ଅଭିନେତ୍ରୀ ଦିବ୍ୟା ଚୌକସେଙ୍କ ପରଲୋକ

ମୁମ୍ବାଇ, ୧୨।୭- ଟେଲିଭିଜନ ଜଗତର ଜଣାଶୁଣା ଅଭିନେତ୍ରୀ ତଥା ମଡେଲ ଦିୟା ଚୌକସେଙ୍କ ରବିବାର ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି କ୍ୟାନସର ସହ ସଂଘର୍ଷ କରୁଥିଲେ। ଦିବ୍ୟାଙ୍କ ପରଲୋକ ଖବର ତାଙ୍କ ସମ୍ପର୍କୀୟ ଭଉଣୀ ସୌମ୍ୟା ଅମିଷା ବର୍ମା ଫେସ୍‌ବୁକ୍‌ ମାଧ୍ୟମରେ ଜଣାଇଛନ୍ତି। ସୌମ୍ୟା ଫେସ୍‌ବୁକରେ ଉଲ୍ଲେଖ କରିଛନ୍ତି ଯେ, ‘ମୁଁ ବହୁତ ଦୁଃଖିତ ଯେ ମୋର ବାନ୍ଧବୀ ଦିବ୍ୟାଙ୍କର ବହୁତ କମ୍‌ ବୟସରେ କ୍ୟାନସର ଯୋଗୁ ଦେହାନ୍ତ ହୋଇଛି। ସେ ଲଣ୍ଡନରେ ଅଭିନୟ ପାଠ୍ୟକ୍ରମ କରିଥିଲେ। ଏହାପରେ ସେ କେତେକ ଫିଲ୍ମ ଓ ସିରିୟଲରେ ଅଭିନୟ କରିଥିଲେ। ସେ ମଧ୍ୟ ଜଣେ ଗାୟିକା ଭାବେ ଖ୍ୟାତି ଅର୍ଜନ କରିଥିଲେ। ଆଜି ସେ ଆମକୁ ଛାଡ଼ି ଚାଲିଗଲେ। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ।’ ଏଥିପୂର୍ବରୁ ଶନିବାର ଦିବ୍ୟା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଅନ୍ତିମ ମେସେଜ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ଲେଖିଥିଲେ, ‘ମୁଁ ଯାହା ଜଣାଇବାକୁ ଚାହୁଁଛି ତାହା ଶବ୍ଦରେ ଯଥେଷ୍ଟ ହେବ ନାହିଁ। ଏହା ମାସେ ହେବ ବିତିସାରିଛି। କିନ୍ତୁ ଏହା ଏମିତି ଏକ ସମୟ ଯାହା ଆପଣମାନଙ୍କୁ ଜଣାଇ ଦେବାକୁ ଚାହୁଁଛି କି ମୁଁ ମୃତ୍ୟୁ ଶର୍ଯ୍ୟା ଉପରେ ଶୋଇଛି। କ’ଣ ଘଟିପାରେ, କିନ୍ତୁ ମୁଁ ବହୁତ ଦୃଢ଼ ରହିଛି। ଯନ୍ତ୍ରଣା ବିନା ଆଉ ଏକ ଜୀବନ ରହିଛି। ବର୍ତ୍ତମାନ କୌଣସି ପ୍ରଶ୍ନ ନାହିଁ। ତୁମେମାନେ ମୋ ଲାଗି କେତେ ମୂଲ୍ୟବାନ କେବଳ ଭଗବାନ ହିଁ ଜାଣନ୍ତି।’
୨୦୧୧ ମିସ୍‌ ୟୁନିଭର୍ସିଟି ଯୋତିଯୋଗୀ ରହିଥିଲେ। ୨୦୧୬ରେ ଦିବ୍ୟା ବଲିଉଡ୍‌ରେ ପ୍ରବେଶ କରିଥିଲେ। ତାଙ୍କର ପ୍ରଥମ ଫିଲ୍ମ ‘ହେ ଅପ୍‌ନା ଦିଲ୍‌ ତୋ ଆଓ୍ବାରା’ ରହିଥିଲା। ଏଥିସହ ସେ ବହୁତ ବିଜ୍ଞାପନରେ ମଧ୍ୟ ନଜର ଆସିଛନ୍ତି। ସେହିଭଳି ୨୦୧୮ରେ ସେ ‘ପଟିଆଲେ ଡି କୁଇନ୍‌’ ଗୀତ ଜରିଆରେ ସଙ୍ଗୀତ ଦୁନିଆରେ ପାଦ ଥାପିଥିଲେ। ଦିବ୍ୟାଙ୍କ ଅକାଳ ବିୟୋଗରେ ଟେଲିଭିଜନ ସମେତ ବଲିଉଡ୍‌ ଜଗତ ଶୋକ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଆରପି ଥାନା ଦାବି କଲା ରେଳ ଉପଭୋକ୍ତା ସଂଘ

ବରଗଡ଼,୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ରେଳ ଉପଭୋକ୍ତା ସଂଘର ଏକ ପ୍ରତିନିଧି ଦଳ ଗୁରୁବାର ବରଗଡ଼ ଏସ୍‌ପି ଶ୍ରୀ ରବୀନ୍ଦ୍ର ନାଥ ଶତପଥୀଙ୍କୁ ଫେରାଦ ହୋଇଥିଲେ। ନୂତନ…

କାଠଯୋଡ଼ି ନଦୀରୁ ମୃତଦେହ ଉଦ୍ଧାର ମାମଲା: ମୃତ ଯୁବତୀ FM ମେଡିକାଲ କଲେଜ ଛାତ୍ରୀ, ଘର…

କଟକ/ବାରଙ୍ଗ,୪।୬(ପ୍ରଭୁ କଲ୍ୟାଣ ପାଲ/ ଲିଙ୍ଗରାଜ ରାଉତ): କଟକ ଜିଲା ବାରଙ୍ଗ ଥାନା ଅଧୀନ କାଠଯୋଡ଼ି ନଦୀରୁ ଗୁରୁବାର ଭୋରୁ ଜଣେ ଯୁବତୀଙ୍କ ମୃତଦେହ ମିଳିଛି। ସେ ହେଲେ…

ବୁଲା କୁକୁର ଆତଙ୍କ, ଗୋଟିଏ ଦିନରେ ୭ଜଣଙ୍କୁ କାମୁଡ଼ିଲା

ଅମ୍ବାଦଳା,୪।୬(ରବୀନ୍ଦ୍ର ପଣ୍ଡା): ରାୟଗଡ଼ା ଜିଲା ଅମ୍ବାଦଳା ଅଞ୍ଚଳରେ ବୁଲା କୁକୁର ଆତଙ୍କ ଦେଖାଦେଇଛି। ଗୁରୁବାର ଏକ ବୁଲା କୁକୁର କାମୁଡାରେ ଜଣେ ଶିଶୁଙ୍କ ସହ ମୋଟ ୭ଜଣ…

ଜମି ବିକ୍ରି ନାଁରେ ୧୦ ଲକ୍ଷ ଟଙ୍କା ଠକେଇ, ବନ୍ଧା ହେଲେ ଜମି ମାଲିକ

କୋରୁକୋଣ୍ଡା,୪।୬(ଶିବଦତ୍ତ ସାହୁ): ଜମି ବିକ୍ରି ନାଁରେ ୧୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ମାଲକାନଗିରି ଜିଲା ଓର୍କେଲ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ…

ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ: ଖାର୍ଗେ-ପୱନ ଖେରା କର୍ନାଟକରୁ ମନୋନୀତ

ନୂଆଦିଲ୍ଲୀ,୪।୬: କଂଗ୍ରେସ ଦଳ କର୍ନାଟକ, ମଧ୍ୟ ପ୍ରଦେଶ, ରାଜସ୍ଥାନ, ତାମିଲନାଡୁ ଏବଂ ଝାଡ଼ଖଣ୍ଡ ରାଜ୍ୟ ପାଇଁ ରାଜ୍ୟ ସଭା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ କର୍ନାଟକରୁ…

ପଦ୍ମପୁରରେ ନିଶା କାରବାର ଉପରେ ଚଢାଉ: ୨୨ ବସ୍ତା ବେଆଇନ କଫ୍ ସିରପ୍ ଜବତ, ୨ ଗିରଫ

ପଦ୍ମପୁର,୪।୬(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଅଞ୍ଚଳରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ବେଆଇନ ନିଶାଦ୍ରବ୍ୟ କାରବାର ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ପୋଲିସ…

ବିକାଶ ସ୍କୁଲ ଅଫ ବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟ ଛାତ୍ରୀଛାତ୍ରଙ୍କ ସଫଳତା, ଏନ୍‌. ଝାନ୍ସିରାଣୀ ବିଶ୍ବବିଦ୍ୟାଳୟ ଟପ୍ପର

ବରଗଡ,୪।୬(ପ୍ରେମାନନ୍ଦ ଖମାରୀ): ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଅନୁଷ୍ଠିତ ବିବିଏ ପରୀକ୍ଷାରେ ବିକାଶ ସ୍କୁଲ ଅଫ ବିଜ୍‌ନେସ୍‌ ମ୍ୟାନେଜମେଣ୍ଟର ଛାତ୍ରୀଛାତ୍ରମାନେ ସଫଳତା ହାସଲ କରି ଅନୁଷ୍ଠାନ ଓ ସମଗ୍ର…

ଅବସର ନେଲେ ଭାରତର ଏହି ଉଇକେଟକିପର ବ୍ୟାଟର, ଜାଣନ୍ତୁ…

ମୁମ୍ବାଇ, ୪ା୬- ଉଇକେଟକିପର ବ୍ୟାଟର କେଏସ୍‌ ଭରତ ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ଇନ୍‌ଷ୍ଟାଗ୍ରାମ ପୋଷ୍ଟ ଜରିଆରେ ଏହି ନେଇ ସୂଚନା ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri