ଭ୍ରୂଣହତ୍ୟା ଉପରେ ଲାଗୁନି ରୋକ୍‌

ନୟାଗଡ଼,୨୫ା୧(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ଭ୍ରୂଣହତ୍ୟାରେ ରୋକ୍‌ ଲାଗି ପାରୁନି। ବିନା ପ୍ରେସକ୍ରିପସନରେ ଜିଲାର ବିଭିନ୍ନ ଔଷଧ ଦୋକାନରେ ଗର୍ଭପାତ ମେଡିସିନ୍‌ ବିକ୍ରି ହେଉଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ ରୋକ୍‌ ଲଗା ଯାଉନି। ଅନ୍ୟପକ୍ଷେ ଏ ନେଇ ତଦନ୍ତ ମଧ୍ୟ ହେଉନି। କିଛି ଔଷଧ ଦୋକାନୀ ଗର୍ଭପାତ ମେଡସିନ ଦେଇ ଗର୍ଭପାତ କରାଉଥିବା ଅଭିଯୋଗ ରହିଛି। ଏଭଳି ଅଭିଯୋଗକୁ ଅଣଦେଖା କରାଯାଉଥିବାରୁ ଭ୍ରୂଣହତ୍ୟା ଉପରେ ରୋକ୍‌ ଲାଗି ପାରୁନି।

ଅନଭିଜ୍ଞ କରୁଛନ୍ତି ଅଲ୍‌ଟ୍ରାସାଉଣ୍ଡ ପରୀକ୍ଷଣ
ଗାଇନିକ୍‌, ସର୍ଜରୀ, କ୍ୟାନସର ପରି ରୋଗର ଅଲଟ୍ରାସାଉଣ୍ଡକୁ କିଛି ଅନଭିଜ୍ଞ ଲୋକ ନୟାଗଡ଼ରେ କରୁଛନ୍ତି ବୋଲି ଅଭିଯୋଗ ଉଠିଛି। ଏଣୁ ରିପୋର୍ଟ ଭୁଲ ଆସୁଛି। ରେଡିଓଲୋଜିଷ୍ଟ, ଓଜି ସେପଶାଲିଷ୍ଟ, ୬ମାସ ତାଲିମ ନେଇଥିବା ଏମ୍‌ବିବିଏସ୍‌ ଡା. ଅଲଟ୍ରାସାଉଣ୍ଡ କରିପାରିବେ। କିନ୍ତୁ ଅଲଟ୍ରାସାଉଣ୍ଡ କେନ୍ଦ୍ର ଗୁଡ଼ିକରେ ଧରପଗଡ଼ ନ ଥିବାରୁ ଅନଭିଜ୍ଞ ଲୋକ ବେଳେ ବେଳେ ଅଲଟ୍ରାସାଉଣ୍ଡ କରୁଥିବା କୁହାଯାଉଛି। ଏ ନେଇ ତଦନ୍ତ କରି ପଦକ୍ଷେପ ନେବାକୁ ଦାବି ହେଉଛି। ଅନ୍ୟପକ୍ଷେ ଚଢ଼ାଉକୁ ତ୍ୱରାନ୍ବିତ କରାଯିବା ଦରକାର ବୋଲି କୁହାଯାଉଛି।

ଶୀତଳଭଣ୍ଡାରରେ ଧରପଗଡ଼
ମେଡିକାଲ ଟର୍ମିନେଶନ ଅଫ ପ୍ରେଗନେସି ଆକ୍ଟରେ ଅନୁମତି ନ ପାଇ ମଧ୍ୟ ନୟାଗଡ଼ ଜିଲାର ବିଭିନ୍ନ ଘରୋଇ ହସ୍ପିଟାଲରେ ଭ୍ରୂଣ ହତ୍ୟା ଚାଲିଛି। ଏଭଳିଆ ଅଭିଯୋଗ ବହୁ ଦିନ ହେଲା ହୋଇ ଆସୁଛି। ୨୦୨୧ ଅଗଷ୍ଟ ୩୦ରେ ଜିଲା ମୁଖ୍ୟ ଚିକିତ୍ସାଳୟର ପଛପାଖ ଆନନ୍ଦ ଭବନରେ ଚାଲିଥିବା ଆଦିତ୍ୟ ହସ୍ପିଟାଲ ଆଣ୍ଡ କ୍ଲିନିକ୍‌ରେ ଭ୍ରୂଣ ହତ୍ୟା ଧରା ପଡ଼ିଥିଲା। ଏହି ଘଟଣାରେ ଘରୋଇ ହସ୍ପିଟାଲର ମାଲିକ, ୨ ନର୍ସ, ଦଲାଲ ସମେତ ୫ ଜଣ ଗିରଫ ହୋଇ ଜେଲ ଯାଇଥିଲେ। ୨ୟ ଥର ଭ୍ରୂଣ ହତ୍ୟା ପ୍ରମାଣିତ ହେବା ପରେ ନୟାଗଡ଼ ଜିଲାରେ ବିଭନ୍ନ ସମୟରେ ଚଢ଼ାଉ ଓ ଧରପଗଡ଼ ତ୍ୱରାନ୍ବିତ ହେବ ବୋଲି ଆଶ କରାଯାଉଥିଲା। ତେବେ ଘଟଣା ସମୟରେ କେତୋଟି ହାତଗଣତି ଘରୋଇ କ୍ଲିନିକ୍‌ ଓ ଅଲଟ୍ରାସାଉଣ୍ଡ କେନ୍ଦ୍ର ଉପରେ ଚଢ଼ାଉ କରାଯାଇଥିଲା। ପରେ ଧରପଗଡ଼ ଓ ଚଢ଼ାଉ ଶୀଳଭଣ୍ଡାରରେ ପୁଣି ରହିଗଲା। ସ୍ବାସ୍ଥ୍ୟ ବିଭାଗର ଧରପଗଡ଼ ନ ଥିବାରୁ ଜିଲାରେ ପିସି ଆଣ୍ଡ ପିଏନ୍‌ଡିଟି ଆକ୍ଟ ଠିକ୍‌ରେ କାମ କରୁନାହିଁ ବୋଲି ପୁଣି ଅଭିଯୋଗ ଉଠିଲାଣି। ଭ୍ରୂଣହତ୍ୟା ଚିହ୍ନଟ ପରେ କିଛି ଦିନ ଚଢ଼ାଉ ଭୟରେ ଏହା ବନ୍ଦ ହୋଇଯାଇଥିଲା। ହେଲେ ରୋଜଗାରର ମୋହ ପୁଣି କିଛି ଘରୋଇ କ୍ଲିନିକ୍‌ରେ ଭ୍ରୂଣ ହତ୍ୟା କରାଯାଉଛି ବୋଲି କୁହଯାଉଛି। ପ୍ରକାଶଥାଉକି ୨୦୦୭ ଜୁଲାଇ ୧୪ ରେ ନୟାଗଡ଼ର ଡୁବୁରି ପାହାଡ଼ ପାଦ ଦେଶରେ ୬ଟି ଅପରିପକ୍ୱ ଶିଶୁର ମୃତଦେହ ମିଳିଥିଲା। ଏହା ପରେ ନୟାଗଡ଼ ଭ୍ରୂଣହତ୍ୟା କ୍ଷେତ୍ରରେ ଚର୍ଚ୍ଚାକୁ ଆସିଥିଲା।

ଘରୋଇ ହସ୍ପିଟାଲର ମନମାନି ବଢ଼ୁଛି
ନୟାଗଡ଼ ଜିଲାରେ ଘରୋଇ ହସ୍ପିଟାଲ ସରକାରୀ ନିର୍ଦ୍ଦେଶକୁ ଫୁ କରି ଉଡାଇ ଦେଉଥିବା ବେଳେ ସେମାନଙ୍କର ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଘରୋଇ ହସ୍ପିଟାଲରେ ଇନ୍‌ଡୋର ରେଜିଷ୍ଟର, ଆଉଟ୍‌ ଗୋଇଙ୍ଗ ରେଜିଷ୍ଟର, ଅପରେଶନ ଥିଏଟର ରେଜିଷ୍ଟର, ଘରୋଇ ହସ୍ପିଟାଲକୁ ଆସୁଥିବା ଡାକ୍ତରଙ୍କ ନଁା ଓ ଡାକ୍ତର କେତେ ଟଙ୍କା ଫିସ୍‌ ନେଉଛନ୍ତି ସେନେଇ ରେଜିଷ୍ଟର କରି ଲିପବିଧ କରିବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ ଏହି ନିୟମ ଶୀତଳଭଣ୍ଡାରରେ ପଡ଼ି ରହିଛି। ଏଣୁ ଭ୍ରୂଣ ହତ୍ୟା, ନକଲି ଡାକ୍ତର ପରି ପ୍ରସଙ୍ଗକୁ ରୋକ୍‌ ଲଗା ଯାଇପାରୁନି। ସରକାରୀ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯାଉଥିଲେ ଭ୍ରୂଣ ହତ୍ୟା, ନକଲି ଡାକ୍ତର ପରି ଘଟଣା ଆସନ୍ତା ନାର୍ହି ବୋଲି କୁହାଯାଉଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ରମାକନ୍ତ ପଣ୍ଡାଙ୍କୁ ପଚାରିବାରେ ମାନସିକତାରେ ପରିବର୍ତ୍ତନ ନ ଆସିଲେ କିଛି କରି ହେବନି। ତେବେ ଭ୍ରୂଣହତ୍ୟା ରୋକିବାକୁ ସଚେତନତା ଦରକାର। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଚଢ଼ାଉ ଜାରି ରହିଛି। ଆଗକୁ ଚଢ଼ାଉ ତ୍ୱରାନ୍ବିତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ପ୍ରସିଦ୍ଧ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ମହାଆଡ଼ମ୍ବରରେ ସମ୍ପନ୍ନ, କମ୍ପିଲା ଲାଞ୍ଜିଗଡ଼; ତତଲା ନିଆଁ ଉପରେ ଚାଲିଲେ…

ଲାଞ୍ଜିଗଡ଼,୩୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସହରର ପରମ ଆରାଧ୍ୟ ଦେବତା ଅଗ୍ନି ଭୈରବଙ୍କ ବିଶ୍ୱପ୍ରସିଦ୍ଧ ଝାମୁଯାତ୍ରା ବୁଧବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି…

ସାନଖେମୁଣ୍ଡିରେ ବ୍ୟାପିଲା ଝାଡ଼ାବାନ୍ତି, ଜଣଙ୍କ ମୃତ୍ୟୁ, ୪ ଗୁରୁତର; ବ୍ରହ୍ମପୁର MKCGରେ…

ଦିଗପହଣ୍ଡି,୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର ଗାଁରେ ଗତ ୪ ଦିନ ହେଲା ଝାଡ଼ାବାନ୍ତି କାୟା ବିସ୍ତାର କରିବାରେ ଲାଗିଛି।…

ଅନଲାଇନ୍ ଗେମିଂ-ବେଟିଂ ନାଁରେ କୋଟି କୋଟି ଟଙ୍କାର ସାଇବର ଠକେଇ! ଗଞ୍ଜାମରେ ଗିରଫ ହେଲେ ଆଉ ଜଣେ ଅଭିଯୁକ୍ତ

ଛତ୍ରପୁର,୩୦।୯(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ) : ଅନଲାଇନ୍ ଗେମିଂ, ବେଟିଂ ଓ ଇନଭେଷ୍ଟମେଣ୍ଟ ଆପ୍ ମାଧ୍ୟମରେ ଅଧିକ ଲାଭର ପ୍ରଲୋଭନ ଦେଖାଇ ଠକେଇ କରୁଥିବା ଏକ ସାଇବର ନେଟୱର୍କକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?