ବିପଦରେ ବାଘ, ଏସ୍‌ଟିଏଫ୍‌ ଧରିଲାଣି ୨୭ ଛାଲ

ଭୁବନେଶ୍ୱର,(ବ୍ୟୁରୋ)/ଦାରିଙ୍ଗବାଡ଼ି/ବାଲିଗୁଡ଼ା, ୧୧।୪ (ଡି.ଏନ୍‌.ଏ): ରାଜ୍ୟରେ ବନ୍ୟଜନ୍ତୁ ଶିକାର ଓ ଚୋରା ଚାଲାଣ ବେଧଡ଼କ ଚାଲିଛି। ଯେତେ ଚଢ଼ାଉ ହେଉଛି, ସେତେ ଧରାପଡୁଛି। ବିଶେଷକରି ବାଘ ବଂଶ ପ୍ରତି ବଡ଼ ବିପଦ ଦେଖାଦେଇଛି। ବନ୍ୟଜନ୍ତୁ ଶିକାରୀଙ୍କ ବିରୋଧରେ ସ୍ବତନ୍ତ୍ର ଅଭିଯାନ ଚଳାଇଥିବା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ୨ବର୍ଷରେ ୨୭ ବାଘଛାଲ, ୨ ବାଘ ଦାନ୍ତ ଓ ୨୯ ବାଘ ନଖ ଜବତ କରିଛି। ତେବେ ପୂର୍ବରୁ ଶୋଇ ରହିଥିବା ବନ ବିଭାଗ ଏବେ ଏସ୍‌ଟିଏଫ୍‌ ସହ ମିଶି ଚଢ଼ାଉ ଜାରି ରଖିଥିଲେ ମଧ୍ୟ ର଼୍ୟାକେଟର ଚେର ପର୍ଯ୍ୟନ୍ତ ପହଞ୍ଚତ୍ପାରୁନି। ବାଘକୁ ହତ୍ୟା କରି ତା’ର ଚମଡ଼ା, ଦାନ୍ତ ଓ ନଖ ଆଦି ମୂଲ୍ୟବାନ ଅଙ୍ଗପ୍ରତ୍ୟଙ୍ଗକୁ ରାଜ୍ୟ ତଥା ଦେଶ ବାହାରକୁ ଚାଲାଣ କରାଯାଉଛି। ହେଲେ କ୍ରାଇମ୍‌ବ୍ରାଞ୍ଚ ହେଉ କି ବନ ବିଭାଗ, କେବଳ ଚାଲାଣ ସମୟରେ ଧରୁଛି। ଶିକାର ଜାରି ରହିଥିବାରୁ ଚୋରା ଚାଲାଣ ମଧ୍ୟ ବନ୍ଦ ହେଉ ନାହିଁ।
ଶନିବାର ଏସ୍‌ଟିଏଫ୍‌ ସ୍ଥାନୀୟ ବନବିଭାଗ ସହାୟତାରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଚଢ଼ାଉ କରି ଜଣେ ଶିକାରୀଙ୍କୁ ଗିରଫ କରିଛି। ସେ ହେଲେ ସ୍ଥାନୀୟ ଥାନା ଅନ୍ତର୍ଗତ ପାଙ୍ଗାଲି ଗ୍ରାମର ବିପିନ ନାୟକ(୪୦)। ତାଙ୍କଠାରୁ ଏକ ବାଘଛାଲ ସହ କେତେକ ଆପରାଧିକ ସାମଗ୍ରୀ ଜବତ କରାଯାଇଛି। ଏହି ଛାଲର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ। ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ଏସ୍‌ଟିଏଫ୍‌ ଗିରଫ ଅଭିଯୁକ୍ତଙ୍କୁ ଦାରିଙ୍ଗବାଡ଼ି ବନବିଭାଗକୁ ସ୍ଥାନାନ୍ତର କରିଥିଲା। ବନବିଭାଗ ଏକ ମାମଲା (ନଂ.୧/୨୨-୨୩) ରୁଜୁ କରି ତାଙ୍କୁ ରବିବାର କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ବାଘଟିକୁ ନିକଟ ଜଙ୍ଗଲରୁ ଶିକାର କରାଯାଇଥିବା ଜଣାପଡ଼ିଛି। ତେବେ ବିପିନଙ୍କ ସହ ଏଥିରେ ଏକାଧିକ ଲୋକ ସମ୍ପୃକ୍ତ ଥିବା ଜାଣିବା ପରେ ଅନ୍ୟମାନଙ୍କୁ ଧରିବାକୁ ଏସ୍‌ଟିଏଫ୍‌ ଓ ବନବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ଏଥିସହ ର଼୍ୟାକେଟ୍‌ ସମ୍ପର୍କରେ ଅଧିକ ତଦନ୍ତ କରାଯାଉଥିବା ଏସ୍‌ଟିଏଫ୍‌ ପକ୍ଷରୁ ସୂଚନା ଦିଆଯାଇଛି।
ଅଭିଯୁକ୍ତ ବିପିନ୍‌ଙ୍କ ନିକଟରେ ଏକ ବାଘଛାଲ ଥିବା ଏସ୍‌ଟିଏଫ୍‌ ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ପାଇଥିଲା। ସେ ତାହାକୁ ୪ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଗ୍ରାହକ ଖୋଜୁଥିଲେ। ତାଙ୍କୁ ଧରିବାକୁ ଏସ୍‌ଟିଏଫ୍‌ ଓ ସ୍ଥାନୀୟ ବନବିଭାଗର ଅଧିକାରୀମାନେ ଗ୍ରାହକ ବେଶରେ ବିପିନଙ୍କୁ ଯୋଗାଯୋଗ କରିଥିଲେ। ଶନିବାର ରାତି ପ୍ରାୟ ୧୧ଟାରେ ସେ ଏକ ପ୍ଲାଷ୍ଟିକ୍‌ ବ୍ୟାଗରେ ଉକ୍ତ ବାଘଛାଲକୁ ଧରି ଡାବେରୀ ଗ୍ରାମ ନିକଟ ରାସ୍ତାକୁ ଆସିଥିଲେ। ପୂର୍ବ ପ୍ରସ୍ତୁତି ମୁତାବକ ଅଧିକାରୀମାନେ ତାଙ୍କୁ କାବୁ କରି ନେଇଥିଲେ। ଏହା ପୂର୍ବରୁ ମାର୍ଚ୍ଚ ୨ରେ ଗଜପତି ଜିଲା ଆର୍‌ଉଦୟଗିରି ଥାନା ଅଞ୍ଚଳରେ ଏସ୍‌ଟିଏଫ୍‌ ଚଢ଼ାଉ କରି ପବିତ୍ର ଲିମା ନାମକ ଜଣେ ଶିକାରୀଙ୍କୁ ଗିରଫ କରିବା ସହ ତାଙ୍କଠାରୁ ଏକ ବାଘଛାଲ ଜବତ କରିଥିଲା।
ଅନ୍ୟପକ୍ଷରେ ଏସ୍‌ଟିଏଫ୍‌ ତା’ର ସ୍ବତନ୍ତ୍ର ଅଭିଯାନରେ ବାଘ ଛାଲ, ଦାନ୍ତ, ନଖ ସହ ୧୫ ହାତୀଦାନ୍ତ, ୭ ହରିଣ ଛାଲ, ୧୨ ଜୀବନ୍ତ ବଜ୍ରକାପ୍ତା, ୨୩.୫ କେଜି ବଜ୍ରକାପ୍ତା କାତି, ୪୬ ଶୁଆ ଆଦି ଜବତ କରିବା ସହ ସମ୍ପୃକ୍ତ ୬୪ ଜଣଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

Facebookରେ ଲାଇଭ୍‌ ଆସିଲେ,ବେକରେ ରଶି ଲଗାଇ ଝୁଲି ପଡ଼ିଲେ…ସ୍ତ୍ରୀଙ୍କ ସହ ବିବାଦ ପରେ…

ବରେଲୀ,୧୯।୮: ଉତ୍ତରପ୍ରଦେଶର ବରେଲୀ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ଫେସବୁକ୍‌ରେ ଲାଇଭ୍ ଆସି ଆତ୍ମହତ୍ୟା…

କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

ରାକ୍ଷୀ ପୂର୍ଣ୍ଣିମା ଏକ ଲୋକପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ…

ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନିତ କରିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୧୯।୮: ପାକିସ୍ତାନ ସରକାର ମହମ୍ମଦ ଅଲୀ ଜିନ୍ନାଙ୍କ ଗୁରୁତର ଅସୁସ୍ଥତାକୁ ଗୋପନ ରଖିବା ଏବଂ ତାଙ୍କର ଚିକିତ୍ସା କରିଥିବା ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନ ଦେବାକୁ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri