ନୂଆ ରୂପ ପାଇବ ଫିଶେରି, ସ୍ପ୍ରିଙ୍ଗ ଟ୍ୟାଙ୍କ୍‌

ଭୁବନେଶ୍ୱର, ୨୫।୪ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଏକାମ୍ର ହଲରେ ‘ଆମ ପୋଖରୀ’ ସମ୍ପର୍କିତ ଏକ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମେୟର ସୁଲୋଚନା ଦାସ ଅଧ୍ୟକ୍ଷତା କରି ‘ଜଳାଶୟ ଆମ ଐତିହ୍ୟର ଅଙ୍ଗ, ଏହାର ସୁରକ୍ଷା ଆମର ଦାୟିତ୍ୱ’ ବୋଲି କହିଥିଲେ। ଜଳାଶୟଗୁଡିକ ଅତୀତରେ ପ୍ରାକୃତିକ କିମ୍ବା ସ୍ଥାନୀୟ ଲୋକ ବା ସରକାରଙ୍କ ଦ୍ୱାରା ଖୋଳା ଯାଇଥିଲା। ଏହି ଜଳାଶୟଗୁଡିକର ଜଳ ଲୋକଙ୍କ ବହୁବିଧ କାର୍ଯ୍ୟରେ ଲାଗୁଥିଲା। ମାତ୍ର ଏବେ ଜଳାଶୟଗୁଡିକ ପୋତିହେବା ସହ ପଙ୍କ ଓ ଦଳରେ ପୂର୍ଣ୍ଣ ହୋଇ ରହିଛି। ସେଥିରୁ ଦୁର୍ଗନ୍ଧ ବାହାରିବା ସହ ମଶା ଓ ମାଛି ବଂଶ ବୃଦ୍ଧିର କାରଣ ପାଲଟିଛି। ଦ୍ରୁତ ସହରୀକରଣ ଯୋଗୁ ଏହି ଜଳାଶୟଗୁଡିକ ଆଜି ବିପଦରେ ଏବଂ ମାନବ ସମାଜ ପାଇଁ ଏହା ଚ୍ୟାଲେଞ୍ଜ ସୃଷ୍ଟି କରିଛି। ସରକାରଙ୍କ ପକ୍ଷରୁ ଏଥିପାଇଁ ବ୍ୟଗ୍ରତା ପ୍ରକାଶ ପାଇବା ସହ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଆମ ପୋଖରୀ’ ହାତକୁ ନିଆଯାଇଛି ବୋଲି ମେୟର କହିଥିଲେ। ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ ଆମ ପୋଖରୀ ଯୋଜନାରେ ସମୁଦାୟ ୩୯ଟି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରାଯାଇଛି ବୋଲି କହିଥିଲେ। ଏଥିରେ ପ୍ରଥମତଃ ୨ଟି ମୁଖ୍ୟ ପ୍ରକଳ୍ପ ଫିଶେରି ଟ୍ୟାଙ୍କ ଲକ୍ଷ୍ମୀସାଗର ଏବଂ ଝରଣା ପୋଖରୀ (ସ୍ପ୍ରିଙ୍ଗ ଟ୍ୟାଙ୍କ) ଡ୍ରେନ୍‌ ନମ୍ବର ୭ର କାର୍ଯ୍ୟ କରାଯିବ। ଏହାର ନବୀକରଣ କରାଯାଇ ଏହି ସ୍ଥାନକୁ ସହରର ସୌନ୍ଦର୍ଯ୍ୟକରଣ ଏବଂ ପରିବେଶ ଉତ୍‌ଥାନକୁ ନିଶ୍ଚିତ କରାଯିବ। ସରକାରୀ ନିୟମ ଏବଂ ପରସ୍ପର ମଧ୍ୟରେ ସମନ୍ବୟ ରକ୍ଷାକରି ଯେପରି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ, ସେ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ ତଥା ସ୍ବତନ୍ତ୍ର ସଚିବ ଡ. ଭକ୍ତକବି ଦାସ ତାଲିମ ଦେଇଥିଲେ।
ଲକ୍ଷ୍ମୀସାଗର ଅନ୍ତର୍ଗତ ଫିଶେରି ଟ୍ୟାଙ୍କ ପାଇଁ ମୋଟ ୨୪ଟି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଚୟନ କରାଯାଇଥିବାବେଳେ ସ୍ପ୍ରିଙ୍ଗ ଟ୍ୟାଙ୍କ ପାଇଁ ୧୫ ଗୋଷ୍ଠୀଙ୍କୁ ଚୟନ କରାଯାଇଛି। ସେମାନେ ଏହି ଦୁଇଟି ପ୍ରକଳ୍ପର ପୁନଃ ନବୀକରଣ ବା ପାଣି ନିଷ୍କାସନ, ଦଳ ଓ ପଙ୍କୋଦ୍ଧାର କରିବା, ନିକଟରେ ଜଗିଙ୍ଗ ଟ୍ରାକ ନିର୍ମାଣ, ପିଲାମାନଙ୍କ ପାର୍କ, ସବୁଜୀକରଣ ପାଇଁ ବୃକ୍ଷ ରୋପଣ, ପାଣି ଯାତାୟାତ ପାଇଁ ବ୍ୟବସ୍ଥା ଆଦି କରିବେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ମେୟର ମଞ୍ଜୁଲତା କଅଁର, ଗୃହ ଓ ନଗର ଉନ୍ନୟନ ବିଭାଗ ସ୍ବତନ୍ତ୍ର ସଚିବ ସାଗରିକା ପଟ୍ଟନାୟକ, ଡେପୁଟି କମିଶନର ମନୋରଞ୍ଜନ ସାହୁ, ସିଟି ଇଂଜିନିୟର ଅରୁଣ କୁମାର ନାୟକ, କର୍ପୋରେଟର ଭରତ କୁମାର ଲେଙ୍କା, ଶ୍ରୀଧର ବେହେରା ପ୍ରମୁଖ ଯୋଗଦେଇଥିଲେ। ଏଥିରେ ୩୯ଟି ଏସ୍‌ଏଚ୍‌ଜିର ୧୬୦ ଜଣ ମହିଳା ତାଲିମ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ, ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୬।୧୦: IPL ୨୦୨୭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ ହୋଇଛି । ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ପୂର୍ବତନ BCCI ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଦିଲ୍ଲୀ…

ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ: ଏହି ୩ ରାଶି ହେବେ ମାଲାମାଲ, ଖୋଲିବ ସଫଳତାର ଦ୍ୱାର

ଜ୍ୟୋତିଷ ଶାସ୍ତ୍ରରେ କେବଳ ଗ୍ରହଙ୍କ ରାଶି ପରିବର୍ତ୍ତନ ନୁହେଁ, ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ଗୁରୁତ୍ୱ ଦିଆଯାଏ। ବିଶେଷକରି ରାହୁ ଓ କେତୁ ଭଳି ଛାୟାଗ୍ରହଙ୍କ ଚଳନ…

ସମୟରେ ଆସୁନାହାନ୍ତି ଡାକ୍ତର: ପାଇକମାଳ CHC ଆଗରେ ବିଧାୟିକାଙ୍କ ଧାରଣା, ଏସ୍‌ଡିଏମ୍‌ଓ ଆସି କହିଲେ…

ପାଇକମାଳ,୬।୧୦(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଡାକ୍ତରଙ୍କ ହସ୍ପିଟାଲ ବିଳମ୍ବରେ ଆସିବା ନେଇ କିଛିଦିନ ହେଲା ରୋଗୀ ଏବଂ ସମ୍ପର୍କିୟଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?