ଅଭିନେତ୍ରୀ ଦିବ୍ୟା ଚୌକସେଙ୍କ ପରଲୋକ

ମୁମ୍ବାଇ, ୧୨।୭- ଟେଲିଭିଜନ ଜଗତର ଜଣାଶୁଣା ଅଭିନେତ୍ରୀ ତଥା ମଡେଲ ଦିୟା ଚୌକସେଙ୍କ ରବିବାର ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି କ୍ୟାନସର ସହ ସଂଘର୍ଷ କରୁଥିଲେ। ଦିବ୍ୟାଙ୍କ ପରଲୋକ ଖବର ତାଙ୍କ ସମ୍ପର୍କୀୟ ଭଉଣୀ ସୌମ୍ୟା ଅମିଷା ବର୍ମା ଫେସ୍‌ବୁକ୍‌ ମାଧ୍ୟମରେ ଜଣାଇଛନ୍ତି। ସୌମ୍ୟା ଫେସ୍‌ବୁକରେ ଉଲ୍ଲେଖ କରିଛନ୍ତି ଯେ, ‘ମୁଁ ବହୁତ ଦୁଃଖିତ ଯେ ମୋର ବାନ୍ଧବୀ ଦିବ୍ୟାଙ୍କର ବହୁତ କମ୍‌ ବୟସରେ କ୍ୟାନସର ଯୋଗୁ ଦେହାନ୍ତ ହୋଇଛି। ସେ ଲଣ୍ଡନରେ ଅଭିନୟ ପାଠ୍ୟକ୍ରମ କରିଥିଲେ। ଏହାପରେ ସେ କେତେକ ଫିଲ୍ମ ଓ ସିରିୟଲରେ ଅଭିନୟ କରିଥିଲେ। ସେ ମଧ୍ୟ ଜଣେ ଗାୟିକା ଭାବେ ଖ୍ୟାତି ଅର୍ଜନ କରିଥିଲେ। ଆଜି ସେ ଆମକୁ ଛାଡ଼ି ଚାଲିଗଲେ। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ।’ ଏଥିପୂର୍ବରୁ ଶନିବାର ଦିବ୍ୟା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଅନ୍ତିମ ମେସେଜ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ଲେଖିଥିଲେ, ‘ମୁଁ ଯାହା ଜଣାଇବାକୁ ଚାହୁଁଛି ତାହା ଶବ୍ଦରେ ଯଥେଷ୍ଟ ହେବ ନାହିଁ। ଏହା ମାସେ ହେବ ବିତିସାରିଛି। କିନ୍ତୁ ଏହା ଏମିତି ଏକ ସମୟ ଯାହା ଆପଣମାନଙ୍କୁ ଜଣାଇ ଦେବାକୁ ଚାହୁଁଛି କି ମୁଁ ମୃତ୍ୟୁ ଶର୍ଯ୍ୟା ଉପରେ ଶୋଇଛି। କ’ଣ ଘଟିପାରେ, କିନ୍ତୁ ମୁଁ ବହୁତ ଦୃଢ଼ ରହିଛି। ଯନ୍ତ୍ରଣା ବିନା ଆଉ ଏକ ଜୀବନ ରହିଛି। ବର୍ତ୍ତମାନ କୌଣସି ପ୍ରଶ୍ନ ନାହିଁ। ତୁମେମାନେ ମୋ ଲାଗି କେତେ ମୂଲ୍ୟବାନ କେବଳ ଭଗବାନ ହିଁ ଜାଣନ୍ତି।’
୨୦୧୧ ମିସ୍‌ ୟୁନିଭର୍ସିଟି ଯୋତିଯୋଗୀ ରହିଥିଲେ। ୨୦୧୬ରେ ଦିବ୍ୟା ବଲିଉଡ୍‌ରେ ପ୍ରବେଶ କରିଥିଲେ। ତାଙ୍କର ପ୍ରଥମ ଫିଲ୍ମ ‘ହେ ଅପ୍‌ନା ଦିଲ୍‌ ତୋ ଆଓ୍ବାରା’ ରହିଥିଲା। ଏଥିସହ ସେ ବହୁତ ବିଜ୍ଞାପନରେ ମଧ୍ୟ ନଜର ଆସିଛନ୍ତି। ସେହିଭଳି ୨୦୧୮ରେ ସେ ‘ପଟିଆଲେ ଡି କୁଇନ୍‌’ ଗୀତ ଜରିଆରେ ସଙ୍ଗୀତ ଦୁନିଆରେ ପାଦ ଥାପିଥିଲେ। ଦିବ୍ୟାଙ୍କ ଅକାଳ ବିୟୋଗରେ ଟେଲିଭିଜନ ସମେତ ବଲିଉଡ୍‌ ଜଗତ ଶୋକ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri