ଭ୍ରୂଣହତ୍ୟା ଉପରେ ଲାଗୁନି ରୋକ୍‌

ନୟାଗଡ଼,୨୫ା୧(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ଭ୍ରୂଣହତ୍ୟାରେ ରୋକ୍‌ ଲାଗି ପାରୁନି। ବିନା ପ୍ରେସକ୍ରିପସନରେ ଜିଲାର ବିଭିନ୍ନ ଔଷଧ ଦୋକାନରେ ଗର୍ଭପାତ ମେଡିସିନ୍‌ ବିକ୍ରି ହେଉଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ ରୋକ୍‌ ଲଗା ଯାଉନି। ଅନ୍ୟପକ୍ଷେ ଏ ନେଇ ତଦନ୍ତ ମଧ୍ୟ ହେଉନି। କିଛି ଔଷଧ ଦୋକାନୀ ଗର୍ଭପାତ ମେଡସିନ ଦେଇ ଗର୍ଭପାତ କରାଉଥିବା ଅଭିଯୋଗ ରହିଛି। ଏଭଳି ଅଭିଯୋଗକୁ ଅଣଦେଖା କରାଯାଉଥିବାରୁ ଭ୍ରୂଣହତ୍ୟା ଉପରେ ରୋକ୍‌ ଲାଗି ପାରୁନି।

ଅନଭିଜ୍ଞ କରୁଛନ୍ତି ଅଲ୍‌ଟ୍ରାସାଉଣ୍ଡ ପରୀକ୍ଷଣ
ଗାଇନିକ୍‌, ସର୍ଜରୀ, କ୍ୟାନସର ପରି ରୋଗର ଅଲଟ୍ରାସାଉଣ୍ଡକୁ କିଛି ଅନଭିଜ୍ଞ ଲୋକ ନୟାଗଡ଼ରେ କରୁଛନ୍ତି ବୋଲି ଅଭିଯୋଗ ଉଠିଛି। ଏଣୁ ରିପୋର୍ଟ ଭୁଲ ଆସୁଛି। ରେଡିଓଲୋଜିଷ୍ଟ, ଓଜି ସେପଶାଲିଷ୍ଟ, ୬ମାସ ତାଲିମ ନେଇଥିବା ଏମ୍‌ବିବିଏସ୍‌ ଡା. ଅଲଟ୍ରାସାଉଣ୍ଡ କରିପାରିବେ। କିନ୍ତୁ ଅଲଟ୍ରାସାଉଣ୍ଡ କେନ୍ଦ୍ର ଗୁଡ଼ିକରେ ଧରପଗଡ଼ ନ ଥିବାରୁ ଅନଭିଜ୍ଞ ଲୋକ ବେଳେ ବେଳେ ଅଲଟ୍ରାସାଉଣ୍ଡ କରୁଥିବା କୁହାଯାଉଛି। ଏ ନେଇ ତଦନ୍ତ କରି ପଦକ୍ଷେପ ନେବାକୁ ଦାବି ହେଉଛି। ଅନ୍ୟପକ୍ଷେ ଚଢ଼ାଉକୁ ତ୍ୱରାନ୍ବିତ କରାଯିବା ଦରକାର ବୋଲି କୁହାଯାଉଛି।

ଶୀତଳଭଣ୍ଡାରରେ ଧରପଗଡ଼
ମେଡିକାଲ ଟର୍ମିନେଶନ ଅଫ ପ୍ରେଗନେସି ଆକ୍ଟରେ ଅନୁମତି ନ ପାଇ ମଧ୍ୟ ନୟାଗଡ଼ ଜିଲାର ବିଭିନ୍ନ ଘରୋଇ ହସ୍ପିଟାଲରେ ଭ୍ରୂଣ ହତ୍ୟା ଚାଲିଛି। ଏଭଳିଆ ଅଭିଯୋଗ ବହୁ ଦିନ ହେଲା ହୋଇ ଆସୁଛି। ୨୦୨୧ ଅଗଷ୍ଟ ୩୦ରେ ଜିଲା ମୁଖ୍ୟ ଚିକିତ୍ସାଳୟର ପଛପାଖ ଆନନ୍ଦ ଭବନରେ ଚାଲିଥିବା ଆଦିତ୍ୟ ହସ୍ପିଟାଲ ଆଣ୍ଡ କ୍ଲିନିକ୍‌ରେ ଭ୍ରୂଣ ହତ୍ୟା ଧରା ପଡ଼ିଥିଲା। ଏହି ଘଟଣାରେ ଘରୋଇ ହସ୍ପିଟାଲର ମାଲିକ, ୨ ନର୍ସ, ଦଲାଲ ସମେତ ୫ ଜଣ ଗିରଫ ହୋଇ ଜେଲ ଯାଇଥିଲେ। ୨ୟ ଥର ଭ୍ରୂଣ ହତ୍ୟା ପ୍ରମାଣିତ ହେବା ପରେ ନୟାଗଡ଼ ଜିଲାରେ ବିଭନ୍ନ ସମୟରେ ଚଢ଼ାଉ ଓ ଧରପଗଡ଼ ତ୍ୱରାନ୍ବିତ ହେବ ବୋଲି ଆଶ କରାଯାଉଥିଲା। ତେବେ ଘଟଣା ସମୟରେ କେତୋଟି ହାତଗଣତି ଘରୋଇ କ୍ଲିନିକ୍‌ ଓ ଅଲଟ୍ରାସାଉଣ୍ଡ କେନ୍ଦ୍ର ଉପରେ ଚଢ଼ାଉ କରାଯାଇଥିଲା। ପରେ ଧରପଗଡ଼ ଓ ଚଢ଼ାଉ ଶୀଳଭଣ୍ଡାରରେ ପୁଣି ରହିଗଲା। ସ୍ବାସ୍ଥ୍ୟ ବିଭାଗର ଧରପଗଡ଼ ନ ଥିବାରୁ ଜିଲାରେ ପିସି ଆଣ୍ଡ ପିଏନ୍‌ଡିଟି ଆକ୍ଟ ଠିକ୍‌ରେ କାମ କରୁନାହିଁ ବୋଲି ପୁଣି ଅଭିଯୋଗ ଉଠିଲାଣି। ଭ୍ରୂଣହତ୍ୟା ଚିହ୍ନଟ ପରେ କିଛି ଦିନ ଚଢ଼ାଉ ଭୟରେ ଏହା ବନ୍ଦ ହୋଇଯାଇଥିଲା। ହେଲେ ରୋଜଗାରର ମୋହ ପୁଣି କିଛି ଘରୋଇ କ୍ଲିନିକ୍‌ରେ ଭ୍ରୂଣ ହତ୍ୟା କରାଯାଉଛି ବୋଲି କୁହଯାଉଛି। ପ୍ରକାଶଥାଉକି ୨୦୦୭ ଜୁଲାଇ ୧୪ ରେ ନୟାଗଡ଼ର ଡୁବୁରି ପାହାଡ଼ ପାଦ ଦେଶରେ ୬ଟି ଅପରିପକ୍ୱ ଶିଶୁର ମୃତଦେହ ମିଳିଥିଲା। ଏହା ପରେ ନୟାଗଡ଼ ଭ୍ରୂଣହତ୍ୟା କ୍ଷେତ୍ରରେ ଚର୍ଚ୍ଚାକୁ ଆସିଥିଲା।

ଘରୋଇ ହସ୍ପିଟାଲର ମନମାନି ବଢ଼ୁଛି
ନୟାଗଡ଼ ଜିଲାରେ ଘରୋଇ ହସ୍ପିଟାଲ ସରକାରୀ ନିର୍ଦ୍ଦେଶକୁ ଫୁ କରି ଉଡାଇ ଦେଉଥିବା ବେଳେ ସେମାନଙ୍କର ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଘରୋଇ ହସ୍ପିଟାଲରେ ଇନ୍‌ଡୋର ରେଜିଷ୍ଟର, ଆଉଟ୍‌ ଗୋଇଙ୍ଗ ରେଜିଷ୍ଟର, ଅପରେଶନ ଥିଏଟର ରେଜିଷ୍ଟର, ଘରୋଇ ହସ୍ପିଟାଲକୁ ଆସୁଥିବା ଡାକ୍ତରଙ୍କ ନଁା ଓ ଡାକ୍ତର କେତେ ଟଙ୍କା ଫିସ୍‌ ନେଉଛନ୍ତି ସେନେଇ ରେଜିଷ୍ଟର କରି ଲିପବିଧ କରିବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ ଏହି ନିୟମ ଶୀତଳଭଣ୍ଡାରରେ ପଡ଼ି ରହିଛି। ଏଣୁ ଭ୍ରୂଣ ହତ୍ୟା, ନକଲି ଡାକ୍ତର ପରି ପ୍ରସଙ୍ଗକୁ ରୋକ୍‌ ଲଗା ଯାଇପାରୁନି। ସରକାରୀ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯାଉଥିଲେ ଭ୍ରୂଣ ହତ୍ୟା, ନକଲି ଡାକ୍ତର ପରି ଘଟଣା ଆସନ୍ତା ନାର୍ହି ବୋଲି କୁହାଯାଉଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ରମାକନ୍ତ ପଣ୍ଡାଙ୍କୁ ପଚାରିବାରେ ମାନସିକତାରେ ପରିବର୍ତ୍ତନ ନ ଆସିଲେ କିଛି କରି ହେବନି। ତେବେ ଭ୍ରୂଣହତ୍ୟା ରୋକିବାକୁ ସଚେତନତା ଦରକାର। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଚଢ଼ାଉ ଜାରି ରହିଛି। ଆଗକୁ ଚଢ଼ାଉ ତ୍ୱରାନ୍ବିତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ପାଇଁ ପ୍ରଚାର କରି ଅଙ୍ଗନୱାଡି ସହାୟିକା ବହିଷ୍କୃତ

ନୟାଗଡ଼,୧।୫(ଲୋକନାଥ ମିଶ):ଭାଜପା ପାଇଁ ପ୍ରଚାର କରି ନୟାଗଡ଼ ଜିଲା ଓଡ଼ଗଁା ବ୍ଲକ୍‌ ରୋହିବାଙ୍କ ପଞ୍ଚାୟତ ଭଗବତୀପ୍ରସାଦ ଅଙ୍ଗନୱାଡ଼ି କେନ୍ଦ୍ରର ସହାୟିକାଙ୍କ ଚାକିରି ଯାଇଛି। ନିର୍ବାଚନ ଆଚରଣ...

ସମାଜ ଗଠନରେ ଶ୍ରମିକଙ୍କ ତ୍ୟାଗ ଅନୁଳନୀୟ

ଭଦ୍ରକ,୧।୫(ସନାତନ ରାଉତ): ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀମାନେ ବୁଧବାର ଶ୍ରମିକ ଦିବସ ପାଳନ କରିଛନ୍ତି l କର୍ମଚାରୀ ସଂଗଠନର ୪୧ତମ ଶ୍ରମିକ ଦିବସ ପାଳନ...

ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ମୀନା ମାଝି

କେନ୍ଦୁଝର,୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ମୀନା ମାଝି ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ତାଙ୍କ ସମର୍ଥକଙ୍କ ସହ...

ନିର୍ବାଚନକୁ ନେଇ ଯାଞ୍ଚ କଡ଼ାକଡ଼ି

ଛତ୍ରପୁର,୧।୫(ସନ୍ତୋଷ ପାଢ଼ୀ)- ଗଞ୍ଜାମ ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ଅବାଧ, ମୁକ୍ତ କରିବା ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଜୋରଦାର ଚାଲିଛ।...

ନାମାଙ୍କନ ପତ୍ର ଦାଖଲ କଲେ ଭାଜପା ପ୍ରାର୍ଥୀ ମୂରଲୀ ଶର୍ମା

କେନ୍ଦୁଝର,୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି ନାମାଙ୍କନ ପତ୍ର ଦାଖଲର ଆଜି ତୃତୀୟ ଦିନରେ ଭାଜପାର ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ମୂରଲୀ ଶର୍ମା ବୁଧବାର...

ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ହତ୍ୟା

ତିହିଡ଼ି,୧।୫ (ସଞ୍ଜିତ ବଳ):ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ଏକ ଶାଢ଼ି ଦ୍ୱାରା ଶ୍ୱାସରୁଦ୍ଧ କରି ଶାଶୁ ଓ ଶ୍ୱଶୁର ହତ୍ୟା କରିଛନ୍ତି। ସୋମବାର...

ବଲାଙ୍ଗୀର ଲୋକସଭା ଭାଜପା ପ୍ରାର୍ଥୀ ସଙ୍ଗୀତାଙ୍କ ସମ୍ପତ୍ତି ୫୦.୯୨ କୋଟି

ବଲାଙ୍ଗୀର, ୧ା୫(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀର ଭାଜପା ପ୍ରାର୍ଥୀ ସଙ୍ଗୀତା କୁମାରୀ ସିଂଦେଓ ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟରେ ୨୦୨୪ ନିର୍ବାଚନ ସକାଶେ...

ରାସ୍ତାକଡ଼ରୁ ଯୁବକଙ୍କ ରକ୍ତଜୁଡୁବୁଡୁ ମୃତଦେହ ଉଦ୍ଧାର

ବାଲେଶ୍ବର ଅଫିସ,୧।୫(ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ଛାନୁଆ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ ଛାନୁଆ ପ୍ରାଥମିକ ବିଦ୍ୟାଳୟ ନିକଟସ୍ଥ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri