ବାପାଙ୍କ କରଜ ଶୁଝିବାକୁ ନାବାଳକ ପୁଅ ବନ୍ଧକ

ମହାକାଳପଡ଼ା,୩ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ):ଜଣେ କାରିଗରଙ୍କ କରଜ ଶୁଝିବା ପାଇଁ ତାଙ୍କ ନାବାଳକ ପୁଅଙ୍କୁ ବନ୍ଧକ ରଖିଥିଲେ କଟକ ଜିଲା ନିଶ୍ଚିନ୍ତକୋଇଲି ଅଞ୍ଚଳର ଜନୈକ ତନ୍ତ ମିଲ୍‌ ମାଲିକ। ୭ ମାସ ନାବାଳକ ସେଠାରେ ରହି ଗୋତି ଖଟିବା ପରେ କୌଶଳ କ୍ରମେ ଖସି ଆସି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ରାଜଗଡ଼ ଗଁାସ୍ଥିତ ନିଜ ଘରେ ପହଞ୍ଚତ୍ଥିଲେ। ପରେ ତନ୍ତ ମିଲ୍‌ ମାଲିକଙ୍କ ୨ ପୁଅ ରବିବାର ରାତିରେ ରାଜଗଡ଼ ଗଁାରେ ପହଞ୍ଚତ୍ ନାବାଳକଙ୍କୁ ଘରୁ ଉଠାଇ ନେଇ ମାଡ଼ ମାରିବା ସହ ସାଙ୍ଗରେ ନେଇଯାଇଥିଲେ। ଏନେଇ ନାବାଳକଙ୍କ ମା’ ସୋମବାର ମହାକାଳପଡ଼ା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ନାବାଳକଙ୍କୁ ଉଦ୍ଧାର କରିଛି। ଏହାସହ ତନ୍ତ ମିଲ୍‌ ମାଲିକ ଓ ତାଙ୍କ ସ୍ତ୍ରୀ ଏବଂ ଜଣେ ପୁଅଙ୍କୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି। ତନ୍ତ ମିଲ୍‌ ମାଲିକଙ୍କ ଆଉ ଜଣେ ପୁଅ ଫେରାର ଅଛନ୍ତି। ଅଭିଯୋଗ ଅନୁଯାୟୀ, ରାଜଗଡ଼ ଗ୍ରାମର ଅନିଲ ମହାନ୍ତି ନିଶ୍ଚିନ୍ତକୋଇଲି କଟରପଡ଼ା ଅଞ୍ଚଳର ଅଶୋକ ମହାନ୍ତିଙ୍କ ଘରେ ଥିବା ତନ୍ତ ମିଲ୍‌ରେ କାରିଗର ଭାବେ ବର୍ଷେ ତଳେ କାମ କରୁଥିଲେ। ମାସକୁ ୧୨ ହଜାର ଟଙ୍କା ଦରମାରେ ଅନିଲ କାର୍ଯ୍ୟ କରୁଥିବାବେଳେ ଅଶୋକଙ୍କଠାରୁ କିଛି ଟଙ୍କା କରଜ ନେଇଥିଲେ। ଏଥିପାଇଁ ଦରମାକୁ ନେଇ ବାଦବିବାଦ ରହିଥିଲା। ତାଙ୍କୁ ରୀତିମତ ମାସକୁ ମାସ ଦରମା ଠିକ୍‌ରେ ମିଳୁ ନ ଥିଲା। ଘରେ ଅଭାବ ଅନଟନ ଯୋଗୁ ଅନିଲଙ୍କ ପାଖରେ ରହିଥିଲେ ତାଙ୍କ ନାବାଳକ ପୁଅ, ଯିଏ କି ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ। ହେଲେ ଅଶୋକ ଦରମା ନ ଦେବାରୁ ଅନିଲ ତନ୍ତ କାମ ଛାଡ଼ି ସୁରଟ ପଳାଇ ଯାଇଥିଲେ। ହେଲେ ତାଙ୍କ ପୁଅକୁ ଅଶୋକ ଛାଡ଼ି ନ ଥିଲେ। ନାବାଳକଙ୍କୁ ୭ ମାସ ଧରି ଅଶୋକ ଗାଡ଼ି ପୋଛା ମାରିବା ଓ ଅନ୍ୟ ଘର କାମରେ ନିୟୋଜିତ କରିଥିଲେ। ଭୟରେ ସେଠାରେ ରହିଥିବା ନାବାଳକ କିଛିଦିନ ତଳେ ଲୁଚିକରି ଘରକୁ ପଳାଇ ଆସିଥିଲେ। ହେଲେ ଅଶୋକଙ୍କ ୨ ପୁଅ ଚିକୁନ (୨୦) ଓ ମୋଚନ (୨୨) ରବିବାର ବିଳମ୍ବିତ ରାତିରେ ଏକ ବୋଲେରୋ ଯୋଗେ ରାଜଗଡ଼ ଗ୍ରାମରେ ପହଞ୍ଚତ୍ ଅନିଲଙ୍କ ଘର କବାଟ ବାଡ଼େଇଥିଲେ। ଅନିଲଙ୍କ ସ୍ତ୍ରୀ ସରୋଜିନୀ କବାଟ ଖୋଲିବା ପରେ ୨ ଭାଇ ନାବାଳକଙ୍କୁ ବିଛଣାରୁ ଟାଣି ଟାଣି ବାହାରକୁ ନେଇ ମାଡ଼ ମାରିବା ସହ ହତ୍ୟା ଧମକ ଦେଇ ନିଶ୍ଚିନ୍ତକୋଇଲିକୁ ନେଇଯାଇଥିଲେ। ଏ ନେଇ ନାବାଳକଙ୍କ ମା’ ସରୋଜିନୀଙ୍କ ଅଭିଯୋଗକୁ ଭିତ୍ତିକରି ମହାକାଳପଡ଼ା ଥାନା ଆଇଆଇସି ଧୀରଜ ଲେଙ୍କାଙ୍କ ନେତୃତ୍ୱରେ ଏକ ଟିମ୍‌ ଅଶୋକଙ୍କ ଘରୁ ନାବାଳକଙ୍କୁ ସୋମବାର ଉଦ୍ଧାର କରିଛି।
ସରୋଜିନୀଙ୍କ କହିବା କଥା, ତାଙ୍କ ସ୍ବାମୀ ଅନିଲଙ୍କୁ ତନ୍ତ ମିଲ୍‌ ମାଲିକ ଅଶୋକ ନିୟମିତ ଦରମା ପ୍ରଦାନ କରୁ ନ ଥିଲେ। ଅଭାବୀ ପରିବାର ହେତୁ ଅଶୋକଙ୍କଠାରୁ ତାଙ୍କ ସ୍ବାମୀ କିଛି ଟଙ୍କା ଉଦ୍ଧାର ନେଇଥିଲେ। କରଜ ଶୁଝିବାକୁ ସେ ସୁରଟକୁ କାମ କରିବାକୁ ଯାଇଛନ୍ତି। ହେଲେ କରଜ ପରିଶୋଧ ନିମନ୍ତେ ତାଙ୍କ ପୁଅଙ୍କୁ ୭ ମାସ ଧରି ଅଶୋକ ବନ୍ଧକ ରଖିଥିଲେ। ଅଶୋକ ତାଙ୍କ ଘରେ ବିଭିନ୍ନ ପ୍ରକାର କାମରେ ପୁଅକୁ ନିୟୋଜିତ କରୁଥିଲେ। ନ୍ୟାୟ ଆଶାରେ ସରୋଜିନୀ ଥାନାର ଦ୍ୱାରସ୍ଥ ହୋଇଥିବା କହିଛନ୍ତି। ଏ ନେଇ ପୋଲିସ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌) ଦଫା ୩୩୧, ୧୩୭(୨), ୭୪, ୧୧୫(୨), ୧୨୭, ୧୦୯, ୩(୫)ରେ ୨୩୭/୨୪ ନମ୍ବରରେ ମାମଲା ରୁଜୁ କରିଛି। ଏ ସମ୍ପର୍କରେ ଆଇଆଇସି ଲେଙ୍କାଙ୍କୁ ପଚାରିବାରେ ଏହା ଏକ ସମ୍ବେଦନଶୀଳ ଘଟଣା। ଅଭିଯୋଗ ପରେ ନାବାଳକଙ୍କୁ ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ଉଦ୍ଧାର କରିଛୁ। ତନ୍ତ ମିଲ୍‌ ମାଲିକ ଅଶୋକ ଓ ତାଙ୍କ ସ୍ତ୍ରୀଙ୍କୁ ଥାନାରେ ଅଟକ ରଖିଛୁ। ତାଙ୍କ ୨ ପୁଅଙ୍କ ନାମରେ ଅଭିଯୋଗ ରହିଛି। ସେମାନଙ୍କୁ ଥାନାକୁ ଡକରା ହୋଇଛି। ଅଶୋକଙ୍କ ପୁଅ ଚିକୁନ ଥାନାକୁ ଆସିବାରୁ ତାଙ୍କୁ ପଚରାଉଚରା କରିବାରେ ସେ ନାବାଳକଙ୍କୁ ମାଡ଼ ମାରିଥିବା ସ୍ବୀକାର କରିଛନ୍ତି। ତାଙ୍କୁ ମଧ୍ୟ ଥାନାରେ ଅଟକ ରଖାଯାଇଛି। ଆଉ ଜଣେ ପୁଅ ମୋଚନ ଥାନାରେ ହାଜର ହେଲା ପରେ ଅଶୋକ ଓ ତାଙ୍କ ସ୍ତ୍ରୀଙ୍କୁ ଛାଡ଼ିବୁ। ନଚେତ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଇଆଇସି ଲେଙ୍କା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Gen-Zଙ୍କ ପାଇଁ RSS ନେଲା ବଡ଼ ପଦକ୍ଷେପ: ଆଗକୁ…

ନୂଆଦିଲ୍ଲୀ,୫।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ମୁଖ୍ୟ ମୋହନ ଭାଗବତ ସଂଗଠନର ଶତବାର୍ଷିକୀ ବର୍ଷ ପାଳନ ପାଇଁ ଆମେରିକା ଏବଂ କାନାଡା ଗସ୍ତ କରିବେ। ଅଗଷ୍ଟ ୨୯ରେ…

ହଠାତ୍‌ ଟାୟାର ହେଲା ବ୍ଲାଷ୍ଟ, ଘାଟିରେ ଓଲଟି ପଡିଲା ଲୁହା ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ…

ମୋହନା,୬।୮ ( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ବ୍ଲକ ଖାରିଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୀମଦଳି ଘାଟିରେ ଏକ ଲୁହା ବୋଝେଇ ଟ୍ରକ୍‌ ଭାରସାମ୍ୟ…

ଆନ୍ଦୋଳନ ପରେ ନୂଆ ରଣନୀତି, ଅଭିଜିତ ଦୀପକେଙ୍କ ଘରେ CJPର ମାରାଥନ ବୈଠକ: ହେବ ବଡ଼ ଘୋଷଣା

ନୂଆଦିଲ୍ଲୀ, ୬।୮: ଦେଶବ୍ୟାପୀ କଥିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌କୁ ବିରୋଧ କରି ଦିଲ୍ଲୀର ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନ ସମୟରେ ପ୍ରମୁଖ ସ୍ବର ଭାବେ ଉଭା ହୋଇଥିବା କକରୋଚ…

ତେଲ, ଡାଲିରୁ କ୍ଷୀର ଓ ଚିନି ପର୍ଯ୍ୟନ୍ତ, ରାଶନର ୯୯% ସାମଗ୍ରୀ ମହଙ୍ଗା; ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ, ୬।୮: ୨୦୨୬ ବର୍ଷର ଆରମ୍ଭ ଜୋରଦାର ଭାବେ ହୋଇଥିଲା। କିନ୍ତୁ ଦ୍ୱିତୀୟ ମାସରେ ବିଶ୍ୱରେ ଏଭଳି ଅସ୍ଥିର ପରିସ୍ଥିତି ସୃଷ୍ଟି ହେଲା, ଯାହାର ପ୍ରଭାବ ଏବେ…

୧୧୦୫ ଦିନ ପରେ ପାକିସ୍ତାନର ବଡ଼ ବିଜୟ: ଶେଷରେ…

ନୂଆଦିଲ୍ଲୀ,୫।୮: ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ପାକିସ୍ତାନ ୱେଷ୍ଟଇଣ୍ଡିଜକୁ ୮ ଉଇକେଟ୍‌ରେ ପରାସ୍ତ କରିଛି। ଚତୁର୍ଥ ଇନିଂସ୍‌ରେ ମାତ୍ର ୭୪ ରନ୍‌ରେ ଲକ୍ଷ୍ୟ ପିଛା କରି ପାକିସ୍ତାନ ସହଜରେ…

ଆଜି ୨ ଶକ୍ତିଶାଳୀ ଗ୍ରହଙ୍କ ଗୋଚର; ୫ ରାଶି ହଠାତ୍‌ ବନିଯିବେ ଧନୀ!

ଗୁରୁବାର ୬ ଅଗଷ୍ଟ ୨୦୨୬ ଦିନଟି ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ଅତ୍ୟନ୍ତ ଖାସ୍ ବୋଲି କୁହାଯାଉଛି। ଏହି ଦିନ ଶ୍ରାବଣ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଅଟେ।…

‘ଆମେ ପୂର୍ବରୁ ସତର୍କ କରିଥିଲୁ’: ଦିଲ୍ଲୀରୁ ହାସିନାଙ୍କ ବଡ଼ ବୟାନ, ଦେହାଲିଗଲା ବାଂଲାଦେଶ!

ଢାକା,୬।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ନୂଆଦିଲ୍ଲୀରୁ କରିଥିବା ଭର୍ଚୁଆଲ ପ୍ରେସ କନଫରେନ୍ସକୁ ନେଇ ବାଂଲାଦେଶ ଭାରତ ବିରୋଧରେ କଡ଼ା ପ୍ରତିବାଦ ଜଣାଇଛି। ଢାକାର ଦାବି…

ଟି-୨୦ର ନୂଆ ‘ରେକର୍ଡ କିଙ୍ଗ୍‌’ ହେବେ ବୈଭବ ସୂର୍ଯ୍ୟବଂଶୀ! ଖେଳାଳିଙ୍କ ବିସ୍ଫୋରକ ବୟାନକୁ ନେଇ ହଲଚଲ

ନୂଆଦିଲ୍ଲୀ, ୬।୮: ଜୋସ ବଟଲର ଟି-୨୦ କ୍ରିକେଟ ଇତିହାସର ସବୁଠାରୁ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି। ୱେଲ୍ସ ଫାୟାର ବିପକ୍ଷ ମ୍ୟାଚରେ ମାଞ୍ଚେଷ୍ଟର ସୁପର ଜାୟାଣ୍ଟସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri