ଶିବଲିଙ୍ଗ ଉପରେ ପୂଜକଙ୍କ ମୃତଦେହ, ତା’ପରେ ଯାହା ଘଟିଲା…

ଜଗତ୍‌ସିଂହପୁର,୧୮ା୧(ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଥାନା ପୁନଙ୍ଗସ୍ଥିତ ପୁନେଶ୍ୱର ମହାଦେବ ମନ୍ଦିରରେ ଶନିବାର ଅଭାବନୀୟ ଘଟଣା ଘଟିଛି। ମନ୍ଦିରର ପାତାଳଫୁଟା ଶିବଲିଙ୍ଗ ଉପରୁ ମନ୍ଦିର ପୂଜକ ଓମ୍‌ପ୍ରକାଶ ପଣ୍ଡା ଓରଫ ଶିବୁନା (୨୪)ଙ୍କ ମୃତଦେହ ମିଳିଛି। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିନାହିଁ। ଖବରପାଇ ଜଗତ୍‌ସିଂହପୁର ଥାନା ପୋଲିସ ମନ୍ଦିରରେ ପହଞ୍ଚତ୍ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି।
ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ପୁନେଶ୍ୱର ମହାଦେବଙ୍କ ଅବସ୍ଥିତି ଯୋଗୁ ଉକ୍ତ ଗ୍ରାମର ନାମ ପୂର୍ଣ୍ଣଗ୍ରାମ ତଥା ପୁନଙ୍ଗ ବୋଲି କୁହାଯାଉଛି। ଏହାକୁ ପାତାଳଫୁଟା ଶିବ ମନ୍ଦିର ବୋଲି କୁହାଯାଏ। ଗର୍ଭଗୃହ ଅଥଳ ଜଳରେ ଶିବଲିଙ୍ଗ ବୁଡ଼ି ରହିଛନ୍ତି। କିନ୍ତୁ ତା’ଚାରିପଟେ ସିମେଣ୍ଟ ଚଟାଣ ରହିଛି। ଏହି ମନ୍ଦିର ପୂଜକ ହେଲେ ଦୁଇ ଭାଇ କେଶବ ଚରଣ ପଣ୍ଡା ଓ ଭଗବାନ ପଣ୍ଡା। ଭଗବାନ ଭୁବନେଶ୍ୱରରେ ରହୁଛନ୍ତି। ତେଣୁ କେଶବ ମନ୍ଦିର ପୂଜକ ଭାବେ ଦାୟିତ୍ୱ ତୁଲାଉଥିଲେ। ମନ୍ଦିର ଗୋଟେ ପଟେ ଥିବାବେଳେ ଗ୍ରାମ୍ୟ ରାସ୍ତାର ଆରପଟେ କେଶବଙ୍କ ଘର। ଅତୀତରେ କେଶବଙ୍କ ସ୍ତ୍ରୀଙ୍କ ମୃତ୍ୟୁକୁ ନେଇ ନାନା କଥା ଉଠିଥିଲା। ପରେ କେଶବଙ୍କ ମୃତ୍ୟୁ ଘଟିଥିଲା। ଏ ପରିସ୍ଥିତିରେ ସେମାନଙ୍କର ଏକମାତ୍ର ପୁଅ ଶିବୁନା ମନ୍ଦିରର ପୂଜା ଦାୟିତ୍ୱ ସମ୍ଭାଳିଥିଲେ। ପ୍ରତିଦିନ ପରି ଶନିବାର ସକାଳୁ ସେ ମନ୍ଦିରରେ ପୂଜା କରିଥିଲେ। ଅପରାହ୍ନ ପ୍ରାୟ ୧ଟା ବେଳେ ମନ୍ଦିର ଭିତରେ ପୂଜକଙ୍କ ମୃତଦେହ ଭାସୁଥିବା ଶୁଣିବାକୁ ମିଳିଥିଲା। ଖବର ପ୍ରଚାରିତ ହେବା ପରେ ମନ୍ଦିର ପରିସର ଲୋକାରଣ୍ୟ ହୋଇଯାଇଥିଲା। ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଦେଖିଥିଲା ଯେ, ପୂଜକ ଶିବୁନାଙ୍କ ଗୋଡ ଭାସୁଥିବାବେଳେ ମୁଣ୍ଡ ପାଣିରେ ବୁଡ଼ି ରହିଛି। ଅପରପକ୍ଷେ ଶିବଲିଙ୍ଗ ଥିବା ଜଳରାଶି ରକ୍ତରଞ୍ଜିତ ହୋଇଯାଇଥିଲା। ଏହି ମୃତ୍ୟୁକୁ ନେଇ ଏବେ ନାନା କଥା ଆଲୋଚନା ଚାଲିଛି। କେତେଜଣ କହୁଛନ୍ତି, ଶିବୁନା ମନ୍ଦିର ଭିତରକୁ ଯାଇଥିବାବେଳେ କାନ୍ଥରେ ମୁଣ୍ଡ ପିଟି ହୋଇ ଶିବ ଲିଙ୍ଗ ଥିବା ଜଳ ରାଶିରେ ମୁହଁ ମାଡି ପଡିଯିବାରୁ ତାଙ୍କ ମୃତ୍ୟୁ ଘଟିଛି। ଅନ୍ୟ କେତେଜଣ ତାଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ତେବେ ଅଧିକାଂଶ ସମୟରେ ଶିବୁନା ନିଶାସକ୍ତ ଅବସ୍ଥାରେ ରହୁଥିବା ଶୁଣିବାକୁ ମିଳିଛି। ଅଧିକ ତଦନ୍ତ ପରେ ପୂଜକଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି।
ଅନ୍ୟପଟେ ଶିବୁନାଙ୍କ ଦାଦା ପୁଅ ଭାଇ ଆମେରିକାରେ ବୈଜ୍ଞାନିକ ଅଛନ୍ତି। ଗତ ୧୬ ତାରିଖରେ ବ୍ରହ୍ମପୁରରେ ତାଙ୍କର ବାହାଘର ହୋଇଥିଲା। ବୋହୂ ଓ ପୁଅ ଶନିବାର ଭୁବନେଶ୍ୱର ଫେରିଛନ୍ତି। ସେମାନେ ଭୁବନେଶ୍ୱରସ୍ଥିତ ଘର ଭିତରକୁ ପ୍ରବେଶ କରିବା ପୂର୍ୱରୁ ଶିବୁନାଙ୍କ ମୃତ୍ୟୁ ଖବର ପାଇଥିଲେ। ଏହା ଶୁଣିବା ପରେ ଦାଦା ଭଗବାନ ପଣ୍ଡା ଚେତାଶୂନ୍ୟ ହୋଇଯାଇଥିଲେ। ଏନେଇ ପରିବାରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଏକ ଶିବ ମନ୍ଦିରରେ ପୂଜକଙ୍କ ମୃତ୍ୟୁ ଖବର ହିନ୍ଦୁ ଧର୍ମାବଲମ୍ୱୀମାନଙ୍କୁ ଦୁଃଖ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ସୁବାସଙ୍କ ଉପରେ ଭରସା କଲା କଂଗ୍ରେସ: ଦେଲା ଗୁରୁଦାୟିତ୍ୱ

କେସିଙ୍ଗା,୧୮।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ସୁବାସ ଜୈନଙ୍କୁ ଟାଉନ ସଭାପତି ଭାବେ କଂଗ୍ରେସର ପିସିସି ସଭାପତି ଭକ୍ତ ଚରଣ ଦାସ ନିଯୁକ୍ତି ଦେଇଛନ୍ତି।...

୮ ପଥର ବୋଝେଇ ହାଇଓ୍ବା ଜବତ, କାଗଜପତ୍ର ଯାଞ୍ଚ ଆରମ୍ଭ

ମହାକାଳପଡ଼ା,୧୮ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଓ ଖଣିଜ ସମ୍ପଦ ବିଭାଗ ପକ୍ଷରୁ ବେଆଇନ ଭାବରେ ୮ଟି ପଥର ବୋଝେଇ ହାଇଓ୍ବା ଜବତ...

ନଦୀରୁ ମିଳିଲା ଖଣ୍ଡ ବିଖଣ୍ଡିତ ମୃତଦେହ: ପ୍ରଥମେ ପାଦ ପରେ ମିଳିଲା…

ବଲାଙ୍ଗୀର/ପାଟଣାଗଡ଼,୧୮।୧(ସୁନିଲ ମହାନ୍ତି/ସଚ୍ଚିଦାନନ୍ଦ ମହାକୁର) ବଲାଙ୍ଗୀର ଜିଲା ଲରମ୍ଭା ଥାନା ହିର୍ଲି ନଦୀରୁ ଖଣ୍ଡ ବିଖଣ୍ଡିତ ମୃତଦେହ ରବିବାର ଠାବ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାର...

‘ଭିକ୍ଟରିଆନ ରୋଗ’ କ’ଣ? ଯେଉଁଥିରେ ସଂକ୍ରମିତ ହେଲେଣି ଅନେକ ଆମାଜନ କର୍ମଚାରୀ!

ଲଣ୍ଡନ,୧୮।୧: ୟୁନାଇଟେଡର କୋଭେଣ୍ଟ୍ରିରେ ଥିବା ଏକ ଆମାଜନ ଫୁଲଫଇଲମେଣ୍ଟ ସେଣ୍ଟରରେ ଯକ୍ଷ୍ମା (ଟିବି) ମାମଲା ନିଶ୍ଚିତ ହୋଇଛି। ‘ଭିକ୍ଟୋରିଆନ ରୋଗ’ ଭାବରେ ଜଣାଶୁଣା ଏହି ଜୀବାଣୁ...

ସରକାରଙ୍କ କଡ଼ା ନିଷ୍ପତ୍ତି: ଧାର୍ମିକ ସ୍ଥଳକୁ ଫୋନ ମନା, ରିଲ୍‌ କଲେ…

ଡେରାଡୁନ,୧୮ା୧: ଉତ୍ତରାଖଣ୍ଡ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ତଥା କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଧାର୍ମିକ ସ୍ଥଳରେ ରିଲ୍‌ ଏବଂ ବ୍ଲଗ କରିବା ନେଇ ବଢ଼ୁଥିବା ବିବାଦକୁ...

ରୋଚକ ହେଉଛି ଯାଜପୁର ରାଜନୀତି: ଗୋଟିଏ ଦିନରେ ଦୁଇଥର ଦଳ ପରିବର୍ତ୍ତନ

ଯାଜପୁର,୧୮।୧: ଭାଜପାକୁ ଶକ୍ତ ଝଟ୍‌କା। ଭାଜପାରେ ମିଶିବାର ୨୪ ଘଣ୍ଟା ନପୂରୁଣୁ ବିଜେଡିକୁ ଫେରିଲେ ବିଜେଡି ନେତ୍ରୀ। ଯାଜପୁର ଜଲାପରିଷଦ ସଭ୍ୟା ଟିନା ହାଇବୃ ବିଜେଡିକୁ...

ବରଗଡରେ ଚାଞ୍ଚଲ୍ୟ: ଘର ଭିତରୁ ମିଳିଲା ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ

ବରଗଡ,୧୯।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ହାଟପଦା ପଡାସ୍ଥିତ ଉମା ଟକିଜ୍‌ ପାଖରେ ଥିବା ଗୋଟିଏ ଘର ଭିତରୁ ରବିବାର ସକାଳୁ ଜଣେ ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର...

‘ଆପଣ ସମ୍ବିଧାନର ରକ୍ଷକ, ଆମେ ଆପଣଙ୍କର…’, CJI ସୂର୍ଯ୍ୟକାନ୍ତଙ୍କୁ କାହିଁକି ଏମିତି ଅପିଲ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ? ଜାଣନ୍ତୁ…

କୋଲକାତା,୧୮।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମ୍ବିଧାନ ଏବଂ ଗଣତନ୍ତ୍ରକୁ ଯେକୌଣସି ବିପଦରୁ ରକ୍ଷା କରିବା ପାଇଁ ଭାରତର ମୁଖ୍ୟ ବିଚାରପତି (CJI) ସୂର୍ଯ୍ୟକାନ୍ତଙ୍କୁ ସିଧାସଳଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri