ଅପହରଣ କରି ୫ଲକ୍ଷ ଦାବି

ନିରାକାରପୁର,୧୩।୭(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅଧୀନ ମଳିପଡ଼ା ଅଞ୍ଚଳରୁ ଅପହୃତ ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ରବିବାର ଅପରାହ୍ନରେ ପୋଲିସ ଜଟଣୀ ଥାନା ହରିରାଜପୁର ନିକଟ ଏକ ଜଙ୍ଗଲରୁ ଉଦ୍ଧାର କରିଛି। ସେ ହେଲେ ମଳିପଡ଼ା ଗ୍ରାମର ସତ୍ୟନାରାୟଣ ବେହେରା। ଏହି ଘଟଣାରେ ପୋଲିସ ୩ଜଣ ଅପହରଣକାରୀଙ୍କୁ ଗିରଫ କରି ସୋମବାର କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଟାଉନ ଥାନା ଅଧୀନ ଭାଲିଆବାଡିର ସୁଶିଲ ବଳିୟାରସିଂହ, ସଦର ଥାନା ବାରଘରପାଟଣାର ଶିବସୁନ୍ଦର ଦାଶ ଓ ଜଟଣୀ ଥାନା ଅରଗୁଳର ଆଦିତ୍ୟ ସାହୁ। ଏମାନଙ୍କ ନିକଟରୁ ଏକ କାର୍‌ ଜବତ ହୋଇଛି। ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ପୋଲିସ କହିଛି।
ପୋଲିସ ସୂଚନା ମୁତାବକ, ସତ୍ୟନାରାୟଣ ମଳିପଡ଼ା ଅଞ୍ଚଳର ରସାନନ୍ଦ କଳସଙ୍କ ପାଖରେ ରହି ଖଣି କାମ ବୁଝାଶୁଝା କରୁଥିଲେ। ତେବେ କୌଣସି କାରଣକୁ ନେଇ ସତ୍ୟନାରାୟଣଙ୍କୁ ରବିବାର ସକାଳେ ଦେଉଳଟାଙ୍ଗୀର ସୂର୍ଯ୍ୟ ଖଣ୍ଡି ଓ ତା’ର ସହଯୋଗୀମାନେ ଏକ କାରରେ ଅପହରଣ କରିନେଇଥିଲେ। ତେବେ ସତ୍ୟନାରାୟଣଙ୍କୁ ଛାଡ଼ିବା ପାଇଁ ଅପହରଣକାରୀମାନେ ୫ଲକ୍ଷ ଟଙ୍କା ଦାବି କରୁଥିଲେ ବୋଲି ରସାନନ୍ଦ ଥାନାରେ ଅଭିଯୋଗ କରିଥିଲେ। ଏନେଇ ଥାନାରେ ଏକ ମାମଲା (ନଂ.୧୪୬/୨୧) ରୁଜୁ ହୋଇଥିଲା। ଏହା ପରେ ଏସ୍‌ପି ରାଜକିଶୋର ଦୋରାଙ୍କ ନିର୍ଦ୍ଦେଶକ୍ରମେ ଜଙ୍କିଆ ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଜଟଣୀ ଥାନା ହରିରାଜପୁର ନିକଟରେ ଥିବା ଏକ ଜଙ୍ଗଲରେ ଏହି ଟିମ୍‌ ଜଟଣୀ ପୋଲିସ ସହାୟତାରେ ଚଢ଼ାଉ କରି ସତ୍ୟନାରାୟଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା। ଏଥିସହ ପୋଲିସ ୩ ଅପହରଣକାରୀଙ୍କୁ ଧରିବା ସହ ଏକ କାର(ଓଡି୦୫ ଏବି ୮୯୭୯) ଜବତ କରିଥିଲା। କିନ୍ତୁ ଘଟଣାସ୍ଥଳରୁ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଥିଲା। ସୂଚନାଯୋଗ୍ୟ, ସୂର୍ଯ୍ୟ ଖଣ୍ଡି ଓ ତା’ର ସହଯୋଗୀମାନେ ପୂର୍ବରୁ ରସାନନ୍ଦଙ୍କ ଅଫିସରୁ ୧ଲକ୍ଷ ୫୦ହଜାର ଟଙ୍କା ଓ ଦୁଇଟି ବାଇକ୍‌ ଡକାୟତି କରିନେଇଥିଲେ। ଏନେଇ ରସାନନ୍ଦଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା (ନଂ.୩୨/୨୧) ରୁଜୁକରି ସୂର୍ଯ୍ୟ ଓ ତା’ର ସହଯୋଗୀମାନଙ୍କୁ ଗିରଫ କରିଥିଲା। ତେବେ ୧୫ଦିନ ପୂର୍ବେ ଅଭିଯୁକ୍ତମାନେ ଜେଲରୁ ଆସିବା ପରେ ଏଭଳି ଘଟଣା ଘଟାଇଛନ୍ତି ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri