ଜିଲାର ବିକାଶ ଉପରେ ମନ୍ତ୍ରୀଙ୍କ ଫୋକସ୍‌

ଛତ୍ରପୁର,୧୮ା୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ସାମାଜିକ ଭିତିଭୂମିର ଉନ୍ନତି ପାଇଁ ସରକାରୀସ୍ତରରେ ବିଭିନ୍ନ ଯୋଜନାକୁ ତ୍ୱରାନ୍ବିତ କରାଯାଉଛି । ସ୍ବାସ୍ଥ୍ୟ ସେବା, ଶିକ୍ଷା ଏବଂ ପାନୀୟ ଜଳ ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆଣିବାକୁ ପଦକ୍ଷେପ ଗ୍ରହଣ କରାଯାଉଥିବା ଶନିବାର ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ରାଜ୍ୟ ଖଣି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି।

ମନ୍ତ୍ରୀ ଜେନାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ସେ ସୂଚନା ଦେଇ କହିଛନ୍ତି, ଗଞ୍ଜାମ ଜିଲାକୁ ସବୁ କ୍ଷେତ୍ରରେ ଆଗୁଆ ରଖିବା ଏବଂ ବିଭିନ୍ନ ବିଭାଗର କାର୍ଯ୍ୟଗୁଡିକ ଠିକ ଭାବେ ପରିଚାଳନା କରି ଜିଲାକୁ ରାଜ୍ୟର ଶ୍ରେଷ୍ଠ ଜିଲାରେ ପରିଗଣିତ କରିବାକୁ ପ୍ରୟାସ କରାଯାଉଛି।

ଶିକ୍ଷା,ସ୍ବାସ୍ଥ୍ୟ ଓ ପାନୀୟ ଜଳ ବିଭାଗର ସୁବନ୍ଦୋବସ୍ତ ନେଇ ଏକ ରୋଡ ମ୍ୟାପ ଆରମ୍ଭ କରାଯାଉଛି। ଜିଲାରେ ବହୁ ସ୍ଥାନରେ ଠିକ ଭାବେ ଶିକ୍ଷକ ଆସୁନାହାନ୍ତି, କେଉଁଠି ଆବଶ୍ୟକଠାରୁ ଅଧିକ ଶିକ୍ଷକ ରହୁଛନ୍ତି, କେଉଁଠି କମ ରହିଛନ୍ତି, କେଉଁଠି ପାଳି କରି ଶିକ୍ଷକ ଆସୁଥିବା ବୈଠକରେ ଉପସ୍ଥିତ ଥିବା ସୋରଡା ବିଧାୟକ ନିଳମଣି ବିଷୋୟୀ କହିଥିଲେ।

ଜିଲାରେ ୬୦ ପ୍ରତିଶତ ଡାକ୍ତର ଅଭାବ ରହିଛି । ଆଗାମୀ ଦିନରେ ଶିକ୍ଷା କ୍ଷେତ୍ରରେ ଏକ ନୂଆ ବ୍ୟବସ୍ଥା ଆରମ୍ଭ ହେବ । ହ୍ୟାଣ୍ଡ ହୋଲିଡିଂ ଓ ଜାତୀୟ ଶିକ୍ଷା ନୀତି ପଦ୍ଧତିରେ ଶିକ୍ଷା ବ୍ୟବସ୍ଥା ଦୃଢ କରାଯିବ। କଲେଜର ପ୍ରିନ୍ସପାଲ ଏବେ କିଛି ସ୍କୁଲର ଦାୟିତ୍ୱ ନେବେ। ସେଠାରେ ସେ ଶିକ୍ଷା ବ୍ୟବସ୍ଥା ଏବଂ ମାର୍ଗଦର୍ଶନ କରିବେ। ବଡ ଶିକ୍ଷାନୁଷ୍ଠାନ ଛୋଟ ଶିକ୍ଷାନୁଷ୍ଟାନ ପ୍ରତି ଉତ୍ତର ଦାୟିତ୍ୱ ଓ ମାର୍ଗଦର୍ଶନ ସାଜିବେ। ଏହାଦ୍ୱାରା ଡ୍ରପ ଆଉଟ ହ୍ରାସ ହେବ। ଆଗାମୀ ଦିନରେ ପ୍ରତ୍ୟେକ ବିଦ୍ୟାଳୟ ଡିଜିଟାଲ ହେବ। ଶିକ୍ଷକ ଓ ଛାତ୍ରମାନଙ୍କୁ ଆର୍‌ଏଫ୍‌ଆଇଡି ପରିଚୟ ପତ୍ର ପ୍ରଦାନ କରାଯିବ। ସିସିଟିଭି କ୍ୟାମେରା ଲାଗିବ। ଏହାଦ୍ୱାରା ବିଦ୍ୟାଳୟର ସମସ୍ତ ତଥ୍ୟ ମିଳିପାରିବ। ଜିଲାରେ ମାଧ୍ୟମିକସ୍ତରରେ ୧୩ ରୁ ୧୫ ପ୍ରତିଶତ ଡ୍ରପଆଉଟ ହାର ରହିଛି। ୩୦ ପ୍ରତିଶତ ଶିକ୍ଷକ ପଦବୀ ଖାଲି ରହିଥିବା ନେଇ ବୈଠକରେ ଆଲୋଚନା ହୋଇଥିଲା।

ସେହିପରି ସ୍ବାସ୍ଥ୍ୟସେବା ବ୍ୟବସ୍ଥା ପାଇଁ ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ସିସି ଟିଭି କ୍ୟାମେରା ଲାଗିବ। ସମସ୍ତଙ୍କୁ ଆରଏଫଆଇଡି ପରିଚୟ ପତ୍ର ପ୍ରଦାନ, ପିଏଚସିରେ ଇସିଜି, ବ୍ଲଡ ଟେଷ୍ଟ ବ୍ୟବସ୍ଥା ହେବ। ପ୍ରାଣୀ ଚିକିତ୍ସାଳୟଗୁଡିକରେ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯିବ। ସେହିପରି ପାନୀୟ ଜଳ ବ୍ୟବସ୍ଥାରେ ମଧ୍ୟ ସୁଧାର ଆସିବା ପାଇଁ ଆଲୋଚନା ହୋଇଥିଲା। ଜିଲାରେ ୩୦ଟି ସ୍ଥାନରେ ପାଣି ପାଇଁ କିଡିନି ରୋଗ ହେଉଥିବା କୁହାଯାଇଛି। କାଳିପଲ୍ଲୀ,ହରିପୁର ଆଦି ସ୍ଥାନରେ ଏପରି ଦେଖାଦେଉଛି । ସେଠାରେ ଆରଓ ପ୍ଲାଟ ଏବଂ ୱାଟର ଏଟିଏମ ଲଗାଯିବ । ଆସନ୍ତା ୧୦ ତାରିଖ ମଧ୍ୟରେ ଏହା ଲାଗିବ। ଯେଉଁଠି ପାଣି ସମସ୍ୟା ରହିଛି ତୁରନ୍ତ ବିକଳ୍ପ ବ୍ୟବସ୍ଥା କରିବାକୁ କୁହାଯାଇଛି । ଏନେଇ ୭ ଦିନ ମଧ୍ୟରେ ଏକ ଆକ୍ସନ ପ୍ଲାନ ପ୍ରଦାନ କରିବାକୁ ମନ୍ତ୍ରୀ ଜେନା ଜିଲାପାଳ ଭି.କୀର୍ତ୍ତି ଭାସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏସବୁକୁ ପ୍ରଶାସନିକ ଅଧିକାରୀମାନେ ମନିଟରିଂ କରିବେ। ଚଳିତ ମାସ ଶେଷ ସପ୍ତାହରେ ସ୍ବାସ୍ଥ୍ୟ ବ୍ୟବସ୍ଥା ନେଇ ଏକ କନକ୍ଲେଭ କରାଯିବ । ଶିକ୍ଷା ଓ ପାନୀୟ ବ୍ୟବସ୍ଥାକୁ ନେଇ ମଧ୍ୟ ମେ ପ୍ରଥମ ସପ୍ତାହରେ ଏକ କନକ୍ଲେଭ ହେବ। ବୈଠରେ ଗଞ୍ଜାମ ଅତିରିକ୍ତ ଜିଲାପାଳ ଦେବଦତ୍ତ ପଣ୍ଡା, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଭିସି, ଆଇଜର ଡିନ, ଜିଲା ଶିକ୍ଷାଧିକାରୀ ଅଜୟ ପାତ୍ର, ଜିଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri