ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ: ୬ ଗିରଫ, ଖୋଲିଲା ସ୍କୁଲ, କଲେଜ

ସୁନ୍ଦରଗଡ,୧୭।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ରେ ଘଟିଥିବା ୨ ଗୋଷ୍ଠୀ ସଂଘର୍ଷ ଘଟଣାରେ ଟାଉନଥାନା ପୋଲିସ ଶୁକ୍ରବାର ରାତିରେ ଉଭୟ
ପକ୍ଷରୁ ୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗୁରୁବାର ପ୍ରଶାସନ ପକ୍ଷରୁ ଶାନ୍ତି କମିଟି ବୈଠକରେ ହୋଇଥିବା ନିଷ୍ପତ୍ତି କ୍ରମେ ୨୪ଘଣ୍ଟା ପରେ ଜିଲାରେ ଇଣ୍ଟରନେଟ ସେବା ଫେରିଥିବା ବେଳେ ଲାଗୁ ହୋଇଥିବା ୧୬୩ ଧାରାକୁ ପ୍ରତ୍ୟାହାର କରାଯାଇଥିଲା।
ପରେ ଶନିବାର ସକାଳୁ ସୁନ୍ଦରଗଡ଼ ସହରରେ ସ୍ବଭାବିକ ଭାବରେ ଦୋକାନ ବଜାର, ସ୍କୁଲ କଲେଜଗୁଡିକ ଖୋଲିଛି। ଘଟଣା ଘଟିଥିବା
ସୁନ୍ଦରଗଡ଼ ରିଜେଣ୍ଟ ମାର୍କେଟ ସମେତ ସହରର ସମ୍ବେଦନଶୀଳ ସ୍ଥାନଗୁଡିକରେ ସ୍ବତନ୍ତ୍ର ପୋଲିସ ଫୋର୍ସ ମୁତୟନ ଅଛନ୍ତି। ପୋଲିସ ପକ୍ଷରୁ କଡାକଡି ପାଟ୍ରୋଲିଂ ମଧ୍ୟ ଜାରି ରହିଛି। ସହରରେ ୧୯ ପ୍ଲାଟୁନ ପୋଲିସ ଫୋର୍ସ ରହିଛନ୍ତି। ପୋଲିସ ପକ୍ଷରୁ ଏହି ଗୋଷ୍ଠୀ ସଙ୍ଘର୍ଷ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ ପାଇଁ ପୋଲିସ ଚଢାଉ ଜାରି ରଖିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା… 

ରାଉରକେଲା,୧୭।୧: ରାଉରକେଲା ଚାର୍ଟର ବିମାନ ଦୁର୍ଘଟଣାରେ  ଗୁରୁତର ଥିବା ସୁଶାନ୍ତ ବିଶ୍ୱାଳଙ୍କ ମୃତ୍ୟୁ ଘଟିଛି। ତାଙ୍କର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା। ସେଠାରେ ତାଙ୍କର...

ପ୍ରଥମ ଥର ପାଇଁ କର୍ତ୍ତବ୍ୟ ପଥରେ ସେନାର ବୀରତ୍ୱ ସହ ଦୃଷ୍ଟି ଆକର୍ଷଣ କରିବ ‘ବାକ୍ଟ୍ରିଅନ୍‌ ଓଟ’

ନୂଆଦିଲ୍ଲୀ,୧୭।୧: ଚଳିତ ବର୍ଷ, ଗଣତନ୍ତ୍ର ଦିବସ ପରେଡ ଦେଶର ସାମରିକ ଶକ୍ତି, ଭୌଗୋଳିକ ବିବିଧତା ଏବଂ ବୀରତ୍ୱପୂର୍ଣ୍ଣ ଦକ୍ଷତାକୁ ଏପରି ଭାବରେ ପ୍ରଦର୍ଶନ କରିବ ଯାହା...

ଚେତାବନୀ ଦେଲେ ମାଲିକ ସଂଘ, ୨୪ରୁ ବଡ଼ିବନି ଘରୋଇ ବସ୍‌ !

ଭୁବନେଶ୍ୱର,୧୭।୧: ୨୪ରୁ ଗଡ଼ିବନି ଘରୋଇ ବସ୍‌। ଏନେଇ ଚେତାବନୀ ଦେଇଛନ୍ତି ଘରୋଇ ବସ ମାଲିକ ସଂଘ। ମୁଖ୍ୟମନ୍ତ୍ରୀ ବସ ବ୍ଲକ୍‌ରୁ ଜିଲ୍ଲା ହେଡ୍‌ କ୍ୱାର୍ଟରକୁ ଆସିବାକୁ...

୨୬ ଜାନୁଆରୀ ପୂର୍ବରୁ ଆକ୍ରମଣ କରିପାରନ୍ତି ବାଂଲାଦେଶୀ ଆତଙ୍କବାଦୀ, ଦିଲ୍ଲୀ ସମେତ କିଛି ରାଜ୍ୟରେ ହାଇ ଆଲର୍ଟ

ନୂଆଦିଲ୍ଲୀ,୧୭।୧: ଗଣତନ୍ତ୍ର ଦିବସ ପାଳନ (ଜାନୁଆରୀ ୨୬) ପୂର୍ବରୁ ସୁରକ୍ଷା ଏଜେନ୍ସିଗୁଡ଼ିକ ଏକ ବଡ଼ ସତର୍କତା ଜାରି କରିଛନ୍ତି। ଗୁଇନ୍ଦା ସୂତ୍ରରୁ ଜଣାପଡିଛି ଯେ ଖଲିସ୍ତାନୀ...

୬ମିନିଟ୍‌ ଯାଏ କିଟ୍‌କିଟ୍‌ ଅନ୍ଧାର, ଦିନ ୧୨ଟାରେ ଗାଏବ ହୋଇଯିବେ ସୂର୍ଯ୍ୟ!

ପୃଥିବୀରେ ବହୁତ କମ ଲୋକ ଫେବୃଆରୀ 2026 ରେ ହେବାକୁ ଥିବା ଅନନ୍ୟ ସୂର୍ଯ୍ୟଗ୍ରହଣ ଦେଖିପାରିବେ। ଏହି ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ। ଏହି...

ଲେନିନ ମହାନ୍ତିଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ଅରବିନ୍ଦ ମହାପାତ୍ର: ଭୁଲ ଭୁଲେୟା କାହାଣୀ…

ଭୁବନେଶ୍ୱର,୧୭।୧:ବିଜେଡିର ଦୁଇଜଣ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବନ କରାଯିବା ପରେ ରାଜ୍ୟ ରାଜନୀତି ଜୋର ଧରିଛି। ମୁଖ୍ୟତଃ ଅରବିନ୍ଦ ମହାପାତ୍ରଙ୍କୁ...

ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନକୁ ଗ୍ରୀନ ସିଗନାଲ ଦେଲେ ମୋଦି, ଜାଣନ୍ତୁ କେଉଁ ରାଜ୍ୟକୁ ମିଳିବ ଏହାର ଲାଭ

ନୂଆଦିଲ୍ଲୀ,୧୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୧୭ ତାରିଖରେ ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଟ୍ରେନଟି...

୩ ଲକ୍ଷର ଓ୍ବାଟର ପ୍ୟୁରିଫାୟାର ଧରି ବୁଲୁଛନ୍ତି ଗିଲ, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୭।୧: ଭାରତୀୟ କ୍ରିକେଟ ଦଳ ତୃତୀୟ ଏବଂ ନିର୍ଣ୍ଣାୟକ ମ୍ୟାଚ ପାଇଁ ଇନ୍ଦୋରରେ ପହଞ୍ଚିଛି। ଇନ୍ଦୋର ସମ୍ପ୍ରତି ଏଠାରେ ଥିବା ଦୂଷିତ ପାଣି ଯୋଗୁ ସାରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri