ଦ୍ୱିତୀୟ ସ୍ତ୍ରୀ ପାଇବେନି ସରକାରୀ ପେନସନ: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

କଟକ,୧୭।୧: ଦ୍ୱିତୀୟ ସ୍ତ୍ରୀ ପାଇବେନି ସରକାରୀ ପେନସନ । ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କର ଦ୍ୱିତୀୟ ସ୍ତ୍ରୀ ପରିବାର ପେନସନ ବା ‘ଫ୍ୟାମିଲି ପେନସନ’ ପାଇବା ପାଇଁ ହକଦାର୍‌ ନୁହଁନ୍ତି ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି। ପ୍ରଥମ ସ୍ତ୍ରୀ ଜୀବିତ ଥିବା ସମୟରେ ଜଣେ ବ୍ୟକ୍ତି ଦ୍ୱିତୀୟ ବିବାହ କରନ୍ତି, ତେବେ ସେହି ବିବାହ ଗ୍ରହଣୀୟ ନୁହେଁ। ଏପରି ସ୍ଥିତିରେ ଦ୍ବିତୀୟ ସ୍ତ୍ରୀ ପେନସନ ଦାବି କରିପାରିବେ ନାହିଁ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ହିନ୍ଦୁ ବିବାହ ଆଇନ-୧୯୫୫ ଅନୁସାରେ ଜଣେ ବ୍ୟକ୍ତି ପ୍ରଥମ ସ୍ତ୍ରୀଙ୍କ ସହ ସମ୍ପର୍କ ଥାଇ ଦ୍ୱିତୀୟ ବିବାହ କରିବା ଏକ ଅପରାଧ। । ଯାହା ଆରମ୍ଭରୁ ବେଆଇନ ତାହା ପରେ ଆଇନଗତ ବା ବୈଧ ବୋଲି ଗ୍ରହଣ କରାଯାଇ ପାରିବନାହିଁ। ଓଡ଼ିଶା ସିଭିଲ ସର୍ଭିସେସ (ପେନସନ) ନିୟମାବଳୀ-୧୯୯୨ ଅନୁସାରେ, ପେନସନ ପାଇଁ ଜଣେ ‘ବୈଧ ପତ୍ନୀ’ ହେବା ଅପରିହାର୍ଯ୍ୟ । ଯେଉଁ ବିବାହ ଆରମ୍ଭରୁ ହିଁ ଅସିଦ୍ଧ ତାହା ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ମଧ୍ୟ ବୈଧ ହୋଇପାରିବ ନାହିଁ । ଦ୍ୱିତୀୟ ପତ୍ନୀଙ୍କୁ ପେନସନ ଦେବା ପାଇଁ ଅନୁମତି ଦେବା ଅର୍ଥ ବେଆଇନ କାର୍ଯ୍ୟକୁ ପ୍ରୋତ୍ସାହନ ଦେବା ସହ ସମାନ ବୋଲି ହାଇକୋର୍ଟ କହିଛନ୍ତି।

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚେତାବନୀ ଦେଲେ ମାଲିକ ସଂଘ, ୨୪ରୁ ବଡ଼ିବନି ଘରୋଇ ବସ୍‌ !

ଭୁବନେଶ୍ୱର,୧୭।୧: ୨୪ରୁ ଗଡ଼ିବନି ଘରୋଇ ବସ୍‌। ଏନେଇ ଚେତାବନୀ ଦେଇଛନ୍ତି ଘରୋଇ ବସ ମାଲିକ ସଂଘ। ମୁଖ୍ୟମନ୍ତ୍ରୀ ବସ ବ୍ଲକ୍‌ରୁ ଜିଲ୍ଲା ହେଡ୍‌ କ୍ୱାର୍ଟରକୁ ଆସିବାକୁ...

ଲେନିନ ମହାନ୍ତିଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ଅରବିନ୍ଦ ମହାପାତ୍ର: ଭୁଲ ଭୁଲେୟା କାହାଣୀ…

ଭୁବନେଶ୍ୱର,୧୭।୧:ବିଜେଡିର ଦୁଇଜଣ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବନ କରାଯିବା ପରେ ରାଜ୍ୟ ରାଜନୀତି ଜୋର ଧରିଛି। ମୁଖ୍ୟତଃ ଅରବିନ୍ଦ ମହାପାତ୍ରଙ୍କୁ...

ସ୍କୁଲରେ ପିଟାପିଟି ହୋଇ ୨ ଶିକ୍ଷୟିତ୍ରୀ ଲହୁଲୁହାଣ: ତଦନ୍ତ ରିପୋର୍ଟ ପାଇଁ ନିର୍ଦ୍ଦେଶ ଦେଲେ ବିଡିଓ

ସମ୍ବଲପୁର, ୧୭।୧(ପ୍ରମୋଦ ବହିଦାର): ବୁର୍ଲା କିର୍ବା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଭାବନୀୟ ଘଟଣା ଘଟିଥିବାର ସୂଚନା ମିଳିଛି। ବିଦ୍ୟାଳୟ ମଧ୍ୟରେ କୌଣସି କାରଣକୁ କେନ୍ଦ୍ରକରି...

ବେଆଇନ ଗୋରୁ ମାଫିଆଙ୍କ ଘରେ ବଡ଼ଧରଣର ଚଢାଉ

କେନ୍ଦୁଝର,୧୭।୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସମେତ ମୟୂରଭଞ୍ଜ, ଭଦ୍ରକ ଆଦି ଜିଲ୍ଲାର ୪୬ଟି ସ୍ଥାନରେ ବେଆଇନ ଗୋରୁ ବ୍ୟବସାୟୀଙ୍କ ବାସଭବନରେ ସମନ୍ବିତ ଚଢାଉ କରିଛି...

ବିଜେଡି ନେତାଙ୍କ ସସପେଣ୍ଡ ଉପରେ ଚାଞ୍ଚଲ୍ୟକର ବୟାନ ଦେଲେ ଜୟନାରାୟଣ: କହିଲେ ମୋତେ ଦୁଃଖ ଲାଗୁଛି…

ଭୁବନେଶ୍ୱର, ୧୭।୧: ବିଜେଡି ନେତାଙ୍କ ସସପେଣ୍ଡ ନେଇ ଜୟନାରାୟଣ ମିଶ୍ର ବିସ୍ଫୋରକ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ବିଜେଡିର ବହୁତ ଜଣଙ୍କ ମନରେ କ୍ଷୋଭ ଥିଲା।...

ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ: ୬ ଗିରଫ, ଖୋଲିଲା ସ୍କୁଲ, କଲେଜ

ସୁନ୍ଦରଗଡ,୧୭।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ରେ ଘଟିଥିବା ୨ ଗୋଷ୍ଠୀ ସଂଘର୍ଷ ଘଟଣାରେ ଟାଉନଥାନା ପୋଲିସ ଶୁକ୍ରବାର ରାତିରେ ଉଭୟ ପକ୍ଷରୁ ୬ ଜଣଙ୍କୁ ଗିରଫ କରି...

ନବୀନଙ୍କ ପଛରେ ଚାଲିଥିଲା ଭୟଙ୍କର ଷଡ଼ଯନ୍ତ୍ର: ବଡ଼ ଗୁମର ଖୋଲିଲେ ଏହି ନେତା

ଭୁବନେଶ୍ୱର,୧୭।୧: ବିଜେଡି ନିକଟରେ ଦଳରୁ କିଛି ଟାଣୁଆ ନେତାଙ୍କୁ ନିଲମ୍ବନ କରିବା ପରେ ମୁଁହ ଖୋଲିଲେ ଲେନିନ ମହାନ୍ତି। ସେ କହିଛନ୍ତି, ମିଡ ଡେ’ ଅପରେଶନ...

ଗିରଫ ଭୟରେ ଛାନିଆ ହେଲେ ନିଶା: ପହଞ୍ଚିଲେ ହାଇକୋର୍ଟ

କଟକ,୧୭।୧: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଆଇଟମ ଗର୍ଲ ନିଶା ମହାରଣା। ହାଇକୋର୍ଟରେ ନିଶା ଆଗୁଆ ଜାମିନ ଆବେଦନ କରିଥିବା ଜଣାପଡିଛି। ବଲାଙ୍ଗୀର ସଦର ଥାନା ମାମଲାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri