Posted inଫୁରସତ

କରୋନାରୁ ରକ୍ଷା ପାଇବା ପାଇଁ ଦମ୍ପତି ନେଲେ ଏହି ପଦକ୍ଷେପ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବିଶ୍ୱର ଅଧିକାଂଶ ଦେଶ ଏବେ କରୋନା ମହାମାରୀ ସହ ସଂଘର୍ଷ କରୁଛନ୍ତି। ଏହି ମାରାତ୍ମକ ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକ ଦେଶ କିଛି ନା କିଛି ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ସମୟରେ ଋଷ୍‌ର ଏକ ଦମ୍ପତି କରୋନାରୁ ରକ୍ଷା ପାଇବା ପାଇଁ ଘର ପଛରେ ଏକ ପିରାମିଡ୍‌ ତିଆରି କରିଛନ୍ତି। ଏହି ପିରାମିଡ୍‌ ଯଦିଓ ଇଜିପ୍ଟର ପିରାମିଡ୍‌ ପରି ବଡ଼ ନୁହେଁ ମାତ୍ର ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ମସ୍କୋର ଆଣ୍ଡ୍ରେ ବଖ୍ରୁଶେଭ୍‌ ଏବଂ ତାଙ୍କ ସ୍ତ୍ରୀ ଭିକ୍ଟୋରିଆ ସେମାନଙ୍କ ଘର ପଛରେ ଏହି ପିରାମିଡ୍‌ ନିର୍ମାଣ କରିଛନ୍ତି। ଏହି ଦମ୍ପତିଙ୍କ କହିବା ଅନୁଯାୟୀ, ଆକାର ପାର୍ଥକ୍ୟ ମାତ୍ର ଏହି ପିରାମିଡ୍‌ର ଗଠନ ଅବିକଳ ଇଜିପ୍ଟ ପିରାମିଡ୍‌ ସଦୃଶ।ଆଣ୍ଡ୍ରେଙ୍କ କହିବା ଅନୁଯାୟୀ, ପିରାମିଡ୍‌ ନିର୍ମାଣ ସମୟରେ କିଛି ଶ୍ରମିକ ଆହତ ହୋଇଥିଲେ। କିନ୍ତୁ ପିରାମିଡ ଭିତରେ କାମ କରି ସେ ଶୀଘ୍ର ସୁସ୍ଥ ହୋଇଗଲେ। କେବଳ ଏତିକି ନୁହେଁ, ଏହି ପିରାମିଡ୍‌ ନିର୍ମାଣ କରିଥିବା ଜଣେ ବ୍ୟକ୍ତି ମଧ୍ୟ ଅସୁସ୍ଥ ନ ଥିଲେ।

ଆଣ୍ଡ୍ରେ ଏହା ମଧ୍ୟ ଦୃଢ଼ତାର ସହ କହିଛନ୍ତି କି, ତାଙ୍କ ପିରାମିଡ୍‌ କରୋନା ସଂକ୍ରମଣର ବିପଦକୁ ଏଡ଼ାଇ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇପାରେ। ଏହି ପିରାମିଡ୍‌ ତିଆରି କରିବା ପାଇଁ ଦମ୍ପତିଙ୍କୁ କଣ୍ଟ୍ରାକ୍ଟର ଖୋଜିବା ପାଇଁ ୧ ମାସ ସମୟ ଲାଗିଥିଲା। ଏହି ପିରାମିଡ ଭୂମିଠାରୁ ୯ ମିଟର ଉଚ୍ଚତା ଏବଂ ୯ ମିଟର ଗଭୀରତାରେ ନିର୍ମାଣ କରାଯାଇଛି। ପ୍ରାୟ ୪୦୦ ଟନ୍‌ କଂକ୍ରିଟ ବ୍ଲକରେ ଏହା ନିର୍ମିତ ହୋଇଛି। ଯାହା କରୋନା ସଂକ୍ରମଣ ରୋକିବାରେ ସହାୟକ ହେବ। ଯେ କେହି ଚାହିଁଲେ କିଛି ଅର୍ଥ ପୈଠ ଏହି ପିରାମିଡ୍‌ରେ ରାତି ବିତାଇ ପାରିବେ ବୋଲି ଆଣ୍ଡ୍ରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri