ଭୋଟ ପୂର୍ବରୁ ଚାଲିଲାଣି ବାକ୍‌ଯୁଦ୍ଧ

ଭୁବନେଶ୍ୱର,୩୦ା୯(ବ୍ୟୁରୋ) : ବିଜେପୁର ଉପନିର୍ବାଚନ ନେଇ ୩ ପ୍ରମୁଖ ଦଳର ପ୍ରାର୍ଥୀ ଚୂଡ଼ାନ୍ତ ହୋଇଛି। ଶନିବାର ବିଜେଡି ପକ୍ଷରୁ ପୂର୍ବତନ ବିଧାୟିକା ରୀତା ସାହୁଙ୍କୁ ପ୍ରାର୍ଥୀ କରାଯାଇଥିଲା। ଏହାର ଦିନକ ପରେ ସ୍ଥାନୀୟ ନେତା ସନତ ଗଡତିଆଙ୍କୁ ଭାଜପା ପ୍ରାର୍ଥୀ କରିଛି। ସେହିପରି ଯଥେଷ୍ଟ ପୂର୍ବରୁ କଂଗ୍ରେସ ଦିଲୀପ ପଣ୍ଡାଙ୍କୁ ପ୍ରାର୍ଥୀ ଘୋଷଣା କରିସାରିଛି। ସୋମବାର ନାମାଙ୍କନପତ୍ର ଦାଖଲର ଶେଷଦିନ ହୋଇଥିବାରୁ ଉପରୋକ୍ତ ୩ ଦଳର ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି। ଲଢେଇରେ ମୋଟ ପ୍ରାର୍ଥୀଙ୍କ ସଂଖ୍ୟା ଏଯାବତ୍‌ ଜଣାପଡ଼ି ନାହିଁ। ହେଲେ ଉପନିର୍ବାଚନରେ ମୁଖ୍ୟ ଲଢେଇ ଭାଜପା ଏବଂ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ ହେବ ବୋଲି ସମୀକ୍ଷକମାନେ ମତ ରଖିଛନ୍ତି। ଏହି ନିର୍ବାଚନରେ ଆସନ ବଜାୟ ରଖିବା ବିଜେଡି ପାଇଁ ଚ୍ୟାଲେଞ୍ଜ ହୋଇଛି। ଅନୁରୂପ ଭାବେ ପଶ୍ଚିମ ଓଡ଼ିଶାର ସଂସଦୀୟ ଆସନରେ ଦଳ ପାଇଥିବା ସଫଳତା ବିଧାନସଭା ଆସନରେ ପ୍ରତିଫଳିତ କରିବାକୁ ଭାଜପା ଚେଷ୍ଟା କରିବ। କଂଗ୍ରେସ ସ୍ଥିତି ସୁଧାରି ଅଧିକରୁ ଅଧିକ ଭୋଟ୍‌ ହାତେଇବାକୁ ଚେଷ୍ଟା କରିବ ବୋଲି କୁହାଯାଉଛି।
ନିର୍ବାଚନ ରାଜନୀତିରେ କିଏ ବିଜୟ ମୁକୁଟ ପିନ୍ଧିବ, ସେ କଥା ଫଳାଫଳ ପରେ ଜଣାପଡ଼ିବ। ହେଲେ ତା’ପୂର୍ବରୁ ପ୍ରମୁଖ ଦଳ ବରିଷ୍ଠ ନେତାମାନଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ବରଗଡ ଭାଜପା ଏମ୍‌ପି ସୁରେଶ ପୂଜାରୀ ବିଜେଡି ଏବଂ ଏହାର ସଭାପତି ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି। ରବିବାର ଗଣମାଧ୍ୟମକୁ ସୁରେଶ କହିଛନ୍ତି ଯେ, ନବୀନ ବାବୁ ବିଜେପୁର ଆସନରୁ ଲଢି ପୁଣି ଛାଡିଲେ କାହିଁକି। ନିଜେ ବିଜେପୁର ଦାୟିତ୍ୱ ନେଇଥିଲେ, ଏହି ସମୟରେ ସେହି ଅଞ୍ଚଳର କେତେ ବିକାଶ ହୋଇଛି। ପ୍ରାୟ ବହୁ କୋଟି ଟଙ୍କା ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପର ସ୍ଥିତି କ’ଣ। ଚାଷୀଙ୍କ ଧାନ କୁଇଣ୍ଟାଲ ପିଛା ୧୦୦ ଟଙ୍କା ବୋନସ୍‌ ଦେବା ପ୍ରତିଶ୍ରୁତି କୁଆଡେ ଗଲା। ଗତ ନିର୍ବାଚନ ସମୟରେ ପୂରଣ ହୋଇଥିବା ବିଜେପୁରରେ ସବୁ ଡାକ୍ତର/ଶିକ୍ଷକ ପଦବୀ ବର୍ତ୍ତମାନ ଖାଲି କ’ଣ ପାଇଁ ବୋଲି ପୂଜାରୀ ପ୍ରଶ୍ନ କରିଛନ୍ତି। ଅପରପକ୍ଷରେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ କହିଛନ୍ତି ଯେ, ପୂଜାରୀ ମହୋଦୟ ସ୍ଥାନୀୟ ଅଞ୍ଚଳର ଏମ୍‌ପି ଅଛନ୍ତି। ଗଙ୍ଗାଧର ଜଳସେଚନ ପ୍ରକଳ୍ପ ଅଗ୍ରଗତି ନେଇ ନିଜେ ସମୀକ୍ଷା କରିପାରିବେ। ଏକାଧିକ ଆସନରେ ଲଢିବା ପରମ୍ପରା କ’ଣ ଭାଜପାରେ ନାହିଁ। ବିଗତ ଦୁଇ ବର୍ଷରେ ବିଜେପୁର ବିକାଶଧାରା ଦ୍ରୁତଗତିରେ ହୋଇଛି। ତେଣୁ ଭୋଟ ସମୟରେ ବାକ୍ୟ ଆକ୍ରମଣରୁ ଭାଜପା ନେତାମାନେ ଦୂରେଇ ରୁହନ୍ତୁ ବୋଲି ଦେବେଶ କହିଛନ୍ତି। ଅପରପକ୍ଷରେ କଂଗ୍ରେସ ନେତା ସୁର ରାଉତରାୟ ଉଭୟ ବିଜେଡି, ଭାଜପାକୁ ସମାଲୋଚନା କରିଛନ୍ତି। ସୁର କହିଛନ୍ତି ଯେ, ବିଜେପୁରବାସୀଙ୍କୁ ବିଜେଡି ପ୍ରତାରିତ କରିବା ଛଡା ଆଉ କିଛି ଦେଇନାହିଁ। ଦୀର୍ଘଦିନର ଶାସନ ସତ୍ତ୍ୱେ ସେଠାକାର ବିକାଶ ହୋଇନାହିଁ। ସେହିଭଳି ଭାଜପା ନେତାମାନେ ବଡ ବଡ କଥା କହୁଛନ୍ତି, ହେଲେ ସ୍ଥାନୀୟ ଅଞ୍ଚଳରେ କୌଣସି ଉଲ୍ଲେଖନୀୟ ଅବଦାନ ନାହିଁ। ତେଣୁ ବିଜେଡି-ଭାଜପାର କଂଗ୍ରେସ ହିଁ ପ୍ରକୃତ ବିକଳ୍ପ ବୋଲି ସୁର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri