ଦୁର୍ଗାପୂଜା ପାଇଁ ୧୦ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ୱର, ୨୫-୯(ବ୍ୟୁରୋ):ଦୁର୍ଗାପୂଜା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ୧୦ ସ୍ବତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଛି। ଯାତ୍ରୀ ସଂଖ୍ୟା ବୃଦ୍ଧି ସମ୍ଭାବନା ଥିବାରୁ ଚଳାଚଳ କରୁଥିବା ଟ୍ରେନଗୁଡିକର ଅତିରିକ୍ତ କୋଚ୍‌ ବ୍ୟବସ୍ଥା କରାଯାଇଛି। ନିୟମିତ ଟ୍ରେନଗୁଡିକରେ ମାତ୍ରାଧିକ ଅପେକ୍ଷା ସୂଚୀ ଏଡାଇବାକୁ ଏହି ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି। ତେବେ ଏହି ସ୍ବତନ୍ତ୍ର ଟ୍ରେନ୍‌ଗୁଡ଼ିକ ହେଲା ପୁରୀ-ସନ୍ତ୍ରାଗଚ୍ଛିି-ପୁରୀ ସ୍ପେଶାଲ, ପୁରୀ-ଶାଲିମାର-ପୁରୀ ସ୍ପେଶାଲ, ଭୁବନେଶ୍ୱର-ସିକନ୍ଦରାବାଦ-ଭୁବନେଶ୍ୱର, ବିଶାଖାପାଟଣା-ସିକନ୍ଦରାବାଦ-ବିଶାଖାପାଟଣା, ବିଶାଖାପାଟଣା-ତିରୁପତି-ବିଶାଖାପାଟଣା, କାଚେଗୁଡା-ଟାଟା-କାଚେଗୁଡା, ସନ୍ତ୍ରାଗଚ୍ଛିି-ଚେନ୍ନାଇ-ସନ୍ତ୍ରାଗଚ୍ଛି, ସିକନ୍ଦରାବାଦ-ଭୁବନେଶ୍ୱର-ସିକନ୍ଦରାବାଦ, ସମ୍ବଲପୁର-ବନସଓ୍ବାଡି-ସମ୍ବଲପୁର ଓ ହବିବ୍‌ଗଞ୍ଜ-ପୁରୀ-ହବିବ୍‌ଗଞ୍ଜ।
ପୁରୀ-ସନ୍ତ୍ରାଗଚ୍ଛିି-ପୁରୀ ଟ୍ରେନ୍‌ (୦୮୪୦୩/୦୮୪୦୪) ୪ ଅକ୍ଟୋବରରୁ ୨୭ ଡିସେମ୍ବର ପର୍ଯ୍ୟନ୍ତ ପ୍ରତି ଶୁକ୍ରବାର ପୁରୀରୁ ରାତି ୯ଟା ୨୫ରେ ଛାଡ଼ିବ। ଏହି ତାରିଖ ମଧ୍ୟରେ ପୁରୀ-ଶାଲିମାର-ପୁରୀ ଟ୍ରେନ୍‌ (୦୮୦୩୭/୦୮୦୩୮) ୫ ଅକ୍ଟୋବରରୁ ୨୮ ଡିସେମ୍ବର ପର୍ଯ୍ୟନ୍ତ ପ୍ରତି ଶନିବାର ୧୧ଟା ୫୫ରେ ପୁରୀରୁ ଛାଡ଼ିବ। ଭୁବନେଶ୍ୱର-ସିକନ୍ଦରାବାଦ-ଭୁବନେଶ୍ୱର ଏସି ଟ୍ରେନ ୩ ଅକ୍ଟୋବରରୁ ୨୬ ଡିସେମ୍ବର ପର୍ଯ୍ୟନ୍ତ ପ୍ରତି ଗୁରୁବାର ଅପରାହ୍ନ ୧ଟା ୨୦ରେ ଛାଡିବ। କାଚେଗୁଡା-ଟାଟା-କାଚେଗୁଡା(୦୭୪୩୮/୦୭୪୩୯) ୮ ଅକ୍ଟୋବରରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ଟାଟାରୁ ପ୍ରତି ମଙ୍ଗଳବାର ରାତି ୧୦ଟା ୫୦ରେ ଛାଡିବ। ସନ୍ତ୍ରାଗଚ୍ଛି-ଚେନ୍ନାଇ-ସନ୍ତ୍ରାଗଚ୍ଛି (୦୨୮୪୧/୦୨୮୪୨) ୪ ଅକ୍ଟୋବରରୁ ୨୭ ଡିସେମ୍ବର ପର୍ଯ୍ୟନ୍ତ ସନ୍ତ୍ରାଗଚ୍ଛିରୁ ପ୍ରତି ଶୁକ୍ରବାର ଅପରାହ୍ନ ୧୨ଟା ୪୦ରେ ଓ ୫ ଅକ୍ଟୋବରରୁ ୨୮ ଡିସେମ୍ବର ପର୍ଯ୍ୟନ୍ତ ଚେନ୍ନାଇରୁ ପ୍ରତି ଶନିବାର ସନ୍ଧ୍ୟା ୬ଟା ୨୦ରେ ଛାଡିବ। ସିକନ୍ଦରାବାଦ-ଭୁବନେଶ୍ୱର-ସିକନ୍ଦରାବାଦ(୦୨୭୮୩/୦୨୭୮୪) ୩ ଅକ୍ଟୋବରରୁ ୨୮ ନଭେମ୍ବର ପର୍ଯ୍ୟନ୍ତ ଭୁବନେଶ୍ୱରରୁ ପ୍ରତି ଗୁରୁବାର ଓ ରବିବାର ସନ୍ଧ୍ୟା ୬ଟାରେ ଛାଡିବ। ସମ୍ବଲପୁର-ବନସଓ୍ବାଡି-ସମ୍ବଲପୁର(୦୮୩୦୧/୦୮୩୦୨) ୨ ଅକ୍ଟୋବରରୁ ୨୫ ଡିସେମ୍ବର ପର୍ଯ୍ୟନ୍ତ ସମ୍ବଲପୁରରୁ ପ୍ରତି ବୁଧବାର ସକାଳ ୯ଟା ୩୫ରେ ଛାଡିବ। ୩ ଅକ୍ଟୋବରରୁ ୨୬ ଡିସେମ୍ବର ପର୍ଯ୍ୟନ୍ତ ବନସଓ୍ବାଡିରୁ ପ୍ରତି ଗୁରୁବାର ରାତି ୧୧ଟା ୩୦ରେ ଛାଡିବ। ବିଶାଖାପାଟଣା-ସିକନ୍ଦରାବାଦ-ବିଶାଖାପାଟଣା (୦୮୫୦୧/୦୮୫୦୨) ଅକ୍ଟୋବର ୧ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବିଶାଖାପାଟଣାରୁ ପ୍ରତି ମଙ୍ଗଳବାର ରାତି ୧୧ଟାରେ ଛାଡିବ। ୨ ଅକ୍ଟୋବରରୁ ୨୫ ଡିସେମ୍ବର ପର୍ଯ୍ୟନ୍ତ ସିକନ୍ଦରାବାଦରୁ ପ୍ରତି ବୁଧବାର ଅପରାହ୍ନ ୪ଟା ୩୦ରେ ଛାଡିବ। ବିଶାଖାପାଟଣା-ତିରୁପତି-ବିଶାଖାପାଟଣା ୭ ଅକ୍ଟୋବରରୁ ୩୦ ଡିସେମ୍ବର ପର୍ଯ୍ୟନ୍ତ ବିଶାଖାପାଟଣାରୁ ପ୍ରତି ସୋମବାର ରାତି ୧୦ଟା ୫୫ରେ ଓ ୮ ଅକ୍ଟୋବରରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ତିରୁପତିରୁ ପ୍ରତି ମଙ୍ଗଳବାର ଅପରାହ୍ନ ୩ଟା ୩୦ରେ ଛାଡିବ। ହବିବଗଞ୍ଜ-ପୁରୀ-ହବିବଗଞ୍ଜ(୦୧୬୬୧/୦୧୬୬୨) ୩୦ ଅକ୍ଟୋବର ପର୍ଯ୍ୟନ୍ତ ହବିବଗଞ୍ଜରୁ ପ୍ରତି ମଙ୍ଗଳବାର ସକାଳ ୭ଟା ୨୦ ଓ ପୁରୀଠାରୁ ପ୍ରତି ବୁଧବାର ଅପରାହ୍ନ ୩ଟାରେ ଛାଡିବାକୁ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri