ଝରକା ଡେଇଁ ହସ୍ପିଟାଲରୁ ପଳାଇଲେ କରୋନା ଆକ୍ରାନ୍ତ ମହିଳା

ପୁନେ, ୯।୭- ଭାରତରେ କରୋନା ଭାଇରସଜନିତ ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି। ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ କିଛିଦିନ ହେବ ୨୦ ହଜାରରୁ ଊର୍ଦ୍ଧ୍ୱ ରହୁଛି, ଯାହାକି ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ତେବେ ଏଭଳି ଏକ ପରିସ୍ଥିତିରେ ପୁନେରେ ଜଣେ କରୋନା ଆକ୍ରାନ୍ତ ମହିଳା ହସ୍ପିଟାଲ ଝରକା ଡେଇଁ ଫେରାର ହୋଇଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ଏହି ଘଟଣା ପୁନେର ଏକ ମେଡିକାଲ କଲେଜରେ ଘଟିଛି। ଜୁଲାଇରେ ୩ରେ ଏଠାକୁ ଜଣେ ୪୫ ବର୍ଷୀୟା ମହିଳା କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେବାକୁ ଆସିଥିଲେ। ସେ ହସ୍ପିଟାଲର ୨ୟ ମହଲାରେ ରହି ଚିକିତ୍ସିତ ହେଉଥିଲେ। କିନ୍ତୁ କୌଣସି କାରଣରୁ ମହିଳା ଜଣଙ୍କ ହସ୍ପିଟାଲରୁ ପଳାଇବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ସେ ତଳ ମହଲାକୁ ଆସିଥିଲେ ମଧ୍ୟ କଡ଼ା ସିକ୍ୟୁରିଟି ଦେଖି ଫେରି ଯାଇଥିଲେ। ଏହାପରେ ପ୍ରଥମ ମହଲାକୁ ଯାଇ ଏକ ଝରକା ଡେଇଁ ଫେରାର ହୋଇଯାଇଥିଲେ। ହସ୍ପିଟାଲ କର୍ତ୍ତୃପକ୍ଷ ଏହା ଜାଣିପାରି ମହିଳାଙ୍କୁ ଖୋଜି ଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳି ନ ଥିଲା। ତେବେ ଆଶ୍ଚର୍ଯ୍ୟଜନକ ଭାବେ ୨ ଘଣ୍ଟା ପରେ ମହିଳାଜଣଙ୍କ ପୁଣିଥରେ ହସ୍ପିଟାଲକୁ ଫେରି ଆସିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଇଶୋଲେଶନରେ ୮ କୋଲକାତା ଫେରନ୍ତା

ସିଂହପୁର,୨୩।୪(ଡିଏନଏ)- ବିଞ୍ଝାରପୁର ବ୍ଲକ ବାଛୋଳ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ୨୮ ଦିନ ମଧ୍ୟରେ ଫେରିଥିବା ୮ଜଣ କୋଲକାତା ଫେରନ୍ତାଙ୍କୁ ସରପଞ୍ଚ ତରୁଣ କୁମାର ସାହୁ ସମିତିସଭ୍ୟ...

କ୍ୱାରାଣ୍ଟାଇନରେ ଥିବା ଲୋକଙ୍କ ଘରୁ ଅଳିଆ ଉଠାଇବାକୁ ଗଲା ସ୍ବତନ୍ତ୍ର ଟିମ୍‌

ନୂଆଦିଲ୍ଲୀ,୯।୪: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହା କେଜରିଓ୍ବାଲ ସରକାରଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି।...

ଏମ୍ସର ୨୦୬ କରୋନା ଯୋଦ୍ଧାଙ୍କ ରିପୋର୍ଟ ଆସିଛି ପଜିଟିଭ

ନୂଆଦିଲ୍ଲୀ,୨୯।୫: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ବ୍ୟାପି ସାରିଥିବା ବେଳେ ଦେଶରେ ମଧ୍ୟ ଏହାର ସ୍ଥିତି ବେଳକୁ ବେଳ ଅଣାୟତ ହେବାକୁ ଯାଉଛି। ବିଶେଷକରି...

ଉହାନ୍‌ରେ ହେବ ସମସ୍ତଙ୍କ କରୋନା ଟେଷ୍ଟ

ଉହାନ୍‌, ୧୩ା୫: ମହାମାରୀ କରୋନା ଏବେ ବିଶ୍ୱବାସୀଙ୍କୁ ଆତଙ୍କିତ କରି ରଖିଛି। ଚାଇନାରେ ଏହି ଭୂତାଣୁ କିଛିଟା ନିୟନ୍ତ୍ରଣକୁ ଆସିଥିଲେ ହେଁ ସମ୍ପୂର୍ଣ୍ଣ ଭାବେ ଏହାକୁ...

ଲକ୍‌ଡାଉନ ବଢ଼ିଲେ ଅଧିକାଂଶ ମୃତ୍ୟୁ ଭୋକରେ ହେବ: ନାରାୟଣମୂର୍ତ୍ତି

ନୂଆଦିଲ୍ଲୀ,୧।୫: କରୋନା ସଂକ୍ରମଣ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏହାର ଅବଧି ମେ’ ୩କୁ ଶେଷ ହେବାକୁ ଥିବା ବେଳେ ଦେଶରେ ଲକ୍‌ଡାଉନକୁ ଆହୁରି...

କ୍ୱାରାଣ୍ଟାଇନ ସେଣ୍ଟରରେ କୋଲକାତା ଫେରନ୍ତାଙ୍କ ଜୀବନ ଗଲା

ଭଦ୍ରକ ଅଫିସ, ୧୦।୬: ଭଦ୍ରକ ଜିଲା ଭଦ୍ରକ ବ୍ଲକ କୋର୍କୋରା ଗ୍ରାମ କ୍ୱାରାଣ୍ଟାଇନ ସେଣ୍ଟରରେ ବୁଧବାର ସକାଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ...

ଦେଶରେ ଥମୁନି କରୋନା: ୧୧୦ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ଲକ୍ଷେ, ୧୦ ଦିନରେ ୨ ଲକ୍ଷରୁ ଛୁଇଁଲା ୩ ଲକ୍ଷ

ନୂଆଦିଲ୍ଲୀ, ୧୩।୬: ଭାରତରେ କରୋନା ମହାମାରୀ ଥମିବାର ନାଁ ଧରୁନି। ଶନିବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୯ ହଜାର ୬୦୩ରେ ପହଞ୍ଚିଥିବାବେଳେ...

ହାତ ବାନ୍ଧି ବସିଛନ୍ତି ଘରୋଇ ଗାଡି ଚାଳକ

ଖପ୍ରାଖୋଲ, ୧୫ା୪(ଡି.ଏନ.ଏ.): ଲକ୍‌ଡାଉନ ବେଳେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଘରୋଇ ଗାଡି ଚାଳକମାନେ ହାତ ବାନ୍ଧି ବସଛନ୍ତି। ଏଥିଯୋଗୁ ସେମାନଙ୍କ ପରିବାର ହାହୁତାଶ ମଧ୍ୟରେ...

Coronavirus Update


Archives

Model This Week

Why Dharitri