Posted inଫୁରସତ

ଏମିତି ବି ଘର

ରହିବା ପାଇଁ ଘରଟିଏ ସମସ୍ତେ ଚାହାନ୍ତି। ଏଇ ଘର କେବଳ ଯେ, ଖରା, ବର୍ଷା, ଶୀତରୁ ସୁରକ୍ଷା ଦିଏ ତାହା ନୁହେଁ, ବେଳେବେଳେ କିଛି ଘରର ସ୍ବତନ୍ତ୍ର ଡିଜାଇନ୍‌ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରାଏ। ଜାଣନ୍ତୁ ସେହିଭଳି କିଛି ଅଜବ ଡିଜାଇନ୍‌ର ଘର ସମ୍ପର୍କରେ…

ଓ୍ବିଙ୍ଗଶେପ୍‌ଡ ଜାୟେଦ ନ୍ୟାଶନାଲ ମ୍ୟୁଜିୟମ: ଆବୁଧାବିର ସାଦିୟାତ୍‌ ଦ୍ୱୀପରେ ଅଛି ଏହି ମ୍ୟୁଜିୟମ। ଉକ୍ତ ମ୍ୟୁଜିୟମ୍‌ର ବିଲ୍ଡିଂକୁ ଦେଖିଲେ ଲାଗେ ସତେଯେମିତି ଚଢ଼େଇ ଡେଣା ମେଲିଛି। ତେଣୁ ଏହାର ନାମ ଓ୍ବିଙ୍ଗଶେପ୍‌ଡ ଜାୟେଦ ନ୍ୟାଶନାଲ ମ୍ୟୁଜିୟମ । ଉକ୍ତ ଦ୍ୱୀପର ଏହା ହେଉଛି ପ୍ରଥମ ମ୍ୟୁଜିୟମ, ଯାହାକି ଏହି ଦେଶର ଇତିହାସ, ସଂସ୍କୃତି ଓ ସାମାଜିକ-ଆର୍ଥିକ ପରିବର୍ତ୍ତନକୁ ପ୍ରଦର୍ଶିତ କରିଥାଏ। ଏଥିରେ ୫ଟି ଡେଣା ସଦୃଶ ଟାଓ୍ବାର ଦେଖିବାକୁ ମିଳେ, ଯାହା କୃତ୍ରିମ ଭାବେ ତିଆରି ଭୂମି ଉପରେ ରହିଛି। ଏହି ଟାଓ୍ବାରରେ ରହିଛି ଅନେକ ଗ୍ୟାଲେରୀ,ବିରାଟକାୟ ଅଡିଟୋରିୟମ, ସୁନ୍ଦର ଲବି ଆଦି।

ସାଇବର ଟେକ୍ଚର ଏଗ୍‌ ଅଫିସ ବିଲ୍ଡିଂ: ଏକ ପ୍ରାକୃତିକ ଆକାର ସହ ସୃଜନଶୀଳ ଟେକ୍ନୋଲୋଜିର ମିଶ୍ରଣରେ ତିଆରି ହୋଇଛି ଏହି ସୁନ୍ଦର କୁକୁଡା ଅଣ୍ଡା ଡିଜାଇନ୍‌ର ବିଲ୍ଡିଂ। ମୁମ୍ବାଇରେ ଥିବା ଏହି ବିଲ୍ଡିଂଟି ଏକ ଅଫିସ୍‌ ଅଟେ, ଯାହାକି ପର୍ଯ୍ୟଟକଙ୍କର ସବୁବେଳେ ଦୃଷ୍ଟି ଆକର୍ଷଣ କରିଥାଏ। ୧୩ ମହଲା ବିଶିଷ୍ଟ ଏହି ଅଣ୍ଡାକୃତିର ବିଲ୍ଡିଂରେ ୩୩,୦୦୦ ବର୍ଗମିଟର ପରିମିତ ଅଞ୍ଚଳର ଅଫିସ୍‌ ସ୍ପେସ୍‌ ଅଛି। ତିନି ଲେଭଲ୍‌ର ବେସମେଣ୍ଟ, ୪୦୦ ପାର୍କିଂ ସ୍ପେସ୍‌ ଅଛି। ଆର୍କିଟେକ୍ଚର ଜେମ୍ସ ଲ’ ଏହାକୁ ଡିଜାଇନ୍‌ କରିଛନ୍ତି।

ରେନ୍‌ ବିଲ୍ଡିଂ: ସାଙ୍ଘାଇରେ ଅଛି ଏହି ଆକର୍ଷକ ରେନ୍‌ ବିଲ୍ଡିଂ। ଏଥିରେ ଦୁଇଟି ବିଲ୍ଡିଂ ଗୋଟିଏ ସ୍ଥାନରେ ଏକାଠି ହୋଇ ଇଂଲିଶ ଲେଟର ‘ଏ’ ଭଳି ଦେଖାଯାଇଥାଏ। ସେଥିମଧ୍ୟରେ ଗୋଟିଏ ବିଲ୍ଡିଂର ମୂଳଦୁଆ ପାଣିରେ ଥିବାବେଳେ ଅନ୍ୟ ବିଲ୍ଡିଂ ମାଟିରେ ଅଛି। କୋପେନହାଗେନ୍‌ର ବାର୍କେ ଇଞ୍ଜେଲ୍‌ସ ଗ୍ରୁପ୍‌(ବିଗ୍‌) ଏହାକୁ ଡିଜାଇନ୍‌ କରିଛି। ଏହାକୁ ହୋଟେଲ, ଲିଜର୍‌ ଓ କନଫରେନ୍ସ ସେଣ୍ଟର ପାଇଁ ଡିଜାଇନ୍‌ ହୋଇଛି।
ଅର୍ଥ ହାଉସ୍‌: ଠେକୁଆ ରହୁଥିବା ଗାତ ଭଳି ଏହି ଘର। ମାଟିରେ ଗାତ କରି ଭୂମି ତଳେ କରାଯାଇଛି ଏହି ଘର। ସ୍ବିଜରଲାଣ୍ଡରେ ଏହିଭଳି ଅନେକ ଘର ଦେଖିବାକୁ ମିଳେ, ଯାହା ‘ଅର୍ଥ ହାଉସ୍‌’ ଭାବେ ପରିଚିତ। କିଛି ପାହାଡିଆ ଅଞ୍ଚଳରେ ଏହି ଘର ରହିଛି। ଏହି ଘରକୁ ଦେଖିଲେ ଲାଗେ ସତେଯେମିତି ପ୍ରକୃତିର ସବୁଜ ଚାଦର ଭିତରେ ଘରଗୁଡ଼ିକ ଘୋଡ଼େଇ ହୋଇ ରହିଛି।

ବବଲ୍‌ ହାଉସ୍‌: ‘ବବଲ୍‌ ହାଉସ୍‌’ ବା ‘ପାଲେସ୍‌ ବ୍ୟୁଲ୍ସ’ ନାମରେ ଏହି ଘର ପରିଚିତ। ଫ୍ରାନ୍ସର କାନ୍ସ ନିକଟରେ ଥିବା ଥିଓଲ-ସୁର-ମେର୍‌ରେ ପାଣି ଫୋଟକା ସଦୃଶ ଏହି ବବଲ୍‌ ହାଉସ୍‌ ଦେଖିବାକୁ ମିଳେ। ଏହି ଅଜବ ପ୍ରକାରର ଘରକୁ ଡିଜାଇନ କରିଛନ୍ତି ହଙ୍ଗେରୀର ଆର୍କିଟେକ୍ଟ ଆଣ୍ଟି ଲୋଭାଗ। ଲଗାଲଗି ହୋଇ ରହିଥିବା ଓ ଏକ କଲୋନୀ ପରି ଲାଗୁଥିବା ଏହି ବବଲ୍‌ ଘରଗୁଡ଼ିକୁ ତିଆରି କରିବା ପାଇଁ ୧୯୭୫ରୁ ୧୯୮୯ ପର୍ଯ୍ୟନ୍ତ ସମୟ ଲାଗିଥିଲା। ପ୍ରଥମେ ଏହି ଘରକୁ ଫ୍ରାନ୍ସର ଜଣେ ଇଣ୍ଡଷ୍ଟ୍ରିଆଲିଷ୍ଟଙ୍କ ପାଇଁ ତିଆରି କରାଯାଇଥିଲା। କିନ୍ତୁ ଫ୍ୟାଶନ ଡିଜାଇନର୍‌ ପିଏରେ କାର୍ଡେନ ଏହାକୁ ହଲିଡେ’ ହୋମ୍‌ଭାବେ କିଣି ନେଇଥିଲେ। ୧୨୦୦ ବର୍ଗ ମିଟର ପରିମିତ ଅଞ୍ଚଳରେ ଥିବା ଏହି ବବଲ୍‌ ହାଉସରେ ଏକ ଫ୍ରଣ୍ଟ ଏରିଆ, ପାନାରୋମିକ ଲାଉଞ୍ଜ, ୫୦୦ ସିଟ୍‌ ବିଶିଷ୍ଟ ମୁକ୍ତ ଆକାଶ ଆମ୍ଫିଥିଏଟର, ୧୦ଟି ବେଡରୁମ୍‌ ଅନେକ ସୁଇମିଂ ପୁଲ ଓ ଓ୍ବାଟରଫଲ୍‌ ରହିଛି।

କାସା ଟେରାକୋଟା: ମାଟିର ଏହି ଘର ହାତରେ ତିଆରି। ଏହା କାସା ଟେରାକୋଟା ବା ସେରାମିକ୍‌ ହାଉସ୍‌ ଭାବେ ମଧ୍ୟ ପରିଚିତ। କଲମ୍ବିଆର ରିଗାଲ ମାଉଣ୍ଟେନ୍‌ ଭିଲେଜ୍‌ରେ ଏହି ଘର ରହିଛି। ଅଜବ ଡିଜାଇନ୍‌ର ଏହି ଘର ‘କାସା ଡି ଫ୍ଲିଣ୍ଟଷ୍ଟୋନ’ ନାମରେ ମଧ୍ୟ ପରିଚିତ। ପାହାଡ ଓ ସବୁଜ କ୍ଷେତ ମଧ୍ୟରେ ଥିବା ଏହି ଘର ବେଶ୍‌ ଆକର୍ଷକ ଲାଗେ।
ଅପ୍‌ସାଇଡ ଡାଉନ୍‌ ହାଉସ୍‌: ନାଁରୁ ହିଁ ଜାଣିପାରୁଥିବେ ଏହା ସାଧାରଣ ଘର ନୁହେଁ। କାରଣ ଏହି ଘରର ଚଟାଣ ଉପରକୁ ଓ ଛାତ ତଳକୁ ରହିଥାଏ। ଜର୍ମାନୀର ଟ୍ରାସେନହିଡରେ ଥିବା ଏହି ଘର ରହିବା ପାଇଁ ନୁହେଁ ବରଂ ପ୍ରଦର୍ଶନୀ ପାଇଁ ତିଆରି ହୋଇଛି। କ୍ଲାଉଡିୟସ୍‌ ଗୋଲୋଜ୍‌ ଓସେବାସିଅନ୍‌ ମିକୁସିଉକ୍‌ ଏହାକୁ ତିଆରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୮ ଶତାବ୍ଦୀର ସୁନା ମୁକୁଟ ଫେରି ପାଇଲା ଇଥୋପିଆ

ଆମଷ୍ଟରଡାମ୍‌,୨୨।୨: ନେଦରଲାଣ୍ଡ ସରକାର ଇଥୋପିଆକୁ ୧୮ ଶତାବ୍ଦୀର ଏକ ସେରିମୋନିଆଲ୍‌ କ୍ରାଉନ୍‌ ଫେରାଇଛନ୍ତି। ସୁନାରେ ତିଆରି ଏହି ମୁକୁଟ ୨୧ ବର୍ଷ ତଳେ ୧୯୯୯ରେ ଏକ...

‘ପ୍ରଥମ ରୋଜଗାର ଟଙ୍କା ଘରକୁ ପଠାଇଥିଲି’

ଶିକ୍ଷାବିତ୍‌ ତଥା ଗୀତିକାର କୃଷ୍ଣଚନ୍ଦ୍ର ମହଲା ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ଯାଜପୁର ଜିଲାର ଗୋପୀନାଥପୁର ଗାଁରେ ମୋର ଜନ୍ମ। ପୁରୁଷୋତ୍ତମପୁର ଉଚ୍ଚ...

ମୃତ୍ୟୁ ପୂର୍ବରୁ ଭାଇରାଲ ହେଲା କରୋନା ରୋଗୀଙ୍କ ଶେଷ ଭିଡିଓ

ହାଇଦ୍ରାବାଦ,୨୯।୬: ମୁଁ ନିଃଶ୍ୱାସ ନେଇପାରୁନି…ଭେଣ୍ଟିଲେଟର ବି ହଟାଇ ନିଆଯାଇଛି…ବାୟ ଡାଡି ବାୟ…। ହାଇଦ୍ରାବାଦରୁ ବିଚଳିତ କରିଦେବା ଭଳି ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ବାପାଙ୍କଠାରୁ...

ପ୍ରେମ ଆଗରେ ହାର ମାନିଲା କରୋନା ଭୁତାଣୁ: ପ୍ରେମିକଙ୍କୁ ବିବାହ ପାଇଁ ଭାରତରେ ପହଞ୍ଚିଲେ ଚାଇନା ଯୁବତୀ

ମନ୍ଦସୌର,୧।୨: କରୋନା ଭୁତାଣୁ ନେଇ ପୃଥିବୀ ସାରା ଆତଙ୍କ ଖେଳି ଯାଇଛି। ତେବେ ପ୍ରେମ ଆଗରେ ଏହି ଭୁତାଣୁ ହାର୍‌ ମାନିଛି। ଚାଇନାର ଜଣେ ଯୁବତୀ...

କରୋନା ମାତା ମନ୍ଦିର ଉପରେ ପୋଲିସ ଚଳାଇଲା ବୁଲ୍‌ଡୋଜର…

ପ୍ରତାପଗଡ଼,୧୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। କରୋନାରୁ ଦୂରେଇ ରହିବା ପାଇଁ ଉତ୍ତରପ୍ରଦେଶ ପ୍ରତାପଗଡ଼ରେ ଲୋକେ କରୋନା...

ସିଂହଛୁଆକୁ ଧରି ଗଛରେ ଚଢ଼ିଗଲା ମାଙ୍କଡ଼, ଫଟୋ ଭାଇରାଲ

ଜୋହାନ୍ସ୍‌ବର୍ଗ: ଦକ୍ଷିଣଆଫ୍ରିକାର କ୍ରୁଗୁର ନ୍ୟାଶନାଲ ପାର୍କରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ଗୋଟିଏ ମାଙ୍କଡ଼ ଏକ ସିଂହ ଛୁଆକୁ ଟେକି ନେଇ ଗଛ ଉପରକୁ...

ଦାମୀ ମୂର୍ତ୍ତି

ଅନେକ ଲୋକ ନିଜ ଘରେ ପୁରାତନ କଳା ସ୍ଥାପତ୍ୟରେ ତିଆରି ମୂର୍ତ୍ତିକୁ ସଜାଇବାକୁ ଭଲପାଆନ୍ତି । କିନ୍ତୁ ଏପରି କିଛି ପୁରାତନ ମୂର୍ତ୍ତି ଅଛି ଯାହା...

ଜୋତା-ଚପଲ ଦ୍ୱାରା ବି ହୋଇପାରେ କରୋନା ସଂକ୍ରମଣ !

ଓ୍ବାଶିଂଟନ,୨୯।୩: କରୋନା ସଂକ୍ରମଣଠାରୁ ଦୂରେଇ ରହିବା ପାଇଁ ସାରା ପୃଥିବୀରେ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ଜାରି ହୋଇଥିବା ମାର୍ଗଦର୍ଶିକାକୁ ପାଳନ...

Advertisement
Archives

Model This Week