ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଭଡ଼ାଘରର ରୋଷେଇ ଘର ସ୍ଲାବ ତଳେ ଶବ ପୋତି ଦେଇଥିବା ସନ୍ଦେହ କରିଛନ୍ତି ଘର ମାଲିକ।
ଘର ମାଲିକ ମନୋରମା ସାହୁଙ୍କ ସୂଚନା ଅନୁଯାୟୀ, ଦୁଇ ମାସ ତଳେ ଜଣେ ମା’ ଏବଂ ପୁଅ ଆସି ତାଙ୍କ ଘରେ ଆସି ଭଡ଼ା ରହିଥିେ। ଗତକାଲିଠାରୁ ପୁଅ ଜଣଙ୍କ ଫେରାର ଥିବାବେଳେ ମା’ଙ୍କର ପତ୍ତା ନାହିଁ । ତେବେ ସେ ଭଡ଼ା ରହୁଥିବା ରୋଷେଇ ଘରୁ ପ୍ରବଳ ଗନ୍ଧ ଆସିବାରୁ ସନ୍ଦେହ ହୋଇଥିଲା। ରୋଷେଇ ଘର ସ୍ଲାବ ତଳେ ତାକୁ ପ୍ଲାଷ୍ଟର କରିଦେଇଥିବା ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ। ତେବେ ଚଟାଣରେ ଆସି ପାଣି ବର୍ଜ୍ୟ ଭାସୁଥିବାବେଳେ ସେଥିରୁ ଦୁର୍ଗନ୍ଧ ବାହାରୁଛି। ଶରୀରଟି ପଚି ଯାଇଥିବା ସନ୍ଦେହ କରାଯାଉଛି।

