ଜଙ୍ଗଲରୁ କାଠ ଲୁଟ୍‌ ଘଟଣା : ଘଟଣାସ୍ଥଳ ପରିଦର୍ଶନ କଲେ ଡିଏଫ୍‌ଓ

ନୂଆଗାଁ,୧୮ା୯ (ଡି.ଏନ.ଏ.): ନୟାଗଡ଼ ଜିଲା ମହିପୁର ବନାଞ୍ଚଳ ଅଧୀନରେ ଥିବା ବିଭିନ୍ନ ଜଙ୍ଗଲରୁ ମୂଲ୍ୟବାନ ଗଛ କାଟି ମାଫିଆମାନେ ତାହାକୁ ବାହାରକୁ ଚାଲାଣ କରୁଛନ୍ତି। ଏହା ଜାଣି ସୁଦ୍ଧା ବନ ବିଭାଗ ଅଧିକାରୀ ଓ କର୍ମଚାରୀ ନୀରବଦ୍ରଷ୍ଟା ସାଜୁଛନ୍ତି। ଏ ସଂକ୍ରାନ୍ତରେ ଫଟୋ ସମ୍ବଳିତ ଖବର ଧରିତ୍ରୀରେ ପ୍ରକାଶ ପାଇବା ପରେ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ମଙ୍ଗଳବାର ନୟାଗଡ଼ ଡିଏଫ୍‌ଓ ଧନରାଜ ଏଚ୍‌ଡି, ମହିପୁର ରେଞ୍ଜର ସୁଧାଂଶୁ ଶେଖର ପଣ୍ଡା ଓ ସ୍ଥାନୀୟ ବନପାଳ କାଠ କଟାଯାଉଥିବା ସ୍ଥାନ ଗୁମୀ ସେକ୍ସନର ଲତାଦେଈ ଜଙ୍ଗଲକୁ ଯାଇ ତଦନ୍ତ କରିଛନ୍ତି। ସାଇଜ କାଟିବା ଉଦ୍ଦେଶ୍ୟରେ ରଖାଯାଇଥିବା ୪ ଗୋଟି ବିଶାଳ ଶାଳ ଗଣ୍ଡିକୁ ଦେଖି ଡିଏଫ୍‌ଓ କ୍ଷୋଭ ପ୍ରକାଶ କରିବା ସହ ଏଥ୍ରପ୍ରତି ଦୃଷ୍ଟି ଦେବାକୁ ବନପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଗଛକାଟି ପଦା କରାଯାଇଥିବା ଜଙ୍ଗଲ ଜାଗା କାହାର ତାହା ଚିହ୍ନଟ କରିବା ପାଇଁ ନୂଆଗାଁ ତହସିଲଦାର ଓ ରେଞ୍ଜରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହି ଜାଗା ଯଦି ବନ ବିଭାଗର ହୋଇଥିବ ତେବେ ସମ୍ପୃକ୍ତ ଲୋକଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ବିଶାଳ ଶାଳ ଗଛର ୫ଟି ଗଣ୍ଡି ମଧ୍ୟରୁ କାଠ ମାଫିଆ ମୂଳଗଣ୍ଡିକୁ କାଟି ସାଇଜ କରି ନେଇଯାଇଥିବା ବେଳେ ଗଚ୍ଛିତ ଥିବା ଅନ୍ୟ ୪ଟିକୁ ବନ ବିଭାଗ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଣ୍ଡଗିରିରୁ ଏମ୍ସ ହେବ ସ୍ବତନ୍ତ୍ର କରିଡର, ଆଉ ଭିଡ଼ରେ ଅଟକିବନି ଆମ୍ବୁଲାନ୍ସ

ଭୁବନେଶ୍ବର,୧୮।୧୨: ଆଉ ଭିଡରେ ଫସିବନି ଆମ୍ବୁଲାନ୍ସ । ଏନେଇ ପୂର୍ତ୍ତବିଭାଗ ସମୀକ୍ଷା ବୈଠକରେ ବଡ଼ ନିଷ୍ପତ୍ତି ହୋଇଥିବା ନେଇ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।...

ପୁଟିନ ଯିବେ ଆମେରିକା! ବଡ଼ ଘୋଷଣା କଲେ ଟ୍ରମ୍ପ ସରକାର, ଟେନସନରେ ଜେଲେନ୍ସକି

ଓ୍ବାଶିଂଟନ,୧୮।୧୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏକ ଜଟିଳ ପ୍ରସଙ୍ଗ ହୋଇ ରହିଛି ଯାହାର ସମାଧାନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ...

ଚାଇନାକୁ ବଡ଼ ଝଟକା, ତାଇୱାନକୁ ଏହି ସାହାଯ୍ୟ କରିବେ ଟ୍ରମ୍ପ

ନୂଆଦିଲ୍ଲୀ,୧୮।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ତାଇୱାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଯାହା ଚାଇନାକୁ ଏକ ବଡ଼ ଧକ୍କା ଦେଇଛି...

ସୀମାନ୍ତରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ୩ ମାଓବାଦୀ ସଫା

ମାଲକାନଗିରି,୧୮।୧୩(ଦୁର୍ଯ୍ୟୋଧନ ପାତ୍ର) ମାଲକାନଗିରି ସୀମାନ୍ତ ଛତିଶଗଡ ସୁକୁମା ଜିଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ତିନିଜଣ ମାଓବାଦୀ ନିହତ ହୋଇଛନ୍ତିା ସୂଚନା...

ଚକରା ଘାଟିରେ ପର୍ଯ୍ୟଟକ-ଦନ୍ତା ମୁହାଁମୁହିଁ: ଲୋକେ ଆତଙ୍କିତ

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ରେ ଦନ୍ତା ହାତୀମାନଙ୍କ ଦୌରାତ୍ମ ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହାକୁ ନେଇ ଜଙ୍ଗଲ...

ପରଲୋକରେ ଷ୍ଟାଚ୍ୟୁ ଅଫ ୟୁନିଟିର ନିର୍ମାତା: ଖେଳିଗଲା ଶୋକର ଲହରୀ

ନୋଏଡା,୧୮।୧୨: ପ୍ରସିଦ୍ଧ ମୂର୍ତ୍ତିକାର ରାମ ସୂତାରଙ୍କ ଦେହାନ୍ତ ହୋଇଛି। ସେ ପ୍ରାୟ ୧୦୦ ବର୍ଷ ବୟସରେ ନୋଏଡାର ସେକ୍ଟର ୧୯ସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ...

ବାହାଘରରେ ଯୋଗ ଦେବାକୁ ଯାଉଥିବାବେଳେ ଅଘଟଣ: ୪୦ ଫୁଟ୍‌ ତଳକୁ ଖସିଲା ବୋଲେରୋ

ମୋରଡା,୧୮।୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଏକ ପୋଲରୁ ୪୦ ଫୁଟ୍‌ ତଳକୁ ବୋଲେରୋ ଖସି ପଡିଛି। ଫଳରେ ୩ ଜଣ ଗୁରୁତର...

୨୦୨୬ରୁ ଚମକିବ ୩ରାଶିଙ୍କ ଭାଗ୍ୟ, ଯାହା ଛୁଇଁବେ ପାଲଟିବ ସୁନା!

୨୦୨୬ ବର୍ଷ ପାଖେଇ ଆସୁଛି, ଏବଂ ଏହି ନୂତନ ବର୍ଷରେ ହେଉଥିବା ଗ୍ରହ ପରିବର୍ତ୍ତନ କିଛି ରାଶି ପାଇଁ ବିଶେଷ ସୌଭାଗ୍ୟ ଆଣିବ ବୋଲି କହିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri