ଦାଗିରି ଗାଁ ନୂଆପଡ଼ାବାସୀଙ୍କୁ ବାଲିଚୁଆ ଭରସା

ତୁମୁଡିବନ୍ଧ,୨୫।୪: (ଡି.ଏନ.ଏ.) ଗ୍ରୀଷ୍ମପ୍ରବାହ ଜାରି ରହିଛି ନଦୀ ନାଳ ପୋଖରୀ ଗୁଡ଼ିକ ଶୁଖି ଯାଇଛି। ଭୂତଳ ଜଳସ୍ତର ହ୍ରାସ ପାଉଛି। ଫଳରେ ତୁମୁଡିବନ୍ଧ ଅଞ୍ଚଳରେ ପିଇବା ପାଣିର ସମସ୍ୟା ବଢ଼ିବାରେ ଲାଗିଛି। ଏହା ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ ପଞ୍ଚାୟତର ଦାଗିରି ଗାଁ ନୂଆପଡା ଗ୍ରାମରେ ପିଇବା ପାଣି ଅଭାବ ଦେଖିବାକୁ ମିଳିଛି। ଗ୍ରାମର ମହିଳାମାନେ ବାଲି ଚୂଆର ପାଣିକୁ ପିଇବା ପାଣି ଭାବରେ ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି। ଦାଗିରି ଗାଁ ନୂଆପଡ଼ା ଗ୍ରାମରେ ୩୫ ପରିବାରର ପ୍ରାୟ ୧୮୦ ଜନସଂଖ୍ୟା ଆଦିବାସୀ ଗାଁ ଅଟେ। ଏହି ଗ୍ରାମରେ ଗତ ବର୍ଷ ଏକ ନଳକୂପ ଖୋଳାଯାଇଛି। ସେହି ନଳକୂପରୁ ବାହାରୁଥିବା ପାଣି ହାଣ୍ଡି କିମ୍ବା ବାଲ୍ଟିରେ ରଖିଲେ ଉପରେ ତେଲ ପରି ଭାଷେ, କିଛି ସମୟ ପରେ ସେହି ପାଣି ଗୋଳିଆ ହୁଏ ଏବଂ ଗନ୍ଧିଯାଏ। ଫଳରେ ଗ୍ରାମବାସୀମାନେ ପିଇବାକୁ ନାରାଜ ହୁଅନ୍ତି। କିଛିଦିନ ପରେ ଏହି ନଳକୂପ ଖରାପ ହେବା ସହ ଅଚଳ ହୋଇ ପଡ଼ି ରହିଲା। ଯାହାଫଳରେ ଗ୍ରାମବାସୀ ମାନେ ବାଧ୍ୟ ହୋଇ ନଦୀ ପଟାରେ ବାଲି ଚୂଆ ପାଣିକୁ ଭରସା କରନ୍ତି। ଗ୍ରାମର ମହିଳାମାନେ ହାଣ୍ଡି ମାଠିଆ ବାଲ୍ଟି ଧରି ବିଲ ମାଳର ଅଙ୍କା ବଙ୍କା ଚଲାପଥ ଦେଇ ୧କିମି ଦୂରରେ ବହିଯାଉଥିବା ରାଉଳ ନଦୀ ପଟାରେ ବାଲି ଚୂଆ ଖୋଳି ସେଥିରୁ ବାହାରୁଥିବା ପାଣିକୁ ଛୋଟ ପାତ୍ରରେ କାଡ଼ି ହାଣ୍ଡି ମାଠିଆ ଓ ବାଲ୍ଟିରେ ସଂଗ୍ରହ କରନ୍ତି। ଦିନକୁ ଦୁଇଥର ନଦୀରୁ ପାଣି ଆଣିବାକୁ ପଡ଼େ। ଫଳରେ ମହିଳାମାନେ ଅନ୍ୟାନ୍ୟ ଆନୁଷଙ୍ଗିକ ଘର କାମ କରିବାକୁ ସମୟ ହୁଏ ନାହିଁ। ହେଲେ ସେହି ପାଣି ମଧ୍ୟ ସ୍ବାସ୍ଥ୍ୟ ପାଇଁ ହିତ ନୁହଁ। ଖରା ଦିନ ବାଲି ଚୂଆର ପାଣିକୁ ପିଇବା ପାଣି ରୂପେ ବ୍ୟବହାର କରୁଥିବା ବେଳେ ବର୍ଷା ଦିନେ କ୍ଷେତର କୂଅ ପାଣି ପିଇବାକୁ ପଡ଼େ। ହେଲେ ବର୍ଷ ତମାମ ପିଇବା ପାଣିର ସମସ୍ୟା ଲାଗିରହିଥିବା ବେଳେ ଗ୍ରାମବାସୀ ମାନେ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟକୁ ଯାଇ ଉକ୍ତ ବାବଦରେ ଲିଖିତ ଅଭିଯୋଗ ଦେଲେ ମଧ୍ୟ ସୁଫଳ ମିଳି ନାହିଁ ବୋଲି ଗ୍ରାମର ନୂଆଦେଇ ମାଝୀ କହିଛନ୍ତି। ସେହିପରି ଗାଁ ମୁଖିଆ ଗଜେନ୍ଦ୍ର ମାଝୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ନୂତନ ଭାବେ ଏକ ନଳକୂପ ଖୋଳାଯାଇ ସୌର ଚାଳିତ ପମ୍ପ ସଂଯୋଗ କରି ପିଇବା ପାଣିର ବ୍ୟବସ୍ଥା କରାଯାଉ ବୋଲି କହିଛନ୍ତି। ଏହି ବାବଦରେ ତୁମୁଡିବନ୍ଧ ବ୍ଲକ ବିଡିଓ ଦାୟିତ୍ୱରେ ଥିବା ଏବିଡିଓ ଗୋବିନ୍ଦ ଚନ୍ଦ୍ର ଦାସଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ପିଇବା ପାଣିର ବ୍ୟବସ୍ଥା କରାଯିବ ବୋଲି ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri