୧୫ ମିନିଟ୍‌ରେ ଚା’:ଡେଲିଭରୀ ବୟଙ୍କୁ ମିଳିଲା ୭୩,୦୦୦ନଗଦ ପୁରସ୍କାର

ହାଇଦ୍ରାବାଦ,୨୧।୬: ଗତ କିଛି ମାସରୁ ବଲିଉଡ୍‌ ଅଭିନେତା ସୋନୁ ସୁଦ ଲୋକଙ୍କ ସହାୟତା କରିଆସୁଛନ୍ତି। କିନ୍ତୁ ଲୋକଙ୍କ ସହାୟତା ପାଇଁ ସୋନୁ ସବୁବେଳେ ସବୁ ସ୍ଥାନରେ ଉପସ୍ଥିତ ରହିପାରିବେ ନାହିଁ। ତେଣୁ ଲୋକଙ୍କ ସାହାଯ୍ୟ ପାଇଁ ସୋନୁଙ୍କ ଅନୁପସ୍ଥିତିକୁ ପୂରଣ କରିଛନ୍ତି ହାଇଦ୍ରାବାଦର ଜଣେ ଯୁବକ। ଏହି ଯୁବକ ଜଣକ ସୁପରଫାଷ୍ଟ ଡେଲିଭରୀ ପାଇଁ ଜମାଟୋ ଯୁବକଙ୍କୁ ପୁରସ୍କୁତ କରଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ହାଇଦ୍ରାବାଦର କେଟି ଅଞ୍ଚଳରେ ରହୁଥିବା ରବିନ ମୁକେଶ ନାମକ ଜଣେ ଯୁବକ ଆଇଟି ସେକ୍ଟରରେ କାମ କରନ୍ତି। ବର୍ତ୍ତମାନ ସେ ଘରେ ଓ୍ବାର୍କ ଫ୍ରମ୍‌ ହୋମ କରୁଛନ୍ତି। ରବିନ ଫୁଡ ଡେଲିଭରୀ ଆପ୍‌ ଜୋମାଟୋରେ ସକାଳ ୧୦ଟାରୁ ଚା’ ମଗାଇଥିଲେ। ସେହି ସମୟରେ ପ୍ରବଳ ବର୍ଷା ହେଉଥିବା ବେଳେ ମହମ୍ମଦ ଅକିଲ ନାମକ ଜଣେ ଡେଲିଭରୀ ବୟ ମେହେନ୍ଦିପଟନମ୍‌ରେ ଥିବା ଆପ୍‌ରେ ଦେଖାଇଥିଲା।

ହେଲେ ମାତ୍ର ୧୫ ମିନିଟ୍‌ ଭିତରେ ରବିନଙ୍କ ଆପାର୍ଟମେଣ୍ଟରେ ହାଜର ହୋଇଯାଇଥିଲେ ଡେଲିଭରୀ ବୟ ମହମ୍ମଦ। ସବୁଠାରୁ ବଡ଼ କଥା ହେଉଛି ପ୍ରବଳ ବର୍ଷା ସତ୍ତ୍ୱେ ସେ ସାଇକେଲରେ ମାତ୍ର ୧୫ ମିନିଟ୍‌ରେ ଉକ୍ତ ଆପାର୍ଟମଣ୍ଟେରେ ପହଞ୍ଚିଥିଲେ। ୨୧ବର୍ଷୀୟ ମହମ୍ମଦ ଇଞ୍ଜିନିୟରିଂ ପଢ଼ୁଥିବା ବେଳେ ତାଙ୍କ ବାପା ମୋଚି କାମ କରନ୍ତି। ହେଲେ କରୋନା ଯୋଗୁ ବାପାଙ୍କ କାର୍ଯ୍ୟ ବନ୍ଦ ହୋଇଯାଇଥିବାରୁ ଘର ଚଳାଇବା ପାଇଁ ସେ ଡେଲିଭରୀ ବୟ ଭାବେ କାର୍ଯ୍ୟ କରୁଛନ୍ତି। ଗତ ୧ବର୍ଷରୁ ସେ ଏହି କାର୍ଯ୍ୟରେ ଥିବା ବେଳେ ପ୍ରତିଦିନ ସାଇକେଲ୍‌ରେ ୮୦ କିଲୋମିଟର ଯାତ୍ରା କରିବା ସହ ୨୦ଟି ଅର୍ଡର ଡେଲିଭରୀ କରିଥାନ୍ତି। ତେବେ ମହମ୍ମଦଙ୍କ ଏହି କଠିନ ପରିଶ୍ରମ ଓ ନିଷ୍ଠାରେ ପ୍ରଭାବିତ ହୋଇ ରବିନ ତାଙ୍କ ସହାୟତା ପାଇଁ ମନ ବୋଳାଇଥିଲେ। ଏହାପରେ ସେ ଫୁଡ୍‌ ଆଣ୍ଡ ଟ୍ରାଭେଲ ଫେସ୍‌ବୁକ ପେଜ୍‌ରେ ମହମ୍ମଦଙ୍କ ଏକ ଫଟୋ ସହ ତାଙ୍କ ବିଷୟରେ ଲେଖିଥିଲେ।

ଏହାପରେ ଫେସ୍‌ବୁକରେ ଏହା ଖୁବ୍‌ ଭାଇରାଲ ହୋଇଥିବା ବେଳେ ଲୋକମାନେ ତାଙ୍କୁ ସହାୟତା ପାଇଁ ହାତ ବଢ଼ାଇଥିଲେ। ବାଇକ୍‌ କିଣିବା ପାଇଁ ତାଙ୍କୁ ଲୋକମାନେ ମିଳିମିଶି ମୋଟ ୭୩,୦୦୦ଟଙ୍କା ଡୋନେଟ କରିଥିଲେ। ସେଥିରେ ଆମେରିକାର ଜଣେ ମହିଳା ମଧ୍ୟ ଅଛନ୍ତି। ଯିଏକି ତାଙ୍କୁ ୩୦ହଜାର ଟଙ୍କା ଡୋନେଟ କରିଥିବା ଜଣାପଡ଼ିଛି। ତେବେ ମହମ୍ମଦ ସେହି ଟଙ୍କାରେ ଏକ ବାଇକ୍‌ କିଣିବା ସହ ହେଲ୍‌ମେଟ, ସାନିଟାଇଜର, ମାସ୍କ ଏବଂ ବଳକା ୫ହଜାର ଟଙ୍କାକୁ କଲେଜର ଫି’ରେ ବ୍ୟବହାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri