ଭିତ୍ତିଭୂମିକୁ ଗୁରୁତ୍ୱ ନାହିଁ

ଛେଣ୍ଡିପଦା,୨୮।୪(ସ୍ବ.ପ୍ର.):  ରୋଗୀ ସେବାକୁ ନେଇ ଦିନେ ଯେଉଁ ସ୍ବାସ୍ଥ୍ୟକେନ୍ଦ୍ର ସୁନାମ ଅର୍ଜନ କରିଥିଲା, ଦୀର୍ଘବର୍ଷ ହେଲା ତାହାକୁ ଅଣଦେଖା କରାଯାଉଛି। ଏପରି କି ଦୁର୍ବଳ ଭିତ୍ତିଭୂମିରେ ପରିବର୍ତ୍ତନ କରିବା ପ୍ରତି ସ୍ବାସ୍ଥ୍ୟ ପ୍ରଶାସନ ଗୁରୁତ୍ୱ ଦେଉନାହିଁ। ରୋଗୀଙ୍କୁ କିପରି ଉନ୍ନତ ଚିକିତ୍ସା ସେବା ମିଳିପାରିବ ସେଥିପ୍ରତି ଧ୍ୟାନ ଦିଆଯାଉ ନାହିଁ। ଫଳରେ ଡାକ୍ତର, କର୍ମଚାରୀ ଥାଇ ମଧ୍ୟ ଦୈନିକ ବହୁ ରୋଗୀଙ୍କୁ ଅନ୍ୟତ୍ର ରେଫର କରିବାକୁ ପଡ଼ୁଛି। ଏପରି ଅବ୍ୟବସ୍ଥା ମଧ୍ୟରେ ଚାଲିଥିବା ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ବାଗଡ଼ିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ତେଜିବାରେ ଲାଗିଛି।
୧୯୮୦ ମସିହାରେ ସ୍ଥାପିତ ବାଗଡ଼ିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅତୀତରେ ଭଲ ଚିକିତ୍ସା ସେବା ଯୋଗାଇ ଦେଉଥିଲା। ନୂଆକରି ଡାକ୍ତରଖାନା ପ୍ରତିଷ୍ଠା ହୋଇଥିବାରୁ ଏଠାରେ ଡାକ୍ତର, କର୍ମଚାରୀଙ୍କ ଅଭାବ ନ ଥିଲା। ଡାକ୍ତରଖାନା ପରିଚାଳନା କମିଟି ସହାୟତାରେ ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ମିଳୁଥିଲା। ୧୦ ଶଯ୍ୟା ବିଶିଷ୍ଟ ଏହି ଡାକ୍ତରଖାନା ଉପରେ ୧୦ଟି ପଞ୍ଚାୟତର ୨୦୦ରୁ ୨୫୦ ରୋଗୀ ନିର୍ଭର କରୁଥିଲେ। ଦୈନିକ ଶତାଧିକ ରୋଗୀ ଏଠାକୁ ଆସି ଚିକିତ୍ସିତ ହେଉଥିଲେ। ହେଲେ ଗତ ୧୨ ବର୍ଷ ହେଲା ଏହି ପ୍ରାଥମିକ ଡାକ୍ତରଖାନା ଘୋର ଅବହେଳାର ଶିକାର ହୋଇଆସିଛି। ଡାକ୍ତର, କର୍ମଚାରୀ ନିଯୁକ୍ତି ପାଇଥିଲେ ବି ରୋଗୀ ଦେଖିବାକୁ ଆବଶ୍ୟକ ଭିତ୍ତିଭୂମି ପ୍ରତି ଅଣଦେଖା କରାଯାଇ ଆସୁଛି। ରୋଗୀ ଦେଖିବାକୁ ଗୃହ ନ ଥିବାରୁ ଗୋଟିଏ ସ୍ଥାନରେ ୩ ଡାକ୍ତର ଓ କର୍ମଚାରୀଙ୍କୁ ବସିବାକୁ ପଡ଼ୁଛି। ରୋଗୀମାନଙ୍କୁ ବାହାରେ ଖରାରେ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଠିଆ ହେବାକୁ ପଡ଼ୁଛି। ଗତ ୩ ବର୍ଷ ତଳେ ଜିଲା ଖଣିଜ ପାଣ୍ଠିରୁ ପ୍ରାୟ ୨୦ ଲକ୍ଷରୁ ଊଦ୍ଧର୍‌ବ ଟଙ୍କା ବ୍ୟୟରେ ଏକ ନୂତନ ଗୃହ ନିର୍ମାଣ କରାଯାଇଥିଲା। ୬ ମାସ ହେବ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ତାହା ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଉ ନାହିଁ। ଫଳରେ ସ୍ବାସ୍ଥ୍ୟକେନ୍ଦ୍ରକୁ ଦୈନିକ ଆସୁଥିବା ରୋଗୀ, ଗର୍ଭବତୀ ଓ ପ୍ରସୂତିମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଭିତ୍ତିଭୂମି ନ ଥିବାରୁ ବହୁ ରୋଗୀଙ୍କ ଚିକିତ୍ସା ଏଠାରେ କରାଯାଇ ନ ପାରି ଅନ୍ୟତ୍ର ପଠାଇ ଦିଆଯାଉଛି। ଏଥିଯୋଗୁ ଗରିବ ରୋଗୀମାନେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ଜିଲା ସ୍ବାସ୍ଥ୍ୟ ପ୍ରଶାସନ ଏହାର ସମାଧାନ ନ କଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଡାକ୍ତରଖାନା ପରିଚାଳନା କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

ଭାଜପାରେ ଯୋଗ ଦେଲେ ହିନ୍ଦୋଳ ବିଧାୟିକା ସୀମା ନାୟକ

ଭୁବନେଶ୍ୱର,୨୩।୪: ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ। ଗତକାଲି ରାତିରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri