ମାଟି ଅତଡ଼ା ଖସି ଜଣେ ଶ୍ରମିକଙ୍କ ଜୀବନ ଗଲା

କୁଚିଣ୍ଡା,୨୧ା୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ମହୁଲପାଲି ଥାନା ମହୁଲପାଲି ନଦୀପଠାରେ ମାଟି ଅତଡ଼ା ଖସି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ହେଲେ ମହୁଲପାଲି ଗ୍ରାମର ଅନାମ ରୋହିଦାସ (୨୫)। ମଙ୍ଗଳବାର ଅପରାହ୍ନରେ ଏକ ଟ୍ରାକ୍ଟରରେ ମୃତ ଅନାମଙ୍କ ସହ ନୀଳମଣି ରୋହିଦାସ ଓ ଅଜୁ ରୋହିଦାସ ମିଶି ମାଟି ବୋଝେଇ କରୁଥିଲେ। ମାଟି ଖୋଳାହେବା ଦ୍ବାରା ସେଠାରେ ଗର୍ତ୍ତ ସୃଷ୍ଟି ହୋଇଥିଲା ଓ ଗର୍ତ୍ତ ଭିତରୁ ମାଟି ଆଣି ୩ ଜଣ ମିଶି ଟ୍ରାକ୍ଟରରେ ଭର୍ତ୍ତି କରୁଥିଲେ। ହଠାତ ଉପର ମାଟି ଅତଡ଼ା ଧସି ପଡ଼ିଥିଲା। ଏଥିରେ ଦୁଇ ଜଣ ଶ୍ରମିକ ବର୍ତ୍ତିଯାଇଥିବା ବେଳେ,ଅନାମଙ୍କ ଉପରେ ମାଟି ଧସି ପଡ଼ିବାରୁ ସାଥୀ ଶ୍ରମିକମାନେ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ କୁଚିଣ୍ଡା ଡାକ୍ତରଖାନା ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପୋଲିସ ମହୁଲପାଲି ଥାନାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ବୁଧବାର ଅନାମଙ୍କ ମୃତଦେହ ବ୍ୟବଚ୍ଛେଦ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁପର ସ୍ପେଶାଲିଟି ଡାକ୍ତରଖାନାର ଉଦ୍‌ଘାଟନ କରିବେ ଶାହା

ସମ୍ବଲପୁର,୧୭ା୩(ପ୍ରମୋଦ ବହିଦାର): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ୨୨ଓ ୨୩ ତାରିଖ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ପ୍ରଥମ ଦିନ ମାର୍ଚ୍ଚ ୨୨ରେ ସମ୍ବଲପୁରରେ...

ଗୁଣିଗାରେଡ଼ି ସନ୍ଦେହ: ନାବାଳକଙ୍କ ଛୁରାମାଡ଼ରେ ଜଣେ ଗୁରୁତର

ରେଢ଼ାଖୋଲ,୧୩।୧୬: ଗୁଣିଗାରେଡ଼ି ସନ୍ଦେହରେ ଛୁରାମାଡ଼ରେ ଜଣେ ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲା ଚାରମାଳ ଅଞ୍ଚଳରେ। ସବୁଠୁ ବଡ଼କଥା ହେଲା ଜଣେ...

ରକ୍ତରେ ଖେଳିଲେ ହୋଲି: ଗୋଟିଏ ଦିନରେ ଗଡ଼ିଲା ୬ ମୁଣ୍ଡ

ଭୁବନେଶ୍ୱର,୧୬।୩: ପବିତ୍ର ରଙ୍ଗର ପର୍ବ ହୋଲିରେ ରକ୍ତର ହୋଲି ଖେଳିଲେ ହତ୍ୟାକାରୀ । ରଙ୍ଗ ବଦଳରେ ବୋହିଲା ରକ୍ତ । ରାଜ୍ୟର ୫ ପ୍ରମୁଖ ସହରରେ...

ହୋଲିରେ ରକ୍ତ ରଞ୍ଜିତ ହେଲା ସମ୍ବଲପୁର: ଯୁବକଙ୍କୁ ଛୁରି ଭୁସି ହତ୍ୟା

ସମ୍ବଲପୁର,୧୫।୩(ପ୍ରମୋଦ ବହିଦାର): ପବିତ୍ର ରଙ୍ଗର ପର୍ବ ହୋଲିରେ ରକ୍ତ ରଞ୍ଜିତ ହୋଇଛି ସମ୍ବଲପୁର ସହର। ଟାଉନ ଥାନା ଅନ୍ତର୍ଗତ ସାହୁ କଲୋନୀରେ ସାମାନ୍ୟ କଥାରେ ବଚସା...

ଜଳୁଛି ପଶ୍ଚିମ ଓଡ଼ିଶା: ସମ୍ବଲପୁରରେ ତାତି ଛୁଇଁଲା ୪୨ ଡିଗ୍ରୀ

ଭୁବନେଶ୍ୱର,୧୫।୩: ରାଜ୍ୟରେ ଗତ କିଛିଦିନ ହେଲା ତାପମାତ୍ରା ବଢ଼ିବାରେ ଚାଲିଛି। ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳିରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ବୁଧବାର, ଗୁରୁବାର, ଶୁକ୍ରବାର ଭଳି...

VSSUT ଛାତ୍ରୀଛାତ୍ରଙ୍କ ପାଇଁ କଟକଣା ଜାରି କଲେ କର୍ତ୍ତୃପକ୍ଷ

ସମ୍ବଲପୁର,୧୪।୩: ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (VSSUT)ର ପ୍ରଥମ ବର୍ଷର ଇଞ୍ଜିନିୟରିଂ ଛାତ୍ର ପ୍ରିୟାଂଶୁ ପ୍ରକାଶ ବେହେରା(୧୯) ଗୁରୁବାର ହୀରାକୁଦ ଡ୍ୟାମର ପାୱାର...

ହାତୀ ପାଇଁ ରାତି ଉଜାଗର

ସମ୍ବଲପୁର,୧୪।୩: ହୋଲି ପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ରହିଥିବା ବେଳେ ସମ୍ବଲପୁର ବନାଞ୍ଚଳ ଅଧୀନ ସୁନାତେନପାଲି ଗାଁରେ ଭୟର ବାତାବରଣ ଖେଳି ଯାଇଛି।...

ହୀରାକୁଦ ଡ୍ୟାମରେ ଗାଧୋଇବା ବେଳେ ଭାସିଗଲେ VSSUT ପ୍ରଥମ ବର୍ଷର ଇଞ୍ଜିନିୟରିଂ ଛାତ୍ର

ସମ୍ବଲପୁରର,୧୩।୩: ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (VSSUT)ର ପ୍ରଥମ ବର୍ଷର ଇଞ୍ଜିନିୟରିଂ ଛାତ୍ର ଗୁରୁବାର ହୀରାକୁଦ ଡ୍ୟାମର ପାୱାର ଚାନେଲରେ ଗାଧୋଇବା ସମୟରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri