Posted inଜାତୀୟ

ଜେଏନ୍‌ୟୁରେ ଏବିଭିପି-ବାମପନ୍ଥୀ ମୁହାଁମୁହିଁ

ନୂଆଦିଲ୍ଲୀ, ୧୧ା୪: ଛାତ୍ର ଅଶାନ୍ତିକୁ ନେଇ ନୂଆଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ପୁଣି ବିବାଦ ଘେରକୁ ଆସିଛି। ରାମ ନବମୀ ଉତ୍ସବ ପାଳନବେଳେ ଆମିଷ ଭୋଜନକୁ କେନ୍ଦ୍ରକରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଏବଂ ବାମପନ୍ଥୀ ଛାତ୍ର ସଙ୍ଗଠନ ମୁହାଁମୁହିଁ ହୋଇଛନ୍ତି। ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଏଥିରେ କେତେଜଣ ଛାତ୍ରୀଛାତ୍ର ଆହତ ହୋଇଥିବା ଜଣାପଡ଼ିଛି। ଏବିଭିପି ଛାତ୍ରୀଛାତ୍ରଙ୍କ ଅଭିଯୋଗ ହେଲା, ରବିବାର ଅପରାହ୍ନରେ ସେମାନେ କ୍ୟାମ୍ପସ୍‌ର କାଭେରୀ ହଷ୍ଟେଲରେ ରାମ ନବମୀ ଉପଲକ୍ଷେ ପୂଜା କରୁଥିବାବେଳେ ବାମପନ୍ଥୀ ଛାତ୍ରଗୋଷ୍ଠୀ ଏଥିରେ ବାଧା ସୃଷ୍ଟି କରିଥିଲେ। ଅନ୍ୟପକ୍ଷେ ଲେଫ୍ଟ ଓ୍ବିଙ୍ଗ୍‌ ଛାତ୍ରୀଛାତ୍ର ଆମିଷ ଖାଉଥିବାବେଳେ ଏବିଭିପି ପକ୍ଷରୁ ସେମାନଙ୍କୁ ରୋକାଯାଇଥିବା ଅଭିଯୋଗ ଆଣିଛନ୍ତି। ଏପରି କି ଏବିଭିପି ସଦସ୍ୟ ହଷ୍ଟେଲ ମେସ୍‌ ସେକ୍ରେଟାରୀଙ୍କୁ ମାର୍‌ପିଟ କରିଛନ୍ତି। ଜେଏନ୍‌ୟୁ ଛାତ୍ର ସଙ୍ଗଠନ (ଜେଏନ୍‌ୟୁଏସ୍‌ୟୁ) ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, ଏବିଭିପିର ଗୁଣ୍ଡାମାନେ ଘୃଣା ଓ ବିଭାଜନବାଦୀ ଏଜେଣ୍ଡା ରାଜନୀତି ପାଇଁ କାଭେରୀ ହଷ୍ଟେଲରେ ଆତଙ୍କର ବାତାବରଣ ସୃଷ୍ଟି କରିଛନ୍ତି। ସେମାନେ ମେସ୍‌ କମିଟିକୁ ରାତ୍ରିଭୋଜନ ମେନୁରେ ପରିବର୍ତ୍ତନ ପାଇଁ ବାଧ୍ୟ କରିଛନ୍ତି। ବାମପନ୍ଥୀ ବିଚାରଧାରା ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରୁଥିବା ଛାତ୍ରୀଛାତ୍ରମାନଙ୍କୁ ଏବିଭିପି ପକ୍ଷରୁ ମରଣାନ୍ତକ ଆକ୍ରମଣ କରାଯାଇଛି। ମେନୁରେ ଉଭୟ ଆମିଷ ଓ ନିରାମିଷ ଭୋଜନ ଥିଲା। ଛାତ୍ରୀଛାତ୍ର ନିଜ ପସନ୍ଦ ଅନୁଯାୟୀ ଖାଦ୍ୟ ଖାଇପାରିବେ। କିନ୍ତୁ ଏବିଭିପି କର୍ମୀମାନେ କେବଳ ନିରାମିଷ ଭୋଜନ ରୋଷେଇ କରିବା ପାଇଁ ବାଧ୍ୟ କରି ହଙ୍ଗାମା କରିଥିଲେ ବୋଲି ଜେଏନ୍‌ୟୁଏସ୍‌ୟୁ ସଭାନେତ୍ରୀ ଆଇଶି ଘୋଷ କହିଛନ୍ତି। ବିବୃତିରେ ଆହୁରି କୁହାଯାଇଛି, ହଷ୍ଟେଲଗୁଡ଼ିକ ସମସ୍ତ ଛାତ୍ରୀଛାତ୍ରଙ୍କ ପାଇଁ ସମାନ। ଏଠାକୁ ଦେଶର ବିଭିନ୍ନ ଭାଗରୁ ଆସୁଥିବା ପିଲାମାନେ ନିଜ ସଂସ୍କୃତି ଓ ଚାଲିଚଳଣ ଅନୁଯାୟୀ ପୋଷାକ ପରିଧାନ ତଥା ଖାଦ୍ୟ ଭୋଜନ କରିପାରିବେ। ଏହାକୁ ସମସ୍ତେ ସମ୍ମାନ ଦେବା ଉଚିତ। କିନ୍ତୁ ଦକ୍ଷିଣପନ୍ଥୀ ଛାତ୍ର ସଙ୍ଗଠନ ଏବିଭିପି ଜେଏନ୍‌ୟୁ ଭଳି ଧର୍ମନିରପେକ୍ଷ ଓ ଗଣତାନ୍ତ୍ରିକ କ୍ୟାମ୍ପସଗୁଡ଼ିକରେ ଆଧିପତ୍ୟ ରାଜନୀତି ପାଇଁ ସବୁବେଳେ ବିଭ୍ରାଟ ସୃଷ୍ଟି କରିଆସିଛି। ଏହାର ବିଦ୍ୱେଷପୂର୍ଣ୍ଣ ରାଜନୀତି ଓ ହିଂସା ଆଗରେ ମୁଣ୍ଡ ନୁଆଁଇବାର ପ୍ରଶ୍ନ ଉଠୁନି। ଏବିଭିପିର ଜେଏନ୍‌ୟୁ ଶାଖା ଅଧ୍ୟକ୍ଷ ରୋହିତ କୁମାର କହିଛନ୍ତି, ରାମ ନବମୀ ଅବସରରେ ୟୁନିଭର୍ସିଟିରେ ପୂଜା ସମୟରେ ବାମପନ୍ଥୀ ଏବଂ ନ୍ୟାଶନାଲ ଷ୍ଟୁଡେଣ୍ଟସ୍‌ ୟୁନିୟନ ଅଫ୍‌ ଇଣ୍ଡିଆ (ଏନ୍‌ଏସ୍‌ୟୁଆଇ) କର୍ମକର୍ତ୍ତାମାନେ ଗଣ୍ଡଗୋଳ ଭିଆଇଛନ୍ତି। ନନ୍‌-ଭେଜ୍‌ କଥା ଆଦୌ ଉଠିନାହିଁ।
ଇଣ୍ଡିଆ ଷ୍ଟୁଡେଣ୍ଟସ୍‌ ଆସୋସିଏଶନ(ଏଆଇଏସ୍‌ଏ) ପକ୍ଷରୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା କେତେକ ଫଟୋରେ ବାମପନ୍ଥୀ ଛାତ୍ରୀଛାତ୍ରଙ୍କ ମୁଣ୍ଡ ଫାଟି ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳିଛି। ଏବିଭିପି ମଧ୍ୟ ଏକ ଭିଡିଓ ଶେୟାର କରିଛି, ଯେଉଁଥିରେ ଜଣେ ଦକ୍ଷିଣପନ୍ଥୀ ଛାତ୍ର ଆହତ ହୋଇଥିବା ଦେଖାଯାଇଛି। ଇତିମଧ୍ୟରେ ଦକ୍ଷିଣ-ପଶ୍ଚିମ ଦିଲ୍ଲୀ ଡିସିପି ମନୋଜ ସି. କହିଛନ୍ତି, ସଂଘର୍ଷବେଳେ ଟେକାମାଡ଼ ହେବାରୁ ଉଭୟ ପକ୍ଷର ୬ ଛାତ୍ରୀଛାତ୍ର ଆହତ ହୋଇଛନ୍ତି। ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ରହିଛି। ଉଭୟ ଗୋଷ୍ଠୀ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ କରୁଛନ୍ତି। ଅଭିଯୋଗ ଆସିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ଏବିଭିପି ସମର୍ଥକମାନେ ସ୍ଲୋଗାନ ଦେଇ କ୍ୟାମ୍ପସ୍‌ରେ ପହଞ୍ଚିବା ପରେ ମୁଖ୍ୟ ପ୍ରବେଶପଥକୁ ବନ୍ଦ କରିଦିଆଯାଇଥିବା ସୂତ୍ରରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ କମିଶନରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ପ୍ରଚାର କରିପାରିବେନି ଏହି କଂଗ୍ରେସ ଏମପି

ନୂଆଦିଲ୍ଲୀ,୧୬।୪: କଂଗ୍ରେସର ଜଣେ ନେତାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ନିର୍ବାଚନ କମିଶନର। ରାଜ୍ୟ ସଭା ଏମପି ରଣଦୀପ ସୂର୍ଯ୍ୟେୱାଲଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ...

ବଡ଼ ଏନକାଉଣ୍ଟର, ୧୮ ମାଓବାଦୀ ମୃତ

ରାୟପୁର,୧୬।୪: ଛତିଶଗଡ଼ରେ ବଡ଼ ମାଓ ଅପରେଶନ। ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଛତିଶଗଡ଼ କାଙ୍କେର ଜିଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୧୮ ଜଣ ମାଓବାଦୀ। ଏମାନଙ୍କ...

‘କଂଗ୍ରେସ ଚାହେଁ ଭାଜପା ଜିତୁ’

ନୂଆଦିଲ୍ଲୀ,୧୬।୪: ‘ମୋତେ ଲାଗେ କଂଗ୍ରେସ ଚାହେଁ ଭାଜପା ବିଜୟୀ ହେଉ’ ଜମ୍ମୁ ଓ କଶ୍ମିରର ଡୋଡାରେ ଏକ ସାଧାରଣ ସଭାରେ ଏ କଥା କହିଛନ୍ତି ପୂର୍ବତନ...

ମଣିଷର ଶୋଇବା ଅଧିକାରକୁ କେହି ଛଡାଇ ନେଇ ପାରିବେ ନାହିଁ: ବମ୍ବେ ହାଇକୋର୍ଟ

ଶୋଇବା ଅଧିକାର ହେଉଛି ମଣିଷର ଏକ ମୌଳିକ ଆବଶ୍ୟକତା, ଏଥିରୁ ତା’କୁ କେହି ଛଡ଼ାଇ ନେଇପାରିବେ ନାହିଁ। ଏପରି କରିବା ମାନବିକ ଅଧିକାରର ଉଲ୍ଲଂଘନ ବୋଲି...

ଷ୍ଟାର ପ୍ରଚାରକଙ୍କ ନାଁ ଜାରି କଲା ଆପ୍‌, ତାଲିକାରେ କେଜରିଓ୍ବାଲଙ୍କ ନାଁ

ନୂଆଦିଲ୍ଲୀ,୧୬।୪: ଦିଲ୍ଲୀ ସରକାର ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତିହାର ଜେଲରେ ବନ୍ଦୀ ଅଛନ୍ତି। ତେବେ ଜେଲରୁ ହିଁ ସରକାର ଚଲେଇବାକୁ କେଜରିଓ୍ବାଲ ଦାବି କରିଛନ୍ତି।...

‘ମୁଁ କେଜରିଓ୍ବାଲ, ଆତଙ୍କବାଦୀ ନୁହେଁ’ ତିହାରରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ନୂଆଦିଲ୍ଲୀ,୧୬।୪: ଗୋଟିଏ ପଟେ ଲୋକ ସଭା ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ ଅନ୍ୟପଟେ ଆମ ଆଦମୀ ପାର୍ଟି ଅବକାରୀ ଦୁର୍ନୀତିରେ ଛନ୍ଦି ହୋଇପଡିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ...

UPSC ସିଭିଲ ସିର୍ଭସ ପରୀକ୍ଷା ୨୦୨୩ ଫାଇନାଲ ରିଜଲ୍ଟ ଜାରି, ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର

ନୂଆଦିଲ୍ଲୀ,୧୬।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା ୨୦୨୩ ର ଫାଇନାଲ ଫଳାଫଳ ପ୍ରକାଶ ପାଇଛି। ଏହାର ୱେବସାଇଟ upsc.gov.in ରେ ଏହା ଯାଞ୍ଚ କରାଯାଇପାରିବ ।...

ସୁପ୍ରିମକୋର୍ଟରୁ ଆଜିବି ବାବା ରାମଦେବଙ୍କୁ ମିଳିଲାନି କ୍ଷମା

ନୂଆଦିଲ୍ଲୀ,୧୬।୪: ଯୋଗ ଗୁରୁ ବାବା ରାମଦେବ ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ଠାରୁ ଏଲୋପାଥି (ଇଂରାଜୀ ଔଷଧ) ବିରୁଦ୍ଧରେ ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ପାଇନାହାଁନ୍ତି। ପତଞ୍ଜଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri