ରୁଷିଆର ଦାବିକୁ ଖଣ୍ଡନ କରୁଛନ୍ତି ଜେଲେନସ୍କି

କ୍ୱିଭ,୪ ।୭: ଦୀର୍ଘ ପ୍ରାୟ ୫ ମାସ ହେବ ଲାଗି ରହିଥିବା ରୁଷିଆ-ୟୁକ୍ରେନ ଯୁଦ୍ଧ ଏବେବି ଉତ୍ତେଜନା ପରିସ୍ଥିତି ଭିତର ଗତି କରୁଛି । ୟୁକ୍ରେନକୁ ସମ୍ପୂର୍ଣ୍ଣ ନଷ୍ଟ କରିବାକୁ ରୁଷିଆ ପ୍ରାଣପଣେ ଚେଷ୍ଟା ଚଳାଇଥିବା ବେଳେ ୟୁକ୍ରେନ୍ କିନ୍ତୁ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହେଁ । ଆମେରିକା ଓ କିଛି ୟୁରୋପୀୟ ଦେଶର ସହାୟତାରେ ରୁଷିଆ ସହ ଲଢି ଚାଲିଛି ୟୁକ୍ରେନ ଭଳି ଏକ ଛୋଟିଆ ଦେଶ । ତେବେ ରବିବାର ରୁଷିଆ ଦାବି କରିଥିଲା କି ତା’ର ସେନା ଲୁହାନସ୍କ ଅଞ୍ଚଳରେ ୟୁକ୍ରେନର ନିୟନ୍ତ୍ରଣରେ ଥିବା ଶେଷ ସହର ଲିସିଚାଂସ୍କ ଉପରେ କବଜା କରି ନେଇଛନ୍ତି । ହେଲେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି କହିଛନ୍ତି ଲିସିଚାଂସ୍କରେ ଲଢେଇ ଜାରି ରହିଛି । ଲୁହାନସ୍କ ଅଞ୍ଚଳରେ ରୁଷିଆ ସେନାର ନିୟନ୍ତ୍ରଣ ଥିବାରୁ ଦୋନୋତ୍ସକ ଉପରେ କବଜା କରିବା ସେମାନଙ୍କୁ ସହଜ ହେବ । ଅନ୍ୟପଟେ ରୁଷିଆରା ପ୍ରତିରକ୍ଷାମନ୍ତ୍ରୀ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ କହିଛନ୍ତି, ରୁଷିଆ ସେନା ସ୍ଥାନୀୟ ମିଲିଶିୟା ସହ ମିଶି ଲିସିଚାଂକ୍ସ ସହର ଉପରେ ସମ୍ପୂର୍ଣ୍ଣ ଭାବେ କବଜା କରି ନେଇଛନ୍ତି ।
ସୂଚନାଯୋଗ୍ୟ, କିଛିଦନ ହେବ ୟୁକ୍ରେନ ସେନା ଲିସିଚାଂକ୍ସ ସହରକୁ ବଞ୍ଚାଇବାକୁ ପ୍ରୟାସ ଜାରି ରଖିଛନ୍ତି । ହେଲେ ରୁଷିଆ ସେମାନଙ୍କ ସ୍ଥିତିକୁ ଦୁର୍ବଳ ବୋଲି କହିଛି । ଯେଉଁଠି ଗୋଟିଏ ସପ୍ତାହ ପୂର୍ବରୁ ପଡୋଶୀ ସିଭିଏରୋନୋସ୍କ ଉପରେ ଏକ ସପ୍ତାହ ପୂର୍ବରୁ ରୁଷିଆ କବଜା କରି ନେଇଛି । ୟୁକ୍ରେନ୍ ଗସ୍ତରେ ଯାଇଥିବା ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀଙ୍କ ସହ ହୋଇଥିବା ଖବରଦାତା ସମ୍ମିଳନୀରେ ୟୁକ୍ରେନ୍ ରାଷ୍ଟ୍ରପତି କହିଛନ୍ତି, ଆମେ ଏବେ କୌଣସି ଶେଷ ନିଷ୍ପତ୍ତିରେ ପହଞ୍ଚି ପାରୁନାହିଁ । ଲିସିଚାଂକ୍ସରେ ଏବେବି ଲଢେଇ ଜାରି ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?