୯ କୋଟି ମୂଲ୍ୟର ଘର କିଣିଲେ ଅଭିନେତା ଆୟୁଷ୍ମାନ ଖୁରାନା

ଚଣ୍ଡିଗଡ଼, ୭।୭- ଲକ୍‌ ଡାଉନ ଉଠିବା ପରେ ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନା ଗତ ସପ୍ତାହରେ ମୁମ୍ବାଇରୁ ଆସି ନିଜ ଘରୋଇ ସହର ଚଣ୍ଡିଗଡ଼ରେ ପରିବାର ସହ ରହୁଛନ୍ତି। ଆୟୁଷ୍ମାନଙ୍କ ସହ ତାଙ୍କ ସ୍ତ୍ରୀ ତାହିରା କାଶ୍ୟପ୍‌ ମଧ୍ୟ ଚଣ୍ଡିଗଡ଼ ଆସିଛନ୍ତି। ତେବେ ଆୟୁଷ୍ମାନ ସ୍ଥାନୀୟ ପଞ୍ଚକୁଲା ସହରରେ ୯ କୋଟି ମୂଲ୍ୟର ଏକ ଘର କିଣିଥିବା ରିପୋର୍ଟ ପ୍ରକାଶ ପାଇଛି। ଏହି ଘରର ରେଜିଷ୍ଟ୍ରେଶନ ପାଇଁ ମଙ୍ଗଳବାର ଆୟୁଷ୍ମାନ ସ୍ତ୍ରୀ ତାହିରାଙ୍କ ସହ ପଞ୍ଚକୁଲା ତହସିଲ ଅଫିସରେ ପହଞ୍ଚତ୍ଥିଲେ। ରେଜିଷ୍ଟ୍ରେଶନ ସମୟରେ ସେ ୨ କୋଟି ୨୧ ଲକ୍ଷ ୨୫ ହଜାର ଟଙ୍କା ଦେଇଥିବା ଜଣାପଡ଼ିଛି। ଏଥିପୂର୍ବରୁ ଆୟୁଷ୍ମାନ ଅଗ୍ରୀମ ଆକାରରେ ୬ କୋଟି ୭୨ ଲକ୍ଷ ଏବଂ ଟିଡିଏସ୍‌ ବାବଦକୁ ୬.୫୭ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ସେକ୍ଟର-୬ ଠାରେ ରହୁଥିବା ବିଜନେସମ୍ୟାନ ସୁବାଷ ବିନ୍ଦ୍ରା ଓ ବୀଣା ବିନ୍ଦ୍ରାଙ୍କ ନିକଟରୁ ସେ ଏହି ମୂଲ୍ୟବାନ ଘର କିଣିଥିବା ଜଣାପଡ଼ିଛି। ଆୟୁଷ୍ମାନ ଯେଉଁଠାରେ ଘର କିଣିଛନ୍ତି ତାହା ପଞ୍ଚକୁଲାର ଏକ ଭିଆଇପି ସେକ୍ଟର। ସେଠାରେ ଅନେକ ବଡ଼ ବଡ଼ ବ୍ୟବସାୟୀ, ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀ ରୁହନ୍ତି। ଆୟୁଷ୍ମାନ ରେଜିଷ୍ଟ୍ରେଶନ କରିବା ସମୟରେ ତହସିଲ କାର୍ଯ୍ୟାଳୟ ବାହାରେ ତାଙ୍କୁ ଦେଖିବାକୁ ବହୁଲୋକଙ୍କ ସମାଗମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri