ଗଙ୍ଗା ଯାତ୍ରାର ସହଯାତ୍ରୀ ଚିତ୍ତରଞ୍ଜନ ଭୋଇ, ଅସ୍ଥି ବିସର୍ଜନ ପାଇଁ ଯିବାକୁ ଚାହୁଁଥିଲେ ପଡ଼ନ୍ତି ଖୋଜା

ସମ୍ବଲପୁର,୧୬ା୧୧ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକର ଚିତ୍ତରଞ୍ଜନ ଭୋଇ। ବୟସ ୫୯ ହେବ। ବୃତ୍ତିରେ ସେ ଜଣେ ବିଡି ମୁନ୍‌ସି। ହେଲେ ଧାର୍ମିକ କାମରେ ନିଃସ୍ବାର୍ଥପର ସହଯୋଗ ପାଇଁ ସେ ବେଶ୍‌ ପରିଚିତ। ବିଶେଷ କରି ଯଦି କେହି ଅସ୍ଥି ବିସର୍ଜନ ପାଇଁ ଗଙ୍ଗାକୁ ଯିବାକୁ ଚାହାନ୍ତି ତା’ହେଲେ ଚିତ୍ତରଞ୍ଜନଙ୍କୁ ଖୋଜିଥାନ୍ତି। ଗତ ୨୦ବର୍ଷ ଭିତରେ ସେ ଅନ୍ୟ ଲୋକଙ୍କ ଅସ୍ଥି ବିସର୍ଜନ ପାଇଁ ତାଙ୍କ ସମ୍ପର୍କୀୟଙ୍କ ସହ ୨୭ଥର ଗଙ୍ଗାକୁ ଯାଇ ସାରିଲେଣି। ଏହି କାମକୁ ସେବା ଭାବେ ଗ୍ରହଣ କରିଥିବାରୁ ସେ କାହାରିଠାରୁ କେବେ ଅର୍ଥ ଦାବି କରିନାହାନ୍ତି।

୨୦ବର୍ଷ ପୂର୍ବରୁ ଚିତ୍ତରଞ୍ଜନ ନିଜ ମା’ବାପାଙ୍କ ଅସ୍ଥି ବିସର୍ଜନ ପାଇଁ ପ୍ରୟାଗରାଜ ଯିବା ସମୟରେ ଜଣାଶୁଣା ଲୋକଙ୍କ ସାହାଯ୍ୟ ଖୋଜିଥିଲେ। ଏହି ସମୟରେ ଗାଁର ଚିତ୍ତରଞ୍ଜନ ପ୍ରଧାନ ତାଙ୍କୁ ସାଥିରେ ନେଇ ଯାଇଥିଲେ। ବିନା କୌଣସି ସମସ୍ୟାରେ ସେ ତାଙ୍କ ସହଯୋଗରେ ମା’ବାପାଙ୍କ ଅସ୍ଥି ବିସର୍ଜନ କରି ଘରକୁ ଫେରିଥିଲେ। ଏହାପରେ ସେ ସଙ୍କଳ୍ପ କରିଥିଲେ, କେହି ଯଦି ତାଙ୍କୁ ଗଙ୍ଗାକୁ ଅସ୍ଥି ବିସର୍ଜନ ପାଇଁ ସାଥିରେ ଯିବାକୁ ସହଯୋଗ ମାଗିବେ ସେ ନିଶ୍ଚିତ ଯିବେ। ପ୍ରୟାଗରାଜ ଯାଇ ରାସ୍ତାଘାଟ ଓ ଅନ୍ୟାନ୍ୟ ବ୍ୟବସ୍ଥା ବିଷୟରେ ଜାଣିଥିବାରୁ ଗାଁର ଅନ୍ୟ ଲୋକ ତାଙ୍କୁ ସାଥିରେ ଯିବାକୁ ଅନୁରୋଧ କରିବା ପରେ ସେ ସେମାନଙ୍କୁ ସହଯୋଗ କରିଥିଲେ। ଧୀରେ ଧୀରେ ଆଖପାଖର ଲୋକେ ମଧ୍ୟ ଅସ୍ଥି ବିସର୍ଜନ ପାଇଁ ତାଙ୍କୁ ସାଥିରେ ଯିବାକୁ ଅନୁରୋଧ କରିଥିଲେ। ହେଲେ ଚିତ୍ତରଞ୍ଜନ କାହାକୁ ମନା କରନ୍ତି ନାହିଁ। ଭାଗ୍ୟରେ ଥିଲେ ଗଙ୍ଗାଦର୍ଶନ ସୁଯୋଗ ମିଳେ ଓ ମତେ ବାରମ୍ବାର ଡାକରା ମିଳୁଥିବାରୁ ନିଜକୁ ଭାଗ୍ୟବାନ ମନେକରେ ବୋଲି କୁହନ୍ତି ଚିତ୍ତରଞ୍ଜନ ଭୋଇ। ଚିତ୍ତରଞ୍ଜନଙ୍କ ପାଇଁ ଅନେକ ଲୋକ ଉପକୃତ ହୋଇପାରୁଛନ୍ତି। ବାରମ୍ବାର ପ୍ରୟାଗରାଜ ଯା’ଆସ କରୁଥିବାରୁ ସେଠାରେ ପୂଜକ, ବାରିକ ଓ ପଣ୍ଡାଙ୍କ ସହ ତାଙ୍କର ପରିଚିତ ହୋଇପାରିଛି। ତେଣୁ ଯିଏ ମଧ୍ୟ ସାଙ୍ଗରେ ଯାଆନ୍ତି ସେମାନେ ଠକେଇର ଶିକାର ନ ହୋଇ ସୁବିଧାରେ ଗଙ୍ଗାଶ୍ରାଦ୍ଧ କରିଥାଆନ୍ତି ବୋଲି ଶାଶୁ ଶ୍ୱଶୁରଙ୍କ ଅସ୍ଥି ବିସର୍ଜନ ସମୟରେ ତାଙ୍କ ସାଙ୍ଗରେ ଯାଇଥିବା ରଞ୍ଜନା ପ୍ରଧାନ କହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

‘ବରିଷ୍ଠ ନାଗରିକ ଦେଶର ଅମୂଲ୍ୟ ସମ୍ପଦ’

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିଶନ ଶକ୍ତି ଭବନଠାରେ ଗୁରୁବାର ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?