ଅନୁଗୋଳ ଅଫିସ, ୩।୮: ଅନୁଗୋଳ ଜିଲାରେ ସାଇବର ଠକେଇ ଘଟଣା ବଢ଼ିବାରେ ଲାଗିଛି। ଦୈନିକ ଏପରି ଅଭିଯୋଗ ନେଇ ଏକାଧିକ ଲୋକ ଥାନାକୁ ଆସୁଥିବାରୁ ଏହା ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ସୋମବାର ଆଉ ୨ଟି ସାଇବର ଠକେଇ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକଙ୍କୁ ଶସ୍ତାରେ ଗାଡ଼ି ଓ ଅନ୍ୟ ଜଣଙ୍କୁ ପୁରସ୍କାର ଦେବାର ଲୋଭ ଦେଖାଇ ସାଇବର ଠକ ସେମାନଙ୍କ ଆକାଉଣ୍ଟ ଖାଲି କରିଦେଇଥିବା ସାଇବର ଥାନା ଓ କୋଲିୟାରୀ ଥାନାରେ ଅଭିଯୋଗ ହୋଇଛି।
ଅଭିଯୋଗରୁ ପ୍ରକାଶ, ପୁରୁଣାକୋଟ ଥାନା ବାଲିଝରଣ ଗ୍ରାମର ସିଦ୍ଧାର୍ଥ କୁମାର ଦାଶ ଫେସ୍ବୁକ୍ ଖେଳାଇବା ସମୟରେ ଲକ୍ଷେ ଟଙ୍କାରେ ବୋଲେରୋ ଗାଡ଼ି ମିଳୁଥିବାର ବିଜ୍ଞାପନ ଦେଖିଥିଲେ। ଏହାପରେ ସେଥିରେ ଥିବା ଫୋନ ନମ୍ବରରେ ସେ ଯୋଗାଯୋଗ କରିଥିଲେ। ଆରପଟରୁ ଠକ ଜଣଙ୍କ ବିଜ୍ଞାପନ ଅନୁଯାୟୀ ଲକ୍ଷେ ଟଙ୍କାରେ ଗାଡ଼ି ମିଳୁଥିବା କହିଥିଲେ। ଲୋଭରେ ପଡ଼ି ସିଦ୍ଧାର୍ଥ ବିଭିନ୍ନ ପର୍ଯ୍ୟାୟରେ ୧ ଲକ୍ଷ ୨୦ ହଜାର ଟଙ୍କା ଠକଙ୍କ ଆକାଉଣ୍ଟକୁ ପଠାଇଥିଲେ। ଏପରି କି ଗାଡ଼ିର ଅବସ୍ଥା ଦେଖିବାକୁ ସେ ଠକଙ୍କ କଥାରେ ବିଶାଖାପାଟଣା ଯାଇଥିଲେ। ହେଲେ ସେଠାରେ ଠକଙ୍କ ଫୋନ ନ ଲାଗିବାରୁ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏ ନେଇ ସେ ସୋମବାର ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ମାନସ ମହାକୁଲ ସୂଚନା ଦେଇଛନ୍ତି। ସେହିଭଳି କୋଲିୟାରୀ ଥାନା ସାଉଥବଲଣ୍ଡା ଅଞ୍ଚଳର ଯୁବକ ପ୍ରଦୀପ କୁମାର ସାହୁ ମଧ୍ୟ ସାଇବର ଠକେଇର ଶିକାର ହୋଇଛନ୍ତି। ଏ ନେଇ ସେ ଥାନାର ଦ୍ୱାରସ୍ଥ ହେବା ପରେ ପୋଲିସ ନଂ. ୩୭୨/୨୨ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁଯାୟୀ, ପ୍ରଦୀପଙ୍କ ନିକଟକୁ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା। ତାଙ୍କ ଫୋନ୍ ପେ’ରେ ରିୱାର୍ଡ ରହିଛି ବୋଲି ଠକ ଜଣଙ୍କ କହିଥିଲେ। ତେବେ ଠକଙ୍କ କଥାରେ ପଡ଼ି ପ୍ରଦୀପ ତାଙ୍କୁ ଫୋନ୍ ପେ’ର ପାସ୍ୱାର୍ଡ ଦେଇଥିଲେ। ଏହାପରେ ୪ଟି ପର୍ଯ୍ୟାୟରେ ତାଙ୍କ ଅକାଉଣ୍ଟରୁ ୨୬ ହଜାର ୪୯୦ ଟଙ୍କା କଟି ଯାଇଥିଲା। ସେ ଠକାମିର ଶିକାର ହୋଇଥିବା ଜାଣିବା ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି।
Posted inଅନୁଗୋଳ, ଆମ ଜିଲା ଖବର View All
ଜିପିଏଲ୍ଏଫ୍,ସିଆର୍ପି ନିଯୁକ୍ତିରେ ଅନିୟମିତତା ଅଭିଯୋଗ: ଗୋଟିଏ ଏସ୍ଏଚ୍ଜିର ୨ ସଦସ୍ୟାଙ୍କୁ ନିଯୁକ୍ତି ନେଇ ଉଠିଲା ପ୍ରଶ୍ନ
ଲୋଇସିଂହା,୨୫।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ(ଖ) ପଞ୍ଚାୟତରେ ଜିପିଏଲ୍ଏଫ୍ ଓ ସିଆର୍ପି ମେମ୍ବର ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ନଅଗାଁ(ଖ) ଗ୍ରାମର…
ବଢ଼ିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ, ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ
କଟକ,୨୫।୮(ପ୍ରଭୁକଲ୍ୟାଣ ପାଲ୍): କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି…
ମୌଳିକ ସୁବିଧା ଅପହଞ୍ଚ ଗାଁ କମାରଖୋଲ: କୂଅ-ଝରଣା ପାଣି ଉପରେ ନିର୍ଭର
ନୂଆପଡ଼ା,୨୫ା୮ (ମକାରୁ ବେମାଲ):ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ନୂଆପଡ଼ା ଜିଲା ବୋଡେନ ବ୍ଲକ ଖଇରା ପଞ୍ଚାୟତ କମାରଖୋଲ ଗାଁରେ ମୌଳିକ ସୁବିଧା ଅପହଞ୍ଚ ହୋଇରହିଛି। ଗାଁରେ ୨୦…
ଗରିମା କନକ୍ଲେଭ୍, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ
ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…
ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ
ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…
ଦୁର୍ଗମ ଅଞ୍ଚଳରେ ‘ଦମନ’ ଟିମ୍: କମୁଛି ମ୍ୟାଲେରିଆ ଜ୍ୱର ଭୟ
ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…
ଜଳ ନିଷ୍କାସନ ଫେଲ୍, ବେହାଲ ବରଗଡ଼ ସହର
ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…
ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା
କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…
Archives

