Posted inଖେଳ

ମାତୃଦିବସରେ ଏହି କ୍ରିକେଟରମାନେ ମା’ଙ୍କ ପାଇଁ ଲେଖିଲେ ଏମିତି ବାର୍ତ୍ତା

ଆଜି ଅର୍ଥାତ୍‌ ମେ’ ୧୪ରେ ସମଗ୍ର ବିଶ୍ୱରେ ପାଳନ କରାଯାଉଛି ମାତୃଦିବସ। ଏହି ବିଶେଷ ଉତ୍ସବରେ ଅଭିନେତାଙ୍କଠାରୁ ଆରମ୍ଭ କରି କ୍ରିକେଟରଙ୍କ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆ ମାଧ୍ୟମରେ ଏକ ସ୍ବତନ୍ତ୍ର ପୋଷ୍ଟ ଶେୟାର କରି ନିଜ ନିଜ ମା’ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ବିରାଟ କୋହଲି, ସଚିନ ତେନ୍ଦୁଲକରଙ୍କ ଠାରୁ ଶିଖର ଧାଓ୍ବନଙ୍କ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟର ତଥା ଅନେକ ଖେଳାଳି ନିଜ ମା’ଙ୍କୁ ଏକ ବିଶେଷ ବାର୍ତ୍ତା ଉତ୍ସର୍ଗ କରିଛନ୍ତି।

ସୋସିଆଲ ମିଡିଆରେ ଯେଉଁ ଫଟୋଗୁଡ଼ିକ ଶେୟାର ହୋଇଛି ସେଥିରୁ ବିରାଟ କୋହଲିଙ୍କ ଫଟୋକୁ ଦର୍ଶକେ ଅଧିକ ପସନ୍ଦ କରିଛନ୍ତି। କାରଣ ସେ ତାଙ୍କ ଶାଶୁ ଅର୍ଥାତ୍‌ ଅନୁଷ୍କା ଶର୍ମାଙ୍କ ମା’ ଏବଂ ନିଜ ମା’ ସରୋଜାଙ୍କ ଫଟୋ ଶେୟାର କରି ଶୁଭକାମନା ଜଣାଇଛନ୍ତି।

ବିରାଟ ଅନୁଷ୍କା ଏବଂ ତାଙ୍କ ଝିଅଙ୍କ ଫଟୋ ବି ଶେୟାର କରିଛନ୍ତି। ଯାହାକି ସ୍ପଷ୍ଟ ଭାବରେ ଦିଶୁନାହିଁ। ପ୍ରଶଂସକମାନେ ଏହି ଫଟୋକୁ ବେଶି ପସନ୍ଦ କରିଛନ୍ତି। ଏହା ପରେ ସେ ଅନୁଷ୍କାଙ୍କ ମା ଏବଂ ତାଙ୍କ ମା’ଙ୍କ ଫଟୋ ଶେୟାର କରି କ୍ୟାପଶନରେ ଶୁଭ ମାତୃ ଦିବସ ବୋଲି ଲେଖିଛନ୍ତି।

କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ମଧ୍ୟ ସୋସିଆଲ ମିଡିଆରେ ତାଙ୍କ ମା’ଙ୍କ ପାଦ ଛୁଇଁ ଆଶୀର୍ବାଦ ନେବା ସହ କ୍ୟାପଶନରେ ଆଈଙ୍କ ବଦଳରେ କେହି ଜଣେ ବୋଲି ଲେଖିଛନ୍ତି। ଶିଖର ଧାଓ୍ବନ ଲେଖିଛନ୍ତି, ମା’ ମୋତେ ଜୀବନର ସର୍ବୋତ୍ତମ ଜିନିଷ ଦେଇଥିବାରୁ ଧନ୍ୟବାଦ। ତୁମ ସ୍ନେହ ପ୍ରେମ, ଯତ୍ନ ଏବଂ ଅବିଶ୍ୱସନୀୟ ସମର୍ଥନ ସବୁବେଳେ। ହାପି ମଦର୍ସ ଡେ’ ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?