ଉତ୍ସାହର ପ୍ରତିଫଳନ

ଭାଜପାର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ପ୍ରଫେଟ ବିରୋଧୀ ମତକୁ ସମର୍ଥନ କରିଥିବାରୁ ରାଜସ୍ଥାନର ଉଦୟପୁରରେ ୨୮ ଜୁନ୍‌ରେ ଦରଜି କହ୍ନେୟାଲାଲ ତେଲିଙ୍କ ମୁଣ୍ଡକାଟ କରିଥିଲେ ଦୁଇ ଜଣ ମୁସଲମାନ। ଅଭିଯୁକ୍ତଦ୍ୱୟଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରାଯାଇଛି। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଉକ୍ତ ଘଟଣାର ତଦନ୍ତ କରୁଛି। ଏବେ ଖବର ମିଳିଛି ସମାନ ଢଙ୍ଗରେ ୨୧ ଜୁନ୍‌ରେ ମହାରାଷ୍ଟ୍ରର ଅମରାବତୀରେ ଉମେଶ ପ୍ରହ୍ଲାଦ୍ରୋ କୋହ୍ଲେ ନାମକ ଔଷଧ ଦୋକାନୀଙ୍କୁ ଅନ୍ୟ ଜଣେ ମୁସଲମାନ ଇର୍ଫାନ୍‌ ଖାନ୍‌ଙ୍କ ଷଡ଼ଯନ୍ତ୍ର କ୍ରମେ ହତ୍ୟା କରାଯାଇଛି। ଏହି ଦୁଇଟି ଘଟଣାରେ ଅଭିଯୁକ୍ତମାନେ ଛୁରି ବ୍ୟବହାର କରି କହ୍ନେୟାଲାଲ ଓ ଉମେଶକୁ ମଧ୍ୟ ହତ୍ୟା କରିଛନ୍ତି। ଦ୍ୱିତୀୟ ଘଟଣାଟି ପୂର୍ବରୁ ଘଟିଥିଲେ ମଧ୍ୟ ତାହାକୁ ଡକାୟତିଜନିତ ମାମଲା ଭାବେ ଗଣାଯାଇଥିଲା। ଯେତେବେଳେ ଏନ୍‌ଆଇଏ ତାହା ଉପରେ ତଦନ୍ତ କଲା ସେତେବେଳେ ଘଟଣା ପଦାକୁ ଆସିଛି। ଏମିତି ବି ଶୁଣିବାକୁ ମିଳୁଛି, ଉମେଶ ଓ ତାଙ୍କ ହତ୍ୟାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଇର୍ଫାନ୍‌ ଦୁଇ ବନ୍ଧୁ। ସେମାନେ ଗୋଟେ ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ଥିଲେ। ନୂପୁର ଶର୍ମା ପ୍ରଫେଟ ବିରୋଧୀ ମତ ଦେବା ପରେ ଉମେଶ ସେହି ସଂକ୍ରାନ୍ତ ବାର୍ତ୍ତାକୁ ସେହି ଗ୍ରୁପ୍‌ରେ ଶେୟାର କରିଥିଲେ। ଏତିକିରେ ସ୍ଥିତି ଭୟଙ୍କର ହୋଇଥିଲା। ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ଇର୍ଫାନ୍‌ ଜାଣିଶୁଣି ଉମେଶଙ୍କ ବାର୍ତ୍ତାକୁ ବିଭିନ୍ନ ଗ୍ରୁପ୍‌ରେ ଶେୟାର କରିଥିଲେ ଓ ତାହାର ପରିଣତି ଔଷଧ ଦୋକାନୀଙ୍କ ହତ୍ୟାରେ ଶେଷ ହୋଇଥିଲା।
୧ ଜୁଲାଇରେ ସୁପ୍ରିମକୋର୍ଟ କହିଥିଲେ, ଭାରତରେ ଏବେ ଯାହାସବୁ ଘଟୁଛି ସେଥିପାଇଁ ନୂପୁର ଶର୍ମା ଦାୟୀ। ତେଣୁ ସେ ସାରା ଦେଶକୁ କ୍ଷମା ମାଗିବା ଉଚିତ।
ଏହା କୁହାଯାଇପାରେ ଯଦି ନୂପୁର ପ୍ରଫେଟ ବିରୋଧୀ ମତ ଦେଇ ନ ଥାଆନ୍ତେ, ତାହା ହେଲେ କହ୍ନେୟାଲାଲ କିମ୍ବା ଉମେଶଙ୍କ ମୃତ୍ୟୁ ଘଟି ନ ଥାଆନ୍ତା। ଏହାକୁ ମଧ୍ୟ ସ୍ବୀକାର କରାଯିବା ଦରକାର। ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇଥିବାରୁ ସବୁ ଧର୍ମାବଲମ୍ବୀ ପ୍ରତ୍ୟେକଙ୍କ ଧର୍ମ ଓ ବିଶ୍ୱାସକୁ ସମ୍ମାନ ଦେବା କଥା। ତେଣୁ କୌଣସି ସ୍ଥିତିରେ କାହାରି ଧର୍ମକୁ କୁଠାରାଘାତ କରାଯିବା ଠିକ୍‌ ନୁହେଁ। ଦେଖାଯାଉଛି ଶସ୍ତା ଲୋକପ୍ରିୟତା ଅର୍ଜନ କିମ୍ବା ରାଜନୈତିକ ସୁବିଧା ସକାଶେ ଏବେ ଭାରତରେ ଅନେକ ଲୋକ ଅନ୍ୟସବୁ ଧର୍ମ ପ୍ରତି ଘୃଣାଭାବଜନିତ ମନ୍ତବ୍ୟ ଦେଉଛନ୍ତି। ଏହାଦ୍ୱାରା ଭାରତୀୟ ସମାଜ ପାଇଁ ଦୀର୍ଘମିଆଦୀ ଘଟୁଥିବା କ୍ଷତିର ଆକଳନ ଏବେ କରାଯାଇପାରୁ ନାହିଁ। ସ୍ବୀକାର କରିବାକୁ ହେବ ଯେ, ସବୁ ଧର୍ମରେ ଉଗ୍ର ଚିନ୍ତାଧାରା ସାମ୍ନାକୁ ଆସୁଛି। ସାଧାରଣ ବ୍ୟକ୍ତି କୌଣସି ଭାବେ ସମ୍ପୃକ୍ତ ନ ଥିଲେ ମଧ୍ୟ ପ୍ରଭାବ ସମସ୍ତଙ୍କ ଉପରେ ପଡ଼ୁଛି। ବିଶ୍ୱ ପ୍ରେକ୍ଷାପଟରେ ଦେଖିଲେ ଇସ୍‌ଲାମୀୟ ଗୋଷ୍ଠୀଗୁଡ଼ିକ ସେମାନଙ୍କ ଧର୍ମ ମଧ୍ୟରେ ପୃଥକ୍‌ ମତ ପ୍ରକାଶକୁ ସହ୍ୟ କରିପାରୁ ନ ଥିବାରୁ ଅନେକ ସ୍ଥାନରେ ହିଂସା ଘଟୁଛି। ସେସବୁକୁ ଦୃଷ୍ଟିରେ ରଖି ଚିନ୍ତା କରାଗଲେ ଅନ୍ୟ ଧର୍ମର ବ୍ୟକ୍ତି ସେମାନଙ୍କ ପ୍ରଫେଟଙ୍କୁ ସମାଲୋଚନା କରିବାର ଆବଶ୍ୟକତା ନ ଥିଲା। ଫ୍ରାନ୍ସର ବ୍ୟଙ୍ଗଚିତ୍ର ପତ୍ରିକା ‘ଶାର୍ଲି ହେବ୍‌ଦୋ’ରେ ଇସ୍‌ଲାମ ଧର୍ମ ସଂକ୍ରାନ୍ତ କାର୍ଟୁନ ପ୍ରକାଶ ପାଇବା ପରେ ସେଠାକାର କାର୍ଟୁନିଷ୍ଟଙ୍କୁ ହତ୍ୟା କରାଯାଇଥିଲା। ତେଣୁ ଭାରତରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ରଖିବାକୁ ହେଲେ ପ୍ରତ୍ୟେକ ଧର୍ମର ବିଶ୍ୱାସକୁ ସମ୍ମାନ ଦିଆଯିବା ଦରକାର।
ଏଠାରେ ଆଉ ଏକ ଦିଗ ପ୍ରତି ଗୁରୁତ୍ୱ ଦିଆଯିବା ଉଚିତ। ସାମାଜିକ ଗଣମାଧ୍ୟମ କ୍ଷୀପ୍ର ଓ ସର୍ବବ୍ୟାପୀ ହୋଇଯାଇଥିବାରୁ ସାଧାରଣ ଜୀବନରେ ପରିଚିତ ବ୍ୟକ୍ତିମାନେ ସେମାନଙ୍କ ଉଚ୍ଚାରଣ ଓ ଆଚରଣରେ ସଂଯମ ରକ୍ଷା କରିବା ଉଚିତ। ଆଜିର ଅନେକ ଟେଲିଭିଜନ୍‌ ଚ୍ୟାନେଲ ବ୍ୟବସାୟିକ ସଫଳତା ହାସଲ ଲାଗି ଟେଲିଭିଜନ୍‌ ରେଟିଂ ପଏଣ୍ଟ (ଟିଆର୍‌ପି)କୁ ଗୁରୁତ୍ୱ ଦେଉଛନ୍ତି। ସେଥିଲାଗି ଚ୍ୟାନେଲର କଣ୍ଟେଣ୍ଟ୍‌ ବା ବିଷୟବସ୍ତୁକୁ ବିବାଦୀୟ କରିଦେବାକୁ ଅନେକେ ଚାହୁଁଛନ୍ତି। ନୂପୁରଙ୍କ ମନ୍ତବ୍ୟ ସେହି ଉତ୍ସାହର ପ୍ରତିଫଳନ ବୋଲି କୁହାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?