Posted inଜାତୀୟ

୧୧ ଚାଇନା ମୋବାଇଲ ବ୍ରାଣ୍ଡ ନେଇ ସେନାକୁ ସତର୍କ ସୂଚନା ଜାରି, ଯବାନଙ୍କୁ ଫୋନ ବଦଳାଇବାକୁ ପରାମର୍ଶ…

ନୂଆଦିଲ୍ଲୀ,୮।୩ : ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲଏସି)ରେ ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ସାମରିକ ଗୁପ୍ତଚର ସଂସ୍ଥା ଭାରତୀୟ ସୈନ୍ୟ ବ୍ୟବହାର କରୁଥିବା ଚାଇନାର ମୋବାଇଲ ଫୋନ ବ୍ୟବହାର ବିରୁଦ୍ଧରେ ଏକ ସତର୍କ ସୂଚନା ଜାରି କରିଛି। ଏହି ଅଞ୍ଚଳରେ ନିୟୋଜିତ ଯବାନମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ଏବଂ ନିଜ ଫୋନକୁ ବଦଳାଇ ଅନ୍ୟ କମ୍ପାନୀର ଫୋନ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।

ରିପୋର୍ଟ ଅନୁଯାୟୀ, ଜାରି ତାଲିକାରେ ଭାରତୀୟ ବଜାରରେ ମିଳୁ ଥିବା ୧୧ ଜଣାଶୁଣା ଚାଇନିଜ ମୋବାଇଲ ବ୍ରାଣ୍ଡ ରହିଛି। ଯେଉଁଥିରେ ୱାନପ୍ଲସ, ଓପୋ ଏବଂ ରିଅଲମି ମୋବାଇଲ ବ୍ରାଣ୍ଡ ଅଛି। ସାମରିକ ବ୍ୟକ୍ତି ଏବଂ ପରିବାର’ ଭାରତକୁ ଶତ୍ରୁ ଭଳି ମନୋଭାବ ରଖୁଥିବା ଦେଶରେ ତିଆରି ମୋବାଇଲ ଫୋନ କିଣିବା କିମ୍ବା ବ୍ୟବହାର ନ କରିବାକୁ କୁହାଯାଇଛି।

ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ଏହା ପ୍ରଥମ ଥର ନୁହେଁ ଯେ ଏଭଳି ସୂଚନା ଜାରି କରାଯାଇଛି। କିନ୍ତୁ ଏହାର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ପ୍ରଚାର କରାଯାଇ ନାହିଁ। ବାର୍ତ୍ତା ସର୍ବଦା ସ୍ପଷ୍ଟ। ଚାଇନାର ଉଦ୍ଦେଶ୍ୟ ଏବଂ ସେହି ଦେଶରେ ତିଆରି ମୋବାଇଲ ଫୋନ ବ୍ୟବହାର ଦ୍ୱାରା ଜଡିତ ବିପଦ ସମ୍ପର୍କରେ ସମସ୍ତେ ଜାଣନ୍ତି।

ଚାଇନାର ମୋବାଇଲ ଆପ ଏବଂ ଫୋନ ବ୍ୟବହାର ସହ ଜଡିତ ଡାଟା ଉଲ୍ଲଂଘନ ଏବଂ ବିପଦ ପ୍ରସଙ୍ଗ ପ୍ରଥମେ ୨୦୨୦ରେ ସାମ୍ନାକୁ ଆସିଥିଲା। ଗଲଓ୍ବାନ ଘାଟିର ସଂଘର୍ଷ ପରେ ଭାରତ ସରକାର ଅନେକ ଚାଇନିଜ ମୋବାଇଲ ଆପ ଉପରେ ପ୍ରତିବନ୍ଧକ ଲଗାଇଥିଲେ, କିନ୍ତୁ ବିପଦ କେବଳ ଆପ୍ସରେ ସୀମିତ ନୁହେଁ। ଅନେକ ବିଶେଷଜ୍ଞ ଏହି ଫୋନ ସହିତ ଜଡିତ ବିପଦକୁ ମଧ୍ୟ ସୂଚାଇ ଦେଇଛନ୍ତି, ଯାହା ଗୁପ୍ତଚର କିମ୍ବା ସମ୍ବେଦନଶୀଳ ତଥ୍ୟ ସଂଗ୍ରହରେ ବ୍ୟବହାର କରାଯାଇପାରିବ ।

ଅଧିକାରୀମାନେ କହିଛନ୍ତି ଚାଇନା ଭଳି ଦେଶକୁ ବିଶ୍ୱାସ କରିବା ଉଚିତ ନୁହେଁ। ଯାହାର ବିସ୍ତାରର ଏକ ଉଚ୍ଚାଭିଳାଷୀ ଯୋଜନା ଅଛି ଏବଂ ଗତ କିଛି ବର୍ଷ ମଧ୍ୟରେ ଏଲଏସିରେ ସ୍ଥିତି ପରିବର୍ତ୍ତନ କରିବାକୁ ଚେଷ୍ଟା କରାଯାଇଛି। ଏହି ଡିଭାଇସ ଗୁଡିକ ଆମର ସୈନିକ ଏବଂ ନିୟୋଜନ ସ୍ଥାନ ଚିହ୍ନଟ କରିପାରିବ । ତେଣୁ ଏଜେନ୍ସିଗୁଡିକ ସତର୍କ ସୂଚନା ଜାରି କରିଛନ୍ତି। ଅତୀତରେ ଆମେ ମଧ୍ୟ ଅନେକ ପଦକ୍ଷେପ ନେଇଛୁ। ପ୍ରତିରକ୍ଷା ଏଜେନ୍ସିମାନେ ପରାମର୍ଶ ଦେଇଛନ୍ତି ଯେ ସମସ୍ତ ୟୁନିଟ ଅନ୍ୟ ଫୋନକୁ ବଦଳାନ୍ତୁ । ୩୦ ମାର୍ଚ୍ଚ ୨୦୨୩ ସୁଦ୍ଧା ସମାପ୍ତି ରିପୋର୍ଟରେ ଅନ୍ତର୍ଭୁକ୍ତ ମୋବାଇଲ ଫୋନ ବଦଳରେ ଅନ୍ୟ କମ୍ପାନୀର ମୋବାଇଲ ଫୋନ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି – କହିଲେ ‘ଦେଶକୁ ଏକ ନୂତନ ଦିଗଦର୍ଶନ ଦେଇଥିଲେ’

ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri