Posted inଜାତୀୟ

ସକ୍ରିୟ ମାମଲା ୧୬ ହଜାର ତଳେ…

ନୂଆଦିଲ୍ଲୀ, ୧୪।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲା ୧୬ ହଜାରରୁ କମ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୩ ଶହରୁ କମ ରହିଛି। ଗତ ୨୪ ଘଣ୍ଟାରେ ଏହା ୧,୨୭୨ ଛୁଇଁଛି। ଗୋଟିଏ ଦିନ ତଳେ ଏହା ୧,୨୨୦ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୧୧ ଥିଲା। ଏହି ସମୟରେ ସକ୍ରିୟ ମାମଲା ୧୫ ହଜାର ୫୧୫ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୧୬ ହଜାର ୪୯୮ ଥିଲା। ସେହିପରି ୨୪ ଘଣ୍ଟାରେ ୨,୨୫୨ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୨,୭୨୦ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୩୧ ହଜାର ୭୭୦ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୯ ଲକ୍ଷ ୮୦ ହଜାର ୬୭୪ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୪ ଲକ୍ଷ ୩୩ ହଜାର ୩୮୯ ଜଣ ସୁସ୍ଥ ହୋଇ ସାରିଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Video: ଶାହରୁଖ ଖାନଙ୍କ କ୍ରିକେଟ ଷ୍ଟାଡିୟମ! ଅଲିମ୍ପିକ୍ସ ସମୟରେ ଏହି ସ୍ଥାନରେ ଖେଳାଯିବ ମ୍ୟାଚ, ପୂଜାରୀଙ୍କୁ ଡାକି ହେଲା ପୂଜା

ନୂଆଦିଲ୍ଲୀ,୨।୭: ୧୨୮ ବର୍ଷର ଲମ୍ବା ଅପେକ୍ଷା ପରେ ୨୦୨୮ ଲସ ଆଞ୍ଜେଲସ ଅଲିମ୍ପିକ୍ସରେ କ୍ରିକେଟ ପୁନରାଗମନ କରୁଛି, ଏବଂ ପ୍ରଶଂସକମାନେ ଏହାକୁ ନେଇ ଅତ୍ୟନ୍ତ ଉତ୍ସାହିତ। ଚଳିତ…

ଆତ୍ମସମର୍ପଣ କରିବ କି ୟୁକ୍ରେନ? ରୁଷିଆ ଆକ୍ରମଣରେ ଦୋହଲିଗଲା କ୍ୱିଭ, ଆୟରଲ୍ୟାଣ୍ଡ ଯାତ୍ରାକୁ ଅଧାରେ ଛାଡି ଫେରିଲେ ଜେଲେନସ୍କି

କ୍ୱିଭ,୨।୭: ତୈଳ ବିଶୋଧନାଗାର ଏବଂ ଡିପୋ ଉପରେ ଡ୍ରୋନ ଆକ୍ରମଣ ଯୋଗୁ କ୍ରୋଧିତ ହୋଇ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ରାଜଧାନୀ କ୍ୱିଭ ଉପରେ ବଡ଼…

ହାଇଓ୍ବା ଧକ୍କାରେ ସ୍କୁଟିଚାଳକ ମୃତ: ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଟ୍ରକ୍‌କୁ ଦ୍ରୁତଗତିରେ ଆସି ଜଣେ ବାଇକ୍‌କୁ ଧକ୍କା…

ଆମେରିକା-ଇରାନ ଯୁଦ୍ଧ ଯୋଗୁ ବନ୍ଦ ଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ପଶ୍ଚିମ ଏସିଆ ସେବା ପୁନର୍ବାର ଆରମ୍ଭ କରିଛି

ନୂଆଦିଲ୍ଲୀ,୨।୭: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା; କିନ୍ତୁ, ଉତ୍ତେଜନା ହ୍ରାସ ପରେ, ଏୟାର ଇଣ୍ଡିଆ ଏକ୍ସପ୍ରେସ ଏକ ଗୁରୁତ୍ୱପୂର୍ଣ୍ଣ…

WhatsApp ପରେ, ସରକାର ଏବେ Telegram ସହ ସିଗନାଲ ଉପରେ ମଧ୍ୟ ରଖିଛନ୍ତି ନଜର

ନୂଆଦିଲ୍ଲୀ,୨।୭: WhatsAppର ୟୁଜରନେମ ଫିଚରକୁ ବନ୍ଦ କରିବା ପରେ, ସରକାର ଏବେ Telegram ଏବଂ ସିଗନାଲ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଏହି ଦୁଇଟି ପ୍ଲାଟଫର୍ମ…

ଜନଗହଳିପୂର୍ଣ୍ଣ ସ୍ଥାନରୁ ମଦ ଦୋକାନ ସ୍ଥାନାନ୍ତର ଦାବି, ମଦ୍ୟପଙ୍କ ଉପଦ୍ରବରେ…

ବଞ୍ଚୋ,୨ା୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ବିଦେଶୀ ମଦ ଦୋକାନକୁ ଏକ ଉପଯୁକ୍ତ ଓ ଖୋଲା ସ୍ଥାନକୁ ସ୍ଥାନାନ୍ତର କରିବା ଦାବିରେ ଗୁରୁବାର ଆନନ୍ଦପୁର…

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ତିଆରି ହେବ ମହାଲକ୍ଷ୍ମୀ କରିଡର, ୫୦୦ ମହିଳା…

ଭୁବନେଶ୍ବର,୨।୭: ୧ କୋଟି ସଂଶୋଧିତ ଲକ୍ଷ୍ମୀପୁରାଣ ବାଣ୍ଟିବେ ରାଜ୍ୟ ସରକାର । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇଛନ୍ତି । ନୂଆ ସଂଶୋଧିତ ଲକ୍ଷ୍ମୀପୁରାଣକୁ ନମିତା ଅଗ୍ରୱାଲ…

ହଠାତ ଲାଲ ହେଲା ଭେନେଜୁଏଲାର ଆକାଶ, Video ଦେଖି ଚମକି ପଡ଼ିଲେ ଭୂକମ୍ପରୁ ଉଠିଥିବା ଲୋକେ

କାରାକାସ୍‌,୨।୭: ଭେନେଜୁଏଲାର ରାଜଧାନୀ କାରାକାସରେ ସମ୍ପ୍ରତି ଦେଖାଯାଇଥିବା ଏକ ଦୃଶ୍ୟ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଭୂମିକମ୍ପର ଧ୍ୱଂସଲୀଳାରେ ପୂର୍ବରୁ ସ୍ତବ୍ଧ ଥିବା ସହର ଉପରର ସମଗ୍ର ଆକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri