ନିବେଶକଙ୍କୁ ୬.୮୨ ଲକ୍ଷ କୋଟି ଫାଇଦା

ମୁମ୍ବାଇ,୨୧-୯: ସରକାରଙ୍କ ଦ୍ୱାରା କର୍ପୋରେଟ ଟିକସ ହ୍ରାସ ଓ ନିବେଶକଙ୍କ ସମ୍ପର୍କିତ ଘୋଷଣା ଦ୍ୱାରା ଶୁକ୍ରବାର ଶେୟାର ବଜାରରେ ରେକର୍ଡ ବୃଦ୍ଧି ଦେଖାଯାଇଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ ୧୯୨୧.୧୫ ପଏଣ୍ଟ ବୃଦ୍ଧି ପାଇ ୩୮,୦୧୪.୬୨ରେ ବନ୍ଦ ହୋଇଥିଲା। ଇଣ୍ଟ୍ରା-ଡେ ବା ଦିନର କାରବାର ମଧ୍ୟରେ ଗୋଟିଏ ସମୟରେ ଏହା ୨୨୮୪.୫୫ ପଏଣ୍ଟ ବୃଦ୍ଧି ପାଇଥିଲା। ସେହିପରି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ ନିଫ୍ଟି ୫୬୯.୪୦ ପଏଣ୍ଟ ବୃଦ୍ଧି ପାଇ ୧୧,୨୭୪ରେ ବନ୍ଦ ହୋଇଛି। ଇଣ୍ଟ୍ରା-ଡେରେ ଏହା ୬୭୭ ପଏଣ୍ଟ ବୃଦ୍ଧି ପାଇଥିଲା। ୧୦ ବର୍ଷ ଭିତରେ ଗୋଟିଏ ଦିନରେ ସେନ୍‌ସେକ୍ସ ସର୍ବାଧିକ ପଏଣ୍ଟ ବୃଦ୍ଧି ପାଇଛି। ଫଳରେ ନିବେଶକ ଗୋଟିଏ ଦିନରେ ୬.୮୨ ଲକ୍ଷ କୋଟି ଟଙ୍କା ଫାଇଦା ପାଇଛନ୍ତି। ଏଥିପୂର୍ବରୁ ୨୦୦୯ ମେ ୧୮ରେ ବଜାରରେ ଗୋଟିଏ ଦିନରେ ୨୧୧୦ ପଏଣ୍ଟ ବୃଦ୍ଧି ପାଇଥିଲା। ସେତେବେଳେ ତତ୍କାଳୀନ ଉପା ସରକାର ପୁନର୍ବାର କ୍ଷମତାକୁ ଫେରିଥିଲେ। ମାର୍କେଟ ଏହାର ଉତ୍ସବ ପାଳନ କରିଥିଲା। କର୍ପୋରେଟ ସେକ୍ଟର ଓ ବିଦେଶୀ ପୋର୍ଟଫୋଲିଓ ନିବେଶକଙ୍କ ପକ୍ଷରୁ ବ୍ୟାପକ ହାରରେ କିଣାକିଣି କରାଯିବାରୁ ଶୁକ୍ରବାର ସେନ୍‌ସେକ୍ସରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିିଳିଛି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ସୀତାରାମନ୍‌ଙ୍କ ଘୋଷଣା ପରେ ବଜାରରେ ବୃଦ୍ଧି ପରିଲକ୍ଷିତ ହୋଇଥିଲା। ଫଳରେ ବଜାରର ମାର୍କେଟ କ୍ୟାପିଟାଲାଇଜେଶନ ୧୩୮.୫୪ ଲକ୍ଷ କୋଟି ଟଙ୍କାରୁ ଏକାଥରକେ ୧୪୩.୪୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକ ୫ ଲକ୍ଷ କୋଟି ଟଙ୍କା ଫାଇଦା ହାସଲ କରି ମାଲାମାଲ ହୋଇଥିଲେ। ସେନ୍‌ସେକ୍ସର ୩୦ରୁ ୨୫ ଏବଂ ନିଫ୍ଟିର ୫୦ ମଧ୍ୟରୁ ୪୪ ଶେୟାର ବୃଦ୍ଧି ସହିତ ବନ୍ଦ ହୋଇଥିଲା। ଏନ୍‌ଏସ୍‌ଇରେ ୧୧ରୁ ୧୦ ସେକ୍ଟର ଫାଇଦାରେ ରହିଥିଲା। ଅଟୋ ଇଣ୍ଡେକ୍ସ ସବୁଠାରୁ ଅଧିକ ୯.୯% ବୃଦ୍ଧି ପାଇଥିଲା। ଏହା ୨୦୦୯ ମେ ପରେ ସର୍ବାଧିକ ବୃଦ୍ଧି କୁହାଯାଉଛି। ବଜାର ବିଶ୍ଳେଷକ ସେଣ୍ଟ୍ରାଲ ଓ୍ବେଲ୍‌ଥ ମ୍ୟାନେଜମେଣ୍ଟ ମୁଖ୍ୟ ଦେବାଙ୍ଗ ମେହଟା କହିଛନ୍ତି ଯେ ସରକାରଙ୍କ ଘୋଷଣା ଯୋଗୁ ଆର୍ଥିକ ବିକାଶ ଗତିଶୀଳ ହେବ। ଏଥିଯୋଗୁ କର୍ପୋରେଟ ଓ କ୍ୟାପିଟାଲ ମାର୍କେଟ ଉତ୍ସାହିତ। ମନୋଭାବରେ ସୁଧାର ହେବା ମୁଖ୍ୟ ପ୍ରସଙ୍ଗ। କାରଣ ମନୋଭାବ ବିଗିଡିଯିବା କାରଣରୁ ଗତ କିଛି ଦିନ ହେବ ବଜାର ନିମ୍ନଗାମୀ ହୋଇଚାଲିଥିଲା। ସୂଚନାଥାଉ କି, ଗୋଟିଏ ଦିନରେ ବଡ଼ ଧରଣର ବୃଦ୍ଧି ଚଳିତବର୍ଷ ଚତୁର୍ଥ ଥର ଦେଖିବାକୁ ମିଳିଛି। ଏଥିପୂର୍ବରୁ ସର୍ବାଧିକ ବୃଦ୍ଧି ମେ ୨୦ରେ ହୋଇଥିଲା। ମେ ୧୯ରେ ସାଧାରଣ ନିର୍ବାଚନ ଫଳାଫଳ ପୂର୍ବରୁ ଏକ୍‌ଜିଟ୍‌ ପୋଲ୍‌ ପ୍ରକାଶ ପାଇଥିଲା। ଫଳରେ ବଜାରରେ ଯଥେଷ୍ଟ ବୃଦ୍ଧି ଦେଖାଯାଇଥିଲା। ସେତେବେଳେ ସେନ୍‌ସେକ୍ସ ୧୪୮୨ ପଏଣ୍ଟ ବୃଦ୍ଧି ପାଇଥିଲା। ସୂଚନାଥାଉ କି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର କର୍ପୋରେଟ ଟିକସକୁ ୨୫.୧୭%କୁ ହ୍ରାସ ଘୋଷଣା କରିଛନ୍ତି। ସେହିପରି ମିନିମମ୍‌ ଅଲ୍ଟରନେଟ୍‌ ଟ୍ୟାକ୍ସକୁ ୧୫%କୁ କମାଇବା ସହ କ୍ୟାପିଟାଲ ଗେନ୍‌ ଟ୍ୟାକ୍ସ ଉପରେ ଲାଗୁ ହୋଇଥିବା ଅତିରିକ୍ତ ସରଚାର୍ଜକୁ ପ୍ରତ୍ୟାହାର କରିନେଇଛନ୍ତି। ଏହାଛଡ଼ା ଅକ୍ଟୋବର ପହିଲା ପରେ ନୂଆ ଭାବେ ପ୍ରତିଷ୍ଠିତ ହେବାକୁ ଥିବା ମାନୁଫାକ୍‌ଚରିଂ ୟୁନିଟ୍‌ ପାଇଁ ଟିକସକୁ ୧୫%କୁ ହ୍ରାସ ଘୋଷଣା କରାଯାଇଛି। ଏହାଦ୍ୱାରା ନିବେଶ ବୃଦ୍ଧି ପାଇବ ଏବଂ ଅଧିକ ନିଯୁକ୍ତି ସୃଷ୍ଟି ହେବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ: ଜାନୁଆରୀରେ ବଢିଯିବ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ୨୦୨୬ ବର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବାକୁ ଯାଉଛି। ୭ମ ବେତନ କମିଶନର ଅବଧି ୩୧...

Gold Price Today : ୨୪ ଶହ ଟଙ୍କା ବଢ଼ିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୧୨: ଚଳିତ ବର୍ଷ ସୁନା ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିଛି। ଡିସେମ୍ବର ୨୨ ତାରିଖରେ ବିଶ୍ୱ ସୁନା ମୂଲ୍ୟ ପ୍ରଥମ ଥର ପାଇଁ ପ୍ରତି ଆଉନ୍ସ...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ନୂଆ ବର୍ଷ ପୂର୍ବରୁ EPFO ଜାରି କଲା ନୂଆ ଗାଇଡଲାଇନ୍‌, ଜାଣିରଖନ୍ତୁ…

ନୂଆଦିଲ୍ଲୀ,୨୨।୧୨: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) କର୍ମଚାରୀ ପେନସନ ଯୋଜନା (EPS) ସହିତ ଜଡିତ ଭୁଲ କିମ୍ବା ଅସମ୍ପୂର୍ଣ୍ଣ ଯୋଗଦାନର ମାମଲାଗୁଡ଼ିକର ସମାଧାନ ପାଇଁ...

UPI ପେମେଣ୍ଟରେ ନୂତନ ସୀମା ନିର୍ଣ୍ଣୟ କରିବ NPCI, ଏପରି ହେଉଛି ଠକେଇ

ନୂଆଦିଲ୍ଲୀ,୨୨।୧୨: ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI) ମାଧ୍ୟମରେ ହେଉଥିବା ଆର୍ଥିକ ଜାଲିଆତିକୁ ରୋକିବା ପାଇଁ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଏକ ଗୁରୁତ୍ୱପୂର୍ଣ୍ଣ...

ଡେବିଟ୍‌ କାର୍ଡରେ ପରିବର୍ତ୍ତନ ଆଣିଲା ଏହି ବ୍ୟାଙ୍କ, ଚେକ୍‌ କରିନିଅନ୍ତୁ ଆପଣଙ୍କ ବ୍ୟାଙ୍କ ନାହିଁ ତ?

ନୂଆଦିଲ୍ଲୀ,୨୨।୧୨: ଆପଣ କ’ଣ ଏୟାରପୋର୍ଟ ଲାଉଞ୍ଜ ଆକ୍ସେସ ପାଇବା ପାଇଁ HDFC ବ୍ୟାଙ୍କ ଡେବିଟ୍‌ କାର୍ଡ କିଣିଛନ୍ତି? ଆପଣଙ୍କ ପାଇଁ ଏକ ବଡ଼ ଅପଡେଟ। ନୂତନ...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri