ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ  କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ସଂଯୋଜନା କରିଥିଲେ। ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଦିଗପହଣ୍ଡି ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ରଙ୍କୁ କାଉନସିଲର ଏବଂ କର୍ମଚାରୀଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୂର୍ବ କାଉନସିଲ ସଭାର ବିବରଣୀ ପାଠ କରାଯିବା ପରେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସହରର  ସମସ୍ତ ୱାର୍ଡ ଅଧିନ ସାହି, ବସ୍ତିମାନଙ୍କରେ ନିରନ୍ତର ପାନୀୟ ଜଳ ଯୋଗାଣ ପାଇଁ ପିଏଚଡିର ବିଭାଗୀୟ ଯନ୍ତ୍ରୀ ଓ କର୍ମଚାରୀ ବୃନ୍ଦ ସମୁଚିତ ଦୃଷ୍ଟି ଦେବାକୁ ବିଧାୟକ  ପରାମର୍ଶ ଦେଇଥିଲେ । ସେହିପରି  ବିଦ୍ୟୁତ ସରବରାହ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ଉପରେ ସଭାରେ ବିସ୍ତୃତ ଆଲୋଚନା କରାଯାଇ ପ୍ରସ୍ତାବ ଗୃହୀତ କରାଯାଇଥିଲା।

ସଭାରେ ଉପସ୍ଥିତ ଥିବା ଜାତୀୟ ରାଜପଥ ସହକାରୀ ଯନ୍ତ୍ରୀଙ୍କୁ ସହର ସଂଲଗ୍ନ ରାସ୍ତା ଓ ରାସ୍ତାର ଉଭୟ ପାର୍ଶ୍ଵରେ ଡିପ ଡ୍ରେନ ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ । ସେହିପରି ବହୁ ପ୍ରତିକ୍ଷୀତ ସହରର ଐତିହ୍ୟ ସମ୍ପନ୍ନ ବଡବନ୍ଧ ଓ  ନେଳିଆ ବନ୍ଧ ସମେତ ପୁଞ୍ଜିକଂୟା ଛକ ସ୍ଥିତ ପୋଖରୀର ସୋନ୍ଦର୍ଯ୍ଯକରଣ ଏବଂ ପ୍ରସ୍ତାବିତ ଚାରିଧାମ ପାର୍କ ନକ୍ସାର ପ୍ରଶାସନିକ ଅନୁମୋଦନ ପରେ ଅନଲାଇନ ମାଧ୍ୟମରେ ଟେଣ୍ଡର ଆହ୍ୱାନ କରାଯାଇଛି ବୋଲି ବିଧାୟକ ସଭାରେ ପ୍ରକାଶ କରିଥିଲେ । ସହରର ବିଭିନ୍ନ ସାହି, ବସ୍ତିଗୁଡ଼ିକୁ ମହାପୁରୁଷ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କ ନାଁରେ ନାମିତ କରାଯିବା ନିମନ୍ତେ ସଭାରେ ସର୍ବ ସମ୍ମତ ପ୍ରସ୍ତାବ ଗୃହୀତ କରାଯାଇଥିଲା।ନୂଆ ବସଷ୍ଟାଣ୍ଡ ପାର୍ଶ୍ଵ ସମେତ ବିଭିନ୍ନ ୱାର୍ଡ ସଂଲଗ୍ନ ଅଞ୍ଚଳରେ ନାଳ, ନର୍ଦ୍ଦମା ଓ ବର୍ଷା ଜଳ ଜମିରହି ପୁତିଗନ୍ଧମୟ ପରିବେଶ ସୃଷ୍ଟି କରୁଥିବାରୁ ସେସବୁର ନିଷ୍କାସନ ପାଇଁ ସ୍ଥାୟୀ ପଦକ୍ଷେପ ନିଆଯିବା ପାଇଁ  ସଭାରେ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଥିଲା ।

ସଭାରେ ଉପସ୍ଥିତ ୯ ନଂ ୱାର୍ଡ କାଉନସିଲର  ନୀଳମାଧବ ଗୌଡ ସହରର ବିଭିନ୍ନ ୱାର୍ଡରେ ଚାଲିଥିବା ଉନ୍ନତିମୂଳକ କାର୍ଯ୍ୟ ପାଇଁ ବିଧାୟକ, ଏନଏସି ଅଧ୍ୟକ୍ଷ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ। ବୈଠକ କାର୍ଯ୍ୟକ୍ରମ ଶେଷରେ ନିର୍ବାହୀ ଅଧିକାରୀ ଏବଂ ନଗରପାଳ ସମେତ ସମସ୍ତ କାଉନସିଲର ଦୀପକ କୁମାର ମିଶ୍ର, ସୁଶାନ୍ତ କୁମାର ପାତ୍ର, ସୁନୀଲ କୁମାର ପଣ୍ଡା, ଜ୍ୟୋସ୍ନା ଜେନା, ମାମିନି ବେହେରା, ସନ୍ତୋସିନୀ ବେହେରା, ଇ.ଗାୟତ୍ରୀ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପରେ ଦିଗପହଣ୍ଡି ଗସ୍ତରେ ଆସିଥିବା ଆଇନ, ପୂର୍ତ୍ତ ଓ ଅବକାରୀ  ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ଏନଏସି ଅଧ୍ୟକ୍ଷ ଓ କାଉନସିଲର ବୃନ୍ଦ ଭେଟି ବିଧାୟକଙ୍କ ଉପସ୍ଥିତିରେ ଦିଗପହଣ୍ଡି – ବ୍ରହ୍ମପୁର ଏବଂ ବ୍ରହ୍ମପୁର -ଚିକିଟି ରାସ୍ତାର ଦୋହରିକରଣ ସହ ରାସ୍ତାର ଉଭୟ ପାର୍ଶ୍ବରେ ଥିବା ଡ୍ରେନେଜ୍ ବ୍ୟବସ୍ଥାର ସୁଦୃଢ଼ୀକରଣ ପାଇଁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆଗାମୀ ବର୍ଷା ଋତୁ ପୂର୍ବରୁ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ଵରେ ଡ୍ରେନ ନିର୍ମାଣ କରିବାକୁ ଉପସ୍ଥିତ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

OSRTC ବସ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

ପରଜଙ୍ଗ,୨୭।୧୦ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ବଡ଼କମର–ପାଙ୍ଗାତିରା ପୂର୍ତ୍ତ ବିଭାଗ ରାସ୍ତାର ଆମ୍ବପଳାଶ ଶ୍ମଶାନ ନିକଟରେ ଓଏସ୍‌ଆର୍‌ଟିସି ବସ୍‌ ଧକ୍କାରେ ଜଣେ ବାଇକ୍‌…

ସ୍ଥଳଭାଗ ମୁହାଁ ଅତି ଭୀଷଣ ବାତ୍ୟା ଅର୍ଣ୍ଣବ, ଖୋର୍ଦ୍ଧାରେ ସ୍କୁଲ ଛୁଟି ଘୋଷଣା

ଖୋର୍ଦ୍ଧା,୨୭।୧୦ (ପ୍ରଭାତ ପାଣିଗ୍ରାହୀ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଖୋର୍ଦ୍ଧା ଜିଲାର ସମସ୍ତ ବିଦ୍ୟାଳୟକୁ ବନ୍ଦ ଘୋଷଣା କରାଯାଇଛି…

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ବର୍ଷା-ପବନ ଆରମ୍ଭ: ସତର୍କ ପ୍ରଶାସନ

ଦାରିଙ୍ଗବାଡି,୨୭।୧୦(ଅରୁଣ ସାହୁ):ବାତ୍ୟା ଅର୍ଣ୍ଣବକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ପ୍ରସ୍ତୁତି ଚାଲିଥିବାବେଳେ ଏଥିପାଇଁ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଓ ମୁକାବିଲା ପାଇଁ ସମସ୍ତ…

ବଢୁଛି ବିପଦ ଆଶଙ୍କା: ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି

ଭଞ୍ଜନଗର,୨୭।୧୦(ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବର ପ୍ରଭାବ ଭଞ୍ଜନଗର ଅଞ୍ଚଳରେ ଧୀରେ ଧୀରେ ଅନୁଭୂତ ହେବାରେ ଲାଗିଛି। ମଙ୍ଗଳବାର ସକାଳୁ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି।…

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ବଢ଼ିବ ଜଳସ୍ତର! ଘୋଡ଼ାହାଡ଼ ଡ୍ୟାମ୍‌ରୁ ନଦୀକୁ ଛଡ଼ାଗଲା ପାଣି, ନଦୀକୂଳିଆ ଗାଁକୁ ସତର୍କ ସୂଚନା

ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ମାଡ଼ି ଆସୁଛି ବାତ୍ୟା ଅର୍ଣ୍ଣବ । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ…

ଗଜଲକ୍ଷ୍ମୀ ପୂଜା ପାଇଁ ଛତ୍ରପୁରରେ ଉତ୍ସବର ମାହୋଲ, ଦର୍ଶନ କଲେ ଅତିରିକ୍ତ ଜିଲାପାଳ

ଛତ୍ରପୁର,୨୭।୧୦(ଦିଲ୍ଲୀପ ସାମଲ): ପବିତ୍ର କୁମାର ପୂର୍ଣ୍ଣିମା ଅବସରରୁ ଛତ୍ରପୁର ଲୋୟର ବସଷ୍ଟାଣ୍ଡସ୍ଥିତ ଲକ୍ଷ୍ମୀ ବଜାର କମ୍ପ୍ଲେକ୍ସ ପରିସରରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ମହାଆଡ଼ମ୍ବରରେ ଅନୁଷ୍ଠିତ ହେଉଛି ।…

ମୋଦିଙ୍କ ପରିବାରକୁ ନେଇ ଖାର୍ଗେଙ୍କ ମନ୍ତବ୍ୟରେ ବିବାଦ, କଂଗ୍ରେସକୁ ଘେରିଲେ ମନମୋହନ ସାମଲ

ଭୁବନେଶ୍ୱର,୨୭।୧୦(ସୁନିତ୍‌ ମିଶ୍ର): ରାଜନୀତିରେ ଆଦର୍ଶ, ବିଚାରଧାରା ଓ ମର୍ଯ୍ୟାଦାର ଏକ ସ୍ବତନ୍ତ୍ର ସ୍ଥାନ ରହିଛି । ରାଜନୀତି ଆଦର୍ଶବାଦ ତଥା ବିଚାରଧାରା ଉପରେ ପର୍ଯ୍ୟବସିତ। ଗଣତନ୍ତ୍ରରେ ମତଭେଦ…

ଲକ୍ଷ୍ମୀପୂଜା ଦେଖି ଫେରିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ୨ଜୀବନ

ପରଜଙ୍ଗ,୨୭।୧୦(ନିଗମାନନ୍ଦ ଦଳବେହେରା): ଲକ୍ଷ୍ମୀପୂଜା ଦେଖି ଘରକୁ ଫେରୁଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?