ପୋଖରୀରେ ବୁଡ଼ି ଶିଶୁ ପୁତ୍ରର ଗଲା ଜୀବନ

ପାଟଣା,୧।୭(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଉପାନ୍ତ ଅଞ୍ଚଳ ପଲାଣି ଘାଟ ପଞ୍ଚାୟତ ସଡ଼ଙ୍ଗବାହାଳୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବୁଧବାର ସନ୍ଧ୍ୟାରେ ଜଣେ ସାଢ଼େ ୩ ବର୍ଷର ଶିଶୁପୁତ୍ର ଗାଁ ପୋଖରୀରେ ବୁଡ଼ିଯିବାରୁ ମୃତ୍ୟୁ ଘଟିଛି। ମୃତକ ଶିଶୁ ହେଉଛନ୍ତି ଉକ୍ତ ଗ୍ରାମର ସୁଦର୍ଶନ ମୁଣ୍ଡାଙ୍କ ଶିଶୁପୁତ୍ର ତ୍ରିଶାନଦିପ ମୁଣ୍ଡା। ସୂଚନାଯୋଗ୍ୟ, ବୁଧବାର ସନ୍ଧ୍ୟାରେ ଗାଁ ଦାଣ୍ଡରେ ଥିବା ଏକ ଗଛ ମୂଳରେ ତ୍ରିଶାନ ଖେଳୁଥିବା ବେଳେ ଗାଁର ଜଣେ ମହିଳା ତାଙ୍କୁ ବାଡ଼ି ଧରି ଭୟଭୀତ କରି ଘଉଡାଇବାରୁ ସେ ପୋଖରୀ ପାଣିରେ ପଶି ଯାଇଥିଲେ ବୋଲି ତ୍ରିଶାନଙ୍କ ମା’ ରଶ୍ମିତା କହିଛନ୍ତି। ପରେ ପରିବାର ଲୋକେ ବହୁ ଖୋଜା ଖୋଜି କରିବାରୁ ରାତିରେ ପୋଖରୀ ଭିତରେ ଶିଶୁ ପୁତ୍ରର ମୃତଦେହ ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ପାଟଣା ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏକମାତ୍ର ପୁଅର ମୃତ୍ୟୁ ପରେ ପରିବାରଲୋକେ ଭାଙ୍ଗିପଡ଼ିଛନ୍ତି। ଏଥିସହ ଗାଁରେ ମଧ୍ୟ ଶୋକର ଛାୟା ଖେଳିଯାଇଛି। ଅନ୍ୟପଟେ ଘଟଗାଁ ପୋଲିସ ପହଞ୍ଚିବା ପରେ ମୃତଦେହ ବ୍ୟବଛେଦ କରାଯିବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଆର୍‌ପିଏଲ୍‌ ଏକ ସଙ୍ଗମ

ଯାଜପୁର ଅଫିସ,୨୩ା୩: ଶିଳ୍ପାଞ୍ଚଳ ଦ୍ୱାରା ରାଜ୍ୟରେ ଆର୍ଥିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ରାଜ୍ୟ ସରକାର କହି ଆସୁଛନ୍ତି।...

ବରଯାତ୍ରୀ ସହ କନ୍ୟାଘରେ ପହଞ୍ଚିଲେ ମହାଦେବ:ଦେବଦମ୍ପତିଙ୍କ ବିବାହ ସମ୍ପନ୍ନ

ସମ୍ବଲପୁର, ୮ା୬ (ବ୍ୟୁରୋ): ଜ୍ୟେଷ୍ଠ ମାସ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ଦେବ ଦେବ ମହାଦେବ ବରାତିରେ ନଗର ପରିକ୍ରମା କରି କନ୍ୟାଘରେ ପହଞ୍ଚିଥିଲେ। ଏଥିସହ ଷଷ୍ଠୀ...

୨୫୯ ଦୋକାନ ଉପରେ ଚଢାଉ: ୨୮୪ କେଜି ପଲିଥିନ ଜବତ, ୫୪ ହଜାର ଟଙ୍କା ଜରିମାନା ଆଦାୟ

ଜୟପୁର,୧ା୭ (ନି.ପ୍ର)- ଜୟପୁର ସହରରେ ବେଆଇନ ଭାବେ ପଲିଥିନ କାରବାର ଜୋରସୋରରେ ଚାଲିଛି ା ଏହାକୁ ରୋକିବା ଲାଗି ଏକ ଟିମ୍‌ ୫ ଦିନ ହେବ...

ସୁନ୍ଦରଗଡ଼ ଜିଲାରେ ଆଉ ୮ କରୋନା ପଜିଟିଭ୍‌ ଚିହ୍ନଟ

ସୁନ୍ଦରଗଡ଼,୨।୬(ଡି.ଏନ୍‌.ଏ): ସୁନ୍ଦରଗଡ଼ ଜିଲାରେ ମଙ୍ଗଳବାର ଆଉ ୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରେ ୭ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି। ଏମାନଙ୍କ...

ଛତ୍ରପୁରସ୍ଥିତ ସର୍କିଟ ହାଉସଠାରେ ରାଜ୍ୟପାଳଙ୍କୁ ଗାର୍ଡ ଅଫ ଅନର

ଛତ୍ରପୁର,୨୮।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଗସ୍ତ ଅବସରରେ ମଙ୍ଗଳବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଛତ୍ରପୁରସ୍ଥିତ ସର୍କିଟ ହାଉସଠାରେ ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଛି।...

ମହାଶିବରାତ୍ରିରେ ଅଘଟଣ: ଜଟିଆ ବାବା ପାହାଡ଼ରୁ ଖସିଲା ପଥର, ୨୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଆହତ

ରାଉରକେଲା ଅଫିସ/କୁଆଁରମୁଣ୍ଡା,୨୧।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ପୁଟୁରିଖମଣ ପଞ୍ଚାୟତ ସୀମାନ୍ତବର୍ତ୍ତୀ ଜଟିଆବାବା ମନ୍ଦିରରେ ଶୁକ୍ରବାର ଏକ ଅଘଟଣ ଘଟିଛି। ମହାଶିବରାତ୍ରି ଉପଲକ୍ଷେ ଶ୍ରଦ୍ଧାଳୁମାନଙ୍କ...

ଅବକାରୀ ଚଢାଉ, ୪ ଗିରଫ

ବଇଣ୍ଡା,୫।୧୦(ଡି.ଏନ.ଏ.): ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ଶନିବାର ଠାକୁରଗଡ଼ ଥାନା ତଲେଇପଥର ଓ ଖମାର ଗ୍ରାମରେ ଚଢାଉ କରାଯାଇ ୭୮ ଲିଟର ଚୋରା ଦେଶୀ ମହୁଲି...

ଦୁର୍ଘଟଣାରେ ହୋମଗାର୍ଡ ମୃତ

ବାରିପଦା ଅଫିସ,୨୬ା୧୨- ଡ୍ୟୁଟି ପରେ ଘରକୁ ଫେରିବା ବାଟରେ ମଙ୍ଗଳବାର ରାତିରେ ଦୁର୍ଘଟଣା ଘଟି ଜଣେ ହୋମଗାର୍ଡଙ୍କ ମୃତ୍ୟୁ ଘଟିଛି। ମୃତ ହୋମଗାର୍ଡ ଜଣକ ହେଲେ...

Advertisement


Archives

Model This Week