ବିପଦରେ ବାଘ, ଏସ୍‌ଟିଏଫ୍‌ ଧରିଲାଣି ୨୭ ଛାଲ

ଭୁବନେଶ୍ୱର,(ବ୍ୟୁରୋ)/ଦାରିଙ୍ଗବାଡ଼ି/ବାଲିଗୁଡ଼ା, ୧୧।୪ (ଡି.ଏନ୍‌.ଏ): ରାଜ୍ୟରେ ବନ୍ୟଜନ୍ତୁ ଶିକାର ଓ ଚୋରା ଚାଲାଣ ବେଧଡ଼କ ଚାଲିଛି। ଯେତେ ଚଢ଼ାଉ ହେଉଛି, ସେତେ ଧରାପଡୁଛି। ବିଶେଷକରି ବାଘ ବଂଶ ପ୍ରତି ବଡ଼ ବିପଦ ଦେଖାଦେଇଛି। ବନ୍ୟଜନ୍ତୁ ଶିକାରୀଙ୍କ ବିରୋଧରେ ସ୍ବତନ୍ତ୍ର ଅଭିଯାନ ଚଳାଇଥିବା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ୨ବର୍ଷରେ ୨୭ ବାଘଛାଲ, ୨ ବାଘ ଦାନ୍ତ ଓ ୨୯ ବାଘ ନଖ ଜବତ କରିଛି। ତେବେ ପୂର୍ବରୁ ଶୋଇ ରହିଥିବା ବନ ବିଭାଗ ଏବେ ଏସ୍‌ଟିଏଫ୍‌ ସହ ମିଶି ଚଢ଼ାଉ ଜାରି ରଖିଥିଲେ ମଧ୍ୟ ର଼୍ୟାକେଟର ଚେର ପର୍ଯ୍ୟନ୍ତ ପହଞ୍ଚତ୍ପାରୁନି। ବାଘକୁ ହତ୍ୟା କରି ତା’ର ଚମଡ଼ା, ଦାନ୍ତ ଓ ନଖ ଆଦି ମୂଲ୍ୟବାନ ଅଙ୍ଗପ୍ରତ୍ୟଙ୍ଗକୁ ରାଜ୍ୟ ତଥା ଦେଶ ବାହାରକୁ ଚାଲାଣ କରାଯାଉଛି। ହେଲେ କ୍ରାଇମ୍‌ବ୍ରାଞ୍ଚ ହେଉ କି ବନ ବିଭାଗ, କେବଳ ଚାଲାଣ ସମୟରେ ଧରୁଛି। ଶିକାର ଜାରି ରହିଥିବାରୁ ଚୋରା ଚାଲାଣ ମଧ୍ୟ ବନ୍ଦ ହେଉ ନାହିଁ।
ଶନିବାର ଏସ୍‌ଟିଏଫ୍‌ ସ୍ଥାନୀୟ ବନବିଭାଗ ସହାୟତାରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଚଢ଼ାଉ କରି ଜଣେ ଶିକାରୀଙ୍କୁ ଗିରଫ କରିଛି। ସେ ହେଲେ ସ୍ଥାନୀୟ ଥାନା ଅନ୍ତର୍ଗତ ପାଙ୍ଗାଲି ଗ୍ରାମର ବିପିନ ନାୟକ(୪୦)। ତାଙ୍କଠାରୁ ଏକ ବାଘଛାଲ ସହ କେତେକ ଆପରାଧିକ ସାମଗ୍ରୀ ଜବତ କରାଯାଇଛି। ଏହି ଛାଲର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ। ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ଏସ୍‌ଟିଏଫ୍‌ ଗିରଫ ଅଭିଯୁକ୍ତଙ୍କୁ ଦାରିଙ୍ଗବାଡ଼ି ବନବିଭାଗକୁ ସ୍ଥାନାନ୍ତର କରିଥିଲା। ବନବିଭାଗ ଏକ ମାମଲା (ନଂ.୧/୨୨-୨୩) ରୁଜୁ କରି ତାଙ୍କୁ ରବିବାର କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ବାଘଟିକୁ ନିକଟ ଜଙ୍ଗଲରୁ ଶିକାର କରାଯାଇଥିବା ଜଣାପଡ଼ିଛି। ତେବେ ବିପିନଙ୍କ ସହ ଏଥିରେ ଏକାଧିକ ଲୋକ ସମ୍ପୃକ୍ତ ଥିବା ଜାଣିବା ପରେ ଅନ୍ୟମାନଙ୍କୁ ଧରିବାକୁ ଏସ୍‌ଟିଏଫ୍‌ ଓ ବନବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ଏଥିସହ ର଼୍ୟାକେଟ୍‌ ସମ୍ପର୍କରେ ଅଧିକ ତଦନ୍ତ କରାଯାଉଥିବା ଏସ୍‌ଟିଏଫ୍‌ ପକ୍ଷରୁ ସୂଚନା ଦିଆଯାଇଛି।
ଅଭିଯୁକ୍ତ ବିପିନ୍‌ଙ୍କ ନିକଟରେ ଏକ ବାଘଛାଲ ଥିବା ଏସ୍‌ଟିଏଫ୍‌ ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ପାଇଥିଲା। ସେ ତାହାକୁ ୪ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଗ୍ରାହକ ଖୋଜୁଥିଲେ। ତାଙ୍କୁ ଧରିବାକୁ ଏସ୍‌ଟିଏଫ୍‌ ଓ ସ୍ଥାନୀୟ ବନବିଭାଗର ଅଧିକାରୀମାନେ ଗ୍ରାହକ ବେଶରେ ବିପିନଙ୍କୁ ଯୋଗାଯୋଗ କରିଥିଲେ। ଶନିବାର ରାତି ପ୍ରାୟ ୧୧ଟାରେ ସେ ଏକ ପ୍ଲାଷ୍ଟିକ୍‌ ବ୍ୟାଗରେ ଉକ୍ତ ବାଘଛାଲକୁ ଧରି ଡାବେରୀ ଗ୍ରାମ ନିକଟ ରାସ୍ତାକୁ ଆସିଥିଲେ। ପୂର୍ବ ପ୍ରସ୍ତୁତି ମୁତାବକ ଅଧିକାରୀମାନେ ତାଙ୍କୁ କାବୁ କରି ନେଇଥିଲେ। ଏହା ପୂର୍ବରୁ ମାର୍ଚ୍ଚ ୨ରେ ଗଜପତି ଜିଲା ଆର୍‌ଉଦୟଗିରି ଥାନା ଅଞ୍ଚଳରେ ଏସ୍‌ଟିଏଫ୍‌ ଚଢ଼ାଉ କରି ପବିତ୍ର ଲିମା ନାମକ ଜଣେ ଶିକାରୀଙ୍କୁ ଗିରଫ କରିବା ସହ ତାଙ୍କଠାରୁ ଏକ ବାଘଛାଲ ଜବତ କରିଥିଲା।
ଅନ୍ୟପକ୍ଷରେ ଏସ୍‌ଟିଏଫ୍‌ ତା’ର ସ୍ବତନ୍ତ୍ର ଅଭିଯାନରେ ବାଘ ଛାଲ, ଦାନ୍ତ, ନଖ ସହ ୧୫ ହାତୀଦାନ୍ତ, ୭ ହରିଣ ଛାଲ, ୧୨ ଜୀବନ୍ତ ବଜ୍ରକାପ୍ତା, ୨୩.୫ କେଜି ବଜ୍ରକାପ୍ତା କାତି, ୪୬ ଶୁଆ ଆଦି ଜବତ କରିବା ସହ ସମ୍ପୃକ୍ତ ୬୪ ଜଣଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ଭାଜପା କୋର କମିଟି ବୈଠକ, ଖୁବଶୀଘ୍ର ଘୋଷଣା ହେବ ଲୋକ ସଭା-ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୯ା୩: ଆଗାମୀ ବିଧାନସଭା ପାଇଁ ଭାଜପାର ପ୍ରାର୍ଥୀ ତାଲିକା ଏବଂ ଓଡିଶାରେ ଅବଶିଷ୍ଟ ଲୋକସଭା ଆସନ ଖୁବ ଶୀଘ୍ର ପ୍ରକାଶ ପାଇବ। ସୂତ୍ରରୁ ପ୍ରକାଶ ଯେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri