ଦାଗିରି ଗାଁ ନୂଆପଡ଼ାବାସୀଙ୍କୁ ବାଲିଚୁଆ ଭରସା

ତୁମୁଡିବନ୍ଧ,୨୫।୪: (ଡି.ଏନ.ଏ.) ଗ୍ରୀଷ୍ମପ୍ରବାହ ଜାରି ରହିଛି ନଦୀ ନାଳ ପୋଖରୀ ଗୁଡ଼ିକ ଶୁଖି ଯାଇଛି। ଭୂତଳ ଜଳସ୍ତର ହ୍ରାସ ପାଉଛି। ଫଳରେ ତୁମୁଡିବନ୍ଧ ଅଞ୍ଚଳରେ ପିଇବା ପାଣିର ସମସ୍ୟା ବଢ଼ିବାରେ ଲାଗିଛି। ଏହା ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ ପଞ୍ଚାୟତର ଦାଗିରି ଗାଁ ନୂଆପଡା ଗ୍ରାମରେ ପିଇବା ପାଣି ଅଭାବ ଦେଖିବାକୁ ମିଳିଛି। ଗ୍ରାମର ମହିଳାମାନେ ବାଲି ଚୂଆର ପାଣିକୁ ପିଇବା ପାଣି ଭାବରେ ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି। ଦାଗିରି ଗାଁ ନୂଆପଡ଼ା ଗ୍ରାମରେ ୩୫ ପରିବାରର ପ୍ରାୟ ୧୮୦ ଜନସଂଖ୍ୟା ଆଦିବାସୀ ଗାଁ ଅଟେ। ଏହି ଗ୍ରାମରେ ଗତ ବର୍ଷ ଏକ ନଳକୂପ ଖୋଳାଯାଇଛି। ସେହି ନଳକୂପରୁ ବାହାରୁଥିବା ପାଣି ହାଣ୍ଡି କିମ୍ବା ବାଲ୍ଟିରେ ରଖିଲେ ଉପରେ ତେଲ ପରି ଭାଷେ, କିଛି ସମୟ ପରେ ସେହି ପାଣି ଗୋଳିଆ ହୁଏ ଏବଂ ଗନ୍ଧିଯାଏ। ଫଳରେ ଗ୍ରାମବାସୀମାନେ ପିଇବାକୁ ନାରାଜ ହୁଅନ୍ତି। କିଛିଦିନ ପରେ ଏହି ନଳକୂପ ଖରାପ ହେବା ସହ ଅଚଳ ହୋଇ ପଡ଼ି ରହିଲା। ଯାହାଫଳରେ ଗ୍ରାମବାସୀ ମାନେ ବାଧ୍ୟ ହୋଇ ନଦୀ ପଟାରେ ବାଲି ଚୂଆ ପାଣିକୁ ଭରସା କରନ୍ତି। ଗ୍ରାମର ମହିଳାମାନେ ହାଣ୍ଡି ମାଠିଆ ବାଲ୍ଟି ଧରି ବିଲ ମାଳର ଅଙ୍କା ବଙ୍କା ଚଲାପଥ ଦେଇ ୧କିମି ଦୂରରେ ବହିଯାଉଥିବା ରାଉଳ ନଦୀ ପଟାରେ ବାଲି ଚୂଆ ଖୋଳି ସେଥିରୁ ବାହାରୁଥିବା ପାଣିକୁ ଛୋଟ ପାତ୍ରରେ କାଡ଼ି ହାଣ୍ଡି ମାଠିଆ ଓ ବାଲ୍ଟିରେ ସଂଗ୍ରହ କରନ୍ତି। ଦିନକୁ ଦୁଇଥର ନଦୀରୁ ପାଣି ଆଣିବାକୁ ପଡ଼େ। ଫଳରେ ମହିଳାମାନେ ଅନ୍ୟାନ୍ୟ ଆନୁଷଙ୍ଗିକ ଘର କାମ କରିବାକୁ ସମୟ ହୁଏ ନାହିଁ। ହେଲେ ସେହି ପାଣି ମଧ୍ୟ ସ୍ବାସ୍ଥ୍ୟ ପାଇଁ ହିତ ନୁହଁ। ଖରା ଦିନ ବାଲି ଚୂଆର ପାଣିକୁ ପିଇବା ପାଣି ରୂପେ ବ୍ୟବହାର କରୁଥିବା ବେଳେ ବର୍ଷା ଦିନେ କ୍ଷେତର କୂଅ ପାଣି ପିଇବାକୁ ପଡ଼େ। ହେଲେ ବର୍ଷ ତମାମ ପିଇବା ପାଣିର ସମସ୍ୟା ଲାଗିରହିଥିବା ବେଳେ ଗ୍ରାମବାସୀ ମାନେ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟକୁ ଯାଇ ଉକ୍ତ ବାବଦରେ ଲିଖିତ ଅଭିଯୋଗ ଦେଲେ ମଧ୍ୟ ସୁଫଳ ମିଳି ନାହିଁ ବୋଲି ଗ୍ରାମର ନୂଆଦେଇ ମାଝୀ କହିଛନ୍ତି। ସେହିପରି ଗାଁ ମୁଖିଆ ଗଜେନ୍ଦ୍ର ମାଝୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ନୂତନ ଭାବେ ଏକ ନଳକୂପ ଖୋଳାଯାଇ ସୌର ଚାଳିତ ପମ୍ପ ସଂଯୋଗ କରି ପିଇବା ପାଣିର ବ୍ୟବସ୍ଥା କରାଯାଉ ବୋଲି କହିଛନ୍ତି। ଏହି ବାବଦରେ ତୁମୁଡିବନ୍ଧ ବ୍ଲକ ବିଡିଓ ଦାୟିତ୍ୱରେ ଥିବା ଏବିଡିଓ ଗୋବିନ୍ଦ ଚନ୍ଦ୍ର ଦାସଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ପିଇବା ପାଣିର ବ୍ୟବସ୍ଥା କରାଯିବ ବୋଲି ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଶା ଦିଦିଙ୍କ ପାଇଁ ଖୁସି ଖବର; ମାସିକ ପ୍ରୋତ୍ସାହନ ରାଶି ୬ ହଜାରକୁ ବୃଦ୍ଧି, ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬।୧୦: ଆଶା କର୍ମୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ଆଶା ଦିଦିମାନଙ୍କ ନିଷ୍ଠା ଓ ଦିନରାତିର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ସେମାନଙ୍କ ମାସିକ ପ୍ରୋତ୍ସାହନ ରାଶିକୁ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ, ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୬।୧୦: IPL ୨୦୨୭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ ହୋଇଛି । ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ପୂର୍ବତନ BCCI ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଦିଲ୍ଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?