ସ୍ଥାୟୀ ଜଳ ଯୋଗାଣ, ବେଆଇନ ଜଳକର ଉଚ୍ଛେଦ ଦାବି: ଚାଷୀଙ୍କ ଜାତୀୟ ରାଜପଥ ଅବରୋଧ

ଜୁନାଗଡ,୪।୧୦(ଡି.ଏନ.ଏ.)- କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଆଟିଗଁା, ତଳମଲା ପଞ୍ଚାୟତକୁ ସ୍ଥାୟୀ ଜଳ ଯୋଗାଣ ଓ ବେଆଇନ ଭାବେ ନିଆଯାଉଥିବା ଜଳକରକୁ ଉଚ୍ଛେଦ ଦାବି ନେଇ ଗୁରୁବାର ଚାଷୀ ରାସ୍ତାକୁ ଓହ୍ଲାଇଛନ୍ତି। ପୂର୍ବାହ୍ନ ୧୧ଟାରେ ଉକ୍ତ ୨ ପଞ୍ଚାୟତର ଚାଷୀ ଜୁନାଗଡ ହାତୀନଦୀ ପୋଲ ୨୬ ନଂ. ଜାତୀୟ ରାଜପଥ ଅବରୋଧ କରିଥିଲେ। ଜଳ ଯୋଗାଣ ନ କରି ବେଆଇନ ଭାବେ ନେଇଥିବା ଜଳକରକୁ ସୁଧସହ ଫେରସ୍ତ କରିବା, ଦୀର୍ଘଦିନ ଧରି ଥିବା ଇନ୍ଦ୍ରାବତୀ କୁସୁମଖୁଣ୍ଟି ଡିଭିଜନ ଏସ୍‌ଡିଓ ମଳୟ ଚକ୍ରବର୍ତ୍ତୀ ଓ ଯନ୍ତ୍ରୀ କେ. ନାରାୟଣ ରାଓଙ୍କୁ ବଦଳି କରାଯାଉ ଓ ଚଳିତ ରବିଋତୁ ପାଇଁ ଆଟିଗଁା ଓ ତଳମଲା ପଞ୍ଚାୟତକୁ ଜଳ ଯୋଗାଣ କରାଯାଉ, ବ୍ୟକ୍ତିଗତ ଭାବେ ନିର୍ମାଣ କରାଯାଇଥିବା ପୋଲ(ଆଉଟଲେଟ)କୁ ବନ୍ଦ କରାଯାଇ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଟାନ ନିଆଯାଉ ବୋଲି ଦାବି କରାଯାଇଥିଲା। ଖବର ପାଇ ଅପରାହ୍ନ ୧.୨୦ରେ ଘଟଣାସ୍ଥଳରେ ଜୁନାଗଡ ତହସିଲଦାର ଉପେନ୍ଦ୍ର ଲୁହା, ବିଭାଗୀୟ ଏସ୍‌ଡିଓ ମଳୟ ଚକ୍ରବର୍ତ୍ତୀ, କନିଷ୍ଠଯନ୍ତ୍ରୀ କେ. ନାରାୟଣ ରାଓ ପହଞ୍ଚତ୍ ଚାଷୀଙ୍କୁ ବୁଝାଶୁଝା କରିଥିଲେ। ଏହାର ସମାଧାନ ପାଇଁ ସେମାନେ ଲିଖିତ ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ରାସ୍ତାରୋକୋରୁ ହଟିଥିଲେ। ପ୍ରାୟ ୨ ଘଣ୍ଟାରୁ ଊର୍ଦ୍ଧ୍ୱ ଧରି ଜାତୀୟ ରାଜପଥ ଅବରୋଧ ଯୋଗୁ ଯାନବାହନ ଅଟକି ରହିଥିଲା। ଫଳରେ ଏହି ରାସ୍ତା ଦେଇ ଯାଉଥିବା ଲୋକମାନେ ନାହଁି ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ରାସ୍ତାରୋକୋରେ ତଳମଲା ସରପଞ୍ଚ ଦୁଶିଲା ମାଝି, ମିଚାଗଁା ମା’ ଲଙ୍କେଶ୍ୱରୀ ପାଣି ପଞ୍ଚାୟତର ସଭାପତି ଯଶୋବନ୍ତ ପ୍ରଧାନୀ, ତଳମଲା ପାଣି ପଞ୍ଚାୟତ ସଭାପତି ଦେବେନ୍ଦ୍ର ମାଝି, ସମ୍ପାଦକ ଦେବରାଜ ଭାଟି, ଚାଷୀ ଯୁଧିଷ୍ଠିର ବିଶ୍ୱାଳ, ପଦ୍ମଲୋଚନ ପ୍ରଧାନୀ, ରମଣିକାମନ୍ତ ପ୍ରଧାନୀ, ବାହାଦୁର ପ୍ରଧାନୀ, ଟାଇଲ ପ୍ରଧାନୀ, ବୈବ ମାଝି, ମାନସ ରଞ୍ଜନ ମାଝି, ଦୁର୍ଗା ସାହୁ ପ୍ରମୁଖ ଚାଷୀ ସାମିଲ ଥିଲେ। ସୂଚନାଯୋଗ୍ୟ ଯେ, ଉପରୋକ୍ତ ସମସ୍ୟାକୁ ନେଇ ଗତ ୩୦ ତାରିଖରେ ଆଟିଗଁା ଓ ତଳମଲା ପଞ୍ଚାୟତ ଚାଷୀମାନେ କଳାହାଣ୍ଡି ଜିଲାପାଳ,ଏସ୍‌ପି, ଧର୍ମଗଡ ଉପଜିଲାପାଳ, ଇନ୍ଦ୍ରାବତୀ ବାମ କେନାଲ ନିର୍ବାହୀ ଯନ୍ତ୍ରୀ, ଜୁନାଗଡ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଥିଲେ। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଛୋରିଆଗଡ ବ୍ରାଞ୍ଚ କେନାଲର ପାଣି ତଳମୁଣ୍ଡରେ ଥିବା ଆଟିଗଁା ଓ ତଳମଲା ପଞ୍ଚାୟତରେ ପହଞ୍ଚତ୍ପାରୁନାହଁି। ଛୋରିଆଗଡ ବ୍ରାଞ୍ଚ କେନାଲର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଫସଲକୁ କିଛି ପ୍ରଭାବଶାଳୀ, ମୁଷ୍ଟିମେୟ ବ୍ୟକ୍ତି କଙ୍କ୍ରିଟ ବାଡ କରି ଅବରୋଧ କରିଥିବାରୁ ତଳମୁଣ୍ଡକୁ ଠିକ ଭାବେ ପାଣି ପହଞ୍ଚତ୍ପାରୁନାହଁି। ଫଳରେ ଉଭୟ ପଞ୍ଚାୟତର ୭ ଶହ ହେକ୍ଟର ଚାଷଜମିର ଧାନ ଫସଲ ପାଣି ଅଭାବରୁ ମରିବାକୁ ବସିଲାଣି। ଇନ୍ଦ୍ରାବତୀ କେନାଲ ଯୋଗେ ଜଳ ଯୋଗାଣର ଦୀର୍ଘ ୨୬ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରତିବର୍ଷ ଏଭଳି ସମସ୍ୟା ଦେଖାଦେଇଥାଏ। କେନାଲରେ ଠିକ ଭାବେ ପାଣି ଆସୁ ନ ଥିବାବେଳେ ଗତ ୨୬ ବର୍ଷ ହେଲା ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ଉକ୍ତ ୨ଟି ପଞ୍ଚାୟତ ଜଳ ପାଉ ନ ଥିବା ଚାଷୀଙ୍କଠାରୁ ବେଆଇନ ଭାବେ ଜଳକର ଆଦାୟ କରାଯାଉଛି। ଏପରି କି ବାରମ୍ବାର ଅଞ୍ଚଳର ଚାଷୀମାନେ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ, ପ୍ରଶାସନଠାରେ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କିଛି ସୁଫଳ ମିଳିପାରିନାହଁି।


Enter your email to get our daily news in your inbox.

All Right Reserved By Dharitri.Com

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆ ବର୍ଷରେ ନୂଆ ପଦକ୍ଷେପ

ଯାଜପୁର,୩୧ା୧୨: : କର୍କଟ ପୀଡିତଙ୍କ ପାଇଁ 14 ଇଞ୍ଚ କେଶଦାନ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟା ପୂଜାରାଣୀ ବେହେରା । ଇଂରାଜୀ ନୂଆବର୍ଷ ଆରମ୍ଭକୁ...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri