ଆଶାକର୍ମୀଙ୍କୁ ଅସଦାଚରଣ: ଦଣ୍ଡିତ ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୨୦ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି କୋର୍ଟ ମାଜିଷ୍ଟ୍ରେଟ ନିଳୀମା ଷଡ଼ଙ୍ଗୀ ଶୁକ୍ରବାର ଜଣେ ଆଶାକର୍ମୀଙ୍କୁ ରାଜରାସ୍ତାରେ ଅସଦାଚରଣ ମାମଲାର ଶୁଣାଣି କରି ଅଭିଯୁକ୍ତଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଦିଗପହଣ୍ଡି ଥାନା ଡଙ୍କାରି ଗ୍ରାମର ଅଭିଯୁକ୍ତ ନରି ଗୌଡ଼ ଦଣ୍ଡିତ ଅର୍ଥରାଶି କୋର୍ଟରେ ଜମା କରିବା ପରେ ତାଙ୍କୁ ଛାଡ଼ି ଦିଆଯାଇଛି।

୨୦୦୯ ଜାନୁଆରୀ ୩ ତାରିଖରେ ଆଶାକର୍ମୀ ଏବଂ ତାଙ୍କ ସହ ଅନ୍ୟ ଜଣେ ସହକର୍ମୀ ସିଦ୍ଧେଶ୍ୱର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଅନୁଷ୍ଠିତ ବୈଠକରୁ ଫେରି ଗାଁକୁ ଯିବାପାଇଁ ଗଣିଆନାଳ ଛକରେ ଛିଡ଼ା ହୋଇଥିଲେ। ସେତିକିବେଳେ ଅଭିଯୁକ୍ତ ନରି ସେଠାରେ ପହଞ୍ଚି ଆଶାକର୍ମୀଙ୍କୁ ପ୍ରେମ ନିବେଦନ କରିବା ସହ କଟୁ କଥା କହିଥିଲେ।

ଏପରିକି ଆଶାକର୍ମୀ ଗାଁକୁ ଯାଉଥିବା ବେଳେ ଅଭିଯୁକ୍ତ ଜଣକ ସାଇକେଲରୁ ଓହ୍ଲାଇ ତାଙ୍କୁ ଦୁର୍ବ୍ୟବହାର କରି ଅସଦାଚରଣ କରିଥିଲେ। ଏନେଇ ଆଶାକର୍ମୀ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ପୋଲିସ ଏକ ମାମଲା(ନଂ. ୨୦୯) ରୁଜୁ କରି ତଦନ୍ତ ପରେ ଅଭିଯୁକ୍ତଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲା।

ସମସ୍ତ ସାକ୍ଷ୍ୟଙ୍କ ବୟାନ ଏବଂ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ମାଜିଷ୍ଟ୍ରେଟ ଆଇପିସିର ଦଫା ୩୪୧ ଏବଂ ୫୦୯ରେ ଅଭିଯୁକ୍ତଙ୍କୁ ୮ ଶହ ଟଙ୍କା ଜରିମାନା ପ୍ରଦାନ ପାଇଁ ଆଦେଶ ଦେଇଥିଲେ। ଜରିମାନା ଅନାଦେୟ ଅଭିଯୁକ୍ତଙ୍କୁ ୧୭ ଦିନ ପାଇଁ ଜେଲ ଦଣ୍ଡାଦେଶର ଶୁଣାଣି କରିଥିଲେ। ତେବେ ଶେଷ ମୂହୁର୍ତ୍ତରେ ଅଭିଯୁକ୍ତ ଜରିମାନା ଅର୍ଥ କୋର୍ଟରେ ଦାଖଲ କରିଥିବା ଜଣାପଡିଛି। ଆଶାକର୍ମୀଙ୍କ ପକ୍ଷରୁ ଏପିପି ବିପ୍ଲବ କୁମାର ମୁଦୁଲି ଏବଂ ସରକାରୀ ଓକିଲ ନକୁଳ ପ୍ରଧାନ ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଗଜ କଲମରେ ସୀମିତ ‘ଜଙ୍ଗଲ ଅଧିକାର’: ସେମେଳପଦର ଗ୍ରାମବାସୀଙ୍କୁ ମିଳୁନି ହକ୍, ପ୍ରଶାସନିକ ଅବହେଳାରୁ ବଢୁଛି ଅସନ୍ତୋଷ

ଥୁଆମୂଳ ରାମପୁର, ୬ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କର୍ଲାପାଟ ପଞ୍ଚାୟତର ସେମେଳପଦର ଗ୍ରାମରେ ଜଙ୍ଗଲ ଅଧିକାର ଆଇନ କେବଳ ପ୍ରହସନ…

କୁଟ୍ରୁମାଳି ଜନଶୁଣାଣି ସ୍ଥଗିତ: “ମା’-ମାଟି-ମାଳି” ରକ୍ଷା ପାଇଁ କଳାହାଣ୍ଡି ଓ ରାୟଗଡ଼ାରେ ଗର୍ଜୁଛି ଆନ୍ଦୋଳନ

ଥୁଆମୂଳ ରାମପୁର, ୬।୫ (ଦୁର୍ଗା କୀର୍ତ୍ତି): କୁଟ୍ରୁମାଳି ବକ୍ସାଇଟ୍ ଖଣି ପ୍ରକଳ୍ପକୁ ନେଇ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ଖଣି ପ୍ରଭାବିତ ଅଞ୍ଚଳରେ ତୀବ୍ର ଜନଅସନ୍ତୋଷ ଦେଖାଦେଇଛି।…

ବ୍ରହ୍ମପୁରରୁ ଚୋରି ହୋଇଯାଇଥିଲା ବାଇକ, ଦେଢବର୍ଷ ପରେ ମାଲିକଙ୍କୁ ଫେରାଇଲା କେ. ନୂଆଗାଁ ପୋଲିସ

ଦିଗପହଣ୍ଡି,୬।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ପୋଲିସକୁ ରାସ୍ତାକଡ ରୁ ମିଳିଥିବା ହୋଣ୍ଡା ୟୁନିକର୍ଣ୍ଣ ବାଇକ (ନଂ. ଓଡ଼ି୦୭ ଏଜି – ୪୨୫୦) କୁ…

ଜାତୀୟ ରାଜପଥ ଉପରେ ହାଇଓ୍ବା ଚଢ଼ାଇ କରିଥିଲେ ହତ୍ୟା, ଅଭିଯୁକ୍ତଙ୍କୁ ବାନ୍ଧିଲା…

ଦେବଗଡ଼,୬।୫(ଶଶାଙ୍କ ଶେଖର ଝାଙ୍କର): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦେବଗଡ଼ ଥାନା ଚଟିବରଘାଟ ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ ଉପରେ ହାଇୱାରେ ଧକ୍କା ଦେଇ ସ୍କୁଟି…

ସବ୍‌ସିଡି ପାଇଁ ୩୦ହଜାର ଲାଞ୍ଚ ନେଉଥିଲେ ଡିଆର୍‌ପି, ମାଡିବସିଲା ଭିଜିଲାନ୍ସ

ବରଗଡ଼,୬।୫(ପ୍ରେମାନନ୍ଦ ଖମାରୀ): ପ୍ରଧାନମନ୍ତ୍ରୀ ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ଔପଚାରିକରଣ ଯୋଜନା(ପିଏମ୍‌ଏଫ୍‌ଏମ୍‌ଇ)ରେ ଦିଆଯାଉଥିବା ଋଣର ରିହାତି (ସବ୍‌ସିଡି) ରିଲିଜ୍‌ ପାଇଁ ଲାଞ୍ଚ ନେବା ବରଗଡ଼ ଜିଲା ଶିଳ୍ପକେନ୍ଦ୍ର…

କିଏ ସେ ଅଗ୍ନିମିତ୍ରା ପଲ? ଦିଲ୍ଲୀରେ ପହଞ୍ଚିବା ପରେ ବଢ଼ିଲା ହଲଚଲ, ହେବେ କି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…

କୋଲକାତା,୬।୫: ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଗଡ଼କୁ ଭାଙ୍ଗି ଭାଜପା ୨୦୭ଟି ଆସନ ସହ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏବେ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଦିଲ୍ଲୀରୁ କୋଲକାତା ପର୍ଯ୍ୟନ୍ତ…

ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବେ RCB ବିପକ୍ଷ ମ୍ୟାଚ୍‌, ମୁମ୍ବାଇ ଶିବିରରୁ ବଡ଼ ଖବର

ରାୟପୁର,୬।୫: ପିଠିରେ ଯନ୍ତ୍ରଣା ଯୋଗୁ ଲକ୍ଷ୍ନୌ ବିପକ୍ଷ ମ୍ୟାଚ୍‌ରୁ ବାଦ ପଡ଼ିଥିବା ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ସମ୍ପୂର୍ଣ୍ଣ ଫିଟଥିବା ଜଣାପଡ଼ିଛି। ରବିବାର ଦିନ…

ପାରିବାରିକ ହିଂସା; ମଉସାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ବନ୍ଧାହେଲେ ପୁତୁରା

ଦିଗପହଣ୍ଡି,୬ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଡା ଗ୍ରାମର ଏସ.ପୁନିଆ ରେଡ୍ଡୀ(୬୮) ଙ୍କୁ ତାଙ୍କ ପୁତୁରା ଏସ. ସିମାଞ୍ଚଳ ରେଡ୍ଡୀ ପାରିବାରିକ ବିବାଦକୁ କେନ୍ଦ୍ରକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri