Posted inଖେଳ

ପିଭି ସିନ୍ଧୁଙ୍କୁ ବିବାହ କରିବାକୁ ଚାହୁଁଥିଲେ ଏହି ୭୦ ବର୍ଷୀୟ ବୃଦ୍ଧ, ଦେଇଥିଲେ ଏଭଳି ଧମକ

ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ପିଭି ସିନ୍ଧୁଙ୍କ ଜୁଲାଇ ୫ ଅର୍ଥାତ ଆଜି ଜନ୍ମଦିନ। ସେ ବ୍ୟାଡ୍‌ମିଣ୍ଟନରେ ଓ୍ବାଲ୍ଡ ଚାମ୍ପିୟନଶିପ୍‌ ଜିତିଥିବା ଏକମାତ୍ର ଭାରତୀୟ ଖୋଳାଳି। ସାଇନା ନେହଓ୍ବାଲଙ୍କ ଭଳି ପିଭିଙ୍କ ମଧ୍ୟ କୋଟି କୋଟି ପ୍ରଶଂସକ ଅଛନ୍ତି। ୨୦୧୯ରେ ସେ ଏହି ସଫଳତା ହାସଲ କରିଥିଲେ। ରବିବାର ଜନ୍ମଦିନ ଅବସରେ ସିନ୍ଧୁଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।

ଜାଣି ଆଶ୍ଚର୍ଯ୍ୟ ହେବେ ସିନ୍ଧୁଙ୍କ ଜଣେ ଫ୍ୟାନ୍‌(ପ୍ରଶଂସକ) ତାଙ୍କୁ ବିବାହ କରିବା ଲାଗି ଆକାଶପାତାଳ ଏକ କରିଦେଇଥିଲେ। ଯେତେବେଳେ ତାଙ୍କ ବୟସ ବିଷୟରେ ଜଣାପଡ଼ିଥିଲା। ସମସ୍ତେ ଚକିତ ହୋଇଯାଇଥିଲେ। ସେ ଥିଲେ ତାମିଲନାଡ଼ୁର ଜଣେ ୭୦ ବର୍ଷୀୟ ବୃଦ୍ଧ ମଲାୟସାମି। ସେ କେବଳ ଯେ ବିବାହ ତାହା ନୁହେଁ ଯଦି ସେ ଅରାଜି ହୁଅନ୍ତି ଅପହରଣ କରି ନେଇଯିବାକୁ ମଧ୍ୟ ଧମକ ଦେଇଥିଲେ।

ଗତବର୍ଷର ଏହି ଘଟଣା। ମଲାୟସାମି ସିନ୍ଧୁଙ୍କୁ ବିବାହ କରିବା ଲାଗି ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଆବେଦନ କରିଥିଲେ। ସେଠାରେ ଜନଶୁଣାଣି ବେଳେ ଉପସ୍ଥିତ କଲେକ୍ଟରଙ୍କୁ ସିନ୍ଧୁ ଏବଂ ତାଙ୍କର ଫଟୋ ସହ ଏକ ଚିଠି ଦେଇଥିଲେ। ସିନ୍ଧୁଙ୍କୁ ସେ ବିବାହ କରିବାକୁ ଚାହାନ୍ତି। ଏଣୁ ସମସ୍ତ ବନ୍ଦୋବସ୍ତ କରାଯାଉ। ନଚେତ ସେ ତାଙ୍କୁ ଉଠାଇ ଆଣିବେ ବୋଲି କହିଥିଲେ। ଏହା ଅନେକଙ୍କୁ ଚକିତ କରିଥିଲା।

କଥା ଏତିକିରେ ସରୁ ନାହିଁ। ବୃଦ୍ଧ ବ୍ୟକ୍ତି ଲେଖିଥିବା ଚିଠିରେ ତାଙ୍କର ବୟସ ୭୦ ନୁହେଁ ବରଂ ୧୮ ଲେଖିଥିଲେ। କାରଣ ସେ ୨୦୦୪ ମସିହା ଏପ୍ରିଲ ୪ ତାରିଖରେ ଜନ୍ମଗ୍ରହଣ କରିଥିବା ଦର୍ଶାଇଥିଲେ। ହେଲେ ଜିଲାପାଳଙ୍କ କାର୍ଯ୍ୟାଳୟରେ ତାଙ୍କ ଆବେଦନ ଖାରଜ କରାଯାଇଥିଲା। ବୃଦ୍ଧଙ୍କ ମାନସିକ ସନ୍ତୁଳନ ଠିକ୍‌ ନ ଥିବା କୁହାଯାଇଥିଲା।

ତେବେ ଅଲମ୍ପିକ୍‌ରେ ନିଜର ପରାକାଷ୍ଠା ଦେଖାଇଥିବା ସିନ୍ଧୁ ୨୦୧୯ରେ ଇତିହାସ ରଚିଥିଲେ। ସେ ବ୍ୟାଡ୍‌ବିଣ୍ଟନରେ ବିଶ୍ୱ ଚାମ୍ପିୟାନ ହୋଇଥିଲେ। ଜାପାନର ନୋଜୋମୀ ଓକୁହାରାଙ୍କୁ ହରାଇ ସେ ଏହି ସଫଳତା ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁର ୪ ଦିନ ପୂର୍ବରୁ ଗୋଆରେ ନାଚୁଥିଲେ ନାନା ପାଟେକର, କହିଥିଲେ ଏଭଳି କଥା

ମୁମ୍ବାଇ,୮ା୧୦: ବଲିଉଡ୍‌ର ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ ପରେ ତାଙ୍କର ଶେଷ ପବ୍ଲିକ୍ ଅପିୟରାନ୍ସର ଭିଡିଓ ଏବେ ଚର୍ଚ୍ଚାରେ ରହିଛି । ମୃତ୍ୟୁର ମାତ୍ର ୪…

ଗେମ୍ ବି ମାନିଲା ହାର୍! କ୍ୟାଣ୍ଡି କ୍ରଶ୍‌ର ‘The End’ କରି ବିଶ୍ୱ ରେକର୍ଡ କଲେ ବିହାର ଯୁବକ

ସିୱାନ୍: ସାଧାରଣତଃ ଘରେ ପିଲାମାନେ ମୋବାଇଲ୍‌ରେ ଗେମ୍ ଖେଳିଲେ ଅଭିଭାବକମାନେ ଗାଳିଗୁଲଜ କରିବା ସହ “ପାଠ ନପଢ଼ି ଗେମ୍ ଖେଳିଲେ ଭବିଷ୍ୟତ ନଷ୍ଟ ହୋଇଯିବ” ବୋଲି ତାଚ୍ଛଲ୍ୟ…

ଗଛ ମୂଳରେ ପଡ଼ିଛି ଚପଲ, ଉପରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ

ବଲାଙ୍ଗୀର,୮ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କୁସମେଲପଞ୍ଚାୟତର ଜାମୁଟିଆ ଗାଁ ନିକଟ ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଗୁରୁବାର ଜବତ ହୋଇଛି।…

ଇଣ୍ଡି ମେଣ୍ଟର ବନ୍ଦ ଡାକରା: ଗାଡ଼ିମୋଟର ଫେରାଇଦେଲେ ବିକ୍ଷୋଭକାରୀ

ପାଟଣା,୮ା୧୦(ବୀର କିଶୋର ଦାଶ): ଇଣ୍ଡିମେଣ୍ଟର ଭାରତ ବନ୍ଦ ଡାକରାକୁ ସମର୍ଥନ କରି ପାଟଣା ଓ ସାହାର ପଡ଼ା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ପିକେଟିଂ…

୨୩ ଦିନରେ ବଦଳିବ ଭାଗ୍ୟ! ଗୁରୁ-ବୁଧଙ୍କ କୃପାରେ ଲାଭବାନ ହେବେ ୫ ରାଶି

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଚଳନକୁ ବେଶ୍ ଗୁରୁତ୍ୱ ଦିଆଯାଏ । ବିଶେଷକରି ଦେବଗୁରୁ ବୃହସ୍ପତି ବା ଗୁରୁ ଗ୍ରହଙ୍କ ସ୍ଥିତିରେ ପରିବର୍ତ୍ତନ ଆସିଲେ ଏହାର ପ୍ରଭାବ ରାଶିଚକ୍ରର…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଲେ କପିଳ ଦେବ: କ୍ରିକେଟ୍‌ ଜଗତ ସ୍ତବ୍ଧ

ନୂଆଦିଲ୍ଲୀ,୮।୧୦: କ୍ରିକେଟ ଜଗତରେ ପାଦ ଥାପିବା ପରଠାରୁ ନିଜ ପ୍ରତିଭାର ଝଲକ ଦେଖାଇ ଆସୁଛନ୍ତି ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀ। ବୟସ ମାତ୍ର ୧୫ ବର୍ଷ ହୋଇଥିବା…

ଏମ୍‌ଏମ୍‌ଡିଆର, ଏସ୍‌ଆଇଆର୍‌ ମୁଖ୍ୟ ପ୍ରସଙ୍ଗ ନେଇ କଂଗ୍ରେସର ବନ୍ଦ ଡାକରା

କେନ୍ଦୁଝର,୮ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଏମ୍‌ଏମ୍‌ଡିଆର, ଏସ୍‌ଆଇଆର୍‌-୨୦୨୬, ପାଠ୍ୟପୁସ୍ତକ ତ୍ରୁଟି ଏବଂ ବନ୍ୟା ସମସ୍ୟା ପ୍ରସଙ୍ଗକୁ ନେଇ ବୁଧବାର ଓଡ଼ିଶା ବନ୍ଦ ଡାକରା ପରିପ୍ରେକ୍ଷୀରେ କେନ୍ଦୁଝରରେ ବନ୍ଦ ପାଳନ…

ମୃତ୍ୟୁ ପରେ ମୋତେ ଏମିତି କରିବ, କ’ଣ ଥିଲା ନାନା ପାଟେକରଙ୍କ ଶେଷ ଇଚ୍ଛା? ୨୦୨୩ରେ ପ୍ରକାଶ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ

ମୁମ୍ବାଇ,୮।୧୦: ବଲିଉଡରେ ଏପରି କିଛି ଅଭିନେତା ଅଛନ୍ତି ଯେଉଁମାନେ କେବଳ ପରଦାରେ ଚରିତ୍ର ରୂପାୟନ କରିବାଠାରୁ ଊର୍ଦ୍ଧ୍ୱକୁ ଯାଇ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?