ସନ୍ଧ୍ୟା ହେଲେ ଅଜଣା ଭୟରେ ପଡ଼ୁଛି ତାଟିକବାଟ: ସଚେତନ କରିବାକୁ ଅଣ୍ଟା ଭିଡିଲେ ଯୁବ ସରପଞ୍ଚ

କୋକସରା,୨।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାର ବିଭିନ୍ନ ବ୍ଲକରେ ଗତକିଛି ଧରି ରାତିରେ ସନ୍ଦିଗ୍ଧ ବ୍ୟକ୍ତି ମାନେ ବୁଲୁଥିବା ଏବଂ ଚୋରି ଡକାୟତି କରୁଥିବା ନେଇ ବିଭିନ୍ନ ସୋସିଆଲ ମିଡ଼ିଆରେ ଖବର ଭାଇରାଲ ହେଉଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଏକ ଅଜଣା ଭୟ ଦେଖିବାକୁ ମିଳିଛି। କୋକସରା ବ୍ଲକରେ ମଧ୍ୟ ଏହି ଖବରର ପ୍ରଭାବ ଦେଖିବାକୁ ମିଳିଛି। ସନ୍ଧ୍ୟା ପରେ ରାସ୍ତା ଘାଟ ଖାଁ ଖାଁ ଲାଗୁଛି । ଲୋକେ ତାଟି କବାଟ ଦେଇ ଘରେ ରହୁଛନ୍ତି। ଏମିତିକି କୋକସରା ବ୍ଲକର ଅନେକ ପଞ୍ଚାୟତର ଗ୍ରାମ ଗୁଡିକରେ ଯୁବକମାନେ ସଂଘବଦ୍ଧ ହୋଇ ଗ୍ରାମର ସୁରକ୍ଷା ପାଇଁ ଦଳ ଦଳ ହୋଇ ବିଭିନ୍ନ ଗଳି, ଛକ, ରାସ୍ତାରେ ଠେଙ୍ଗା ଧରି ପହରା ଦେଉଛନ୍ତି। ଏସବୁ ମଧ୍ୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଗୁଜବକୁ ବିଶ୍ୱାସ ନକରି କୌଣସି ଅଜଣା କିମ୍ବା ସନ୍ଦିଗ୍ଧ ଲୋକଙ୍କୁ ରାତିରେ ନିଜ ଅଞ୍ଚଳରେ ଦେଖିଲେ ପୋଲିସ ପ୍ରଶାସନକୁ ଖବର କରନ୍ତୁ ବୋଲି ନିଜ ପଞ୍ଚାୟତର ଲୋକଙ୍କୁ ସଚେତନ କରୁଛନ୍ତି ଯୁବ ସରପଞ୍ଚ। କୋକସରା ବ୍ଲକ ମୂଷାପାଲି ପଞ୍ଚାୟତର ଯୁବ ସରପଞ୍ଚ ଅକ୍ଷୟ କୁମାର ନାଏକ ନିଜ ପଂଚାୟତରେ ଗାଁ ଗାଁ ବୁଲି ଏପରି ଭାବେ ଲୋକଙ୍କୁ ସଚେତନତା କରୁଥିବା ଦେଖିବାକୁ ମିଳିଛି। ସରପଞ୍ଚଙ୍କ ଏହି ନିଆରା ଉଦ୍ୟମକୁ ପଞ୍ଚାୟତର ଜନସାଧାରଣ ମଧ୍ୟ ସାଧୁବାଦ ଦେଇଛନ୍ତି। ଅନ୍ୟପଟେ ଏନେଇ କୋକସରା ଥାନା ଅଧିକାରୀ ପ୍ରସନ୍ନ ବେହେରାଙ୍କୁ ପଚାରିବାରୁ ପୋଲିସ ମଧ୍ୟ ରାତି ତମାମ ପେଟ୍ରୋଲିଂ କରୁଛ। କୌଣସି ସନ୍ଦିଗ୍ଧ ଲୋକଙ୍କୁ ଦେଖିଲେ ଆଇନକୁ ହାତକୁ ନନେଇ ପୋଲିସକୁ ଖବର ଦେବାପାଇଁ ସଚେତନ କରାଯାଉଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ଉଜାଡ଼ିଲା ଚାଷୀଙ୍କ ସ୍ବପ୍ନ: ଜମି ବାଲିଚର, ଧାନଫସଲ ପଚି ନଷ୍ଟ

ଭବାନୀପାଟଣା,୨୯ା୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ଓ କଲମପୁର ବ୍ଲକର ହାତୀ ନଦୀକୁଳିଆ ଚାଷୀଙ୍କ ସ୍ବପ୍ନ ବନ୍ୟା ଉଜାଡ଼ିଦେଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଚିନ୍ତାରେ…

ସ୍କୁଲ ଛାତରୁ ପାଣି ଗଳୁଛି, ରାସ୍ତା ନାହିଁ: ଖବରଦାତାଙ୍କୁ ବାହାରକରି ଗେଟ୍‌ରେ ତାଲା ପକାଇଦେଲେ ପ୍ରଧାନ ଶିକ୍ଷୟିତ୍ରୀ

ଆନନ୍ଦପୁର,୨୯ା୮(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶାଳବଣି ପଞ୍ଚାୟତ ବାଲିପଶିସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦୟନୀୟ ଅବସ୍ଥାରେ ଚାଲିଛି। ପରିବେଶ ସଫା କରାଯାଉ ନ ଥିବା…

ଜୁଏଲଙ୍କ ସାଂଘାତିକ ବୟାନ : ଯିଏ ଅପଦସ୍ଥ କରିବ ତାକୁ ଜାଳିି…

ଭୁବନେଶ୍ୱର, ୨୯।୮(ସୁନିତ୍‌ ମିଶ୍ର): ସମସ୍ତଙ୍କୁ ରକ୍ଷାବନ୍ଧନ ଉପଲକ୍ଷେ ଅଭିନନ୍ଦନ। ରାଉରକେଲାରେ କିଛିଦିନ ହେବ କେତେଜଣ ଲୋକ ପଇସାପତ୍ର ଖର୍ଚ୍ଚକରି ମତେ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ବୋଲି…

ସ୍କୁଲ ସମୟରେ ୯ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର: ପରିସ୍ରା କରିବାକୁ ଯାଇଥିବା ବେଳେ…

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଅଧୀନ ଏକ ଉଚ୍ଚ ବିଦ୍ୟାଳୟରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ୨୧…

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

ଯୋଗ- ପ୍ରାଣାୟାମ ସାଙ୍ଗକୁ ବକ୍ତୃତା ପ୍ରତିଯୋଗିତା

ଦିଗପହଣ୍ଡି, ୨୮/୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ସ୍ମାର୍ଟ ପାର୍କ ପରିସରରେ ସ୍ଥାନୀୟ ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ ସ୍ୱାୟତ୍ତ ଶାସନ ସପ୍ତାହ ପାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri