ବଣ୍ଡାଘାଟିରେ ନୂତନ ହାଟ ଉଦ୍‌ଘାଟିତ

ମାଲକାନଗିରି,୧୭।୧(ଡି.ଏନ.ଏ.) ମାଲକାନଗିରି ଜିଲା ଖଇରପୁଟ ବ୍ଲକର ବଣ୍ଡା ଘାଟିରେ ୩୫ ବଣ୍ଡା ଲୋକଙ୍କ ସୁବିଧା ପାଇଁ ଏକ ନୂତନ ହାଟ ବସିଛି। ଏହା ଅଣ୍ଡରାହାଲ ପଞ୍ଚାୟତଠାରୁ ୩ କିମି ଦୂରରେ ରହିଛି। ଏହାଦ୍ୱାରା କାତାଙ୍ଗଗୁଡା ଲୋକେ ଉପକୃତ ହେବେ। ଏହି ହାଟ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ବିଏସଏଫ ୬୫ ବାଟାଲିୟନର ଟିଏନ୍‌ଏସ୍‌ ରେଡ୍ଡି, ଖଇରପୁଟ ଆଇଆଇସି, ସରପଞ୍ଚ ସୋମନାଥ ସିସା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଷାନି, ବାଲିପାଟ ଯୁବକ ସଂଘ ସଭାପତି ବୁଦା ସିସାଙ୍କ ଉପସ୍ଥିତିରେ ଉଦ୍‌ଘାଟିତ ହୋଇଥିଲା। ଏହି ହାଟଦ୍ୱାରା ଆଖପାଖ ଅଞ୍ଚଳର ଲୋକେ ଉପକୃତ ହେବେ ବୋଲି ବିଧାୟକ ବାକା କହିଛନ୍ତି। ହାଟ ନ ଥିବା ହେତୁ ପୂର୍ବରୁ ଲୋକଙ୍କୁ ବିଭିନ୍ନ ସାମଗ୍ରୀ କ୍ରୟ ଲାଗି ୨୫/୩୦ କିମି ଦୂରକୁ ଯାଇ ନିଜ ଆବଶ୍ୟକ ସାମଗ୍ରୀ କ୍ରୟ କରୁଥିଲେ। ହାଟ ଉଦ୍‌ଘାଟିତ ହେବାରୁ ଏହିସମସ୍ୟା ଏବେ ଦୂର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବ୍ୟବସାୟୀଙ୍କ ଘରୁ ଲୁଟ୍‌: ୫ ବର୍ଷ ପରେ ତାମିଲନାଡୁରୁ ଗିରଫ ହେଲେ ଦମ୍ପତି

ମାଲକାନଗିରି,୨୯ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସଦର ମହକୁମାର ଏକ ସୁନା ବ୍ୟବସାୟୀଙ୍କ ଘରୁ ଅଳଙ୍କାର ଚୋରି ମାମଲାରେ ତାମିଲନାଡୁର ଏକ ଦମ୍ପତି ଗିରଫ ହୋଇଛନ୍ତି।ଏନେଇ ମାଲକାନଗିରି ଏସ୍‌ପି ବିନୋଦ…

ମାଲକାନଗିରି ପୋଲିସକୁ ଆଉ ଏକ ବଡ଼ ସଫଳତା: ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି,୨୮ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପୋଲିସକୁ ପୁଣିଥରେ ଏକ ବଡ଼ ସଫଳତା ମିଳିଛି। ମାଓବାଦୀଙ୍କ ଡମ୍ପ୍‌ ଠାବ କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri