ଏବେ ଅଶୋକ ହୋଟେଲ ପାଳି, ୬୦ ବର୍ଷ ପାଇଁ ହୋଇପାରେ ଘରୋଇକରଣ…

ନୂଆଦିଲ୍ଲୀ, ୧୨।୧୨: ଐତିହାସିକ ଅଶୋକ ହୋଟେଲ ବିକ୍ରୟ ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହାକୁ ସରକାରଙ୍କ ଉଚ୍ଚାଭିଳାଷୀ ଆସେଟ ମୋନେଟାଇଜେସନ ପ୍ରୋଗ୍ରାମ ଅଧୀନରେ ୬୦ ବର୍ଷ ଚୁକ୍ତି (କଣ୍ଟ୍ରାକ୍ଟ)ରେ ଘରୋଇ କ୍ଷେତ୍ରକୁ ଦେବା ପାଇଁ ସରକାର ଏକ ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି। ଏହା ସହିତ ସରକାର ୨୧.୫ ଏକର କମ୍ପ୍ଲେକ୍ସକୁ ହୋଟେଲ କିମ୍ବା ସର୍ଭିସେସ ଆପାର୍ଟମେଣ୍ଟ ଏବଂ ଅନ୍ୟାନ୍ୟ ବିକାଶ କାର୍ଯ୍ୟ ପାଇଁ ଲାଣ୍ଡ ପାର୍ସଲ ମଧ୍ୟ ଦେବାର ଯୋଜନା କରିଛନ୍ତି।

ଏକ ଗଣମାଧ୍ୟମ ରିପୋର୍ଟ ସୂତ୍ରରୁ ପ୍ରକାଶ ଯେ ଏହା ଶୀଘ୍ର କ୍ୟାବିନେଟରୁ ଅନୁମୋଦନ ଲାଭ କରିପାରିବ। ଦୀର୍ଘ ୯୦ ବର୍ଷର ଲାଇସେନ୍ସ ଅବଧି ପାଇଁ ସରକାର ଦୁଇଟି ଲାଣ୍ଡ ପାର୍ସଲ ମଧ୍ୟ ପ୍ରଦାନ କରିବାକୁ ଯୋଜନା କରିଛନ୍ତି। ଯଦିଓ ସରକାର ଏହି ପ୍ରକ୍ରିୟାକୁ ଶୀଘ୍ର ଶେଷ କରିବାକୁ ଚେଷ୍ଟା କରୁଛନ୍ତି, ତେବେ ଚଳିତ ଆର୍ଥିକ ବର୍ଷରେ ସମଗ୍ର କାରବାର ଚୂଡ଼ାନ୍ତ ହେବାର ସମ୍ଭାବନା କମ୍‌ ରହିଛି।

ଲାଣ୍ଡ ପାର୍ସଲରେ ୬.୩ ଏକରର ଏକ ପ୍ଲଟ ଅଛି, ଯାହା ଅତିରିକ୍ତ ଜମି ଭାବରେ ବର୍ଗୀକୃତ। ଏହାକୁ ସର୍ଭିସ ଆପାର୍ଟମେଣ୍ଟ କିମ୍ବା ହୋଟେଲ ବିକାଶ ପାଇଁ ବ୍ୟବହାର କରାଯାଇପାରିବ। ବ୍ରିଟିଶ ହାଇ କମିଶନଙ୍କ ସମ୍ମୁଖରେ ଏହା ଉପରେ ନିର୍ମାଣ ପ୍ରସ୍ତାବ ଦିଆଯାଇଛି। ଅନ୍ୟ ଏକ ୧.୮ ଏକର ଜମି ବ୍ୟବସାୟିକ ବିକାଶ ପାଇଁ ବ୍ୟବହାର କରାଯିବାକୁ ପ୍ରସ୍ତାବ ରହିଛି।

ଅଶୋକ ହୋଟେଲର ନିଲାମର ନେଇଥିବା ବ୍ୟକ୍ତି ହୋଟେଲରେ ପରିବର୍ତ୍ତନ କରିପାରନ୍ତି, କିନ୍ତୁ ହୋଟେଲକୁ ବାହାରୁ ପରିବର୍ତ୍ତନ କରିବାକୁ ଦିଆଯିବ ନାହିଁ। ହୋଟେଲରେ ଦିଆଯାଉଥିବା ସେବାଗୁଡିକର ପ୍ରକାର ମଧ୍ୟ ନିଲାମ ନେଇଥିତ୍ବା ବ୍ୟକ୍ତିଙ୍କ ଦ୍ୱାରା ସ୍ଥିର କରାଯାଇପାରେ। ହୋଟେଲ ୨୫ ଏକର ଜମି ଉପରେ ରହିଛି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ମାସରେ ଜାତୀୟ ମୋନେଟାଇଜେସନ ପାଇପଲାଇନ (ଏନ୍‌ଆଇପି) ଘୋଷଣା କରିଥିଲେ। ଏହା ଅନ୍ତର୍ଗତ ଟୁରିଜିମ ଡେଭଲପମେଣ୍ଟ କର୍ପୋରେଶନ ଅଫ ଇଣ୍ଡିଆର ’ଅଶୋକ’ ଏବଂ ହୋଟେଲ ସମ୍ରାଟ ସମେତ ଆଠଟି ସମ୍ପତ୍ତିକୁ ଲିଜ କିମ୍ବା ଭଡ଼ାରେ ଦେବାକୁ ଯୋଜନା ରହିଛି। ଦିଲ୍ଲୀର ମଧ୍ୟଭାଗରେ ୨୫ ଏକରରୁ ଅଧିକ ଅଞ୍ଚଳରେ ଥିବା ଅଶୋକ ହୋଟେଲର ବିଡିଂ ସମ୍ବନ୍ଧରେ ପର୍ଯ୍ୟଟନ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସମୟରେ ଅଶୋକ ହୋଟେଲ ୧୯୫୬ରେ ନିର୍ମିତ ହୋଇଥିଲା।
ସରକାର ୫୦୦ ରୁମ ବିଶିଷ୍ଟ ଅଶୋକ ହୋଟେଲକୁ ବିମୁଦ୍ରୀକରଣ କାର୍ଯ୍ୟକ୍ରମ ଅଧୀନରେ ଆଣିବାକୁ ଚେଷ୍ଟା କରୁଥିଲେ, ଯାହା ଉପରେ ବର୍ତ୍ତମାନ ପ୍ରସ୍ତାବ ଅଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମହମ୍ମଦ ସାମି ଦେଲେ ଏମିତି ବୟାନ ସମସସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ, ମହମ୍ମଦ ସାମି…

CJP ବିକ୍ଷୋଭ ମଧ୍ୟରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ, ଭାଜପା କହିଲା…

ନୂଆଦିଲ୍ଲୀ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଏକ ବିକ୍ଷୋଭ ସମୟରେ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ଏବଂ ପି. ବିଜୟନଙ୍କ ସମେତ ଅନେକ…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

ନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ଛତ୍ରପୁର ଝିଅ ଶୁଭସ୍ମିତା

ଛତ୍ରପୁର,୧୦ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଦେବୀନଗର ସାହିର ଯୁବ ଚିତ୍ରଶିଳ୍ପୀ ତଥା ଲେଖିକା ଶୁଭସ୍ମିତା ପଣ୍ଡା ନିଜର ଅନନ୍ୟ କଳାପ୍ରତିଭା ପାଇଁ ନ୍ୟାଶନାଲ ବୁକ୍‌…

ତାରାତାରିଣୀ କଲେଜରେ ତ୍ରିମୁଖୀ ଲଢ଼େଇ: ନାମାଙ୍କନ ପ୍ରତ୍ୟାହାର କଲେ ସଭାପତି ପ୍ରାର୍ଥୀ ଅଙ୍କିତ ପ୍ରଧାନ, ମଇଦାନରେ ଅଛନ୍ତି…

ପୁରୁଷୋତ୍ତମପୁର,୧୦ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ଣତା ବଢ଼ିଛି। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସରେ ସଭାପତି…

ସାଢ଼େ ୯ ବର୍ଷ ପରେ ଶତକ ହାସଲ କରି ଇତିହାସ ରଚିଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୦।୧୦: ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଡର୍ବାନର କିଙ୍ଗସମିଡ ଷ୍ଟାଡିୟମରେ ଚାଲିଛି। ଅଷ୍ଟ୍ରେଲିଆର ମଧ୍ୟ-କ୍ରମ ବ୍ୟାଟର ମ୍ୟାଟ ରେନଶ’ ଏହି ମ୍ୟାଚରେ…

CJP ବିରୋଧ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ: ’…ଗଣତନ୍ତ୍ରର ସୁଧାର ପୁନର୍ବାର ଆରମ୍ଭ ହେବ’

ନୂଆଦିଲ୍ଲୀ,୧୦।୧୦: CJP ବିରୋଧ ପ୍ରଦର୍ଶନ ମଧ୍ୟରେ, ରାହୁଲ ଗାନ୍ଧୀ ଗତକାଲି ‘ଇଣ୍ଡିଆ’ (INDIA) ମେଣ୍ଟର ନେତାମାନଙ୍କ ସହ ଏକ ବୈଠକ କରିଥିଲେ ଏବଂ ସେଥିରେ ମୋଦି ସରକାରଙ୍କୁ…

ଉଠୁଛି ପଡୁଛି ସାରାଦେଶ: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବି ବରଗଡ଼ରେ ତୀବ୍ର ଆନ୍ଦୋଳନ

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ଭୋଟ୍‌ ଚୋରି ଅଭିଯୋଗ ନେଇ ସାରାଦେଶ ଉଠୁଛି ଓ ପଡୁଛି। ଏଭଳି ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନଶ କୁମାରଙ୍କ ଇସ୍ତଫା ଦାବିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?