ହଠାତ୍‌ ସ୍କୁଟିକୁ ଧକ୍କା ଦେଲା ପିକ୍‌ଅପ୍‌: ଚୁରମାର ହେଲା…

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟ ରାସ୍ତାର ଗୋକର୍ଣ୍ଣପୁର ଗ୍ରାମ ନିକଟରେ ଶନିବାର ଅପରାହ୍ନରେ ଦୁର୍ଘଟଣା ଘଟିଛି। ଏକ ପିକ୍‌ଅପ୍‌ ଭ୍ୟାନ (ନଂ. ଓଡ଼ି ୦୭ ଏଏସ ୨୮୫୭) ବିପରୀତ ଦିଗରୁ ଆସୁଥିବା ଏକ ସ୍କୁଟିକୁ ଧକ୍କା ଦେବାରୁ ସ୍କୁଟିରେ ଯାଉଥିବା ୨ ଯୁବକ ଗୁରୁତର ହୋଇଥିବା ଜଣାପଡିଛି । ସ୍କୁଟିଟି ଚୁରମାର ହୋଇଯାଇଛି। ଆହାତ ଦ୍ବୟ ହେଲେ କୁକୁଡାଖଣ୍ଡି ବ୍ଳକ ରୋହିଗାଁର ରିଙ୍କୁ ଜେନା ଏବଂ ସନ୍ତୋଷ ସେଠୀ। ଯୁବକ ଦ୍ବୟ ସ୍କୁଟି ଯୋଗେ ଦିଗପହଣ୍ଡି ଅଭିମୁଖେ ଆସୁଥିବା ବେଳେ ଦ୍ରୁତଗତିରେ ଆସୁଥିବା ପିକଅପ୍‌ ଭ୍ୟାନଟି ସ୍କୁଟିକୁ ଧକ୍କା ଦେଇଥିଲା। ସ୍କୁଟିରେ ଯାଉଥିବା ରିଙ୍କୁ ଏବଂ ସନ୍ତୋଷ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର ପରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଉଭୟଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଚକ୍ଷୁ ଚିକିତ୍ସା ଶିବିର: ଦୁଇଟି ଶିବିରରେ ୩୦୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦାରିଙ୍ଗବାଡି,୨୨।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିରେ ବ୍ଲକ ସ୍ତରୀୟ ଚକ୍ଷୁ ଚିକିତ୍ସା ଶିବିର ବୁଧବାର ଓଡିଶା ଆଦର୍ଶ ବିଦ୍ୟାଳୟ ଓ ରାପଡାବାଡି ନୋଡାଲ ଉଚ୍ଚ ପ୍ରାଥମିକ...

ରାଙ୍ଗାପାରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ତୁମୁଡିବନ୍ଧ, ୨୨।୧(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ବେଲଘର ପଞ୍ଚାୟତ ରାଙ୍ଗପାରୁ ସ୍ଥିତ ଅନୁସୂଚିତ ଜାତି ଓ ଜନ ଜାତି ଉନ୍ନୟନ ବିଭାଗର...

୨୭ ତମ ବାର୍ଷିକ ଉତ୍ସବ, ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ: ଶତାଧିକ ଗାୟତ୍ରୀ ଭକ୍ତଙ୍କ ସମାଗମ

ବାଲିଗୁଡା, ୨୨।୧ (ସଞ୍ଜୟ କୁମାର ପାଣିଗ୍ରାହୀ): ରାଷ୍ଟ୍ରରେ ନବ ନିର୍ମାଣ ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ବାଲିଗୁଡା ଓ କୁର୍ତ୍ତମଗଡ଼ ସ୍ଥିତ ଗାୟତ୍ରୀ ଶକ୍ତିପୀଠରେ ୨୭ ତମ...

ଦୁଇମାସ ହେଲା ଚାଉଳ ଯୋଗାଣ ବନ୍ଦ: ଅଙ୍ଗନବାଡି କେନ୍ଦ୍ରରୁ ଭୋକରେ ଫେରୁଛନ୍ତି ଶିଶୁ

ଲାଞ୍ଜିଗଡ,୨୨।୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକରେ ଥିବା ସମସ୍ତ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ପ୍ରାୟ ଦୁଇମାସ ହେବ ଚାଉଳ ଯୋଗାଣ ବନ୍ଦ ଥିବା...

ରାସ୍ତାକଡ଼ ମାଛ ଦୋକାନ ହଟାଇଲେ ଏନ୍‌ଏସି କର୍ତ୍ତୃପକ୍ଷ

ବାଲିଗୁଡ଼ା,୨୨ା୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ସହରରେ ଦିନକୁ ଦିନ ଟ୍ରାଫିକ୍‌ ସମସ୍ୟା ବଢ଼ିବାରେ ଲାଗିଛି। ଅଧିକାଂଶ ସମୟରେ ଛୋଟବଡ଼ ଦୁର୍ଘଟଣା ମାନ ଘଟୁଛି।...

ଲାଞ୍ଚ ନେଇ ଧରାପଡ଼ିଲେ ଡାକ୍ତର: ପୋଷ୍ଟମର୍ଟମ ରିପୋର୍ଟ ପାଇଁ ୨ ହଜାର ନେଲା ବେଳେ ମାଡ଼ିବସିଲା ଭିଜିଲାନ୍ସ

ଭୁବନେଶ୍ୱର,୨୨।୧: ପୋଷ୍ଟମର୍ଟମ ରିପୋର୍ଟ ପାଇଁ ୨ ହଜାର ନେଲା ବେଳେ ଡାକ୍ତରଙ୍କୁ ମାଡ଼ିବସିଲା ଭିଜିଲାନ୍ସ। ଅଭିଯୋଗ ଅନୁଯାୟୀ ବଡ଼ମ୍ବା CHC ଡାକ୍ତର ବିଶ୍ବନାଥ ଅଢ଼େକ ଜଣେ...

ନୂଆବର୍ଷ ସରିବାକୁ ବସିଲାଣି, ହେଲେ ଦାରିଙ୍ଗବାଡ଼ିରେ କମୁନି ପର୍ଯ୍ୟଟକଙ୍କ ସଂଖ୍ୟା

ଦାରିଙ୍ଗବାଡ଼ି,୨୨ା୧(ଅରୁଣ ସାହୁ): ନୂଆବର୍ଷ ଏବେ ସରିବାକୁ ବସିଲାଣି କିନ୍ତୁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଶୀତର ମଜା ନେବା ପାଇଁ ଜିଲା ତଥା ଜିଲା ବାହାରୁ...

ନବୀନ ନବୀନ ଗୀତ ପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କଲେ ଯାତ୍ରା ପାର୍ଟି ପରିଚାଳକ

ଚାନ୍ଦବାଲି,୨୨ା୧(ଅଶୋକ ପଣ୍ଡା): ୧୯ ତାରିଖ ମକର ମେଳା ସମୟରେ ଭଦ୍ରକ ଜିଲା ଧାମରା ଗଙ୍ଗା ମାତା ପଡ଼ିଆରେ ଯାତ୍ରା ସ୍ବର୍ଣ୍ଣମହଲ ନିଜର ଅପେରା ଶୋ’ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri