କଳିଙ୍ଗନଗର,୧୭ା୧୦(ଶୁଭାଶିଷ ରାଉତ): ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ। ଶୁକ୍ରବାର ଜଣେ ବୃଦ୍ଧଙ୍କୁ କୁମ୍ଭୀର ଟାଣି ନେଇଥିଲା। ତେବେ ଆଜି କ୍ଷତାକ୍ତ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଡାହାଣ ହାତଟି ସମ୍ପୂର୍ଣ୍ଣ ରୂପେ ଖାଇଦେଇଛି ନରହନ୍ତା କୁମ୍ଭୀର। ଘଟଣାସ୍ଥଳରୁ ଦେଢ଼ କିଲୋମିଟର ଦୂରରୁ ଉଦ୍ଧାର ହୋଇଛି ବୃଦ୍ଧଙ୍କ ମୃତଦେହ। ମୃତକ ଜଣକ ହେଲେ କୋରେଇ ବ୍ଲକ ତଣ୍ଡରା ପଞ୍ଚାୟତ ବରେଇ ଗାଁର ଗଜେନ୍ଦ୍ର ମାଝୀ। ଗତକାଲି ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ କୁମ୍ଭୀରଟି ଗଜେନ୍ଦ୍ରଙ୍କୁ ଟାଣିନେଇଥିଲା। ମୃତଦେହ ନିକଟରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

