୧୫ ମିନିଟ୍‌ରେ ଚା’:ଡେଲିଭରୀ ବୟଙ୍କୁ ମିଳିଲା ୭୩,୦୦୦ନଗଦ ପୁରସ୍କାର

ହାଇଦ୍ରାବାଦ,୨୧।୬: ଗତ କିଛି ମାସରୁ ବଲିଉଡ୍‌ ଅଭିନେତା ସୋନୁ ସୁଦ ଲୋକଙ୍କ ସହାୟତା କରିଆସୁଛନ୍ତି। କିନ୍ତୁ ଲୋକଙ୍କ ସହାୟତା ପାଇଁ ସୋନୁ ସବୁବେଳେ ସବୁ ସ୍ଥାନରେ ଉପସ୍ଥିତ ରହିପାରିବେ ନାହିଁ। ତେଣୁ ଲୋକଙ୍କ ସାହାଯ୍ୟ ପାଇଁ ସୋନୁଙ୍କ ଅନୁପସ୍ଥିତିକୁ ପୂରଣ କରିଛନ୍ତି ହାଇଦ୍ରାବାଦର ଜଣେ ଯୁବକ। ଏହି ଯୁବକ ଜଣକ ସୁପରଫାଷ୍ଟ ଡେଲିଭରୀ ପାଇଁ ଜମାଟୋ ଯୁବକଙ୍କୁ ପୁରସ୍କୁତ କରଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ହାଇଦ୍ରାବାଦର କେଟି ଅଞ୍ଚଳରେ ରହୁଥିବା ରବିନ ମୁକେଶ ନାମକ ଜଣେ ଯୁବକ ଆଇଟି ସେକ୍ଟରରେ କାମ କରନ୍ତି। ବର୍ତ୍ତମାନ ସେ ଘରେ ଓ୍ବାର୍କ ଫ୍ରମ୍‌ ହୋମ କରୁଛନ୍ତି। ରବିନ ଫୁଡ ଡେଲିଭରୀ ଆପ୍‌ ଜୋମାଟୋରେ ସକାଳ ୧୦ଟାରୁ ଚା’ ମଗାଇଥିଲେ। ସେହି ସମୟରେ ପ୍ରବଳ ବର୍ଷା ହେଉଥିବା ବେଳେ ମହମ୍ମଦ ଅକିଲ ନାମକ ଜଣେ ଡେଲିଭରୀ ବୟ ମେହେନ୍ଦିପଟନମ୍‌ରେ ଥିବା ଆପ୍‌ରେ ଦେଖାଇଥିଲା।

ହେଲେ ମାତ୍ର ୧୫ ମିନିଟ୍‌ ଭିତରେ ରବିନଙ୍କ ଆପାର୍ଟମେଣ୍ଟରେ ହାଜର ହୋଇଯାଇଥିଲେ ଡେଲିଭରୀ ବୟ ମହମ୍ମଦ। ସବୁଠାରୁ ବଡ଼ କଥା ହେଉଛି ପ୍ରବଳ ବର୍ଷା ସତ୍ତ୍ୱେ ସେ ସାଇକେଲରେ ମାତ୍ର ୧୫ ମିନିଟ୍‌ରେ ଉକ୍ତ ଆପାର୍ଟମଣ୍ଟେରେ ପହଞ୍ଚିଥିଲେ। ୨୧ବର୍ଷୀୟ ମହମ୍ମଦ ଇଞ୍ଜିନିୟରିଂ ପଢ଼ୁଥିବା ବେଳେ ତାଙ୍କ ବାପା ମୋଚି କାମ କରନ୍ତି। ହେଲେ କରୋନା ଯୋଗୁ ବାପାଙ୍କ କାର୍ଯ୍ୟ ବନ୍ଦ ହୋଇଯାଇଥିବାରୁ ଘର ଚଳାଇବା ପାଇଁ ସେ ଡେଲିଭରୀ ବୟ ଭାବେ କାର୍ଯ୍ୟ କରୁଛନ୍ତି। ଗତ ୧ବର୍ଷରୁ ସେ ଏହି କାର୍ଯ୍ୟରେ ଥିବା ବେଳେ ପ୍ରତିଦିନ ସାଇକେଲ୍‌ରେ ୮୦ କିଲୋମିଟର ଯାତ୍ରା କରିବା ସହ ୨୦ଟି ଅର୍ଡର ଡେଲିଭରୀ କରିଥାନ୍ତି। ତେବେ ମହମ୍ମଦଙ୍କ ଏହି କଠିନ ପରିଶ୍ରମ ଓ ନିଷ୍ଠାରେ ପ୍ରଭାବିତ ହୋଇ ରବିନ ତାଙ୍କ ସହାୟତା ପାଇଁ ମନ ବୋଳାଇଥିଲେ। ଏହାପରେ ସେ ଫୁଡ୍‌ ଆଣ୍ଡ ଟ୍ରାଭେଲ ଫେସ୍‌ବୁକ ପେଜ୍‌ରେ ମହମ୍ମଦଙ୍କ ଏକ ଫଟୋ ସହ ତାଙ୍କ ବିଷୟରେ ଲେଖିଥିଲେ।

ଏହାପରେ ଫେସ୍‌ବୁକରେ ଏହା ଖୁବ୍‌ ଭାଇରାଲ ହୋଇଥିବା ବେଳେ ଲୋକମାନେ ତାଙ୍କୁ ସହାୟତା ପାଇଁ ହାତ ବଢ଼ାଇଥିଲେ। ବାଇକ୍‌ କିଣିବା ପାଇଁ ତାଙ୍କୁ ଲୋକମାନେ ମିଳିମିଶି ମୋଟ ୭୩,୦୦୦ଟଙ୍କା ଡୋନେଟ କରିଥିଲେ। ସେଥିରେ ଆମେରିକାର ଜଣେ ମହିଳା ମଧ୍ୟ ଅଛନ୍ତି। ଯିଏକି ତାଙ୍କୁ ୩୦ହଜାର ଟଙ୍କା ଡୋନେଟ କରିଥିବା ଜଣାପଡ଼ିଛି। ତେବେ ମହମ୍ମଦ ସେହି ଟଙ୍କାରେ ଏକ ବାଇକ୍‌ କିଣିବା ସହ ହେଲ୍‌ମେଟ, ସାନିଟାଇଜର, ମାସ୍କ ଏବଂ ବଳକା ୫ହଜାର ଟଙ୍କାକୁ କଲେଜର ଫି’ରେ ବ୍ୟବହାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Chamoli Pipalkoti Tunnel Collapse: ସୁଡଙ୍ଗରେ ହଠାତ ପଶିଗଲା ପାଣି କାଦୁଅ, ଫସି ରହିଛନ୍ତି ୨୦ରୁ ଅଧିକ ଶ୍ରମିକ, ୧୦ ଜୀବିତ ଉଦ୍ଧାର

ଚାମୋଲି,୧୩।୮: ଉତ୍ତରାଖଣ୍ଡର ପର୍ବତମାଳାରେ ପ୍ରକୃତି ପୁଣିଥରେ ତା’ର ବିନାଶକାରୀ ଶକ୍ତି ପ୍ରଦର୍ଶନ କରିଛି। ଚାମୋଲିର ପିପଲକୋଟି ଅଞ୍ଚଳରେ ଏକ ପ୍ରମୁଖ ସୁଡ଼ଙ୍ଗ ପ୍ରକଳ୍ପ ସମୟରେ ଏକ ଦୁର୍ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri