନ୍ନ ଔଷଧ ଦୋକାନ ଏବଂ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। ରବିବାର ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ପୌରସଂସ୍ଥା ପକ୍ଷରୁ ଭାଗୀରଥି ବିହାର ଅଞ୍ଚଳ ଓ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଗ୍ନିଶମ ସେବାସଂସ୍ଥା ଦ୍ୱାରା ବିଶୋଧନ କରାଯାଇଛି। ଆକ୍ରାନ୍ତଙ୍କ ପରିବାର ସଦସ୍ୟ ଓ ମିଳାମିଶା କରିଥିବା କେତେଜଣ ବ୍ୟକ୍ତିଙ୍କୁ ପୌରସଂସ୍ଥା କ୍ୱାରାଣ୍ଟାଇନରେ ରଖାଯାଇଛି। ଏଥିସହ ସେ ଯାଇଥିବା ଘରୋଇ କ୍ଲିନିକ ଓ ପାଥୋଲାବକୁ ସାନିଟାଇଜେଶନ ପରେ ବନ୍ଦ କରିଦିଆଯାଇଛି। ଏ ସଂକ୍ରାନ୍ତରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଜାତା ମିଶ୍ର କହିଛନ୍ତି, ଆକ୍ରାନ୍ତ ଜଣକ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ରବିବାର ସକାଳେ ଆସିଥିବାରୁ ଡାକ୍ତରଖାନା ସାନିଟାଇଜ କରାଯାଇଛି। ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିବା ଡାକ୍ତର, ଟେକ୍ନିସିଆନ ଓ କର୍ମଚାରୀଙ୍କୁ କ୍ୱାରାଣ୍ଟାଇନକୁ ନିଆଯାଇଛି। ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ କଟକ ପଠାଯିବ। ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ କହିଛନ୍ତି, ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। କେତେକ ଅଞ୍ଚଳକୁ ବିଶୋଧନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ

ରାଉରକେଲା,୧୫ା୧: ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଶ୍ରୀୟା ମେଟାଲିକ ଏଣ୍ଡ କେମିକାଲ ଫ୍ୟାକ୍ଟ୍ରିରେ ଶୁକ୍ରବାର ରାତିରେ ନିଆଁ ଲାଗିଯାଇଥିଲା। ଏହା ଦେଖି ସ୍ଥାନୀୟ କର୍ମଚାରୀ ସେଠାରୁ ଦୌଡ଼ି...

ରାଶନରେ ଅନିୟମିତତା ଅଭିଯୋଗ

ବଇଣ୍ଡା,୨୯।୩(ଡି.ଏନ.ଏ.) ରାଶନ ଚାଉଳ ଓଜନରେ ଅନିୟମିତତା କରାଯାଉଥିବା ନେଇ ଆଠମଲ୍ଲିକ ବ୍ଲକ କୃତ୍ତିବାସପୁର ପଞ୍ଚାୟତ ତିଳେଶ୍ୱର ଗ୍ରାମର କେତେଜଣ ହିତାଧିକାରୀ ସୋମବାର ଜିଲାପାଳଙ୍କ ନିକଟରେ ଅଭିଯୋଗ...

୭ଦିନ ପାଇଁ ସିଲ୍‌ ହେଲା ୭ଦୋକାନ

ପଦ୍ମପୁର,୨୦।୫(ଡି.ଏନ୍‌.ଏ): କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ୩ଟି ଗାଁର ୭ଟି ଦୋକାନକୁ ସିଲ୍‌ କରାଯାଇଛି। ବେତଡା ବଜାରର ନଛିପୁରରେ ଥିବା...

ସରକାରୀ ସାହାଯ୍‌ରୁ ବଁଚିତ୍‌ ଦିବ୍ୟାଙ୍ଗ ଭାଇବହେନ୍‌

କୋକସରା, ୨୨।୬, (ଡି.ଏନ.ଏ): କେନ୍ଦ୍ର ଆର ରାଏଜ୍‌ ସରକାର ଦିବ୍ୟାଙ୍ଗମାନକର ସୁବିଧା ଆର ତାହାକୁ ସମାଜର ମୁଖିଆ ଧାରରେ ସାମିଲ କରବାର ଲାଗି ଅନେକ ଯୋଜନା...

ବିଦାୟ ନେଲେ ଦୁର୍ଗତିନାଶିନୀ

ଢେଙ୍କାନାଳ ଅଫିସ, ୧୦।୧୦ – ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ସିମିନଈ ଅଞ୍ଚଳରେ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ଶାରଦୀୟ ଦୁର୍ଗାପୂଜା। ମିଳିତ ଭସାଣି ଶୋଭାଯାତ୍ରାରେ...

ମାକ୍ସ ନ ପିନ୍ଧିବାରୁ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଉଠବସ କରାଇଲେ ତହସିଲଦାର: ଭିଡିଓ ଭାଇରାଲ

ଗଞ୍ଜାମ,୧୫।୭(ଡି.ଏନ୍‌.ଏ.): ହରଡ଼ଘଣାରେ ଗଞ୍ଜାମ ତହସିଲଦାର। ତହସିଲଦାରଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ସେ ଏବେ ବିବାଦ ଘେରକୁ ଆସିଛନ୍ତି। ଗଞ୍ଜାମ...

ଠାକୁରାଣୀ ଯାତ୍ରାଦାଣ୍ଡକୁ ଆକର୍ଷିତ କଲା ସମୂହ ଲଣ୍ଡାବେଶ

ବ୍ରହ୍ମପୁର ଅଫିସ,୨୬ା୪- ରେଶମ ନଗରୀ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ଚଳିତ ବର୍ଷ ଯାତ୍ରାର ଗୁରୁବାର ୨୭ ଦିନ ପୂରିଛି। ସନ୍ଧ୍ୟାରେ ବାହାରିଥିବା ବିଜିପୁର...

ଦିଆସିଲି ଓ ଆଇସ୍‌କ୍ରିମ କାଠିରେ ଗଜାନନ

ବ୍ରହ୍ମପୁର ଅଫିସ୍‌,୩୧।୮: ପବିତ୍ର ଗଣେଶ ପୂଜା ଉପଲକ୍ଷେ ବାଲୁକାଶିଳ୍ପୀ ସତ୍ୟ ନାରାୟଣ ମହାରଣା ଆଇସକ୍ରିିମ କାଠି, ଦିଆସିଲି ଓ ଚୁମ୍‌କିରେ ୭ଟି କ୍ଷୂଦ୍ରତମ ଗଣେଶ ମୂର୍ତ୍ତି...

Advertisement
Archives

Model This Week