ସକ୍ରିୟ ମାମଲା ଲକ୍ଷେ ୪୬ ହଜାରରୁ ଅଧିକ…

ନୂଆଦିଲ୍ଲୀ, ୨୮।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ ମୁହାଁ ହେବାରେ ଲାଗିଛି। ଫଳରେ ପୁଣି ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ ଗୋଟିଏ ଦିନ ତଳେ କମିଥିବାବେଳେ ଗତ ୨୪ ଘଣ୍ଟାରେ ପୁଣି ବଢ଼ିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ଲକ୍ଷେ ୪୬ ହଜାରରୁ ଅଧିକ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨୦ ହଜାର ୫୫୭ ରହିଛି। ଗୋଟିଏ ଦିନତଳେ ଏହା ୧୮ ହଜାର ୩୧୩ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୪ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୫୭ ଥିଲା। ଏହି ସମୟରେ ସକ୍ରିୟ ମାମଲା ଲକ୍ଷେ ୪୬ ହଜାର ୩୨୨ ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟାରେ ୧୯ ହଜାର ୨୧୬ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନତଳେ ଏହା ୨୦ ହଜାର ୭୪୨ ଥିଲା।

ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୬ ହଜାର୨୧୨ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୯ ଲକ୍ଷ ୫୯ ହଜାର ୩୨୧ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୩୨ ଲକ୍ଷ ୮୬ ହଜାର ୭୮୭ ଜଣ ସୁସ୍ଥ ହୋଇ ସାରିଛନ୍ତି। ମହାରାଷ୍ଟ୍ର, କେରଳ, ତାମିଲନାଡୁ, କର୍ନାଟକ, ଦିଲ୍ଲୀ, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଆଦି ରାଜ୍ୟରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୨,୧୩୮ ଜଣ, ପଶ୍ଚିମବଙ୍ଗରେ ୧,୨୭୩, ତାମିଲନାଡୁରେ ୧,୮୦୩ ଜଣ, ପଞ୍ଜାବରେ ୫୮୪ ଜଣ କେରଳରେ ୨,୧୩୦ ଜଣ, କର୍ନାଟକରେ ୧,୬୨୪ ଜଣ, ଓଡ଼ିଶାରେ ୧,୦୩୦ ଜଣ, ଗୁଜରାଟରେ ୯୭୯, ଆସାମରେ ୬୮୬ ଜଣ, ତେଲେଙ୍ଗାନାରେ ୮୫୨, ହିମାଚଳପ୍ରଦେଶରେ ୯୧୬ ଜଣ, ଛତିଶଗଡ଼ରେ ୪୯୧ ଜଣ, ଦିଲ୍ଲୀରେ ୭୮୧ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ହରିୟାଣାରେ ୫୭୯ ଜଣ, ଆନ୍ଧ୍ରପ୍ରଦେଶରେ ୩୫୫ ଜଣ, ଉତ୍ତରପ୍ରଦେଶରେ ୪୯୧ ଜଣ, ତ୍ରିପୁରାରେ ୪୦୪ ଜଣ, ଜମ୍ମୁ-କଶ୍ମୀରରେ ୬୯୨ ଜଣ, ବିହାରରେ ୨୬୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅପରପକ୍ଷରେ ରାଜସ୍ଥାନରେ ୨୬୮ ଜଣ, ମଧ୍ୟପ୍ରଦେଶରେ ୨୪୮ ଜଣ, ଉତ୍ତରାଖଣ୍ଡରେ ୨୮୪ ଜଣ, ଝାଡ଼ଖଣ୍ଡରେ ୧୫୬ ଜଣ, ପୁଡୁଚେରୀରେ ୧୪୧ ଜଣ, ମିଜୋରାମରେ ୧୪୫ ଜଣ, ଚଣ୍ଡିଗଡ଼ରେ ୧୧୭ ଜଣ, ସିକିମ୍‌ରେ ୧୮୫ ଜଣ, ଆସାମରେ ୭୯୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୨୦୩ କୋଟି ୨୦ଲକ୍ଷରୁ ଅଧିକରେ ପହଞ୍ଚିଛି। ସେଥିମଧ୍ୟରେ ୯୧ କୋଟି ୯୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୫ କୋଟି ୩୦ ଲକ୍ଷ ଦ୍ୱିତୀୟ ଡୋଜ୍‌ ଥିଲା। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି। ଏହା ସହିତ ମାସ୍କ ପିନ୍ଧିବା ଏବଂ କରୋନା ମାର୍ଗଦର୍ଶିକା ପାଳନ କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେବେ ମା’ ହେବେ ଏହାର ନିଷ୍ପତ୍ତି ନେବେ ମହିଳା: କେନ୍ଦ୍ରକୁ ନୋଟିସ୍‌ ଜାରି କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୫।୭: କେବେ ମା’ ହେବେ ଏନେଇ ନିଷ୍ପତ୍ତି ନେବା ଅଧିକାର ମହିଳାଙ୍କୁ ମିଳିବା ଆବଶ୍ୟକ। ସୁପ୍ରିମ୍‌କୋର୍ଟରେ ଏଭଳି ଆବେଦନ ହୋଇଥିବା ଏକ ମାମଲାରେ କେନ୍ଦ୍ର ସରକାରଙ୍କୁ...

ଜମ୍ମୁ-କଶ୍ମୀର ନିର୍ବାଚନ ପାଇଁ ବାଟ ଫିଟିଲା: ପରସିମନ ବିରୋଧୀ ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ…

ନୂଆଦିଲ୍ଲୀ,୧୩।୨ : ଜମ୍ମୁ-କଶ୍ମୀରରେ ହୋଇଥିବା ନୂତନ ସୀମା ଅନୁଯାୟୀ ନିର୍ବାଚନ ପାଇଁ ରାସ୍ତା ସଫା ହୋଇଛି। ଜମ୍ମୁ-କଶ୍ମୀରରେ ପରସିମନକୁ ଚ୍ୟାଲେଞ୍ଜ କରୁଥିବା ଆବେଦନକୁ ସୁପ୍ରିମକୋର୍ଟରେ ଖାରଜ...

୫ ଟଙ୍କାରେ ବିକ୍ରି ହେଉଛି ବ୍ୟକ୍ତିଗତ ଗୁପ୍ତ ତଥ୍ୟ, ସାଇବର ଠକେଇ ଟ୍ରେନିଂ କ୍ୟାମ୍ପ୍‌ ପାଲଟିଛି ଝାଡ଼ଖଣ୍ଡ…

ନୂଆଦିଲ୍ଲୀ, ୭।୨ : ଅନଲାଇନ ଠକେଇ ସମ୍ପ୍ରତି ବଢ଼ି ଚାଲିଛି। ସାଇବର ଠକେଇ ଅପରାଧ ଏବେ ଏକ ଆହ୍ବାନ ହୋଇ ଛିଡ଼ା ହୋଇଛି। ବହୁ ଲୋକ...

ହେପାଟାଇଟିସ୍‌ ଔଷଧରେ ଭଲ ହେବ କରୋନା

ରୋହତକ, ୩୦।୭: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ଏପରିସ୍ଥଳେ କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ବିଭିନ୍ନ ଔଷଧ ସମ୍ପର୍କରେ ଚର୍ଚ୍ଚା ଜାରି...

ଏନ୍‌କାଉଣ୍ଟରରେ ୨୦୬ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି: ଏବେ ବି ଲଞ୍ଚ୍‌ପ୍ୟାଡ୍‌ରେ ୪୦୦ ଆତଙ୍କବାଦୀ

ଶ୍ରୀନଗର,୩୦।୧୨: ଜମ୍ମୁ-କଶ୍ମୀରରେ ବୁଧବାର ମିଳିତ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଶ୍ରୀନଗରର ପରିମ୍ପୋରାରେ ମଙ୍ଗଳବାର ରାତ୍ରରୁ ସର୍ଚ୍ଚ ଅପରେଶନ୍‌ ଜାରି ରହିଥିଲା।...

ବିବାହ କରିବାକୁ ଜିଦ୍‌ ଧରିଲେ ୬୫ ବର୍ଷୀୟ ବ୍ୟକ୍ତି: ଶେଷରେ ବର ବେଶରେ ସଜେଇ ହୋଇ ଜାଣନ୍ତୁ କାହାକୁ କଲେ ବିବାହ

ଆମେଠି,୨୧।୬: ଉତ୍ତରପ୍ରଦେଶର ଆମେଠିରେ ଏକ ରୋଚକ ଘଟଣା ଘଟିଛି। ଏଠାରେ ଏକ ଅନନ୍ୟ ବିବାହ ଦେଖିବାକୁ ମିଳିଛି। ଜଣେ ୬୫ ବର୍ଷୀୟ ବ୍ୟକ୍ତି ବିବାହ କରିବାକୁ...

ରିଲିଫ ପାଣ୍ଠିକୁ ଦାନ କଲେ ଏସ୍‌ଏଚଜି

ବାଲେଶ୍ୱର ଅଫିସ, ୮।୪: କରୋନା ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରାଯାଇଛି।...

ଲୁହ ହେବନି ବେକାର, ଗୁଲାମନବୀଙ୍କୁ ଗୁରୁଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୨: କଂଗ୍ରେସର ରାଜ ସଭା ଏମ୍‌ପି ଗୁଲାମ ନବୀ ଆଜାଦ୍‌ଙ୍କୁ ବିଦାୟ ଦେବା ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଖିରେ ଲୁହ ଆସିବା ନେଇ ଏବେ...

Advertisement
Archives

Model This Week