ହତ୍ୟା ଡେମୋ ଦେଖାଇଲେ ଅଭିଯୁକ୍ତ

ଛେଣ୍ଡିପଦା,୨୮।୪(ସ୍ବ.ପ୍ର.):  ଅନୁଗୋଳ ଜିଲା ଛେଣ୍ତିପଦା ଗ୍ରାମର ନିଖୋଜ ପ୍ରାଣବନ୍ଧୁ ସେଠୀଙ୍କ ମୃତଦେହ ମଙ୍ଗଳବାର ଏକ କୂଅରୁ ଜବତ କରାଯାଇଥିଲା। ପ୍ରାଣବନ୍ଧୁଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିବା ପରେ ପୋଲିସ ଏ ନେଇ ଗଁାର ୨ ଅଭିଯୁକ୍ତ ବିପିନ ଦେହୁରୀ ଓ ଅମର ପ୍ରଧାନଙ୍କ ସହ ଅମରଙ୍କ ବାପା କଷ୍ଟୁ ପ୍ରଧାନଙ୍କୁ ଅଟକ ରଖି ପଚରାଉଚରା କରୁଥିଲା। ବୁଧବାର ପୋଲିସ ଏହା ଏକ ହତ୍ୟାକାଣ୍ଡ ବୋଲି ଜାଣିପାରିଛି। ଏଥିସହ ଅଭିଯୁକ୍ତ ଅମରଙ୍କୁ ଗଁା କୂଅ ନିକଟକୁ ନେବା ପରେ ପ୍ରାଣବନ୍ଧୁଙ୍କୁ କିପରି ହତ୍ୟା କରାଗଲା ତାହାର ସେ ଡେମୋ ଦେଖାଇବା ଚର୍ଚ୍ଚାର ବିଷୟ ହୋଇଛି। ପ୍ରକାଶ ଯେ, ଗତ ରବିବାର ପ୍ରାଣବନ୍ଧୁ ସେହି ଗ୍ରାମର ଅମର ପ୍ରଧାନ ଓ ବିପିନ ଦେହୁରୀଙ୍କ ସହ ଗାଁମୁଣ୍ତରେ ଥିବା ଏକ ବଗିଚା ନିକଟକୁ ଭୋଜି କରିବାକୁ ଯାଇଥିଲେ। ସେଠାରୁ ଘରକୁ ଫେରିବା ପରେ ପୁଣି ରାତି ୮ଟା ବେଳେ ଅମର ଓ ବିପିନଙ୍କ ସହ ଏକ ଦୋକାନ ସମ୍ମୁଖକୁ ଯାଇ ମୁଢି ଓ ମାଂସ ଖାଇଥିଲେ। ହେଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରାଣବନ୍ଧୁ ଘରକୁ ଫେରି ନ ଥିଲେ। ପରିବାର ଲୋକମାନେ ଖୋଜାଖୋଜି କରିବା ପରେ ସୋମବାର ଅପରାହ୍ନରେ ଥାନାରେ ନିଖୋଜ ସମ୍ପର୍କିତ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ଅଭିଯୁକ୍ତଙ୍କୁ ଥାନାକୁ ନେଇ ପଚରାଉଚରା କରୁଥିଲା। ସୋମବାର ବିଳମ୍ବିତ ରାତିରେ ମୃତଦେହ କୂଅରେ ଭାସୁଥିବା ପୋଲିସକୁ ଖବର ମିଳିଥିଲା। ତେବେ ବୁଧବାର ଅନୁଗୋଳ ଅତିରିକ୍ତ ଆରକ୍ଷୀ ଅଧିକାରୀ ପ୍ରସନ୍ନ କୁମାର ବିଶ୍ବାଳ ଓ ଡିଏସ୍‌ପି ଏ.କେ. ପଣ୍ଡା ଛେଣ୍ଡିପଦା ଥାନାକୁ ଆସି ଘଟଣାର ତଦନ୍ତ କରିଥିଲେ। ଅପରାହ୍ନରେ ଛେଣ୍ଡିପଦା ପୋଲିସ ଅଭିଯୁକ୍ତ ଅମରଙ୍କୁ ଘଟଣାସ୍ଥଳକୁ ନେଇଥିଲା। ସେଠାରେ ଅମର ହତ୍ୟାକାଣ୍ଡର ଡେମୋ ଦେଖାଇବା ସହ ବ୍ୟବହୃତ ରଶି କଦଳୀଗଛ ମୂଳରୁ ବାହାର କରି ପୋଲିସକୁ ଦେଇଥିଲେ। ଗୁରୁବାର ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରାଯିବ ବୋଲି ଛେଣ୍ଡିପଦା ଥାନା ଅଧିକାରୀ ଧୀରେନ କୁମାର ବେହେରା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri