ଏବେ ଅଶୋକ ହୋଟେଲ ପାଳି, ୬୦ ବର୍ଷ ପାଇଁ ହୋଇପାରେ ଘରୋଇକରଣ…

ନୂଆଦିଲ୍ଲୀ, ୧୨।୧୨: ଐତିହାସିକ ଅଶୋକ ହୋଟେଲ ବିକ୍ରୟ ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହାକୁ ସରକାରଙ୍କ ଉଚ୍ଚାଭିଳାଷୀ ଆସେଟ ମୋନେଟାଇଜେସନ ପ୍ରୋଗ୍ରାମ ଅଧୀନରେ ୬୦ ବର୍ଷ ଚୁକ୍ତି (କଣ୍ଟ୍ରାକ୍ଟ)ରେ ଘରୋଇ କ୍ଷେତ୍ରକୁ ଦେବା ପାଇଁ ସରକାର ଏକ ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି। ଏହା ସହିତ ସରକାର ୨୧.୫ ଏକର କମ୍ପ୍ଲେକ୍ସକୁ ହୋଟେଲ କିମ୍ବା ସର୍ଭିସେସ ଆପାର୍ଟମେଣ୍ଟ ଏବଂ ଅନ୍ୟାନ୍ୟ ବିକାଶ କାର୍ଯ୍ୟ ପାଇଁ ଲାଣ୍ଡ ପାର୍ସଲ ମଧ୍ୟ ଦେବାର ଯୋଜନା କରିଛନ୍ତି।

ଏକ ଗଣମାଧ୍ୟମ ରିପୋର୍ଟ ସୂତ୍ରରୁ ପ୍ରକାଶ ଯେ ଏହା ଶୀଘ୍ର କ୍ୟାବିନେଟରୁ ଅନୁମୋଦନ ଲାଭ କରିପାରିବ। ଦୀର୍ଘ ୯୦ ବର୍ଷର ଲାଇସେନ୍ସ ଅବଧି ପାଇଁ ସରକାର ଦୁଇଟି ଲାଣ୍ଡ ପାର୍ସଲ ମଧ୍ୟ ପ୍ରଦାନ କରିବାକୁ ଯୋଜନା କରିଛନ୍ତି। ଯଦିଓ ସରକାର ଏହି ପ୍ରକ୍ରିୟାକୁ ଶୀଘ୍ର ଶେଷ କରିବାକୁ ଚେଷ୍ଟା କରୁଛନ୍ତି, ତେବେ ଚଳିତ ଆର୍ଥିକ ବର୍ଷରେ ସମଗ୍ର କାରବାର ଚୂଡ଼ାନ୍ତ ହେବାର ସମ୍ଭାବନା କମ୍‌ ରହିଛି।

ଲାଣ୍ଡ ପାର୍ସଲରେ ୬.୩ ଏକରର ଏକ ପ୍ଲଟ ଅଛି, ଯାହା ଅତିରିକ୍ତ ଜମି ଭାବରେ ବର୍ଗୀକୃତ। ଏହାକୁ ସର୍ଭିସ ଆପାର୍ଟମେଣ୍ଟ କିମ୍ବା ହୋଟେଲ ବିକାଶ ପାଇଁ ବ୍ୟବହାର କରାଯାଇପାରିବ। ବ୍ରିଟିଶ ହାଇ କମିଶନଙ୍କ ସମ୍ମୁଖରେ ଏହା ଉପରେ ନିର୍ମାଣ ପ୍ରସ୍ତାବ ଦିଆଯାଇଛି। ଅନ୍ୟ ଏକ ୧.୮ ଏକର ଜମି ବ୍ୟବସାୟିକ ବିକାଶ ପାଇଁ ବ୍ୟବହାର କରାଯିବାକୁ ପ୍ରସ୍ତାବ ରହିଛି।

ଅଶୋକ ହୋଟେଲର ନିଲାମର ନେଇଥିବା ବ୍ୟକ୍ତି ହୋଟେଲରେ ପରିବର୍ତ୍ତନ କରିପାରନ୍ତି, କିନ୍ତୁ ହୋଟେଲକୁ ବାହାରୁ ପରିବର୍ତ୍ତନ କରିବାକୁ ଦିଆଯିବ ନାହିଁ। ହୋଟେଲରେ ଦିଆଯାଉଥିବା ସେବାଗୁଡିକର ପ୍ରକାର ମଧ୍ୟ ନିଲାମ ନେଇଥିତ୍ବା ବ୍ୟକ୍ତିଙ୍କ ଦ୍ୱାରା ସ୍ଥିର କରାଯାଇପାରେ। ହୋଟେଲ ୨୫ ଏକର ଜମି ଉପରେ ରହିଛି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ମାସରେ ଜାତୀୟ ମୋନେଟାଇଜେସନ ପାଇପଲାଇନ (ଏନ୍‌ଆଇପି) ଘୋଷଣା କରିଥିଲେ। ଏହା ଅନ୍ତର୍ଗତ ଟୁରିଜିମ ଡେଭଲପମେଣ୍ଟ କର୍ପୋରେଶନ ଅଫ ଇଣ୍ଡିଆର ’ଅଶୋକ’ ଏବଂ ହୋଟେଲ ସମ୍ରାଟ ସମେତ ଆଠଟି ସମ୍ପତ୍ତିକୁ ଲିଜ କିମ୍ବା ଭଡ଼ାରେ ଦେବାକୁ ଯୋଜନା ରହିଛି। ଦିଲ୍ଲୀର ମଧ୍ୟଭାଗରେ ୨୫ ଏକରରୁ ଅଧିକ ଅଞ୍ଚଳରେ ଥିବା ଅଶୋକ ହୋଟେଲର ବିଡିଂ ସମ୍ବନ୍ଧରେ ପର୍ଯ୍ୟଟନ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସମୟରେ ଅଶୋକ ହୋଟେଲ ୧୯୫୬ରେ ନିର୍ମିତ ହୋଇଥିଲା।
ସରକାର ୫୦୦ ରୁମ ବିଶିଷ୍ଟ ଅଶୋକ ହୋଟେଲକୁ ବିମୁଦ୍ରୀକରଣ କାର୍ଯ୍ୟକ୍ରମ ଅଧୀନରେ ଆଣିବାକୁ ଚେଷ୍ଟା କରୁଥିଲେ, ଯାହା ଉପରେ ବର୍ତ୍ତମାନ ପ୍ରସ୍ତାବ ଅଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri