ନେହାଙ୍କ ପରେ ଆଦିତ୍ୟ କଲେ ବିବାହ ଘୋଷଣା

ନିକଟରେ ବଲିଉଡର ଗାୟିକା ତଥା ଇଣ୍ଡିଆନ ଆଇଡଲ ଜଜ ନେହା କକ୍କରଙ୍କ ବିବାହ ରୋହନପ୍ରୀତ ସିଂଙ୍କ ହେବ ବୋଲି ଚର୍ଚ୍ଚା ଚାଲିଛି। ଏବେ ଇଣ୍ଡିଆନ ଆଇଡଲ ହୋଷ୍ଟ ଆଦିତ୍ୟ ନାରାୟଣ ମଧ୍ୟ ତାଙ୍କ ବିବାହ ସମ୍ପର୍କରେ ଘୋଷଣା କରିଛନ୍ତି। ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ଶ୍ୱେତା ଅଗ୍ରୱାଲଙ୍କୁ ବିବାହ ହେବ ବୋଲି ଆଦିତ୍ୟ କହିଛନ୍ତି। ଆଦିତ୍ୟ ନାରାୟଣଙ୍କ ଅନୁଯାୟୀ, ଚଳିତବର୍ଷ ଶେଷ ସୁଦ୍ଧା ସେ ଶ୍ୱେତାଙ୍କୁ ବିବାହ କରିବାକୁ ଯାଉଛନ୍ତି। ୨୦୧୦ରେ ଶାପିତ୍‌ ଶୁଟିଂ ସମୟରେ ଆଦିତ୍ୟ ଶ୍ୱେତାଙ୍କୁ ଭେଟିଥିଲେ ଏବଂ ସେବେଠାରୁ ଦୁହେଁ ପରସ୍ପରକୁ ଡେଟ୍‌ କରିଆସୁଥିଲେ। ମୁଁ ଆରମ୍ଭରୁ ଶ୍ୱେତାଙ୍କୁ ମନ ଦେଇ ବସିଥିଲି। ସେତେବେଳେ ଆମେ ଦୁହେଁ ଛୋଟ ଥିଲୁ। ତେଣୁ କ୍ୟାରିୟର ଉପରେ ଧ୍ୟାନ ହେବାକୁ ଚାହୁଁଥିଲୁ। ଏହି କାରଣରୁ ପରସ୍ପର ବନ୍ଧୁ ଭାବରେ ରହିବାକୁ ନିଷ୍ପତ୍ତି ନେଇଥିଲୁ ବୋଲି ଆଦିତ୍ୟ ଏକ ସାକ୍ଷାତକାରରେ କହିଛନ୍ତି।
ଏକଦା ଇଣ୍ଡିଆନ୍‌ ଆଇଡଲ୍‌ କାର୍ଯ୍ୟକ୍ରମରେ ନେହା ଏବଂ ଆଦିତ୍ୟଙ୍କ ପ୍ରେମ ସମ୍ପର୍କକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା। ଆଦିତ୍ୟ ଖୋଲାଖୋଲି ଭାବରେ ନେହାଙ୍କୁ ପ୍ରେମ ନିବେଦନ କରିଥିଲେ। ଆଦିତ୍ୟଙ୍କ ପିତା ତଥା ପ୍ରସିଦ୍ଧ ଗାୟକ ଉଦିତ ନାରାୟଣ ମଧ୍ୟ ଏହି ସମ୍ପର୍କକୁ ସ୍ବୀକୃତି ଦେଇଥିଲେ। କିନ୍ତୁ କିଛିଦିନ ପରେ ଉଭୟ ଅଲଗା ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ଗର୍ଭବତୀ ଥାଇ ବି ଆକ୍ସନ ସିନ୍‌ କରୁଛନ୍ତି ଦୀପିକା!

ମୁମ୍ବାଇ: ବଲିଉଡର ‘ମସ୍ତାନୀ’ ଅର୍ଥାତ୍‌ ଦୀପିକା ପାଦୁକୋନ ୨୦୨୪ ସେପ୍ଟେମ୍ବରରେ ମା’ ହେବାକୁ ଯାଉଛନ୍ତି। ଏହି ମୁହୂର୍ତ୍ତକୁ ଅନୁଭବ କରିବାକୁ ଉଭୟ ଅଭିନେତା ରଣବୀର ସିଂ...

କ୍ରିମନାଲ ଲୟର ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଷ୍ଟାର କିଡଙ୍କ କଥା ଯଦି ଆଲୋଚନାକୁ ନିଆଯାଏ, ତେବେ କୁହାଯାଏ ଯେ ଏମାନେ ପ୍ୟାରେଣ୍ଟସଙ୍କ ପଥ ଅନୁସରଣ କରି ମନୋରଞ୍ଜନ ଦୁନିଆରେ ନିଜର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri