Posted inଜାତୀୟ

ରାଜକୋଟ୍‌ ନାବାଳିକା ବଳାତ୍କାର ମାମଲା: ଅପରାଧୀଙ୍କୁ ମୃତ୍ୟୁ ଦଣ୍ଡାଦେଶ

ରାଜକୋଟ୍‌,୧୭ା୧: ୭ ବର୍ଷର ବାଳିକାଙ୍କୁ ବଳାତ୍କାର କରିବା ସହ ଲୁହା ରଡ୍‌ରେ ଯୌନ ନିର୍ଯାତନା ଦେବା ମାମଲାରେ ଗୁଜରାଟ ରାଜକୋଟ୍‌ର ଏକ ଅଦାଲତ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ଅପରାଧର ୪୪ ଦିନ ମଧ୍ୟରେ ରାୟ ପ୍ରକାଶ ପାଇଛି।

ଅଭିଯୁକ୍ତ ମଧ୍ୟପ୍ରଦେଶ ଅଲିରାଜପୁରର ରାମସିଂ ଦୁଦ୍‌ଭା(୩୨)ଙ୍କୁ ସ୍ବତନ୍ତ୍ର ପୋକ୍‌ସୋ ବିଚାରପତି ଭି.ଏ. ରାଣା ଶିଶୁ ଯୌନ ନିର୍ଯାତନା ପ୍ରତିକାର ଆଇନ ଏବଂ ଭାରତୀୟ ନ୍ୟାୟ ସଂହିତା ଆଇନର ବିଭିନ୍ନ ଧାରାରେ ଦୋଷୀସାବ୍ୟସ୍ତ କରିଥିଲେ। ଗୁଜରାଟ ସରକାର ପ୍ରତ୍ୟେକ ଝିଅଙ୍କ ସୁରକ୍ଷା ପାଇଁ ଦୃଢ଼ ପ୍ରତିଶ୍ରୁତିବଦ୍ଧ ଏବଂ ଏଭଳି ଅପରାଧକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ଗୁଜରାଟ ଉପମୁଖ୍ୟମନ୍ତ୍ରୀ ହର୍ଷ ସାଙ୍ଘଭି କହିଛନ୍ତି।

ନାବାଳିକା ଜଣକ ତାଙ୍କ ଭାଇ ସହ ଖେଳୁଥିଲାବେଳେ ଅଭିଯୁକ୍ତ ରାମସିଂ ତାଙ୍କୁ ବାଇକ୍‌ରେ ଅପହରଣ କରି ଏକ ବୁଦା ନିକଟକୁ ନେଇଯାଇ ବଳାତ୍କାର କରିଥିଲେ। ପରେ ସେ ତାଙ୍କୁ ଲୁହାରଡ୍‌ରେ ଯୌନ ନିର୍ଯାତନା ଦେଇ ରକ୍ତାକ୍ତ ଅବସ୍ଥାରେ ଛାଡ଼ି ଚାଲିଯାଇଥିଲେ।

ଡିସେମ୍ବର ୮ରେ ପୋଲିସ ତାଙ୍କୁ ଗିରଫ କରିଥିଲା। ଡିସେମ୍ବର ୧୯ରେ ଚାର୍ଜଶିଟ୍‌ ଦାଖଲ ହୋଇଥିବାବେଳେ ଜାନୁଆରୀ ୧୨ରେ ଅଦାଲତ ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରିଥିଲେ। ଅପରାଧ ବିରଳରୁ ବିରଳତମ ହୋଇଥିବା ବିବେଚନା କରି କୋର୍ଟ ରାମସିଂଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରୁ ଘରକୁ ଫେରିଲେ ମାର୍ଟିନ: ପ୍ରଶସଂକଙ୍କୁ କହିଲେ…

ମେଲବୋର୍ନ,୧୭।୧: ପୂର୍ବତନ ଅଷ୍ଟ୍ରେଲିଆନ ବ୍ୟାଟର ଡାମିଏନ ମାର୍ଟିନ ଶନିବାର ହସ୍ପିଟାଲରୁ ଘରକୁ ଫେରିଛନ୍ତି। ଗତ ଡିସେମ୍ବର ୨୭ ତାରିଖରେ ମେନିଙ୍ଗିଟିସ ଆଟାକ କାରଣରୁ ତାଙ୍କୁ ଆଇସିୟୁରେ...

U19 World Cup 2026: ରୋମାଞ୍ଚକର ମୁକାବିଲାରେ ବାଂଲାଦେଶକୁ ହରାଇଲା ଭାରତ

ନୂଆଦିଲ୍ଲୀ,୧୭।୧: ୧୯ ବର୍ଷରୁ କମ୍ ବିଶ୍ୱକପର ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ବାଂଲାଦେଶକୁ ୧୮ ରନରେ ହରାଇଛି ଭାରତ। ବର୍ଷା ବାଧାପ୍ରାପ୍ତ ମୁକାବିଲାରେ ଡିଏଲଏସ ନିୟମରେ ପଡୋଶୀ...

୨ ଦିନ ବଢ଼ିଲା ଶିଶିର ସରସ ମେଳା

ଭୁବନେଶ୍ୱର,୧୭।୧: ଭୁବନେଶ୍ୱର ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଜାତୀୟସ୍ତରୀୟ ଶିଶିର ସରସ ମେଳାକୁ ଆଉ ୨ ଦିନ ବଢାଇ ଦିଆଯାଇଛି। ଫଳରେ ୧୮ ତାରିଖ ପରିବର୍ତ୍ତେ...

ମର୍ମନ୍ତୁଦ ଦୁର୍ଘଟଣା: ଅଟୋ ଡ୍ରାଇଭର ଜୀବନ୍ତ ଦଗ୍ଧ

ଫୁଲବାଣୀ/ଖଜୁରିପଡା, ୧୭ା୧(ରାକେଶ କୁମାର ରାଉତ/ବିଦୁର ବେହେରା)-କନ୍ଧମାଳ ଜିଲା ଫୁଲବାଣୀ ସହର ସରକାରୀ ଆଇଟିଆଇଠାରୁ ଅଳ୍ପ ଦୂର ସଦର ଥାନା ଅନ୍ତର୍ଗତ ଦାତପାଜୁ ନିକଟରେ ଏକ ମର୍ମନ୍ତୁଦ...

ଇଣ୍ଡିଗୋ ଉପରେ ଲାଗିଲା ୨୨ କୋଟି ଟଙ୍କା ଜରିମାନା, ସରକାର ନେଲେ ବଡ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭।୧: ବିମାନ ସେବା ସଂସ୍ଥା ‘ଇଣ୍ଡିଗୋ’ ଉପରେ ୨୨.୨୦ କୋଟି ଟଙ୍କାର ଜରିମାନା ଲଗାଇଛନ୍ତି ସରକାର। ବିମାନ କ୍ରୁ ସଦସ୍ୟଙ୍କ ଉପରେ ଅତ୍ୟଧିକ କାର୍ଯ୍ୟଭାର, ଦୁର୍ବଳ...

ନିଶା ମହାରାଣାଙ୍କ ଅଶ୍ଳୀଳ ନୃତ୍ୟ ଦେଖିବା ମହଙ୍ଗା ପଡ଼ିଲା: ବରିଷ୍ଠ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର,୧୭।୧: ଯାତ୍ରା ଡ୍ୟାନ୍ସର ନିଶା ମହାରାଣାଙ୍କ ଅଶ୍ଳୀଳ ନୃତ୍ୟ ଦେଖିବା ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏହି ନୃତ୍ୟ...

ଦିନକୁ ଦିନ ଖସୁଛି ପାରଦ: ଜି.ଉଦୟଗିରିରେ ୨.୫ ଡିଗ୍ରୀ ରେକର୍ଡ

ଜି.ଉଦୟଗିରି,୧୭ା୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ପ୍ରବଳ ଶୀତ ଅନୁଭୂତ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଶନିବାର ରାଜ୍ୟର ସର୍ବନିମ୍ନ ତାପମାତ୍ରା...

ପୋଲିସ-ମାଓବାଦୀ ମୁହାଁମୁହିଁ: ଟଳିପଡିଲେ ମାଓବାଦୀ ନେତା ପାପା ରାଓ

ମାଲକାନଗିରି,୧୭ା୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ଜଣ ମାଓବାଦୀ ନିହତ ହୋଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri