ଇମ୍ରାନ-ଫୱାଦଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି କଲେ ନିର୍ବାଚନ କମିଶନ…

ଇସଲାମାବାଦ,୮।୩ : ତୋସଖାନା ମାମଲାରେ ଅଡୂଆରେ ପଡିଥିବା ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳର ମୁଖ୍ୟ ଇମ୍ରାନ ଖାନଙ୍କ ଅସୁବିଧା କମିବାର ନା ନେଉନାହଁି। ଏପରିସ୍ଥଳେ ନିର୍ବାଚନ ଆୟୋଗ (ଇସିପି) ବୁଧବାର ଇମ୍ରାନ ତଥା ତାଙ୍କ ଦଳର ନେତା ଫୱାଦ ଚୌଧୁରୀଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି କରିଛନ୍ତି। ଇସିପି ମୁଖ୍ୟ ନିର୍ବାଚନ କମିଶନର ସିକନ୍ଦର ସୁଲତାନ ରାଜାଙ୍କ ବିରୋଧରେ ଅବମାନନା ମନ୍ତବ୍ୟ ସମ୍ପର୍କରେ ଏକ ମାମଲା ଜାରି କରାଯାଇଛି।

ଖବର ଅନୁଯାୟୀ, ଇସିପି ସଦସ୍ୟ ନିସର ଅହମ୍ମଦ ଦୁରାନୀ, ଶାହା ମହମ୍ମଦ ଜାଟୋଇ, ବାବର ହାସନ ଭରୱାନା ଏବଂ ଜଷ୍ଟିସ (ଅବସରପ୍ରାପ୍ତ) ଇକ୍ରାମ ଉଲ୍ଲା ଖାନଙ୍କୁ ନେଇ ଏକ ଚାରିଜଣିଆ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ନେତା ଏହି ମାମଲାର ଶୁଣାଣିରେ ହାଜର ହୋଇନାହାଁନ୍ତି ବୋଲି କହିଛନ୍ତି ଇସିପି। ଫଳସୱରୂପ, ସେମାନଙ୍କ ବିରୋଧରେ ୫୦ ହଜାର ଟଙ୍କା ଟଙ୍କା ଜାମିନ ଓ୍ବାରେଣ୍ଟ ଜାରି କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ବାକି ନାହିଁ।

ଏହି ରାୟରେ ଇସିପି କହିଛନ୍ତି ଯେ ଇସଲାମାବାଦ ପୋଲିସର ଇନ୍ସପେକ୍ଟର ଜେନେରାଲଙ୍କ ଦ୍ୱାରା ଓ୍ବାରେଣ୍ଟ ଜାରି କରାଯିବ। ଇନ୍ସପେକ୍ଟର ଜେନେରାଲ ପୋଲିସ କାର୍ଯ୍ୟାଳୟ ଇସଲାମାବାଦ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ମାର୍ଚ୍ଚ ୧୪ରେ ତାଲିକାଭୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଓ ନ୍ୟୁଜ ରିପୋର୍ଟ କରିଛି ଯେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ବରିଷ୍ଠ ପିଟିଆଇ ନେତା ଫୱାଦ ଚୌଧୁରୀଙ୍କ ପାଇଁ ଦିଆଯାଇଥିବା ପୃଥକ ନିର୍ଦ୍ଦେଶରେ ଇସିପି କହିଛନ୍ତି ଯେ ଉତ୍ତରଦାତାଙ୍କୁ ଅନେକ ଥର ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଅଭିଯୁକ୍ତମାନେ କୋର୍ଟରେ ହାଜର ହେବାରେ ବିଫଳ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏକ୍ସ ଆକାଉଣ୍ଟ ପାଇଁ ଦେବାକୁ ପଡିବ ଅର୍ଥ!

ଓ୍ବାଶିଂଟନ,୧୬।୪: ଏଲନ ମସ୍କ ଟୁଇଟର ଟେକ ଓଭର କରିବାପରେ ଏହି ପ୍ଲାଟଫର୍ମରେ ଅନେକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ମସ୍କ ଏହାର ନାମ ବଦଳାଥିଲେ। ବର୍ତ୍ତମାନ...

ଅକ୍ଷୟ ପାତ୍ର ଫାଉଣ୍ଡେଶନର ଦାବି, ୨୦୪୭ ପୂର୍ବରୁ ଭାରତ ହେବ କ୍ଷୁଧା ମୁକ୍ତ

ଓ୍ବାଶିଂଟନ,୧୬।୪: ଅକ୍ଷୟ ପାତ୍ର ଫାଉଣ୍ଡେସନର ସହ-ପ୍ରତିଷ୍ଠାତା ଚଞ୍ଚଲପତି ଦାସ ଦାବି କରିଛନ୍ତି ଯେ ୨୦୪୭ ପୂର୍ବରୁ ଭାରତ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ହୋଇଥିଲେ ମଧ୍ୟ...

ଏବେ ହେବ ମହାସଂଗ୍ରାମ! ଇରାନକୁ ମିଳିବ କଡା ଜବାବ…ଆକ୍ସନ ମୋଡରେ ନେତାନ୍ୟାହୁ

ଜେରୁଜେଲମ,୧୬।୪: ଇରାନ ଆକ୍ରମଣ ପରେ ଇସ୍ରାଏଲ ଏହାର ପ୍ରତିଶୋଧ ନେବାକୁ ଚିନ୍ତା କରିଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କଠାରୁ ଆରମ୍ଭ କରି ଇସ୍ରାଏଲ ସେନା ପର୍ଯ୍ୟନ୍ତ ଇରାନର...

ଆଫଗାନିସ୍ତାନରେ ବନ୍ୟା, ୩୩ ମୃତ

କାବୁଲ, ୧୬।୪: ଆଫଗାନିସ୍ତାନରେ ଗତ ୩ ଦିନ ଧରି ଲଗାଣ ବର୍ଷା ଯୋଗୁ ବନ୍ୟା ବିଭୀଷିକା ଘଟି ୩୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ବନ୍ୟାରେ ୨୭...

ଇରାନ୍‌ର ୮୦ ୟୁଏଭିକୁ ଧ୍ୱଂସ କରିଛି ଆମେରିକା

ଓ୍ବାଶିଂଟନ,୧୬ା୪ (ପି.ଟି.): ଇସ୍ର୍ରାଏଲ ଉପରେ ଆକ୍ରମଣ ବେଳେ ଇରାନ ଛାଡ଼ିଥିବା ୮୦ରୁ ଊର୍ଦ୍ଧ୍ୱ ୟୁଏଭି ଏବଂ ଅନୂ୍ୟନ ୬ଟି ବାଲିଷ୍ଟିକ୍‌ ମିଶାଇଲ୍‌କୁ ଆମେରିକା ଧ୍ୱଂସ କରିଦେଇଥିବା ପେଣ୍ଟାଗନ...

ପଦ ଛାଡିବେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ

ସିଙ୍ଗାପୁର,୧୫।୪: ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିନ ଲୁଙ୍ଗ ସୋମବାର କହିଛନ୍ତି ଯେ ସେ ଆସନ୍ତା ୧୫ମେ’ ରେ ନିଜ ପଦରୁ ଇସ୍ତଫା ଦେବେ। ପରବର୍ତ୍ତୀ ପ୍ରଧାନମନ୍ତ୍ରୀ...

ଓମାନରେ ପ୍ରଳୟଙ୍କରୀ ବନ୍ୟା, ଏବେ ପର୍ଯ୍ୟନ୍ତ ୧୩ ମୃତ

ମସ୍କଟ,୧୫।୪: ପ୍ରକୃତି ବର୍ତ୍ତମାନ ମଧ୍ୟ ପୂର୍ବର ଓମାନ ସହରରେ ତାଣ୍ଡବ ସୃଷ୍ଟି କରୁଛି। ସୋମବାର ପ୍ରବଳ ବର୍ଷା ଯୋଗୁଁ ସେଠାରେ ୧୩ ଜଣଙ୍କର ମୃତ୍ୟୁ ହେଲାଣି।...

ଏହି ୫ ସୁରକ୍ଷା କବଚ ସହାୟତାରେ ଇରାନକୁ ପାଣି ପିଆଇଲା ଇସ୍ରାଏଲ

ଜେରୁଜେଲମ୍‌,୧୫ା୪:୬ ମାସ ଧରି ଲାଗି ରହିଥିବା ହମାସ୍‌ ବିରୋଧୀ ଯୁଦ୍ଧ ବେଳେ ଇସ୍ରାଏଲ୍‌ର ଏୟାର ଡିଫେନ୍ସ ସିଷ୍ଟମ୍‌ ରକେଟ, ଡ୍ରୋନ୍‌ ଓ ମିଶାଇଲ୍‌ ଆକ୍ରମଣକୁ ପ୍ରତିହତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri